ନନ୍ଦନକାନନରୁ ସାତକୋଶିଆ ଗଲେ ୫ ଘଡ଼ିଆଳ କୁମ୍ଭୀର

ବାରଙ୍ଗ,୨୦ା୭(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରୁ ଶୁକ୍ରବାର ୫ଟି ଘଡିଆଳ କୁମ୍ଭୀର ସାତକୋଶିଆରେ ଛଡାଯାଇଛି। ନନ୍ଦନକାନନର ତିନିଜଣିଆ ଟିମ ଏହି ଘଡିଆଳ କୁମ୍ଭୀରଙ୍କୁ ସାଙ୍ଗରେ ନେଇ ଅପରାହ୍ନରେ ଯାତ୍ରା ଆରମ୍ଭ କରିଛନ୍ତି। ନନ୍ଦନକାନନରେ ଘଡିଆଳ କୁମ୍ଭୀରମାନଙ୍କ ସଂଖ୍ୟା ବୃଦ୍ଧିପାଇବା ପରେ ନନ୍ଦନକାନନ କର୍ତ୍ତୃପକ୍ଷ ଏଭଳି ପଦକ୍ଷେପ ନିଆଯାଇଛି। ଗତ କିଛିଦିନ ହେବ ନନ୍ଦନକାନନରେ ଘଡିଆଳକୁମ୍ଭୀର ସଂଖ୍ୟା କମିବାରେ ଲାଗିଥିଲା। ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସଙ୍କ ନିର୍ଦ୍ଦେଶରେ ଏକ ଟିମ ରାଜନଗର କୁମ୍ଭୀରବସାରୁ ଅଣ୍ଡା ସଂଗ୍ରହ କରି ଆଣି ନନ୍ଦନକାନନରେ ଏହାର କୃତ୍ରିମ ପ୍ରଜନନ କରିବାପରେ ଏହା ସଫଳ ହୋଇଥିଲା। ଏହାସହ ଏମାନଙ୍କ ସଂଖ୍ୟା ବୃଦ୍ଧିପାଇ ୭୪ରେ ପହଞ୍ଚତ୍ଥିଲା ବୋଲି ଜନ୍ତୁବିଭାଗ ଦାୟିତ୍ୱରେ ଥିବା ଏସିଏଫ ଅଶୋକ କୁମାର ଦାସ କହିଛନ୍ତି। ଏତେ ସଂଖ୍ୟକ କୁମ୍ଭୀରମାନଙ୍କ ରକ୍ଷଣାବେକ୍ଷଣ ସାଙ୍ଗକୁ ସୁରକ୍ଷା ପ୍ରଶ୍ନବାଚୀ ସୃଷ୍ଟି କରିବାରୁ ସେମାନଙ୍କୁ ସାତକୋଶିଆ, ମହାନଦୀର ଅବବାହିକା ଆଦି ସ୍ଥାନରେ ଛାଡିବାକୁ ନିଷ୍ପତ୍ତି ହୋଇଥିଲା। ଦୀର୍ଘ ୧୮ବର୍ଷର ବ୍ୟବଧାନ ପରେ ନନ୍ଦନକାନନ ପୁଣିଥରେ କୁମ୍ଭୀର ଛାଡିବା ପ୍ରକ୍ରିୟା ଆରମ୍ଭ କରିଛି। ୨୬ଲକ୍ଷ ଟଙ୍କାର ବ୍ୟୟବରାଦରେ ୪ବର୍ଷର ସମୟସୀମା ଭିତରେ କୁମ୍ଭୀରମାନଙ୍କୁ ସ୍ଥାନାନ୍ତର କରିବାକୁ ସିଦ୍ଧାନ୍ତ ହୋଇଥିବାବେଳେ ପ୍ରାଥମିକ ପର୍ଯ୍ୟାୟରେ ଶୁକ୍ରବାର ପ୍ରାୟ ଦେଢବର୍ଷ ବୟସର ୨ଟି ଅଣ୍ଡିରା ଓ ୩ଟି ମାଈ ଘଡିଆଳକୁମ୍ଭୀର ଛାଡିବାକୁ ଟିମ ଯାଇଛି। ପରୀକ୍ଷାମୂଳକ ଭାବେ ଏହି କୁମ୍ଭୀରକୁ ଛଡାଯାଇଉଛି। ରାଜସ୍ଥାନ ଚମ୍ବଲପୁରରୁ ଏକ ସଂସ୍ଥାଠାରୁ ୫ଟି ଟ୍ରାନ୍ସମିଟର କିଣାଯାଇ କୁମ୍ଭୀରଙ୍କ ଦେହରେ ଲଗାଯାଇଛି। ଯାହା ପରବର୍ତ୍ତୀ ସମୟରେ ସେମାନଙ୍କ ଗତିବିଧି ଉପରେ ଲକ୍ଷ ରଖାଯାଇପାରିବ। ତେବେ ପ୍ରଥମ ବର୍ଷରେ ୩୫ଟି କୁମ୍ଭୀର ଛଡାଯିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିବାର ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

ଇରାନ ପରେ ଇସ୍ତ୍ରାଏଲ ଉପରେ ଆକ୍ରମଣ କଲେ ହୁଥି ବିଦ୍ରୋହୀ, ସାମରିକ ଘାଟି ଉପରେ କ୍ଲଷ୍ଟର….

ତେହେରାନ,୫।୪: ଇରାନ ବ୍ୟତୀତ, ୟେମେନର ହୁତି ବିଦ୍ରୋହୀମାନେ ଏବେ ଇସ୍ରାଏଲ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ହୁଥି ବିଦ୍ରୋହୀମାନେ…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଅଧିକ ୫ କେଜି ଚାଉଳ ପାଇବେ ହିତାଧିକାରୀ

ଭୁବନେଶ୍ୱର,୫।୪(ସୁନିତ୍‌ ମିଶ୍ର): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫଏସ୍‌ଏସ୍‌)ର ହିତାଧିକାରୀ ଏଣିକି ଅଧିକ ୫ କେଜି ଲେଖାଏ ଚାଉଳ…

ଜିରାନଦୀରେ ମିଶୁଛି ସହରର ନର୍ଦ୍ଦମା ପାଣି, ରୋଗରେ ହନ୍ତସନ୍ତ ଲୋକେ

ବରଗଡ଼,୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜୀବନ ରେଖା କୁହାଯାଉଥିବା ଜୀରାନଦୀ ଜଳ ପ୍ରଦୂଷିତ ହେଉଛି । କେବଳ ସେତିକି ନୁହେଁ, ଜବରଦଖଲ ଯୋଗୁ ଦିନକୁ ଦିନ ନଦୀ ସଙ୍କୁଚିତ…

ଧାନ କିଣି ନେଲେ ହେଲେ ଦେଲେନି ଟଙ୍କା: ମାଗିବାରୁ ଦେଉଥିଲେ ହତ୍ୟା ଧମକ, ଏବେ…

ରିଆମାଳ,୫।୪(ବଦ୍ରୀ ନାରାୟଣ ଅଗ୍ରୱାଲ): ରିଆମାଳ ଥାନାଞ୍ଚଳର ବିଭିନ୍ନ ଗ୍ରାମର ଗରିବ ଚାଷୀଙ୍କ ନିକଟରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ…

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri