ନନ୍ଦନକାନନରେ ହାତୀ ମୃତ୍ୟୁକୁ ନେଇ ବୈଷୟିକ କମିଟିର ବୈଠକ, ଚିକିତ୍ସା ପଦ୍ଧତିକୁ କଲେ ତର୍ଜମା

ବାରଙ୍ଗ,୨୨।୯(ଡି.ଏନ୍‌.ଏ.): ନନ୍ଦନକାନନରେ ଗତ କିଛିଦିନ ମଧ୍ୟରେ ଲଗାତର ହାତୀ ମୃତ୍ୟୁ ହେଉଥିବାରୁ ଏହାର ମୁଖ୍ୟ କାରଣ ଖୋଜିବା ପାଇଁ ଶନିବାର ବୈଷୟିକ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ନନ୍ଦନକାନନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଟିମର ଅଧ୍ୟକ୍ଷ ଡ.ଏସ୍‌.କେ.ରାୟଙ୍କ ସଭାପତିତ୍ୱରେ ଡ.ଏଲ.ଏନ. ଆଚାର୍ଯ୍ୟ, ଡ.ଜେ.ଏନ.ମହାନ୍ତି, ନିର୍ଦ୍ଦେଶକ ଶଶିପଲ, ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ, ନନ୍ଦନକାନନର ତିନିଜଣ ଡାକ୍ତରଙ୍କ ସହ ଜନ୍ତୁ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ବୈଠକରେ ବୈଷୟିକ କମିଟିର ସଦସ୍ୟମାନେ ଡାକ୍ତରମାନଙ୍କର ଚିକିତ୍ସା ପ୍ରଣାଳୀ ଉପରେ ତର୍ଜମା କରିଥିଲେ। ନନ୍ଦନକାନନରେ ଥିବା ଅନ୍ୟ ୪ ହାତୀଙ୍କର ରକ୍ତନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବା ସହ ଅଧିକ କ’ଣ ସବୁ ବ୍ୟବସ୍ଥା ଗ୍ରହଣ କରାଯାଇଛି ସେନେଇ ମଧ୍ୟ ପଚାରି ବୁଝିଥିଲେ। ଶେଷରେ ଅଧ୍ୟକ୍ଷ ରାୟ ଖବରଦାତାଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତରରେ କହିଥିଲେ, ଭାଇରସକୁ ରୋକାଯିବା ପାଇଁ ଆସାମ, କେରଳର ଏକ ବିଶେଷଜ୍ଞ ଟିମକୁ ଡକାଯିବାର ବ୍ୟବସ୍ଥା କରାଯାଉଛି। ନନ୍ଦନକାନନରେ ଏବେ ୪ଟି ହାତୀ ମଧ୍ୟରେ ସବୁଠାରୁ ଛୋଟହାତୀ ମାମାର ବୟସ ୨ବର୍ଷ ଓ ହୀରାର ବୟସ ୨୧ବର୍ଷ। ଯଦିଓ ଏହି ଭୁତାଣୁ ଛୋଟ ହାତୀମାନଙ୍କୁ ଆକ୍ରାନ୍ତ କରିଥାଏ ତଥାପି ନନ୍ଦନକାନନ ପକ୍ଷରୁ ହୀରା ଓ ମାମା ସମେତ ସମସ୍ତ ହାତୀ ଉପରେ ସର୍ତକ ଦୃଷ୍ଟି ରଖାଯାଇଛି। ଏ ନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ କହିଛନ୍ତି, ଜୁଲି ମଲାପରଠାରୁ ଆମେ ଆମେରିକାର ସ୍ମିଥସୋନିଆନ୍‌ସ ଜୁ ଓ ରିସର୍ଚ୍ଚ ସେଣ୍ଟର, ଆସାମର ହର୍ପିସ ଗବେଷଣା କେନ୍ଦ୍ର ଓ କେରଳର ଜଙ୍ଗଲ ବିଭାଗ ସହ ଯୋଗାଯୋଗରେ ରହିଛୁ। ସମସ୍ତ ହାତୀମାନଙ୍କୁ ଆଣ୍ଟିଭାଇରାଲ ଡୋଜ ଦିଆଯିବା ସହ ରକ୍ତନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଉଛି। ଶନିବାର ହର୍ପିସ ଭୁତାଣୁର ଲକ୍ଷଣ କୌଣିସ ହାତୀ କ୍ଷେତ୍ରରେ ଦେଖିବାକୁ ମିଳି ନାହିଁ। ଅନ୍ୟପଟେ ମୃତ୍ୟୁବରଣ କରିଥିବା ଜୁଲି, ଚନ୍ଦନ, ଗୌରୀ, କମଳାର ମାହୁନ୍ତ ଅର୍ଜୁନ ଖମାରୀ, ଧିରେନ ସାମଲ, ପ୍ରଦୀପ୍ତ ବାଗ, ରବୀନ୍ଦ୍ରନାଥ ଭୋଇଙ୍କୁ ହାତୀସଫାରୀର ହାତୀଶାଳକୁ ନ ଯିବାକୁ ଡାକ୍ତରମାନେ ଶନିବାର ମନାକରିବାକୁ ନେଇ ମାହୁନ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ବସ୍‌, ୨୧ ନିର୍ମାଣ ଶ୍ରମିକ ଗୁରୁତର

ରାଜକନିକା,୧୯ା୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଗଞ୍ଜା ନିକଟରେ ଗୁରୁବାର ସକାଳେ ‘ଦୟାଲ’ ନାମକ ଏକ ବସ୍‌ ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ିଛି। ଏଥିରେ ୩୦ରୁ...

ମୟୁରଭଞ୍ଜରେ ମୁଖ୍ୟମନ୍ତ୍ରୀ: ୨ଟି ବଡ଼ ପ୍ରକଳ୍ପର କରିବେ ଉଦ୍‌ଘାଟନ

ଭୁବନେଶ୍ୱର,୧୨।୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ମୟୁରଭଞ୍ଜ ଜିଲାରେ  ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ସୁବର୍ଣ୍ଣରେଖା ପ୍ରକଳ୍ପ ଏବଂ ଦେଓ ପ୍ରକଳ୍ପର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ...

ସୁଦର୍ଶନଙ୍କ ବାଲୁକା କଳାରେ କେରଳ ଗର୍ଭିଣୀ ହାତୀ ମୃତ୍ୟୁର କରୁଣ ଚିତ୍ର

ପୁରୀ ଅଫିସ,୫।୬- କେରଳରେ ବାଣଭର୍ତ୍ତି ସପୁରି ଖୁଆଇ ଏକ ଗର୍ଭିଣୀ ହାତୀକୁ ହତ୍ୟା କରାଯିବା ଘଟଣାକୁ ନେଇ ସାରା ଦେଶରେ ଉତ୍ତେଜନା ପ୍ରକାଶ ପାଇଛି। ଏହି...

୨୦ରୁ ପୁଣି ଝାରସୁଗୁଡ଼ା-ରାୟପୁର ବିମାନ ସେବା

ଭୁବନେଶ୍ୱର, ୧୬।୬(ବ୍ୟୁରୋ)- ଆଲାଏନ୍ସ ଏୟାର ପକ୍ଷରୁ ଆସନ୍ତା ୨୦ ତାରିଖରୁ ଝାରସୁଗୁଡ଼ାରୁ ରାୟପୁର ବିମାନ ସେବା ପୁଣି ଆରମ୍ଭ ହେବ। ଗତବର୍ଷ ଜୁନ୍‌ ୬ରୁ ଝାରସୁଗୁଡାର...

କରୋନା ପରିସ୍ଥିତି ଜିଗଲୋ ହେବାକୁ ବାଧ୍ୟ କରିଥିଲା: ମୁହଁ ଖୋଲିଲେ ଠକାମିର ଶିକାର ଯୁବକ

ଭୁବନେଶ୍ୱର,୨୮ା୯ (ବ୍ୟୁରୋ): ରାଜଧାନୀରେ ଜିଗଲୋ (କଲ୍‌ ବୟ) ର଼୍ୟାକେଟକୁ ନେଇ ଏବେ ଖୋଳତାଡ଼ ଆରମ୍ଭ ହୋଇଛି। ଥାନାରେ ଅଭିଯୋଗ କରିଥିବା ହୋଟେଲ ମ୍ୟାନେଜର ଓ ଜିଗଲୋ...

ଆଉ ୬୯ ମୁଣ୍ଡ ନେଲା କରୋନା: କଟକ-ଜଗତସିଂହପୁରରୁ ସର୍ବାଧିକ

ଭୁବନେଶ୍ୱର,୨୨।୮(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୯ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏଥିସହ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୩୫୮କୁ ବୃଦ୍ଧି ପାଇଛି।...

ଫେରିବ କରୋନା କଟକଣା

ଭୁବନେଶ୍ୱର,୨୬ା୧୨(ବ୍ୟୁରୋ): କରୋନାର ନୂଆ ଭାରିଏଣ୍ଟକୁ ନେଇ ରାଜ୍ୟବାସୀ ଭୟଭୀତ ହୋଇପଡ଼ିଛନ୍ତି। ଦିନକୁ ଦିନ ସଂକ୍ରମଣ ବଢ଼ି ଚାଲିଥିବା ବେଳେ ପୁଣି ଥରେ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନର...

ଚାଷୀଙ୍କୁ ମିଳୁନି ଟୋକନ, ଖଳାରେ ପଡିଛି ଧାନ

ଗୁଣପୁର,୬ା୧୨(ଡି.ଏନ୍‌.ଏ.): ଚାଷୀଙ୍କ ଏବେ ବିଷମ ସ୍ଥିତି। ବର୍ଷ ତମାମ ଜମିରେ ଖଟି ଧାନ ସଂଗ୍ରହ କରିଥିବାବେଳେ ଏବେ ତାହାକୁ ବିକ୍ରି କରିବାକୁ ନେଇ ଦେଖାଦଇଛି ଜଟିଳ...

Advertisement
Archives

Model This Week