Posted inଭଦ୍ରକ

ନକଲି ସାର୍ଟିଫିକେଟରେ ଷ୍ଟାଇପେଣ୍ଡ ଲୁଟ୍‌ ଘଟଣା: ପ୍ରଶାସନିକ ସ୍ତରରେ ତନାଘନା

ଭଦ୍ରକ ଅଫିସ, ୯।୧୨- ଭଦ୍ରକ ଜିଲାରେ ନକଲି ଜାତିଗତ ପ୍ରମାଣପତ୍ର ଦେଇ ସରକାରୀ ଷ୍ଟାଇପେଣ୍ଡ ଲୁଟୁଛନ୍ତି କେତେକ ଘରୋଇ ଶିକ୍ଷାନୁଷ୍ଠାନ। ଏ ସମ୍ପର୍କରେ ଗତ ନଭେମ୍ବର ୨୬ ତାରିଖରେ ‘ନକଲି ସାର୍ଟିଫିକେଟ୍‌ରେ ଚାକିରି, ଷ୍ଟାଇପେଣ୍ଡ ଲୁଟ୍‌’ ଖବର ଧରିତ୍ରୀରେ ପ୍ରକାଶ ପାଇବା ପରେ ଜିଲା ପ୍ରଶାସନ ବେଶ୍‌ ତତ୍ପର ହୋଇଉଠିଛି। ପ୍ରଶାସନ ପକ୍ଷରୁ ତନାଘନା ଚାଲିଛି। ଜିଲାପାଳଙ୍କ କାର୍ଯ୍ୟାଳୟର ତୃତୀୟ ମହଲାରେ ଥିବା ଜିଲା ମଙ୍ଗଳ ଅଧିକାରୀଙ୍କ ଅଫିସ୍‌ରେ ସିସିଟିଭି ଲଗାଯାଇଛି। ସେହିପରି ଭାରପ୍ରାପ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର ଜିଲା ମଙ୍ଗଳ ଅଧିକାରୀଙ୍କ ସମେତ ସମସ୍ତ ବ୍ଲକର ମଙ୍ଗଳ ଅଧିକାରୀଙ୍କୁ ଡାକି ଯେଭଳି ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ ଷ୍ଟାଇପେଣ୍ଡ ଟଙ୍କା ହରିଲୁଟ୍‌ ନ ହେବ ସେନେଇ କଡ଼ା ନିର୍ଦ୍ଦେଶାନାମା ଜାରି କରିଛନ୍ତି। ପ୍ରତି ବ୍ଲକସ୍ତରୀୟ ଅଧିକାରୀ ସେମାନଙ୍କ ଅଞ୍ଚଳରେ ଥିବା ଘରୋଇ ଓ ସରକାରୀ ଶିକ୍ଷାନୁଷ୍ଠାନରୁ ଯେଭଳି ନକଲି ଜାତିଗତ ପ୍ରମାଣପତ୍ର ଓ ଅନ୍ୟାନ୍ୟ କାଗଜପତ୍ର ମାଧ୍ୟମରେ ଷ୍ଟାଇପେଣ୍ଡ ନେବା ପାଇଁ ଆବେଦନ ନ କରନ୍ତି ସେଥିପ୍ରତି ଅଧିକ ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସହାୟକ ଜିଲାପାଳ କାର୍ତ୍ତିକନାଥ ମଣ୍ଡଳଙ୍କୁ ମାଜିଷ୍ଟ୍ରେଟ ଦାୟିତ୍ୱ ଦିଆଯାଇ ଜିଲା ମଙ୍ଗଳ ଅଧିକାରୀ ଜୟନ୍ତ କୁମାର ଜେନାଙ୍କୁ ନେଇ ନିକଟରେ ଭଦ୍ରକ ଉପକଣ୍ଠର ଏକ ଡିପ୍ଲୋମା ଇଞ୍ଜିନିୟରିଂ କଲେଜରେ ଚଢ଼ାଉ କରାଯାଇଛି। ସରକାରୀ ୱେବ୍‌ସାଇଟ୍‌ ପ୍ରେରଣାରେ ଏହି କଲେଜ ମାଧ୍ୟମରେ କେତେ ପିଲା ଷ୍ଟାଇପେଣ୍ଡ ପାଇଁ ଆବେଦନ କରିଥିଲେ, କେତେଜଣ ଉକ୍ତ ଦିନ ପରୀକ୍ଷା ଚାଲିଥିବା ବେଳେ ଉପସ୍ଥିତ ଥିଲେ ଏବଂ ଉପସ୍ଥିତ ପିଲାଙ୍କ ଦସ୍ତଖତ ସମ୍ବଳିତ ଉପସ୍ଥାନର ନକଲ ଏହି ଟିମ୍‌ ଜବତ କରି ନେଇଥିବା ସୂଚନା ମିଳିଛି।
୨୦୧୮-୧୯ ଆର୍ଥିକ ବର୍ଷରେ ପ୍ରଦାନ କରାଯାଇଥିବା ଷ୍ଟାଇପେଣ୍ଡ ବାବଦ ଟଙ୍କାରୁ ନକଲି ଜାତିଗତ ସାର୍ଟିଫିକେଟ୍‌ ଦେଇ ବହୁ ଘରୋଇ ଶିକ୍ଷାନୁଷ୍ଠାନ ଲୁଟିଥିବା ଅଭିଯୋଗ ହୋଇଛି। ଏ ନେଇ ଜିଲା ପ୍ରଶାସନ ନିକଟରେ ବହୁବାର ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଉ ନ ଥିଲା। ଧରିତ୍ରୀରେ ଖବର ପ୍ରକାଶ ପରେ ଦୁଇବର୍ଷ ଧରି କିଭଳି ନକଲି ସାର୍ଟିଫିକେଟ୍‌ ମାଧ୍ୟମରେ ଟଙ୍କା ଲୁଟ୍‌ କରାଯାଇଛି ତାହାର ବିଧିବଦ୍ଧ ତଦନ୍ତ ସକାଶେ ଭାରପ୍ରାପ୍ତ ଜିଲାପାଳ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ନେଇ ଏବେ କେତେକ ଶିକ୍ଷାନୁଷ୍ଠାନରେ ଭୟ ସୃଷ୍ଟି ହୋଇଛି। ଏପରିକି ଶିକ୍ଷାନୁଷ୍ଠାନର ଦଲାଲମାନେ ଆତ୍ମଗୋପନ କଲେଣି। ଗତବର୍ଷର ଷ୍ଟାଇପେଣ୍ଡ ନେଇଥିବା ପିଲାଙ୍କ ସାର୍ଟିଫିକେଟ୍‌ କେତେ ଅସଲି ଓ ନକଲି ସେ ନେଇ ଜିଲାର ବିଭିନ୍ନ ବ୍ଲକରୁ ଦକ୍ଷ ମଙ୍ଗଳ ଅଧିକାରୀଙ୍କୁ ଡକାଯାଇ ଜିଲାପାଳଙ୍କ କାର୍ଯ୍ୟାଳୟରେ ଦିନରାତି ଯାଞ୍ଚ କରାଯାଉଛି। ଯାଞ୍ଚ ପ୍ରକ୍ରିୟା ସରିବା ପରେ ଏ ସମ୍ପର୍କରେ ସ୍ପଷ୍ଟ ହେବ ବୋଲି ଭାରପ୍ରାପ୍ତ ଜିଲାପାଳ ମିଶ୍ର କହିଛନ୍ତି। ଆବଶ୍ୟକ ସ୍ଥଳେ ଅସାଧୁ କର୍ମଚାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ, ଘରୋଇ ଶିକ୍ଷାନୁଷ୍ଠାନ ଓ ଛାତ୍ରୀଛାତ୍ରଙ୍କ ବିରୋଧରେ ଏତଲା ଦାଏର କରାଯିବ ବୋଲି ଜିଲା ମଙ୍ଗଳ ଅଧିକାରୀ ଜେନା ପ୍ରକାଶ କରିଛନ୍ତି। ଜିଲାପାଳଙ୍କ ଦସ୍ତଖତରେ ଏକ ଆଗୁଆ ସତର୍କ ସୂଚନା ଚିଠି ବିଭିନ୍ନ ଶିକ୍ଷାନୁଷ୍ଠାନକୁ ପଠାଯାଇଥିବାବେଳେ ଏହାର ନକଲ ଏସ୍‌ପିଙ୍କୁ ପ୍ରଦାନ କରାଯାଇଥିବା ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri