Posted inଖେଳ

ଧୋନୀଙ୍କୁ ବିରାଟଙ୍କ ପ୍ରଶଂସା

ନୂଆଦିଲ୍ଲୀ, ୧୯।୪(ପି.ଟି.)- ଜଣେ ଅଧିନାୟକଭାବେ ମହେନ୍ଦ୍ର ସିଂ ଧୋନୀ ଏକଦା ବିରାଟ କୋହଲିଙ୍କ ପ୍ରତି ଦୃଢ଼ ସମର୍ଥନ ଜଣାଇଥିଲେ। ଏହାକୁ ବିରାଟ ଭୁଲନ୍ତେ ବା କିପରି। ଏବେ ତାଙ୍କ ସମୟ ଆସିଛି। କୌଣସି ସମାଲୋଚନାକୁ ଖାତିର ନ କରି ସେ ଧୋନୀଙ୍କ ପ୍ରତି ନିଜର ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ଇଂଲଣ୍ଡରେ ହେବାକୁଥିବା ଆଇସିସି ବିଶ୍ୱକପ ପାଇଁ ଘୋଷିତ ୧୫ ଜଣିଆ ଦଳ କମ୍ବିନେଶନରେ ସନ୍ତୋଷ ପ୍ରକାଶ କରିଛନ୍ତି କୋହଲି। ”ଭାରତୀୟ ଦଳକୁ ନେଇ କେତେକ ଅସନ୍ତୋଷ ପ୍ରକାଶ କରିବା ଦୁଃଖଦାୟକ। ମୋ ପାଇଁ ନିଷ୍ଠା ଓ ଆନୁଗତ୍ୟର ମହତ୍ତ୍ୱ ଅନେକ“ ବୋଲି ବିରାଟ କହିଛନ୍ତି। ମୁଁ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିବା ସମୟରେ କିଛି ଗେମ୍‌ ପରେ ସେ ଅନ୍ୟ କାହାକୁ ପରୀକ୍ଷା କରିବାର ବିକଳ୍ପ ଥିଲା। ମାତ୍ର ମୁଁ ସୁଯୋଗର ସଦ୍‌ବ୍ୟବହାର କରିଥିଲି। ମାତ୍ର ମୋ ପାଇଁ ସେପରି ସମର୍ଥନ ଜଣାଇବା ବାସ୍ତବିକ କଷ୍ଟକର। ଧୋନୀ ମୋତେ ୩ ନମ୍ବର ସ୍ଥାନରେ ବ୍ୟାଟିଂ ସୁଯୋଗ ଦେଇଥିଲେ, କାରଣ ସେହି ସ୍ଥାନରେ ଖେଳିବାକୁ ଅଧିକ ଯୁବ ଖେଳାଳି ନ ଥିଲେ ବୋଲି ନିଜ ସମୟକୁ ମନେ ପକାଇ ପ୍ରକାଶ କରିଛନ୍ତି କୋହଲି।

କେବଳ ପଡ଼ିଆ ସଜ୍ଜା ଏବଂ ବୋଲିଂରେ ପରିବର୍ତ୍ତନକୁ ନେଇ ଆମେ ଆଲୋଚନା କରିଥାଉ ଏବଂ ପରସ୍ପର ମତକୁ ସମ୍ମାନ ଦେଇଥାଉ। ମ୍ୟାଚ ପରିସ୍ଥିତିକୁ ପଢ଼ିବାରେ ଧୋନୀଙ୍କଠାରୁ ବଡ଼ ମାହିର ଖେଳାଳି ଆଉ କେହି ନାହାନ୍ତି ବୋଲି ବିରାଟ କହିଛନ୍ତି। ”ସେ ଏକମାତ୍ର ବ୍ୟକ୍ତି ଯିଏକି ଗେମ୍‌ର ଅର୍ଥକୁ ଭଲଭାବେ ଜାଣିଛନ୍ତି। ପଡ଼ିଆରେ ପ୍ରଥମ ବଲ୍‌ରୁ ୩୦୦ ବଲ୍‌ (୫୦ ଓଭର) ପର୍ଯ୍ୟନ୍ତ ସେ ଗେମ୍‌କୁ ଭଲଭାବେ ବୁଝି ପାରନ୍ତି। ତାଙ୍କଭଳି ଜଣେ ମନୋଭାବ ସମ୍ପନ୍ନ ଖେଳାଳିଙ୍କୁ ଉଇକେଟ ପଛରେ ପାଇ ମୁଁ ଭାଗ୍ୟବାନ“ ବୋଲି କୋହଲି କହିଛନ୍ତି। ଧୋନୀ, କୋଚ୍‌ ରବି ଶାସ୍ତ୍ରୀ ଓ ଉପ ଅଧିନାୟକ ରୋହିତ ଶର୍ମାଙ୍କ ସହ ମିଶି ସେ ରଣନୀତି ପ୍ରସ୍ତୁତ କରିବାକୁ ଚାହିଁବେ ବୋଲି ସୂଚନା ଦେଇଛନ୍ତି। ଭାରତୀୟ ଦଳର ଚୟନ ହୋଇଥିବା ୧୫ ଖେଳାଳିଙ୍କୁ ନେଇ ମୁଁ ଖୁସି। ଏହା ଏକ ସନ୍ତୁଳିତ ଦଳ। ଏହାକୁ ନେଇ ସେ ରିଷଭ ପନ୍ତ ଓ ଅମ୍ବାତି ରାୟୁଡ଼ୁଙ୍କୁ ନେଇ ହେଉଥିବା ବିତର୍କ ଭିତରେ ପଶିବାକୁ ଚାହିଁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦ୍ୱିପାକ୍ଷିକ ଟେଷ୍ଟ ସିରିଜରେ ସର୍ବାଧିକ ଛକା

ରାଞ୍ଚତ୍, ୨୦।୧୦- ରୋହିତ୍‌ ଶର୍ମାଙ୍କ ନାମରେ ଆଉ ଏକ ରେକର୍ଡ ଯୋଡ଼ି ହୋଇଛି। କୌଣସି ଦ୍ୱିପାକ୍ଷିକ ଟେଷ୍ଟ ସିରିଜରେ ସର୍ବାଧିକ ଛକା ମାରିବାର ରେକର୍ଡର ଅଧିକାରୀ...

ରେକର୍ଡ ଦୃଷ୍ଟିରୁ ଧୋନୀ, କିନ୍ତୁ କୁମ୍ବଲେ ଶ୍ରେଷ୍ଠ

ନୂଆଦିଲ୍ଲୀ, ୨୩ା୪ (ପି.ଟି.)-ରେକର୍ଡ ଦୃଷ୍ଟିିରୁ ମହେନ୍ଦ୍ର ସିଂ ଧୋନୀ ମହାନ୍‌ ହୋଇଥାଇ ପାରନ୍ତି କିନ୍ତୁ ମୋ ପାଇଁ ଅନିଲ କୁମ୍ବଲେ ଶ୍ରେଷ୍ଠ ଅଧିନାୟକ ବୋଲି କହିଛନ୍ତି...

ଆସନ୍ତା ବର୍ଷ ଆଇପିଏଲ୍‌ରେ ଏଣ୍ଟ୍ରି କରିବେ ୨ ନୂଆ ଟିମ୍‌ ! ବିସିସିଆଇ ବୈଠକରେ ନିଆଯାଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ,୩।୧୨: ଆସନ୍ତା ବର୍ଷ ଆଇପିଏଲରେ ୨ ନୂତନ ଦଳ ଭାଗ ନେଇପାରନ୍ତି। ବିସିସିଆଇ ନିଜର ବାର୍ଷିକ ବୈଠକ(ଏଜିଏମ୍‌)ର ଏଜେଣ୍ଡାରେ ନୂଆ ଦଳକୁ ସାମିଲ କରିବାର ମୁଦ୍ଦା...

କୋହଲିଙ୍କୁ ଆଉ ଏକ ବଡ ଝଟ୍‌କା

ଚେନ୍ନାଇ,୧୦।୨: ଚେନ୍ନାଇ ଟେଷ୍ଟରେ ଟିମ ଇଣ୍ଡିଆର ପରାଜୟ ପରେ ବିରାଟ କୋହଲିଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି। ଆଇସିସି ଟେଷ୍ଟ ମାନ୍ୟତାରେ ବିରାଟ କୋହଲି...

ଭାରତକୁ ସାହାଯ୍ୟ ପାଇଁ ଆଗେଇ ଆସିଲେ ମହାନ ଖେଳାଳି

ନୂଆଦିଲ୍ଲୀ,୨୭।୪ : ଅଷ୍ଟ୍ରେଲିଆନ ପେସର ପାଟ କୁମିନ୍ସଙ୍କ ପରେ ଭାରତକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ମହାନ କ୍ରିକେଟର ତଥା କମେଣ୍ଟଟର ବ୍ରେଟ୍‌ ଲି।...

କୋହଲିଙ୍କୁ ନୁହେଁ, ରୋହିତଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଉ: ଡବ୍ଲୁଟିସି ଫାଇନାଲ ହାରିବା ପରେ…

ନୂଆଦିଲ୍ଲୀ,୨୭।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌(ଡବ୍ଲୁଟିସି) ଫାଇନାଲରେ ଭାରତର ପରାଜୟ ପରେ ବିରାଟ କୋହଲିଙ୍କ ଅଧିନାୟକତ୍ୱକୁ ନେଇ ପୁଣି ଥରେ ପ୍ରଶବାଚୀ ସୃଷ୍ଟି ହୋଇଛି। ଅନେକ ପୂର୍ବତନ...

ଟେଷ୍ଟ ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍‌ରେ ବଡ଼ ପରିବର୍ତ୍ତନ

ଦୁବାଇ,୫।୧: ସେଞ୍ଚୁରିଆନ ଟେଷ୍ଟର ବିଜୟ ପରେ ଭାରତୀୟ ଖେଳାଳିଙ୍କ ମାନ୍ୟତାରେ ଉଲ୍ଲେଖନୀୟ ପରିବର୍ତ୍ତନ ହୋଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ୧୨୩ ରନ୍‌ ଇନିଂସ...

ସାମ୍ନାକୁ ଆସିଲା ବିରାଟ-ଅନୁଷ୍କାଙ୍କ ଝିଅର ପ୍ରଥମ ଫଟୋ

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା କନ୍ୟା ସନ୍ତାନ...

Advertisement
Archives

Model This Week