ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି: ସହରୀ ଭୋଟରଙ୍କ ଉପରେ ନଜର, ନିଯୁକ୍ତ ହେବେ ୱାର୍ଡ ଅଫିସର

ଭୁବନେଶ୍ୱର,୨୫।୮(ବ୍ୟୁରୋ): ରାଜ୍ୟରେ ଥିବା ପ୍ରାୟ ସମସ୍ତ ମହାନଗର ନିଗମ, ପୌରପରିଷଦ ଏବଂ ବିଜ୍ଞାପିତ ଅଞ୍ଚଳ(ଏନ୍‌ଏସି) କାର୍ଯ୍ୟକାଳ ସମାପ୍ତ ହୋଇଛି। କୌଣସି ପୌର ପ୍ରଶାସନରେ ନିର୍ବାଚିତ ପ୍ରତିନିଧି କାର୍ଯ୍ୟ କରୁନାହାନ୍ତି। ହେଲେ ସହରାଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମକୁ ଅବ୍ୟାହତ ରଖିବା ପାଇଁ ରାଜ୍ୟ ସରକାର ପ୍ରଶାସକମାନଙ୍କୁ ନିଯୁକ୍ତ କରିଛନ୍ତି। ବର୍ତ୍ତମାନ ଏହି ବ୍ୟବସ୍ଥାକୁ ଆହୁରି ତୃଣମୂଳସ୍ତରକୁ ନେବା ପାଇଁ ପଦକ୍ଷେପ ନିଆଯାଉଛି। ମହାନଗର,ଏନ୍‌ଏସି କିମ୍ବା ପୌର ପରିଷଦର ପ୍ରତି ୱାର୍ଡ ପାଇଁ ସ୍ବତନ୍ତ୍ର କାର୍ଯ୍ୟାଳୟ ବ୍ୟବସ୍ଥା କରାଯିବ। ସେହିପରି ଜଣେ ନୋଡାଲ ଅଧିକାରୀ ୱାର୍ଡ ଅଫିସର ଭାବେ କାର୍ଯ୍ୟ କରିବେ। ଏହି ଅଫିସରମାନଙ୍କୁ ସମ୍ପୃକ୍ତ ପୌର ପ୍ରଶାସନର କମିଶନର/କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତ କରିବେ ବୋଲି ଜଣାପଡିଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି.ମାଥିଭାଥନନ୍‌ ଏନେଇ ସମସ୍ତ ପୌର ପ୍ରଶାସନର କମିଶନର ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ଗତ ୧୯ରେ ଚିଠି ଲେଖିଥିବାବେଳେ ଶନିବାର ଉକ୍ତ ବିଜ୍ଞପ୍ତି ହସ୍ତଗତ ହୋଇଛି। ଆସନ୍ତା ସେପ୍ଟେମ୍ବର ପହିଲାରୁ ଏହି ବ୍ୟବସ୍ଥା ଲାଗୁ କରାଯିବା ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି।
ସହରାଞ୍ଚଳରେ ଜାରି ରହିଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟରେ ସାରିବା ପାଇଁ ଏହି ବ୍ୟବସ୍ଥାରେ ଗୁରୁତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫’ଟି ମନ୍ତ୍ରର କାର୍ଯ୍ୟକାରିତାକୁ ନଗର ଉନ୍ନୟନ ବିଭାଗ ସର୍ବାଧିକ ଗୁରୁତ୍ୱ ଦେଉଛି। ପ୍ରତିଦିନ ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହି ୱାର୍ଡ ଅଫିସ କାର୍ଯ୍ୟ କରିବ। ୱାର୍ଡ ଅଫିସର ପୌରାଞ୍ଚଳର ଜନସାଧାରଣ ଏବଂ ପୌର ପ୍ରଶାସନ ମଧ୍ୟରେ ସମନ୍ବୟ ଅଧିକାରୀ ଭାବେ କାର୍ଯ୍ୟ କରିବେ। ସ୍ଥାନୀୟ ୱାର୍ଡରେ ଥିବା ସରକାରୀ କାର୍ଯ୍ୟାଳୟ/ପୌର କାର୍ଯ୍ୟାଳୟ/ସରକାରୀ କୋଠା ଆଦିରେ ଏହି ୱାର୍ଡ ଅଫିସ କାର୍ଯ୍ୟ ଚାଲିବ। ଜନସାଧାରଣ ସିଧାସଳଖ ନିଜ ସମସ୍ୟା ୱାର୍ଡ ଅଫିସରଙ୍କୁ ଜଣାଇବେ ଏବଂ ସମସ୍ୟାର ସମାଧାନ ନିମିତ୍ତ ୱାର୍ଡ ଅଫିସର ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେବେ। ଅନ୍ୟ ପକ୍ଷରେ ସରକାରଙ୍କ ଏପରି ପଦକ୍ଷେପକୁ ବିରୋଧୀ ସମାଲୋଚନା କରିଛନ୍ତି। ଭାଜପାର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି ଯେ, ସାଧାରଣ ନିର୍ବାଚନ ପୂର୍ବରୁ ଯେପରି ବିଜେଡି ବିଜୁ ଯୁବ ବାହିନୀ କରିଥିଲା ଏବଂ ସରକାରୀ ଅର୍ଥରେ ପରୋକ୍ଷରେ ନିର୍ବାଚନ ପ୍ରଚାର କରୁଥିଲା। ବର୍ତ୍ତମାନ ୱାର୍ଡ ଅଫିସର ନିଯୁକ୍ତ କରି ପୁନର୍ବାର ସହରୀ ଭୋଟର ହାତେଇବାକୁ ଚେଷ୍ଟା କରୁଛି। ମୋଟ ଉପରେ କହିବାକୁ ଗଲେ ଭୋଟ ହାତେଇବା ପାଇଁ ଏହା ଏକ ପବ୍ଲିସିଟି ଷ୍ଟଣ୍ଟ ବୋଲି କହି ପ୍ରଦୀପ ସମାଲୋଚନା କରିଛନ୍ତି। କଂଗ୍ରେସର ବରିଷ୍ଠ ନେତା ପଞ୍ଚାନନ କାନୁନଗୋ କହିଛନ୍ତି ଯେ, ନିର୍ବାଚିତ ପ୍ରତିନିଧିମାନେ ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସେମାନଙ୍କ କାର୍ଯ୍ୟକାଳ ଶେଷ ହୋଇ ଅଧିକ ସମୟ ଅତିବାହିତ ହୋଇଗଲାଣି। ପ୍ରତିଶ୍ରୁତିବଦ୍ଧ ନିର୍ବାଚିତ ପ୍ରତିନିଧିମାନେ ଠିକ୍‌ କରିପାରିଲେ ନାହିଁ, ଅଫିସର ନିଯୁକ୍ତ ହେଲେ କ’ଣ କରିବେ। ସାମାନ୍ୟ ବର୍ଷା ହେଲେ ସହର ବାସିନ୍ଦାଙ୍କ ଜିନିଷପତ୍ର ଭାସିଯାଉଛି। ପରିମଳ ଓ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ। ତେଣୁ ରାଜ୍ୟ ସରକାର ୱାର୍ଡ ଅଫିସର ନିଯୁକ୍ତ କରିବା ଶବ୍ଦର ଏକ ପ୍ରହେଳିକା ବୋଲି ପଞ୍ଚାନନ କହିଛନ୍ତି। ଅପରପକ୍ଷରେ ବିଜେଡି ନେତା ତଥା ବିଧାୟକ ପ୍ରତାପକେଶରୀ ଦେବ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ପ୍ରତାପ କହିଛନ୍ତି ଯେ, ବିରୋଧୀମାନଙ୍କ କାର୍ଯ୍ୟ ହେଉଛି ସମାଲୋଚନା କରିବା, ତେଣୁ ସେଥିରେ କୌଣସି ନୂତନତ୍ୱ ନାହିଁ। ସହରୀଲୋକଙ୍କୁ ହାତପାହାନ୍ତାରେ ସମସ୍ତ ସୁବିଧା ଯୋଗାଇ ଦେବାକୁ ସରକାର ଚେଷ୍ଟା କରୁଛନ୍ତି। ଏଥିପାଇଁ ବିଭିନ୍ନ ଅଧିକାରୀ ନିଯୁକ୍ତ ହେବା ସ୍ବାଗତଯୋଗ୍ୟ। ବିରୋଧୀ ସମାଲୋଚନା କରିବେ ବୋଲି କ’ଣ ପ୍ରଶାସନିକ ଢାଞ୍ଚାରେ କାର୍ଯ୍ୟ ହେବ ନାହିଁ ବୋଲି ପ୍ରତାପ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri