ଧୂଳିଧୂଆଁରେ ଅତିଷ୍ଠ ଅଞ୍ଚଳବାସୀ

ଯୋଡ଼ା, ୧୩।୬ (ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳର ଏକାଧିକ ଖଣି ଥିବା ଜୁରୁଡି ଅଞ୍ଚଳବାସୀ ଧୂଳିଧୂଆଁରେ ଅତିଷ୍ଠ ହୋଇପଡିଥିବା ବେଳେ ଖାଦ୍ୟପଦାର୍ଥରେ ଧୂଳି ଜମି ଯାଉଥିବା ଅଭିଯୋଗ ହୋଇଛି। ଏଠାରେ ବିଭିନ୍ନ ଖଣି କମ୍ପାନୀ ଖଣିଜ ଉତ୍ତୋଳନ ଓ ପରିବହନ କରୁଥିବାରୁ ଅଞ୍ଚଳର ବାୟୁମଣ୍ଡଳ ଧୂଳିଧୂଆଁରେ ଆଚ୍ଛାଦିତ ହୋଇଛି। ଏପରିକି ବାମେବାରୀ-ଜୁରୁଡି ୨ନଂ ରାଜ୍ୟ ରାଜପଥ ଜରାଜୀର୍ଣ୍ଣ ହୋଇପଡିଥିବାରୁ ସ୍ଥାନୀୟବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଜୁରୁଡି ଅଞ୍ଚଳର ଜଣେ ଯୁବକ ଧନୁର୍ଯୟ କୁଲଦୀ କହିଛନ୍ତି ଯେ, ହଜାର ହଜାର ଟ୍ରକ ବିଭିନ୍ନ ଖଣି କମ୍ପାନୀର ଖଣିଜ ପରିବହନ କରୁଛନ୍ତି। ଜରାଜୀର୍ଣ୍ଣ ରାସ୍ତା ହେତୁ ଟ୍ରକ ଡମ୍ପର ଚଳାଚଳ ବେଳେ ପ୍ରବଳ ମାତ୍ରାରେ ଧୂଳି ଉଡି ସ୍ଥାନୀୟ ଅଞ୍ଚଳବାସୀଙ୍କ ଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ଏହାସହ ରାସ୍ତା ମରାମତି କାର୍ଯ୍ୟ ଚାଲୁଥିଲେ ହେଁ, ରାସ୍ତାରେ ଜଳସିଞ୍ଚନର ବ୍ୟବସ୍ଥା କରାଯାଉ ନ ଥିବାରୁ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଛି। ଅନେକ ସମୟରେ ରାସ୍ତାରେ ଜଳସିଞ୍ଚନ ଦାବି କରି ରାସ୍ତାରୋକୋ ଆନ୍ଦୋଳନ କରାଯିବା ବେଳେ ସ୍ଥାନୀୟ ପ୍ରଶାସନର ହସ୍ତକ୍ଷେପ ପରେ ବିଭିନ୍ନ ଖଣି କମ୍ପାନୀକୁ ଖଣିମଣ୍ଡଳର ରାସ୍ତାରେ ପାଣି ସିଞ୍ଚନର ଦାୟିତ୍ୱ ଦିଆଯାଇଥିଲା। ତେବେ ଏହି ଜଳସିଞ୍ଚନର ବ୍ୟବସ୍ଥା କାଁ ଭାଁ ହେଉଛି। ଏନେଇ ସ୍ଥାନୀୟ ଲୋକେ ଅନେକ ଥର ରାସ୍ତାରୋକୋ କଲେ ଦିନେ ଦୁଇଦିନ ପର୍ଯ୍ୟନ୍ତ ରାସ୍ତାରେ ପାଣି ପକାଇ ପୁଣି ବନ୍ଦ କରି ଦିଆଯାଉଛି। ଏଣୁ ଅଞ୍ଚଳରେ ଧୂଳିଧୂଆଁ ଜନିତ ପ୍ରଦୂଷଣ ନିୟନ୍ତ୍ରଣ ହୋଇପାରୁନାହିଁ। ଏଥିପ୍ରତି ତୁରନ୍ତ ଦୃଷ୍ଟି ନ ଦେଲେ ଅତିଷ୍ଠ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ଛାତ୍ରୀଛାତ୍ରଙ୍କ ଉତ୍ସାହିତ କଲେ ବିଧାୟକ, ଉପଜିଲାପାଳ; ଭବିଷ୍ୟତ ଗଠନ ପାଇଁ…

ଭଞ୍ଜନଗର/ବେଲଗୁଣ୍ଠା,୨୬/୭(ବାବୁଲା ପ୍ରଧାନ ): ଗଞ୍ଜାମ ଜିଲା, ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠାନର ୪୩ତମ ପ୍ରତିଷ୍ଠା ଦିବସ ରବିବାର…

ପୂର୍ବାଞ୍ଚଳ ତୀରନ୍ଦାଜ ପ୍ରତିଯୋଗିତା ଉଦ୍‌ଯାପିତ, ବାଜି ମାରିଲା ଆସାମ ଆର୍ମୀ ପବ୍ଲିକ ସ୍କୁଲ

ଭବାନୀପାଟଣା,୨୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ବିକାଶ ଆବାସିକ ବିଦ୍ୟାଳୟ ପରିସରରେ ଗତ ୨୪ ତାରିଖରୁ ଚାଲିଥିବା ସିବିଏସ୍‌ଇ ପୂର୍ବାଞ୍ଚଳ ତୀରନ୍ଦାଜ ପ୍ରତିଯୋଗିତା ରବିବାର ଉଦଯାପିତ…

ଶେଷ ପର୍ଯ୍ୟନ୍ତ ମିଳିଲାନି ସରକାରୀ ବ୍ୟବସ୍ଥା: ଶେଷରେ ୭ ବର୍ଷର ଆଦିବାସୀ ଶିଶୁର ଚାଲିଗଲା ଜୀବନ

ଥୁଆମୂଳ ରାମପୁର, ୨୬ା୭ (ଦୁର୍ଗା କୀର୍ତ୍ତି): ସରକାରୀ ବ୍ୟବସ୍ଥାର ଫମ୍ପା ପ୍ରତିଶ୍ରୁତି, ପ୍ରଶାସନିକ ଅବହେଳା ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ଆନ୍ତରିକତାର ଅଭାବ ଯୋଗୁ ସହାୟତା ପାଇବା ପୂର୍ବରୁ…

ଅଙ୍ଗନବାଡି ସଂଘର ବଡ଼ ଘୋଷଣା: ଏହିଦିନ ହେବ ରାଲି

ଗୁଡାରି,୨୬।୭(ପ୍ରମୋଦ କୁମାର ପତି ): ରବିବାର ଗୁଡାରି ବ୍ଲକ ଅଙ୍ଗନବାଡି ସଂଘ ପକ୍ଷରୁ ସ୍ଥାନୀୟ ଦୁର୍ଗାପୂଜା ମଣ୍ଡପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ସଙ୍ଘର ନିଷ୍ପତ୍ତି…

ଅଞ୍ଚଳରେ ଚାଞ୍ଚଲ୍ୟ: ସ୍ପଷ୍ଟ ଦିବାଲୋକରେ ଯୁବକଙ୍କୁ ସଂଘବଦ୍ଧ ଭାବେ ଖଣ୍ଡାରେ ହାଣିଲେ, ଲୋକେ ପାଟିକରିବାରୁ…

ପୁରୁଷୋତ୍ତମପୁର,୨୬।୭( ସବିତାମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର କାଳୀମନ୍ଦିର ଛକ ନିକଟରେ ସ୍ପଷ୍ଟ ଦିବାଲୋକରେ ଜଣେ ଯୁବକଙ୍କୁ ଖଣ୍ଡାରେ ନିର୍ମମ ଭାବରେ ହାଣି ହତ୍ୟା ଉଦ୍ୟମ କରିବା…

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ଚାଲିଗଲା ପ୍ରାଣ

କାମାକ୍ଷାନଗର,୨୬ା୭(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା ତୁମୁସିଙ୍ଗା ଥାନା ଜକା ଗ୍ରାମରେ ଅଭାବନୀୟ ଘଟଣା। ବିଲକୁ କାମ କରିବାକୁ ଯାଇ ପୋଖରୀରେ ଗାଧୋଉଥିବା ବେଳେ ଗୋଡ଼ ଖସି…

ଦାରୁବିଗ୍ରହଙ୍କ ଅଧରପଣା ନୀତି ଆରମ୍ଭ

ପୁରୀ,୨6ା୭(ଅଜିତ୍‌ କୁମାର ମହାନ୍ତି): ସରି ଆସୁଛି ଘୋଷଯାତ୍ରା। ଶନିବାର ରଥ ଉପରେ ଶ୍ରୀବିଗ୍ରହମାନଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିବା ବେଳେ ରବିବାର ଅଧରପଣା ନୀତି ଆରମ୍ଭ ହୋଇଯାଇଛି। ପାଣିଆ…

ଶିକ୍ଷାମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଆସିଲା ପ୍ରହ୍ଲାଦ ଜୋଷୀଙ୍କ ପ୍ରଥମ ପ୍ରତିକ୍ରିୟା – ‘ଏହି ଦାୟିତ୍ୱ…’

ନୂଆଦିଲ୍ଲୀ,୨୬।୭: ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିବା ପରେ, କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri