ଧ୍ୱଂସାଭିମୁଖୀ ମନ୍ଦିର କାରୁକାର୍ଯ୍ୟ

ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ଓଡ଼ିଶାରେ ଐତିହ୍ୟର ସଂରକ୍ଷଣ ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ। ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ) ଅଧୀନରେ ରାଜ୍ୟର ୭୯ କୀର୍ତ୍ତିରାଜି ରହିଥିବାବେଳେ ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ସଂସ୍ଥା ଅଧୀନରେ ରହିଛି ୨୧୮ ଐତିହ୍ୟସ୍ଥଳୀ। ମାତ୍ର ଏଗୁଡ଼ିକର ସଂରକ୍ଷଣ, ରକ୍ଷଣାବେକ୍ଷଣ ଏବଂ ପୁନରୁଦ୍ଧାର ଦିଗରେ ପଦକ୍ଷେପ ନିଆଯାଉ ନ ଥିବାରୁ କ୍ରମାଗତ ଏହା ନଷ୍ଟ ହେବାରେ ଲାଗିଛି। ସମୟ ସ୍ରୋତରେ ଉତ୍କୃଷ୍ଟ ମନ୍ଦିରର କଳାକୃତି ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି। ମନ୍ଦିର ଗାତ୍ରରୁ ପାରମ୍ପରିକ କାରୁକାର୍ଯ୍ୟ ଲିଭିଯାଉଥିବା ବେଳେ ସେଠାରେ ଆଉ ଦେଖିବାକୁ ମିଳୁନି ପୁରାତନ ଶିଳ୍ପୀଙ୍କ ଛାପ। ଏପଟେ ଯେତେ ପୁନରୁଦ୍ଧାର ଏବଂ ସଂରକ୍ଷଣ ହେଲେ ମଧ୍ୟ ସେଥିରେ ସ୍ଥାନ ପାଉନି ପୁରାତନ କାରୁକାର୍ଯ୍ୟ। ଫଳରେ ଓଡ଼ିଆ ଶିଳ୍ପୀଙ୍କ କୃତିତ୍ବ ଧୀରେ ଧୀରେ ଲୋପ ପାଇଯାଉଛି।
ପ୍ରାକୃତିକ ବିପର୍ଯ୍ୟୟ, ଜଳବାୟୁ ପରିବର୍ତ୍ତନ, ସମୁଦ୍ର ପବନ ମାଡ଼ରେ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା ଅଧିକାଂଶ ମନ୍ଦିର ଏବଂ କୀର୍ତ୍ତିରାଜି ନଷ୍ଟ ହୋଇଯାଉଛି। ରାଜଧାନୀ ଭୁବନେଶ୍ୱରରେ ଥିବା ପ୍ରାୟ ୨୦ ମନ୍ଦିର ଏବେ ଧ୍ୱଂସାଭିମୁଖୀ ଅବସ୍ଥାରେ ପହଞ୍ଚତ୍ଛି। ଗତକିଛି ବର୍ଷ ହେଲା ରାଜ୍ୟ ସଂସ୍କୃତି ବିଭାଗ ଏବଂ ଏଏସ୍‌ଆଇ ମନ୍ଦିରଗୁଡ଼ିକର ପୁନରୁଦ୍ଧାର କରିବା ସହ ପୂର୍ବ ସୌନ୍ଦର୍ଯ୍ୟ ଫେରାଇ ଆଣିବାକୁ ଗୁରୁତ୍ବ ଦେଉଛି। ହେଲେ ତାହା ଫଳପ୍ରଦ ହେଉନାହିଁ। କୋଣାର୍କ ମନ୍ଦିରର ସଂରକ୍ଷଣ କାର୍ଯ୍ୟ ଜାରି ରହିଥିଲେ ମଧ୍ୟ ସେଥିରେ ପୂର୍ବ କଳାକୃତି ଆଉ ଦେଖିବାକୁ ମିଳୁନି। ମନ୍ଦିରର ଅଧିକାଂଶ ସ୍ଥାନରେ ସାଧା ପଥର ଖଞ୍ଜାଯାଇ କାର୍ଯ୍ୟ କରାଯାଉଛି। ଫଳରେ ସୂର୍ଯ୍ୟ ମନ୍ଦିରର ପୁରାତନ କାରୁକାର୍ଯ୍ୟ ନଷ୍ଟ ହୋଇଗଲାଣି। ସେହିପରି ପୁରୀ ଶ୍ରୀମନ୍ଦିରର ମରାମତି ସମୟରେ କଳାକୃତି ଲୋପପାଉଥିବା ଅଭିଯୋଗ ହେବାପରେ ଏଏସ୍‌ଆଇ ସେଥିପ୍ରତି ଦୃଷ୍ଟି ଦେଇଛି। ରାଜ୍ୟ ସଂସ୍କୃତି ବିଭାଗ ଅଧୀନ ରାଜ୍ୟ ପ୍ରତ୍ନତତ୍ତ୍ୱ ସଂସ୍ଥା ଦ୍ୱାରା ପୁରୀ ମାଣିକପାଟଣାର ଭବକୁଣ୍ଡଳେଶ୍ୱର ମନ୍ଦିର, ବାଲିହରଚଣ୍ଡୀର ହରଚଣ୍ଡୀ ମନ୍ଦିର, ଗଞ୍ଜାମ କଣ୍ଟିଆଗଡ଼ରେ ଥିବା ବଟେଶ୍ୱର ମନ୍ଦିର, କେନ୍ଦ୍ରାପଡ଼ା ଜିଲା ପେଣ୍ଠରେ ଥିବା ଜଗନ୍ନାଥ ମନ୍ଦିର, ଚିଲିକା ନିକଟ ନଇରୀରେ ଥିବା ହରିହର ମନ୍ଦିର ଆଦିର ସଂରକ୍ଷଣ କାର୍ଯ୍ୟ କରାଯାଇଥିଲା। ହେଲେ ଏଠାରେ ମଧ୍ୟ ମନ୍ଦିର କଳାକୃତିର ଛାପ କିଛି ଅଂଶରେ କ୍ଷୟ ହେଉଥିବା ଅଭିଯୋଗ ହୋଇଛି। ମନ୍ଦିର ଗାତ୍ରରୁ ଏଭଳି କଳାକୃତି ଧୀରେ ଧୀରେ ଲିଭିଯିବା ନେଇ ବିଶିଷ୍ଟ ଶିଳ୍ପୀମାନେ ସ୍ବର ଉଠାଇଛନ୍ତି। ଯଦି ଏବେଠାରୁ ଏ ଦିଗରେ ପଦକ୍ଷେପ ନିଆ ନ ଯାଏ, ତେବେ ଆଗାମୀ ଦିନରେ ଓଡ଼ିଶାର ମନ୍ଦିର କଳାକୃତି ସମ୍ପୂର୍ଣ୍ଣ ଲୋପ ପାଇଯିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଏନେଇ ଓଡ଼ିଶା ଷ୍ଟେଟ୍‌ ଆର୍କିଓଲୋଜି ସୁପରିଣ୍ଟେଣ୍ଡେଣ୍ଟ ସଂଘମିତ୍ରା ଶତପଥୀ କହିଛନ୍ତି, ମନ୍ଦିର କାରୁକାର୍ଯ୍ୟର ସଂରକ୍ଷଣ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏବେ ୮୩ ମନ୍ଦିର ସଂରକ୍ଷଣ କାମ ପାଇଁ ଅନୁମତି ମିଳିଥିବାବେଳେ ୩୦ଟିର କାମ ଚାଲିଛି। ଏବେ ବି ଆମ ପାଖରେ ହଜାର ହଜାର ପ୍ରସ୍ତାବ ପଡ଼ିରହିଛି ବୋଲି ଶତପଥୀ କହିଛନ୍ତି।

ଓଡ଼ିଶାରେ ରେଖ, ପିଢ଼ ଡିଜାଇନ୍‌ର ଅଧିକାଂଶ ମନ୍ଦିର:

ଦେଶରେ ଥିବା ମନ୍ଦିରଗୁଡିକଠାରୁ ଓଡ଼ିଶାର ମନ୍ଦିର କଳାକୃତି ସମ୍ପୂର୍ଣ୍ଣ ଭିନ୍ନ। ରେଖ, ପିଢ଼ ଏବଂ ଖାଗା ଭଳି ଏଠାରେ ସାଧାରଣତଃ ୩ ପ୍ରକାରର ମନ୍ଦିର ଦେଖିବାକୁ ମିଳିଥାଏ। ଏହି ୩ ଆକୃତିର ମନ୍ଦିର ମଧ୍ୟରୁ ରେଖ ଏବଂ ପିଢ଼ ଡିଜାଇନ୍‌ ମନ୍ଦିର ଓଡ଼ିଶାରେ ସର୍ବାଧିକ। ମନ୍ଦିରମାଳିନୀ ସହର ଭୁବନେଶ୍ୱରରେ ମଧ୍ୟ ଏହି ଆକୃତିର ମନ୍ଦିର ସଂଖ୍ୟା ବେଶି। ମନ୍ଦିରର ଡିଜାଇନ୍‌ ସାଙ୍ଗକୁ ଏହାର ଚାରିପାଖର କଳାକୃତି ସବୁବେଳେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥାଏ। ଅଧିକାଂଶ ମନ୍ଦିରରେ କୃଷ୍ଣଙ୍କ ଗୋପଲୀଳା ସାଙ୍ଗକୁ ନର୍ତ୍ତକୀଙ୍କ ଅର୍ଦ୍ଧନଗ୍ନ ନୃତ୍ୟ ଆକର୍ଷଣୀୟ। ମନ୍ଦିର ଚତୁଃପାର୍ଶ୍ୱରେ ଖୋଦିତ ଏଭଳି କଳାକୃତି ଓଡ଼ିଆ ଶିଳ୍ପୀଙ୍କ ଭିନ୍ନତାକୁ ଦର୍ଶାଇଥାଏ। ହେଲେ ଧୀରେ ଧୀରେ ମନ୍ଦିରଗୁଡିକରେ ଖୋଦିତ କଳାକୃତି ଲୋପ ପାଇବାକୁ ବସିଛି।

ସସ୍ମିତା ପାଇକରାୟ


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri