ଧୁଡୁକି ଦେଉଛି ପେଟକୁ ଦାନା

କାମାକ୍ଷାନଗର, ୧୬।୬(ଡି.ଏନ୍‌.ଏ.) – ଭଜନ ହେଉକି ଆଧୁନିକ ଗୀତ, ବେଶ୍‌ ମାନେ ତାଙ୍କ କଣ୍ଠକୁ। ଆଉ ସେଥିରେ ଯେବେ ମିଶିଯାଏ ଧୁଡୁକିର ମନଛୁଅଁା ରାଗ, ମତୁଆଲା ହୋଇଉଠେ ପରିବେଶ। ବାଟରେ ଯାଉଥିବା ଦେଖଣାହାରୀ ବି ଘଡ଼ିଏ ଅଟକି ଯାଆନ୍ତି ତାଙ୍କ ସୁମଧୁର ସଙ୍ଗୀତ ଶୁଣିବାକୁ। ହେଲେ ଲୋକଙ୍କୁ ମିଠା ଗୀତରେ ବାନ୍ଧି ରଖିପାରୁଥିବା ୧୫ବର୍ଷର ମୁନା ପଧାନଙ୍କ ଜୀବନ କିନ୍ତୁ ବେଶ୍‌ ସଂଘର୍ଷମୟ। ପିଲାଟି ଦିନରୁ ମୁଣ୍ଡ ଉପରୁ ଉଠିଯାଇଛି ମା’ବାପାଙ୍କ ହାତ। ତଥାପି ହସହସ ମୁହଁରେ କାଳିଆ ଜଣାଣ ଗାଇ ସେ ପେଟ ପାଇଁ ଯୋଗାଡ଼ କରୁଛନ୍ତି ଦାନା। କହିବାକୁ ଗଲେ ଏବେ ଧୁଡୁକି ହିଁ ତାଙ୍କ ପାଇଁ ପାଲଟିଯାଇଛି ସଖା, ସହୋଦର ସବୁକିଛି।
ମୁନାଙ୍କ ଜୀବନ କଥା ଶୁଣିଲେ ଆଖିରୁ ଝରି ଆସିବ ଲୁହ। ମୁଣ୍ଡରେ ପକ୍ଷୀ ପର ଲଗା ଝାମ୍ପି। ହାତରେ ଧୁଡୁକି। ଆଉ ସାଙ୍ଗରେ ସମ୍ପର୍କୀୟ ଭାଇ ଆକାଶଙ୍କୁ ନେଇ ଧୁଡୁକି ବଜାଇ ଗଁା ଗଁା ବୁଲନ୍ତି ସେ। ଯିଏ ଯାହା ଦିଏ ସେଥିରେ ଦି ଓଳି ଖାଇବା ଯୋଗାଡ଼ ହୁଏ। ମୁନାଙ୍କ କହିବା କଥା, ତାଙ୍କ ନିଜ ଘର ଅନୁଗୋଳ ଜିଲା କଣିହାଁ ବ୍ଲକ ବୀରୁ ଗଁାରେ। ସେ ସାନ ଥିବା ବେଳେ ତାଙ୍କ ବାପା କେଉଁଆଡ଼େ ଚାଲିଯାଇଛନ୍ତି। ମା’ ସୁମତୀ ପଧାନ ବି ଆରପାରିରେ। ପଢ଼ିବାକୁ ଇଚ୍ଛା ଥିଲା। ହେଲେ ପେଟ ଚାଖଣ୍ଡକ ପାଇଁ ଦାନା ଯୋଗାଡ଼ କରୁକରୁ ଭୁଲିଯାଇଛନ୍ତି ଚାଟଶାଳୀ ପିଣ୍ଡା ମାଡ଼ିବା। ଆଈ ତୁଳସୀ ପଧାନଙ୍କଠାରୁ ସେ ଶିଖିଥିଲେ ଧୁଡ଼ୁକି ବଜାଇବା କଳା। ମୋବାଇଲରୁ ଗୀତକୁ ସେ ମନେ ରଖି ସେହି ତାଳରେ ବୋଲିଥାନ୍ତି। କାଳିଆ ମୋ ଦେହେ ବୋଳିଦେ…କାଳିଆରେ ମନ ବୋଲି ତୋର କିଛି…ଏସବୁ ଗୀତକୁ ସେ ଅବିକଳ ଗାଇପାରନ୍ତି। କେବଳ ଏତିକି ନୁହେଁ, ଅନେକ ଓଡ଼ିଆ ଆଧୁନିକ, ହିନ୍ଦୀ ଗୀତ ମଧ୍ୟ ସେ କଣ୍ଠସ୍ଥ କରିଛନ୍ତି। ଦୀର୍ଘଦିନ ଧରି ଯାଯାବର ଜୀବନ ବିତାଇବା ପରେ ଏବେ ସେ କଙ୍କଡ଼ାହାଡ଼ ବ୍ଲକ ଦଶିପୁର ଗଁାରେ ଜଣେ ସମ୍ପର୍କୀୟଙ୍କ ଘରେ ରହୁଛନ୍ତି। କଉତୁକିଆ ବେଶପୋଷାକରେ ଦିନସାରା ଗଁା ଗଁା ବୁଲି ଧୁଡୁକି ବଜାଇଲେ ୫୦ରୁ ୧୦୦ ଟଙ୍କା ମିଳେ। ଯେଉଁଦିନ ଭଲ ରୋଜଗାର ନ ହୁଏ ସେହିଦିନ ଶ୍ରମିକ ଭାବେ କାମ କରୁଥିବା ମୁନା କହିଛନ୍ତି। ସରକାର ଗରିବଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି। ଆମ ଭଳି ଗରିବଙ୍କ ପାଇଁ କେହି ନାହିଁ ବୋଲି କ୍ଷୋଭର ସହ କହିଛନ୍ତି ମୁନା।


Enter your email to get our daily news in your inbox.

All Right Reserved By Dharitri.Com

ଜବତ ହେଲା ଦେଶୀ ମହୁଲି, ଗାଁ ନିକଟରେ ଯାଉଥିବାବେଳେ ମାଡିବସିଲା ଅବକାରୀ ବିଭାଗ, ଘଟଣାରେ…

ପରଜଙ୍ଗ,୨।୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ମହାବିରୋଡ ଥାନା ଚାନ୍ଦପୁର ଗ୍ରାମ ନିକଟରେ ଯାଉଥିବା ଏକ ଇଣ୍ଡିଗୋ କାର୍‌ରୁ ୧୪୦ ଲିଟର ଦେଶୀ ମହୁଲି ଜବତ ହୋଇଛି। ତଦନ୍ତ…

ଜରାୟୁ ଗ୍ରୀବା କର୍କଟ ନିରୋଧ ପାଇଁ HPV ଟିକାକରଣ କାର୍ଯ୍ୟକ୍ରମ: ଏହି ବୟସର ଝିଅଙ୍କୁ ମିଳିବ ଟିକା

ପରଜଙ୍ଗ,୨।୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସୋମବାର ଜରାୟୁ ଗ୍ରୀବା କର୍କଟ ନିରୋଧ ପାଇଁ HPV ଟିକାକରଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଛି। ଏହି…

୩ ମାସର ଗର୍ଭ ନଷ୍ଟ କରି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ, ବାପଘର ଲୋକେ ଅଭିଯୋଗ ଆଣି କହିଲେ…

ପରଜଙ୍ଗ,୧ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ମାଣିକମରା ଗାଁରେ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କର ୩ ମାସର ଗର୍ଭ ନଷ୍ଟ ସହ…

ଘରେ ପଶିଲେ କିଛି କହିବା ପୂର୍ବରୁ ଖଣ୍ଡାରେ ହାଣି ଲୁଟିନେଲେ  

ପରଜଙ୍ଗ,୧।୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଲୋଧଣୀ ଗାଁରେ ସଶସ୍ତ୍ର ଡକାୟତ ହୋଇଛି। ବିଳମ୍ବିତ ରାତିରେ ଘରେ ପଶିଲେ କିଛି କହିବା ପୂର୍ବରୁ ଠେଙ୍ଗାରେ ପିଟି…

ଶୌଚ ପାଇଁ ଯାଇଥିବାବେଳେ ବାର୍‌ହା ସମ୍ମୁଖରେ ପଡିଗଲେ ୨ ବ୍ୟକ୍ତି

ଭୁବନ, ୨୮।୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବନ୍ୟାଞ୍ଚଳ ଜମୁନାକୋଟ ପଞ୍ଚାୟତ କୃଷ୍ଣପୁର ଗ୍ରାମର ବଳରାମ ରାଉତ(୩୮) ଓ ଦିବାକର ପାଣି (୫୫) ଶନିବାର…

ଭୟଭୀତ କରି ଶାରୀରିକ ସମ୍ପର୍କ ରଖୁଥିଲେ ଗ୍ରାମର ୪ ଯୁବକ, ଚିକିତ୍ସା ପରେ ଜଣାପଡିଲା ଯୁବତୀ ଗର୍ଭବତୀ

ଭୁବନ, ୨୪।୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ଧଳପଡା ଗ୍ରାମର ଜଣେ ୨୧ ବର୍ଷିଆ ଯୁବତୀଙ୍କୁ ୪ ଜଣ ଗଣବଳାତ୍କାର କରିଥିବା ଯୁବତୀଜଣଙ୍କ…

ଟ୍ରେଲରକୁ ପଛପଟୁ ଧକ୍କା ଦେଲା ଟିପର, ଚାଳକ ଗୁରୁତର

ପରଜଙ୍ଗ,୧୯ା୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦେଇ ଯାଇଥିବା ୫୩ ନଂ ଜାତୀୟ ରାଜପଥର ପରଜଙ୍ଗ ବାଇପାସ୍ ରାସ୍ତାରେ ଦୁର୍ଘଟଣା । ଗୁରୁବାର ଭୋର ଏକ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri