ଧଳାଜହର ବଳୟରେ କୁଜଙ୍ଗ ଅଞ୍ଚଳ

କୁଜଙ୍ଗ,୧୩ା୧(ଡି.ଏନ.ଏ.): ନିଶା ସେବନ କରି ଯୁବସମାଜ ପଥଭ୍ରଷ୍ଟ ହେବା ସାଙ୍ଗକୁ ନାନଦି କୁକର୍ମରେ ଲିପ୍ତ ରହି ନିଜର ଉଜ୍ଜ୍ୱଳ ଭବିଷ୍ୟତକୁ ଅନ୍ଧକାରମଧ୍ୟକୁ ଠେଲି ଦେଉଛନ୍ତି। ଯଦ୍ଦ୍ବାରା ସେମାନଙ୍କ ମା’ବାପା ଚିନ୍ତାରେ ରହୁଛନ୍ତି। ନିଶା କାବାରକୁ ସାମାଜିକସ୍ତରରେ ବିରୋଧ କରାଯାଉଥିଲେବି ବାସ୍ତବରେ ନିଶାକାରବାରର କାୟା ଦିନକୁଦି ବୃଦ୍ଧିପାଇବାରେ ଲାଗିଛି। ବେଆଇନ ନିଶା କାରବାର ରୋକିବାପାଇଁ ଅବକାରୀ ବିଭାଗ ରହିଥିଲେ ମଧ୍ୟ ସେ ନାମକୁ ମାତ୍ର ଚଢ଼ାଉକରି ବେଆଇନ ନିଶା ବେପାରୀଙ୍କଠାରୁ ମୋଟା ଅଙ୍କର ଅର୍ଥ ନେଇ ଛାଡ଼ି ଦେଉଥିବା ଅଭିଯୋଗ ହେଉଛି। ଯେଉଁଥି ପାଇଁ କୁଜଙ୍ଗ ଅଞ୍ଚଳରେ ନିଶା କାରବାର ବ୍ୟାପକ ମାତ୍ରାରେ ବୃଦ୍ଧି ପାଉଛି। ଅନ୍ୟପକ୍ଷରେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ବେଆଇନ ନିଶା କାରବାର ନ କରି ଭିନ୍ନଭିନ୍ନ ସ୍ଥାନରେ ବେପାର କରିବାକୁ ନିଶା ବେପାରୀଙ୍କୁ ପରୋକ୍ଷରେ ପୋ୍ରତ୍ସାହନ ଦିଆଯାଉଥିବା ମଧ୍ୟ ଅଭିଯୋଗ ହୋଇଛି। ଏହିକ୍ରମରେ ବର୍ତ୍ତମାନ କୁଜଙ୍ଗ ଅଞ୍ଚଳରେ ବ୍ରାଉନ ସୁଗାର ବା ଧଳା ଜହରର କାରବାର ଅହେତୁକ ଭାବେ ବୃଦ୍ଧିପାଇଛି। ବ୍ରାଉନ ସୁଗାରବେପାରୀ ଏବେ ଧାର୍ମିକ ସ୍ଥାନ ଓ ଶିକ୍ଷାନୁଷ୍ଠାନ ସନ୍ନିକଟ ସ୍ଥାନକୁ ନିରାପଦ ଭାବେ ବାଛି ନେଇଛନ୍ତି। କୁଜଙ୍ଗ ବଜାରର ପ୍ରଥମେ ଏକ ଧାର୍ମିକ ସ୍ଥାନ ନିକଟରେ ଟୁଙ୍ଗି କରାଯାଇ ବ୍ରାଉନ ସୁଗାର କାରବାର ଚାଲିଥିଲା। ଯଦିଓ ସେ ସ୍ଥାନ ମୂଳପିଣ୍ଡିଭାବେ ନିଶା ବେପାରୀଙ୍କ କବଜାରେ ରହିଛି କିନ୍ତୁ ଏବେ ସେ ସ୍ଥାନରେ ଆଉ ବିଶେଷ କାରବାର ହେଉନାହଁି। ଅନ୍ୟପକ୍ଷରେ ନିଶା ବେପାରୀ ସିଧାସଳଖ କାରବାରରେ ଲିପ୍ତ ନ ରହି କେତେକ ଅପରାଧ ପ୍ରବଣ ଯୁବକ ଯେଉଁମାନେ ବିଭିନ୍ନ ସମୟରେ ରାହାଜାନୀ, ଛିନ୍ତାଇ ଭଳି ଅପରାଧରେ ଜେଲ ଯାଇଛନ୍ତି ସେହିମାନଙ୍କ ଜରିଆରେ ବେପାର ଚଳାଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ସେହି ଯୁବକଙ୍କ ମଧ୍ୟରୁ ଜଣେ ଏବେ କୁଜଙ୍ଗର ପ୍ରତିଷ୍ଠିତ ବିଦ୍ୟାଳୟ ଫାଟକ ସମ୍ମୁଖ ଓ ନିକଟସ୍ଥ ସ୍ଥାନରେ ଛିଡ଼ା ହୋଇ ବେପାର କରୁଥିବା ବିଶେଷସୂତ୍ରରୁ ସୂଚନା ମିଳିଛି। ବ୍ରାଉନ ସୁଗାର କାରବାରର ମାଷ୍ଟର ମାଇଣ୍ଡ ଅସାମାଜିକ ଯୁବକଙ୍କ ଜରିଆରେ ଅଞ୍ଚଳର ବିଭିନ୍ନ ସ୍ଥାନକୁ ବ୍ରାଉନ ସୁଗାର ଯୋଗାଉଥିଲେ ବି ଅବକାରୀ ବିଭାଗ ନିକଟରେ କୌଣସି ଖବର ନାହିଁ। ତେଣୁ ଅବକାରୀ ବିଭାଗ ଓ ପୋଲିସ ଏଦିଗରେ ଦୃଷ୍ଟି ଦେଲେ ଅଞ୍ଚଳ ନିଶା କବଳରୁ ରକ୍ଷା ପାଇପାରନ୍ତା ବୋଲି ସାଧାରଣରେ ଦାବି ହୋଇଛି। ଏସମ୍ପର୍କରେ ଜିଲା ଅବକାରୀ ବିଭାଗ ଉପନିରୀକ୍ଷକ ପ୍ରଭାକର ସେଠୀଙ୍କୁ ପଚାରିବାରେ ସେ କହିଥିଲେ, ଗଞ୍ଜେଇ ବେପରୀଙ୍କ ଉପରେ ଚଢ଼ାଉ ଜାରିରହିଛି। ମୁଁ ଏବେ ନୂଆ ଯୋଗ ଦେଇଥିବାରୁ ବ୍ରାଉନସୁଗାର କାରବାର ଖବର ମୋ ନଜରକୁ ଆସିନାହିଁ। ଯଦି ଏଭଳି କାରାବାର ହେଉଛି ତେବେ ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭ ହେଲା ପାକିସ୍ତାନର ଖରାପ ସମୟ, ଇସଲାମାବାଦରେ ମାଡ଼ ହେବ ମିଶାଇଲ!

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧବିରତି ଆଲୋଚନା ଭାଙ୍ଗିବା କେବଳ ପଶ୍ଚିମ ଏସିଆରେ କ୍ଷେପଣାସ୍ତ୍ର ଏବଂ ବୋମା ଆକ୍ରମଣ ପୁନରାବୃତ୍ତିର…

ଚର୍ଚ୍ଚ କବାଟ ଭାଙ୍ଗି ବୁଲାଇଲେ କଳାକନା : ଥାନାରେ…

ଦାରିଙ୍ଗବାଡି, ୧୨।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିଆଙ୍ଗବାଲି ଚର୍ଚ୍ଚ ଗୃହର ମୁଖ୍ୟ କବାଟକୁ ତଡାଯାଇ ବହୁ ସାଉଣ୍ଡ ସିଷ୍ଟମର ଯନ୍ତ୍ରପାତି ଚୋରି ହୋଇଥିବା…

ମା ’ ବାଙ୍କେଶ୍ୱରୀ ମନ୍ଦିର ନିକଟ ରାସ୍ତାରେ ସ୍କୁଟିରୁ ପଡି ଆଖିବୁଜିଲେ ଗ୍ରାମରକ୍ଷୀ: କାନ୍ଦବୋବାଳିରେ ଫାଟିପଡୁଛି…

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗାଁ ର ଗ୍ରାମରକ୍ଷୀ ଭାବେ କାର୍ଯ୍ୟକରୁଥିବା ରଙ୍କ ନାଇକ(୭୦)ରବିବାର ସକାଳେ ସ୍କୁଟିରୁ ଖସିପଡ଼ି ମୃତ୍ୟୁବରଣ କରିଛନ୍ତି।…

ରେଷ୍ଟୁରାଣ୍ଟରେ ଘରୋଇ ଏଲ୍‌ପିଜି ସିଲିଣ୍ଡର: ମାଡିବସିଲା…

ନୂଆପଡ଼ା,୧୨ା୪ (ମକାରୁ ବେମାଲ): ନୂଆପଡ଼ା ଜିଲା ଖରିଆର ରୋଡ୍‌ସ୍ଥିତ ପାଳ ରେଷ୍ଟୁରାଣ୍ଟରେ ଘରୋଇ ଏଲ୍‌ପିଜି ସିଲିଣ୍ଡରକୁ ବାଣିଜି୍ୟକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିବା ଅଭିଯୋଗ ପରେ ଯୋଗାଣ ବିଭାଗର…

‘ପାକିସ୍ତାନ ହିଁ ଏମିତି କରିପାରେ’; ଇସଲାମାବାଦରେ ଆମେରିକା-ଇରାନ ବାର୍ତ୍ତାକୁ ନେଇ…

ନୂଆଦିଲ୍ଲୀ,୧୨।୪: ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତାକୁ ନେଇ କଂଗ୍ରେସ ସାଂସଦ ଶଶି ଥରୁର ବଡ଼ ବୟାନ ଦେଇଛନ୍ତି। ପାକିସ୍ତାନ…

ଭବିଷ୍ୟତ ଗଠନ ପାଇଁ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଲେ ଅଧ୍ୟକ୍ଷ

ଭଞ୍ଜନଗର,୧୨।୪(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀଛାତ୍ରଙ୍କୁ ଶନିବାର ବିଦାୟ ସମ୍ବର୍ଦ୍ଧନା…

ବୋଲେରୋ ଧକ୍କାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ,୨୦ ଘଣ୍ଟା ହେଲା ହୋଇପାରିନି ମୃତଦେହ ବ୍ୟବଚ୍ଛେଦ

ଦାରିଙ୍ଗବାଡ଼ି,୧୨ା୪(ଅରୁଣ ସାହୁ): ବୋଲେରୋ ଧକ୍କାରେ ବାଇକ୍‌ଚାଳକଙ୍କ ମୃତ୍ୟୁ ଘଟଣାର ଇତିମଧ୍ୟରେ ପ୍ରାୟ ୨୦ ଘଣ୍ଟା ବିତିଯାଇଥିଲେ ମଧ୍ୟ କୌଣସି ମାମଲା ରୁଜୁ ହୋଇ ନ ଥିବା ଓ…

Dharitri Business Eminence Award 2026: ଶିକ୍ଷା ବ୍ୟବସାୟ ନୁହେଁ, ଭବିଷ୍ୟତ ଗଢ଼ିବାର ମାଧ୍ୟମ

ଶିକ୍ଷା ଶିଳ୍ପରେ ଜଣେ ଆଗଧାଡ଼ିର ଉଦ୍ୟୋଗୀ ଭାବେ ସୋମଦତ୍ତ ବେହୁରା ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଭୁବନେଶ୍ୱରସ୍ଥିତ କେ.ଟି. ଗ୍ଲୋବାଲ୍‌ ସ୍କୁଲର ପ୍ରତିଷ୍ଠାତା ସୋମଦତ୍ତ ବେହୁରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri