ଧର୍ମ ପାଇଁ ଗୀତ ଗାଇବା ଛାଡ଼ିଦେଲେ ଏହି ଗାୟିକା

ପାକିସ୍ତାନର ସଙ୍ଗୀତ ଜଗତରେ ଏକ ଚକିତ ଖବର ଶୁଣିବାକୁ ମିଳିଛି। ସୁଫି ଗାୟିକା ଶାଜିୟା ଖୁସ୍‌କ ସଙ୍ଗୀତ ଦୁନିଆକୁ ସବୁଦିନ ପାଇଁ ଅଲବିଦା କହିଦେଇଛନ୍ତି। ଆଉ ଗୀତ ଗାଇବେ ନାହିଁ ବୋଲି ଘୋଷଣା କରିଦେଇଛନ୍ତି। ପାକିସ୍ତାନୀ ପ୍ରଶଂସକମାନେ ମଧ୍ୟ ତାଙ୍କ କଥାକୁ ମାନି ନେଇଛନ୍ତି। ଏକ ରିପୋର୍ଟ ଅନୁସାରେ,‘ଲାଲ୍‌ ମେରୀ ପତ’ ଏବଂ ‘ଦାନେ ପେ ଦାନା’ ପରି ଲୋକପ୍ରିୟ ଗୀତ ଗାଇ ସେ ବେଶ୍‌ ପରିଚିତ ଲାଭ କରିଛନ୍ତି। ଶାଜିୟା ସୁଫି ଗାୟିକା ସହ ସିନ୍ଧି ଲୋକ କଳାକାର ଭାବରେ ବି ଜଣାଶୁଣା। ଗୀତ ଗାଇବା ଛାଡ଼ିବା ପଛରେ ଏକ କାରଣ ରହିଛି। ସେ କହିଛନ୍ତି, ନିଜକୁ ସମ୍ପୂର୍ଣ୍ଣ ଇସ୍‌ଲାମୀ ଭାବେ ଗଢ଼ିବାକୁ ଚାହୁଁଛନ୍ତି। ତେଣୁ ଏପରି ନିଷ୍ପତ୍ତି ନେଇଛନ୍ତି। ସେ ତାଙ୍କ ନିଷ୍ପତ୍ତି ବଦଳାଇବେ ନାହିଁ ବୋଲି ପ୍ରଶଂସକଙ୍କୁ ସୋସିଆଲ ମିଡିଆ ଜରିଆରେ ଜଣାଇ ସାରିଛନ୍ତି।

କହିରଖୁଛୁ, ଏହା ପୂର୍ବରୁ ନ୍ୟାଶ୍‌ନାଲ ଆଓ୍ବାର୍ଡ ପାଇଥିବା ଅଭିନେତ୍ରୀ ଜାଇରା ଓ୍ବାସିମ୍‌ ମଧ୍ୟ ଧର୍ମ ପାଇଁ ଅଭିନୟ ଦୁନିଆ ଛାଡ଼ି ଦେଇଥିଲେ। ଜାଇରା ସୋସିଆଲ ମିଡିଆରେ ଲେଖିଥିଲେ, ଏହି ଲାଇନ୍‌ ଛାଡ଼ିବା ପାଇଁ ୫ ବର୍ଷ ପୂର୍ବରୁ ଭାବିଥିଲି। ଆଲ୍ଲାଙ୍କୁ ସମୟ ଦେଇପାରୁ ନ ଥିଲି। ମୁଁ ଏବେ ପୂରା ଫିଟ୍‌। ଏଥିସହିତ କୋରାନ୍‌ ବିଷୟରେ ବି କିଛି କଥା ପୋଷ୍ଟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସିଦ୍ଧାର୍ଥଙ୍କ ଜନ୍ମଦିନରେ ‘ଶେରଶାହ’ର ପୋଷ୍ଟର ରିଲିଜ

ବମ୍ବେ: କରନ୍‌ ଜୋହରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇଅର’ରେ ଡେବ୍ୟୁ କରିବା ପରେ ଅନେକ ସଫଳତାର ଫର୍ଦ୍ଦ ଯୋଡ଼ା ହୋଇ ସାରିଲାଣି ଅଭିନେତା ସିଦ୍ଧାର୍ଥ...

ସୁଶାନ୍ତଙ୍କ ଆକାଉଣ୍ଟରୁ ଗୋଟିଏ ମାସରେ ୧୫ କୋଟି ଟଙ୍କା ଉଠାଇ ଥିଲେ ଗର୍ଲଫ୍ରେଣ୍ଡ

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ପ୍ରସଙ୍ଗ ନୂଆ ମୋଡ ଆସିଛି। ସୁଶାନ୍ତଙ୍କ ପିତା ପାଟଣା ରାଜୀବନଗର ଥାନାରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ...

ଓସ୍କାର ଦୌଡ଼ରେ ଥିବା ଚଳଚ୍ଚିତ୍ରରେ ଶୁଭ୍ରାଂଶୁ

କଟକ ଅଫିସ୧୩ା୧:: ଚଳିତବର୍ଷ ‘ଓସ୍କାର’ ଆୱାର୍ଡ ଦୌଡ଼ରେ ରହିଛି ବିଶ୍ୱର ୩୦୦ରୁ ଊର୍ଦ୍ଧ୍ୱ ଫିଲ୍ମ। ଏହି ଦୌଡରେ ସାମିଲ ହୋଇଛି ବଲିଉଡର ଏକ ଚଳଚ୍ଚିତ୍ର ‘ଲାଷ୍ଟ...

ଶୁଟିଂ ସେଟ୍‌ରେ ସଲମାନ୍‌ଙ୍କୁ ଡରିଯାଇଥିଲେ ଆଦିତ୍ୟ

ମୋହିତ ସୁରୀଙ୍କ ସୁପରହିଟ୍‌ ଫିଲ୍ମ ‘ଆଶିକି-୨’ରେ ଅଭିନୟ କରି ବଲିଉଡ୍‌ ଜଗତରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ ଆଦିତ୍ୟ ରୟ କପୁର। ଏହି...

ଅନୁଷ୍କା ଶର୍ମାଙ୍କ ବେବି ବମ୍ପ୍‌ ସହ ବିରାଟ କୋହଲି

ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋରେ...

ସାପ ସହ ଶଟ୍‌ ଦେବା ଦିଗାଙ୍ଗନାଙ୍କୁ ପଡ଼ିଲା ମହଙ୍ଗା

ଚଳଚ୍ଚିତ୍ର ହିପ୍ପି ଜରିଆରେ ବଡ଼ ପରଦାକୁ ଆସୁଛନ୍ତି ଅଭିନେତ୍ରୀ ଦିଗାଙ୍ଗନା ସୂର୍ଯ୍ୟବଂଶୀ। ଏଥିରେ ତାଙ୍କ ବିପକ୍ଷରେ ରହିବେ ଅଭିନେତା କାର୍ତ୍ତିକେୟ। ଫିଲ୍ମଟି ୭ ଜୁନକୁ ରିଲିଜ...

୧୨ ଜଣଙ୍କଠାରୁ ପ୍ରତାରିତ ହେବା ପରେ ଏମିତି କହିଲେ ବଲିଉଡ୍‌ର ଏହି ଲୋକପ୍ରିୟ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌ ନିଜର ସୌନ୍ଦର୍ଯ୍ୟ ଏବଂ ଅଭିନୟ ଦ୍ୱାରା ସମସ୍ତଙ୍କର ପ୍ରିୟ ହୋଇପାରିଛନ୍ତି। ୧୯୯୪ରେ ସେ ମିସ୍‌ ଇଣ୍ଡିଆ, ବ୍ରାହ୍ମାଣ୍ଡ ସୁନ୍ଦରୀ ହୋଇଥିଲେ।...

ସିନେମା ହଲ୍‌ରେ ରିଲିଜ୍‌ ହେଲା ସୁଶାନ୍ତଙ୍କ ଶେଷ ଫିଲ୍ମ

ମୁମ୍ବାଇ: ବଲିଉଡ୍‌ ଭର୍ସାଟାଇଲ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଅଛନ୍ତି। ତାଙ୍କ ମୃତ୍ୟୁକୁ ନେଇ ବିଦେଶର ପ୍ରଂଶସକ...

Coronavirus Update


Archives

Model This Week

Why Dharitri