ନକଲି କମର୍ସିଆଲ ଟ୍ୟାକ୍ସ ଅଫିସର ଗିରଫ

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ନିଜକୁ ଜଣେ କମର୍ସିଆଲ ଟ୍ୟାକ୍ସ ଅଫିସର ଭାବେ ପରିଚୟ ଦେଉଥିଲେ। ମୋବାଇଲ୍‌ ନମ୍ବର ଟ୍ରୁ-କଲରରେ ନିଜର ଭିନ୍ନ ଭିନ୍ନ ନାମ ସହ କେତେବେଳେ ସରକାରୀ ଅଫିସର ତ ପୁଣି ଗୁଗୁଲ୍‌ର ସର୍କଲ ରିଜିଓନାଲ ମ୍ୟାନେଜର ବୋଲି ରଖୁଥିଲେ। ବଡ଼ ବଡ଼ ବ୍ୟବସାୟୀ ଓ ଶୋ’ରୁମ୍‌ ମାଲିକଙ୍କୁ ନାନା ଧମକ ଦେଇ କେତେବେଳେ ଟଙ୍କା ତ ଆଉ କେତେବେଳେ ଦାମୀ ସାମଗ୍ରୀ ନେଉଥିଲେ। ଏହି ନକଲି କମର୍ସିଆଲ ଟ୍ୟାକ୍ସ ଅଫିସରଙ୍କୁ କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ୍‌ ଗିରଫ କରିଛି। ସେ ହେଲେ କଳିଙ୍ଗନଗର ପ୍ଲଟ୍‌ ନଂ.କେ-୭ରେ ରହୁଥିବା ସୂର୍ଯ୍ୟକାନ୍ତ ଓରଫ ସୌମ୍ୟଜିତ୍‌ ତ୍ରିପାଠୀ। ତାଙ୍କ ନାମରେ ଶହୀଦନଗର ଥାନାରେ ୩ଟି ମାମଲା ରୁଜୁ ହୋଇଛି। ତାଙ୍କଠାରୁ ପୋଲିସ ୬ ଲାପ୍‌ଟପ୍‌, ୧୦ଲକ୍ଷ ଟଙ୍କାର ମୋବାଇଲ୍‌ ଫୋନ୍‌, ସିପିୟୁ, ପ୍ରିଣ୍ଟିଂ ମେଶିନ ଜବତ କରିଛି। ତାଙ୍କ ନାମରେ ଅଭିଯୋଗ ସଂଖ୍ୟା ବଢ଼ି ଚାଲିଥିବାବେଳେ ପୋଲିସ ପଚରାଉଚରା ପରେ କୋର୍ଟଚାଲାଣ କରିଛି।
ପୋଲିସ ସୂଚନାନୁଯାୟୀ, ସୌମ୍ୟଜିତ୍‌ ମେକାନିକାଲ ଇଞ୍ଜିନିୟରିଂ ପଢ଼ିଛନ୍ତି। ଚାକିରି ନ ପାଇବାରୁ ଏଭଳି ଠକେଇ କରିବାକୁ ଅଭିନବ ପନ୍ଥା ଆପଣାଇଥିଲେ। କମର୍ସିଆଲ ଟ୍ୟାକ୍ସ ଅଫିସର ବିପିନ ବିହାରୀ ତ୍ରିପାଠୀ ପରିଚୟ ଦେଇ ଇଲେକ୍ଟ୍ରୋନିକ୍ସ ଶୋ’ରୁମ୍‌ ମାଲିକଙ୍କୁ ଫୋନ୍‌ କରି ତାଙ୍କ ଅଫିସ ପାଇଁ ଆବଶ୍ୟକ ସାମଗ୍ରୀର ଅର୍ଡର ଦେଉଥିଲେ। ଜଣେ ପିଅନ୍‌ଙ୍କୁ ପଠାଉଛି, ଟଙ୍କା ପରେ ନେଇଯିବାକୁ କହୁଥିଲେ। ଶୋ’ରୁମ୍‌ ମାଲିକ ରାଜି ନ ହେଲେ ତାଙ୍କୁ ଟ୍ୟାକ୍ସ ଫାଙ୍କିଥିବା କେସ୍‌ରେ ଫସାଇଦେବାକୁ ଧମକ ଦେଉଥିଲେ। ଶୋ’ରୁମ୍‌ ମାଲିକମାନେ ତାଙ୍କ ମୋବାଇଲ୍‌ ନମ୍ବର ଟ୍ରୁ କଲର ଦେଖି ବିଶ୍ୱାସ କରି ନେଉଥିଲେ। ଏହାପରେ ଶୋ’ରୁମ୍‌ରୁ ମନଇଚ୍ଛା ବିଭିନ୍ନ ସାମଗ୍ରୀ ନେଇ ବାହାରେ ବିକ୍ରି କରୁଥିଲେ ସୌମ୍ୟଜିତ୍‌। ଟଙ୍କା ନ ଦେଇ ଡରାଉଥିଲେ। ଏହିଭଳି ସେ ବିଏମ୍‌ସି ମଲ୍‌ରେ ଥିବା ପ୍ରୋପ୍‌-ଦିଭା ଇଣ୍ଟରପ୍ରାଇଜେସ୍‌ ମାଲିକ ନିକୁଞ୍ଜ ଖେମାନୀଙ୍କଠାରୁ ଗତ ୧୯ ତାରିଖରେ ୧୧ ଆଇଫୋନ୍‌ ନେଇ ଟଙ୍କା ଦେଇ ନ ଥିଲେ। ସନ୍ଦେହ ହେବାରୁ ନିକୁଞ୍ଜ ଶହୀଦନଗର ଥାନାରେ ଅଭିଯୋଗ କରିଥିଲେ। ପୋଲିସ କେସ୍‌ ନଂ-୬୧୩/୧୯ ମାମଲା ରୁଜୁ କରିଥିଲା। ସେହିଭଳି ସମାନ ଠକେଇର ଶିକାର ହୋଇଥିବା ଏହି ଥାନାଞ୍ଚଳର ୩ ଶୋ’ରୁମ୍‌ ମାଲିକ ଅଭିଯୋଗ କରିବା ପରେ ଡିସିପି ସ୍ପେଶାଲ ସ୍କ୍ବାଡ୍‌କୁ ତଦନ୍ତ ଦାୟିତ୍ୱ ଦେଇଥିଲେ। ପୋଲିସ ମୋବାଇଲ୍‌ ନମ୍ବର ଯାଞ୍ଚ କରିବା ସହ କମର୍ସିଆଲ ଟ୍ୟାକ୍ସ ଅଫିସ୍‌କୁ ଯାଇ ଯାଞ୍ଚ କରାଯିବା ପରେ ଉକ୍ତ ବ୍ୟକ୍ତିଜଣକ ଠକ ବୋଲି ଜାଣିବାକୁ ପାଇଥିଲା। ପୂର୍ବରୁ ମଧ୍ୟ ଏଭଳି ଅଭିଯୋଗ ଆସିଥିବା ଅଫିସ ପକ୍ଷରୁ କୁହାଯିବା ପରେ ପୋଲିସ ଉକ୍ତ ମୋବାଇଲ୍‌ ନମ୍ବରକୁ ଟ୍ରେସ୍‌ କରି ତାଙ୍କୁ ଧରିବା ପରେ ଅସଲ ପରିଚୟ ଓ କାର୍‌ନାମା ପଦାକୁ ଆସିଥିଲା। ଟ୍ରୁ କଲରରେ ଆସୁଥିବା ବିପିନ ବିହାରୀ ତ୍ରିପାଠୀ ତାଙ୍କ ବାପାଙ୍କ ନାମ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

Air Indiaର ସମସ୍ତ ପାଇଲଟଙ୍କର ହେବ ଡ୍ରଗ୍ସ ଟେଷ୍ଟ, ଜାଣନ୍ତୁ ଏହାର କାରଣ…

ନୂଆଦିଲ୍ଲୀ,୧୩।୮: ‘ମାରିଜୁଆନା ଘଟଣା’ ପରେ, ଏୟାର ଇଣ୍ଡିଆ ଏହାର ସମସ୍ତ ପାଇଲଟଙ୍କ ପାଇଁ ବାଧ୍ୟତାମୂଳକ ସ୍କ୍ରିନିଂ ନିର୍ଦ୍ଦେଶ ଦେଇଛି। ନିଷିଦ୍ଧ ପଦାର୍ଥ ଏବଂ ଔଷଧର ଯାଞ୍ଚ ନିୟମ…

ଗମ୍ଭୀରଙ୍କୁ ନେଇ ଏଭଳି କହିଦେଲେ ହରଭଜନ ସିଂ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୩।୮: ଗୌତମ ଗମ୍ଭୀରଙ୍କୁ ନେଇ ପୂର୍ବତନ ଭାରତୀୟ ସ୍ପିନର୍ ହରଭଜନ ସିଂ ଏକ ବଡ଼ ବୟାନ ଦେଇଛନ୍ତି । ହରଭଜନଙ୍କ କହିବାନୁଯାୟୀ, ସେ ଯେଉଁ ଗୌତମ ଗମ୍ଭୀରଙ୍କୁ…

ଗଭୀର ଅବପାତ ରୂପ ନେଲା ଲଘୁଚାପ, ସମୁଦ୍ର ଅଶାନ୍ତ, ଦୀଘା ବେଳାଭୂମିରେ ଲାଗିଲା…

ଭୋଗରାଇ,୧୩ା୮(ପ୍ରଦୀପ ଦାସ): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଗଭୀର ଅବପାତରେ ପରିଣତ ହୋଇଛି। ମୌସମୀ ସକ୍ରିୟ ସହ ଅବପାତ ହେବାରୁ ଉତ୍ତର ଓଡ଼ିଶା…

Sukhbir Badal: ସୁଖବୀର ସିଂହ ବାଦଲଙ୍କ ଉପରେ ଆକ୍ରମଣର ହେବ ତଦନ୍ତ; ମୁଖ୍ୟମନ୍ତ୍ରୀ ଫଡନାଭିସ ଦେଲେ ବଡ଼ ନିର୍ଦ୍ଦେଶ

ମୁମ୍ବାଇ,୧୩।୮: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଅକାଳି ଦଳର ମୁଖ୍ୟ ଏବଂ ପୂର୍ବତନ ପଞ୍ଜାବ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କ ଉପରେ ହୋଇଥିବା ଆକ୍ରମଣର ତଦନ୍ତ ନିର୍ଦ୍ଦେଶ…

ଗାତରେ ପଡ଼ିଗଲା ହାତୀଛୁଆ, ଜଗି ରହି ଚିତ୍କାର କରୁଥିଲା ମା’, ଆଉ ତା’ ପରେ…

ସୁନ୍ଦରଗଡ଼,୧୩ା୮(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସଦର ରେଞ୍ଜ ଅନ୍ତର୍ଗତ ହମିରପୁର ପଞ୍ଚାୟତର ଗୋପପୁର ଜଙ୍ଗଲରେ ଗାତରେ ପଡ଼ିଥିବା ଏକ ହାତୀଛୁଆକୁ ଗୁରୁବାର ସକାଳେ ଜଙ୍ଗଲ ବିଭାଗ ଦ୍ବାରା ଉଦ୍ଧାର…

ବୈଶିଙ୍ଗା-ରୁପ୍‌ସା ମୁଖ୍ୟ ରାସ୍ତାରେ ଚଳାଚଳ ବନ୍ଦ

ବୈଶିଙ୍ଗା,୧୩ା୮(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବୁଧବାରଠାରୁ ମୂଷଳ ଧାରାରେ ଲଘୁଚାପ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଜୀବନ…

ଜନସାଧାରଣଙ୍କ ପାଇଁ ବଡ଼ ଘୋଷଣା କଲେ ପ୍ରଶାନ୍ତ କିଶୋର, ନିଜ ବାସଭବନରେ ନ ରହି….

ପାଟନା,୧୩।୮: ବାଙ୍କୀପୁର ବିଧାନସଭା ଉପନିର୍ବାଚନ ଜିତିବା ପରେ ଜନ ସୁରାଜର ସଂସ୍ଥାପକ ତଥା ନବନିର୍ବାଚିତ ବିଧାୟକ ପ୍ରଶାନ୍ତ କିଶୋର ଜନସାଧାରଣଙ୍କ ସ୍ୱାର୍ଥରେ ଏକ ବଡ଼ ଘୋଷଣା କରିଛନ୍ତି…

ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଆଣିବ ବଡ଼ ଖୁସି: ଅକ୍ଟୋବର ପର୍ଯ୍ୟନ୍ତ ଏହି ୩ ରାଶିଙ୍କୁ ମିଳିବ ଭାଗ୍ୟର ସାଥ୍‌

ଅଗଷ୍ଟ ମାସରେ ଶନିଦେବଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଗୋଚର ହେବାକୁ ଯାଉଛି। ଜ୍ୟୋତିଷ ଅନୁସାରେ ଏହି ଗୋଚରର ପ୍ରଭାବ ବେଶ ଗୁରୁତ୍ୱପୂର୍ଣ୍ଣ ରହିପାରେ। ବର୍ତ୍ତମାନ ଶନି ମୀନ ରାଶିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri