ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି: ସହରୀ ଭୋଟରଙ୍କ ଉପରେ ନଜର, ନିଯୁକ୍ତ ହେବେ ୱାର୍ଡ ଅଫିସର

ଭୁବନେଶ୍ୱର,୨୫।୮(ବ୍ୟୁରୋ): ରାଜ୍ୟରେ ଥିବା ପ୍ରାୟ ସମସ୍ତ ମହାନଗର ନିଗମ, ପୌରପରିଷଦ ଏବଂ ବିଜ୍ଞାପିତ ଅଞ୍ଚଳ(ଏନ୍‌ଏସି) କାର୍ଯ୍ୟକାଳ ସମାପ୍ତ ହୋଇଛି। କୌଣସି ପୌର ପ୍ରଶାସନରେ ନିର୍ବାଚିତ ପ୍ରତିନିଧି କାର୍ଯ୍ୟ କରୁନାହାନ୍ତି। ହେଲେ ସହରାଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମକୁ ଅବ୍ୟାହତ ରଖିବା ପାଇଁ ରାଜ୍ୟ ସରକାର ପ୍ରଶାସକମାନଙ୍କୁ ନିଯୁକ୍ତ କରିଛନ୍ତି। ବର୍ତ୍ତମାନ ଏହି ବ୍ୟବସ୍ଥାକୁ ଆହୁରି ତୃଣମୂଳସ୍ତରକୁ ନେବା ପାଇଁ ପଦକ୍ଷେପ ନିଆଯାଉଛି। ମହାନଗର,ଏନ୍‌ଏସି କିମ୍ବା ପୌର ପରିଷଦର ପ୍ରତି ୱାର୍ଡ ପାଇଁ ସ୍ବତନ୍ତ୍ର କାର୍ଯ୍ୟାଳୟ ବ୍ୟବସ୍ଥା କରାଯିବ। ସେହିପରି ଜଣେ ନୋଡାଲ ଅଧିକାରୀ ୱାର୍ଡ ଅଫିସର ଭାବେ କାର୍ଯ୍ୟ କରିବେ। ଏହି ଅଫିସରମାନଙ୍କୁ ସମ୍ପୃକ୍ତ ପୌର ପ୍ରଶାସନର କମିଶନର/କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତ କରିବେ ବୋଲି ଜଣାପଡିଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି.ମାଥିଭାଥନନ୍‌ ଏନେଇ ସମସ୍ତ ପୌର ପ୍ରଶାସନର କମିଶନର ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ଗତ ୧୯ରେ ଚିଠି ଲେଖିଥିବାବେଳେ ଶନିବାର ଉକ୍ତ ବିଜ୍ଞପ୍ତି ହସ୍ତଗତ ହୋଇଛି। ଆସନ୍ତା ସେପ୍ଟେମ୍ବର ପହିଲାରୁ ଏହି ବ୍ୟବସ୍ଥା ଲାଗୁ କରାଯିବା ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି।
ସହରାଞ୍ଚଳରେ ଜାରି ରହିଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟରେ ସାରିବା ପାଇଁ ଏହି ବ୍ୟବସ୍ଥାରେ ଗୁରୁତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫’ଟି ମନ୍ତ୍ରର କାର୍ଯ୍ୟକାରିତାକୁ ନଗର ଉନ୍ନୟନ ବିଭାଗ ସର୍ବାଧିକ ଗୁରୁତ୍ୱ ଦେଉଛି। ପ୍ରତିଦିନ ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହି ୱାର୍ଡ ଅଫିସ କାର୍ଯ୍ୟ କରିବ। ୱାର୍ଡ ଅଫିସର ପୌରାଞ୍ଚଳର ଜନସାଧାରଣ ଏବଂ ପୌର ପ୍ରଶାସନ ମଧ୍ୟରେ ସମନ୍ବୟ ଅଧିକାରୀ ଭାବେ କାର୍ଯ୍ୟ କରିବେ। ସ୍ଥାନୀୟ ୱାର୍ଡରେ ଥିବା ସରକାରୀ କାର୍ଯ୍ୟାଳୟ/ପୌର କାର୍ଯ୍ୟାଳୟ/ସରକାରୀ କୋଠା ଆଦିରେ ଏହି ୱାର୍ଡ ଅଫିସ କାର୍ଯ୍ୟ ଚାଲିବ। ଜନସାଧାରଣ ସିଧାସଳଖ ନିଜ ସମସ୍ୟା ୱାର୍ଡ ଅଫିସରଙ୍କୁ ଜଣାଇବେ ଏବଂ ସମସ୍ୟାର ସମାଧାନ ନିମିତ୍ତ ୱାର୍ଡ ଅଫିସର ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେବେ। ଅନ୍ୟ ପକ୍ଷରେ ସରକାରଙ୍କ ଏପରି ପଦକ୍ଷେପକୁ ବିରୋଧୀ ସମାଲୋଚନା କରିଛନ୍ତି। ଭାଜପାର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି ଯେ, ସାଧାରଣ ନିର୍ବାଚନ ପୂର୍ବରୁ ଯେପରି ବିଜେଡି ବିଜୁ ଯୁବ ବାହିନୀ କରିଥିଲା ଏବଂ ସରକାରୀ ଅର୍ଥରେ ପରୋକ୍ଷରେ ନିର୍ବାଚନ ପ୍ରଚାର କରୁଥିଲା। ବର୍ତ୍ତମାନ ୱାର୍ଡ ଅଫିସର ନିଯୁକ୍ତ କରି ପୁନର୍ବାର ସହରୀ ଭୋଟର ହାତେଇବାକୁ ଚେଷ୍ଟା କରୁଛି। ମୋଟ ଉପରେ କହିବାକୁ ଗଲେ ଭୋଟ ହାତେଇବା ପାଇଁ ଏହା ଏକ ପବ୍ଲିସିଟି ଷ୍ଟଣ୍ଟ ବୋଲି କହି ପ୍ରଦୀପ ସମାଲୋଚନା କରିଛନ୍ତି। କଂଗ୍ରେସର ବରିଷ୍ଠ ନେତା ପଞ୍ଚାନନ କାନୁନଗୋ କହିଛନ୍ତି ଯେ, ନିର୍ବାଚିତ ପ୍ରତିନିଧିମାନେ ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସେମାନଙ୍କ କାର୍ଯ୍ୟକାଳ ଶେଷ ହୋଇ ଅଧିକ ସମୟ ଅତିବାହିତ ହୋଇଗଲାଣି। ପ୍ରତିଶ୍ରୁତିବଦ୍ଧ ନିର୍ବାଚିତ ପ୍ରତିନିଧିମାନେ ଠିକ୍‌ କରିପାରିଲେ ନାହିଁ, ଅଫିସର ନିଯୁକ୍ତ ହେଲେ କ’ଣ କରିବେ। ସାମାନ୍ୟ ବର୍ଷା ହେଲେ ସହର ବାସିନ୍ଦାଙ୍କ ଜିନିଷପତ୍ର ଭାସିଯାଉଛି। ପରିମଳ ଓ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ। ତେଣୁ ରାଜ୍ୟ ସରକାର ୱାର୍ଡ ଅଫିସର ନିଯୁକ୍ତ କରିବା ଶବ୍ଦର ଏକ ପ୍ରହେଳିକା ବୋଲି ପଞ୍ଚାନନ କହିଛନ୍ତି। ଅପରପକ୍ଷରେ ବିଜେଡି ନେତା ତଥା ବିଧାୟକ ପ୍ରତାପକେଶରୀ ଦେବ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ପ୍ରତାପ କହିଛନ୍ତି ଯେ, ବିରୋଧୀମାନଙ୍କ କାର୍ଯ୍ୟ ହେଉଛି ସମାଲୋଚନା କରିବା, ତେଣୁ ସେଥିରେ କୌଣସି ନୂତନତ୍ୱ ନାହିଁ। ସହରୀଲୋକଙ୍କୁ ହାତପାହାନ୍ତାରେ ସମସ୍ତ ସୁବିଧା ଯୋଗାଇ ଦେବାକୁ ସରକାର ଚେଷ୍ଟା କରୁଛନ୍ତି। ଏଥିପାଇଁ ବିଭିନ୍ନ ଅଧିକାରୀ ନିଯୁକ୍ତ ହେବା ସ୍ବାଗତଯୋଗ୍ୟ। ବିରୋଧୀ ସମାଲୋଚନା କରିବେ ବୋଲି କ’ଣ ପ୍ରଶାସନିକ ଢାଞ୍ଚାରେ କାର୍ଯ୍ୟ ହେବ ନାହିଁ ବୋଲି ପ୍ରତାପ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri