Posted inରାଜ୍ୟ

ଧାନଚାଷ ନିମନ୍ତେ ମୌସୁମୀ ବର୍ଷାକୁ ଭରସା: ବିଳମ୍ବ ହେବାରୁ ଚାଷ କାର୍ଯ୍ୟରେ ବାଧା

ବୋଲଗଡ଼,୩ା୭(ଡି.ଏନ.ଏ.)-ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅଞ୍ଚଳର ଚାଷୀ ମାନେ ଖରିଫ ଧାନ ଚାଷ ନିମନ୍ତେ ବିଶେଷ ଭାବେ ମୌସୁମୀ ବର୍ଷା ଉପରେ ନିର୍ଭର ବା ଭରସା କରି ରହିଥାନ୍ତି । ତେବେ ଜଳବାୟୁ ପରିବର୍ତ୍ତନଜନିତ କାରଣରୁ ବରଷାକୁ ଆଉ ଭରସା କରିହେଉନାହଁି । ଚଳିତ ବର୍ଷ ମୌସୁମୀ ବର୍ଷା ଆସିବାରେ ବିଳମ୍ବ ହୋଇଛି। ଜୁନ ଶେଷ ହୋଇ ଜୁଲାଇ ଆରମ୍ଭ ହୋଇଥିବାବେଳେ ଏ ପର୍ଯ୍ୟନ୍ତ ଭଲ ବର୍ଷା ହୋଇପାରିନି । ତଥାପି ସୋମବାର ଭଲ ବର୍ଷା ହୋଇଥିବାରୁ ଚାଷୀମାନଙ୍କ ମନରେ କିଛି ମାତ୍ରାରେ ଆଶାର ସଞ୍ଚାର ହୋଇଛି। ତେବେ ବୁଣାଧାନ ଜମି ପାଇଁ ବର୍ଷା ଲାଗି ରହିଲେ କିଛି ଦିନ ପରେ ବେଉଷଣ କାର୍ଯ୍ୟ ହୋଇପାରିବ । ଜମି କାଦୁଅ କରାଯାଇ ତଳି ଘେରା ପ୍ରସ୍ତୁତି ପରେ ରୁଆ କାମ ମଧ୍ୟ ଆରମ୍ଭ ହେବ । ଉପଯୁକ୍ତ ବର୍ଷା ନ ହେଲେ ଏ କାର୍ଯ୍ୟରେ ବାଧା ଘଟିବ। ଚଳିତ ବର୍ଷ ପ୍ରଥମେ ପାଣିପାଗ ବିଭାଗ ପକ୍ଷରୁ ଜୁନ ୨ୟ ସପ୍ତାହରେ ମୌସୁମୀ ଆଗମନର ସୂଚନା ଥିଲେ ମଧ୍ୟ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିଲା। ଏବେ ଜୁଲାଇ ଆରମ୍ଭ ହୋଇଯାଇଛି। ଭଲ ବର୍ଷା ହେଲେ ଧାନ ରୋଇବା ଓ ତଳି ଘେରା ପ୍ରସ୍ତୁତି କରିବା ପାଇଁ ଚାଷୀମାନେ ଅପେକ୍ଷା କରିଛନ୍ତି । ତଳି ପ୍ରସ୍ତୁତି କରିବାର ପ୍ରାୟ ୨୫ଦିନରୁ ୧ମାସ ପରେ ରୁଆ ପୋତା ହୋଇଥାଏ। ତେବେ ଗତ ୨ବର୍ଷ ଧରି ବୋଲଗଡ ବ୍ଲକ ଅଞ୍ଚଳରେ ଜୁନ୍‌ରେ ଭଲ ବର୍ଷା ନ ହୋଇ କେବଳ ଜୁଲାଇ ମାସରେ ଠିକ୍‌ ବର୍ଷା ହେବା ଦ୍ୱାରା ଚାଷ କାର୍ଯ୍ୟ ବିଳମ୍ବ ହୋଇଥିଲା । ପରେ ମରୁଡି ଓ ରୋଗ ପୋକ ଆକ୍ରମଣରେ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଥିଲେ । ଅମଳ ବେଳକୁ ଅଦିନିଆ ବର୍ଷା ମଧ୍ୟ ଫସଲର କ୍ଷତି କରିଥିଲା। ଏ ବର୍ଷ ମଧ୍ୟ ତଳିଘେରା ପ୍ରସ୍ତୁତ ନିମନ୍ତେ ଚାଷୀକୂଳ ଅପେକ୍ଷା କରିଥିଲେ। କିନ୍ତୁ ଆବଶ୍ୟକ ପରିମାଣ ବର୍ଷା ହେଲାନି। ତେବେ ବର୍ତ୍ତମାନ ୨ ଦିନ ହେଲା ଭଲ ବର୍ଷା ହୋଇଛି। କିନ୍ତୁ ଏହାର ଅଭାବ ଘଟିଲେ ଚାଷୀ କ୍ଷତିଗ୍ରସ୍ତ ହେବାର ଆଶଙ୍କା ପ୍ରକାଶ ପାଇଛି। ଏହି ବ୍ଲକ ଅଞ୍ଚଳରେ ପ୍ରତି ବର୍ଷ ପ୍ରାୟ ୧୪ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଜମିରେ ଧାନ ଚାଷ କରାଯାଇଥାଏ । ଚଳିତ ବର୍ଷ ମଧ୍ୟ ୧୪ହଜାର ୪ଶହ ୭୭ ହେକ୍ଟର ଜମିରେ ଧାନ ଚାଷ କରାଯିବାକୁ କୃଷି କାର୍ଯ୍ୟାଳୟ ପକ୍ଷରୁ ଲକ୍ଷ୍ୟଧାର୍ଯ୍ୟ ରହିଛି । ଉଲ୍ଲେଖଯୋଗ୍ୟ, ବିଗତ ୭/୮ ବର୍ଷ ଧରି ବନ୍ୟା, ବାତ୍ୟା, ମରୁଡ଼ି ଓ କୀଟପତଙ୍ଗ ଭଳି ଦୁର୍ବିପାକ ଯୋଗୁ ଏହି ଅଞ୍ଚଳର ଚାଷୀମାନେ ଭଲ ଫସଲ ଅମଳ କରିପାରୁ ନାହାନ୍ତି। ତେଣୁ ବର୍ଷାର ଲୁଚକାଳି ଖେଳକୁ ପ୍ରତିହତ କରିିବା ନିମନ୍ତେ କୃଷିକ୍ଷେତ୍ରରେ ଜଳସେଚନକୁ ବ୍ୟାପକ କରିବାକୁ ବୋଲଗଡ଼ ବ୍ଲକ ଅଞ୍ଚଳରେ ଦାବି ହୋଇ ଆସୁଥିଲେ ମଧ୍ୟ ସରକାର ଏଥିପ୍ରତି ପଦକ୍ଷେପ ଗ୍ରହଣ କରୁ ନ ଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri