ଧାନ ଉଠାଣରେ ଶିଥିଳତା: ଆନ୍ଦୋଳନ ଚେତାବନୀ ଦେଲା କଂଗ୍ରେସ

ବରଗଡ଼ ଅଫିସ,୧୨।୬: ବରଗଡ଼ ଜିଲାରେ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ତେବେ ଜିଲାର ବିଭିନ୍ନ ମଣ୍ଡିରେ ଏହି ପ୍ରକ୍ରିୟା ଏବେ ମଧ୍ୟ ଅବ୍ୟବସ୍ଥିତ ହୋଇ ପଡିଛି । ମଣ୍ଡିକୁ ଆସୁଥିବା ହଜାର ହଜାର ବସ୍ତା ଧାନ ବିକ୍ରି ହୋଇ ନ ପାରି ଖୋଲା ଆକାଶ ତଳେ ପଡ଼ି ରହିଛି। ଏହି ଧାନକୁ ଉଠା ନ ଗଲେ ଆଗକୁ ତାହା ନଷ୍ଟ ହେବାର ସମ୍ଭାବନା ରହିଛି। ଫଳରେ ମଣ୍ଡିରେ ପଡି ରହିଥିବା ଧାନକୁ ତୁରନ୍ତ କିଣାଯିବାକୁ ଜିଲା କଂଗ୍ରେସ ଦାବି କରିଛି। ଏହି ଦାବି ନେଇ ଶୁକ୍ରବାର ଜିଲା କଂଗ୍ରେସର ଏକ ପ୍ରତିନିଧି ଦଳ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ମଣ୍ଡିରେ ପଡିଥିବା ସମସ୍ତ ଧାନକୁ ତୁରନ୍ତ ଉଠା ନ ଗଲେ ଜିଲା କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସ୍ମାରକପତ୍ରରେ ଚେତାବନୀ ଦିଆଯାଇଛି। ସ୍ମାରକପତ୍ର ପ୍ରଦାନ ସମୟରେ ଅନନ୍ତ ଶୟନ ପାଢୀ, ହରଦୀପ ସିଂ, ଆନନ୍ଦ ପ୍ରଧାନ, ରବିନ ଦାଶ, ପଞ୍ଚାନନ ମିଶ୍ର, ବିମଳ ଦାଶ, ବୀରେନ ହାତୀ, ଜ୍ୟୋତିରଞ୍ଜନ ପୂଜାରୀ, ଯୋଗେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଇଖାନା ନିର୍ମାଣ ନଁ।ରେ ଅନିୟମିତତା

ପଦ୍ମପୁର,୨୧।୩(ଡି.ଏନ.ଏ.)-ପଞ୍ଚାୟତରେ ସ୍ବଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣରେ ଅନିୟମିତତା ହୋଇଥିବା ଘଟଣା ପଦାକୁ ଆସିଛି। ଏ ନେଇ ବିଡିଓ, ଜିଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିକଟରେ...

ପିଡିଏରେ ସର୍ବକ୍ଷମା ପାଇଁ ୨୦ ଆବେଦନକାରୀ

ପାରାଦୀପ,୧୧ା୨(ସ୍ବ.ପ୍ର.): ରାଜ୍ୟ ସରକାର ବେଆଇନଭାବେ ଗଢ଼ି ଉଠିଥିବା କୋଠାବାଡିକୁ ବୈଧ କରିବା ପାଇଁ ସର୍ବକ୍ଷମା ସୁବିଧା କରିଛନ୍ତି। ଏହାର ଅବଧି ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ...

ବ୍ରାଉନ ସୁଗାର ଜବତ: ଜଣେ ଗିରଫ

ରାଇରଙ୍ଗପୁର,୬ା୨(ଡି.ଏନ୍‌.ଏ.)- ରାଇରଙ୍ଗପୁର ପୋଲିସ ବୁଧବାର ଚଢାଉ କରି ୧୨ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ସର୍କଲ ଏସ୍‌ଡିପିଓ ସ୍ନେହାଶିଷ ସାହୁଙ୍କ...

ସରକାରୀ ନିର୍ଦ୍ଦେଶକୁ ଅପେକ୍ଷା

କାମାକ୍ଷାନଗର, ୩୦ା୧୨(ଡି.ଏନ.ଏ.) – ଶିକ୍ଷାୟତନ ଏବଂ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଟଣାଯାଇଛି ଲକ୍ଷ୍ମଣରେଖା। କରୋନା ସଂକ୍ରମଣ ଭୟରେ ଦୀର୍ଘ ୯ମାସ ହେଲା ଶିକ୍ଷାନୁଷ୍ଠାନରେ ଝୁଲୁଛି ତାଲା। ଯଦିଓ...

ଜଙ୍ଗଲରେ ଶିଶୁକନ୍ୟାଙ୍କୁ ବଳାତ୍କାର ଉଦ୍ୟମବେଳେ ଉଦ୍ଧାର କଲେ ଲୋକେ, ଜଣେ ଅଟକ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୬।୧(ଡି.ଏନ୍‌.ଏ.)- ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ରବିବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ଜଣେ ୫ ବର୍ଷର ଶିଶୁକନ୍ୟାଙ୍କୁ ଜଣେ ଯୁବକ ଜଙ୍ଗଲରେ ବଳାତ୍କାର ଉଦ୍ୟମ...

ଆଇଆଇଏମ୍‌ସିରେ ବାୟୁ ପ୍ରଦୂଷଣ ସମ୍ପର୍କିତ କର୍ମଶାଳା:‘ସହଯୋଗ ମିଳିଲେ କମିବ ପ୍ରଦୂଷଣ’

ଢେଙ୍କାନାଳ ଅଫିସ, ୨୦ା୧୦ ଢେଙ୍କାନାଳସ୍ଥିତ ଆଇଆଇଏମ୍‌ସି ଏବଂ ଶିକାଗୋ ବିଶ୍ୱବିଦ୍ୟାଳୟ ଏନର୍ଜି ପଲିସି ଇନ୍‌ଷ୍ଟିଚ୍ୟୁଟ୍‌ର ମିଳିତ ସହଯୋଗରେ ଶୁକ୍ରବାର ବାୟୁ ପ୍ରଦୂଷଣ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ...

ଗୃହ ବିଭାଗ ଯୁଗ୍ମ ସଚିବଙ୍କ ପୁଅ ବୋଲି ଅନୁକମ୍ପା: ଜୟନାରାୟଣ

ସମ୍ବଲପୁର, ୪।୩(ବ୍ୟୁରୋ): ଭିସୁଟ୍‌ ପୁରାତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ମୃତ୍ୟୁ ଘଟଣା ଏବଂ ରାଜ୍ୟରେ ସୃଷ୍ଟି ହୋଇଥିବା ଆଇନଶୃଙ୍ଖଳା ସ୍ଥିତିକୁ ନେଇ ପୋଲିସ ପ୍ରଶାସନ ଉପରେ...

ଦାଣ୍ଡରେ ରୋଷେଇ କଲେ ତପସ୍ବିନୀ

ବ୍ରହ୍ମପୁର ଅଫିସ,୧୯ା୧୨: ନ୍ୟାୟ ଓ ନିଜ ହକ୍‌ ପାଇଁ ବ୍ରହ୍ମପୁର ବ୍ରହ୍ମାନଗରସ୍ଥିତ ଶାଶୁ ଘର ଆଗରେ ବୋହୂ ତପସ୍ବିନୀ ଦାଶଙ୍କ ଧାରଣା ଜାରି ରହିଛି। ତପସ୍ବିନୀ...

Advertisement
Archives

Model This Week