ଧର୍ମେନ୍ଦ୍ର, ତାରାଙ୍କ ରୋଡ୍‌ ଶୋ

ଅନୁଗୋଳ ଅଫିସ/ପାଲଲହଡ଼ା, ୨୨।୪: ଅନୁଗୋଳ ଜିଲାର ୫ଟି ନିର୍ବାଚନମଣ୍ଡଳୀରେ ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଆସନ୍ତା ମଙ୍ଗଳବାର ଅନୁଷ୍ଠିତ ହେବ। ଏଥିପାଇଁ ରବିବାର ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ଶେଷ ଦିନରେ ଜିଲାର ସମସ୍ତ ନିର୍ବାଚନମଣ୍ଡଳୀରେ ପ୍ରମୁଖ ୩ ଦଳର ନେତାମାନେ ଜୋରଦାର ପ୍ରଚାର କରିଥିବା ଦେଖିବାକୁ ମିଳିଥିଲା। ଅନୁଗୋଳ ନିର୍ବାଚନମଣ୍ଡଳୀରେ ଭାଜପା ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରୋଡ୍‌ ଶୋ କରିଥିବାବେଳେ ପୌରାଞ୍ଚଳରେ କଂଗ୍ରେସର ବରିଷ୍ଠ ନେତା ତାରା ପ୍ରସାଦ ବାହିନୀପତି ପ୍ରଚାର ମଙ୍ଗ ଧରିଥିଲେ। ସେହିପରି ବିଜେଡି ପକ୍ଷରୁ ମଧ୍ୟ ଜୋରଦାର ପ୍ରଚାର କରାଯାଇଥିଲା।
ଅନୁଗୋଳ ଜିଲାରେ ଏଥର ତ୍ରିମୁଖୀ ଲଢ଼େଇ ହେଉଥିବାରୁ ସବୁଦଳ ପ୍ରଚାର ଉପରେ ଅଧିକ ଗୁରୁତ୍ୱ ଦେଇଥିବା ଦେଖାଯାଇଥିଲା। ଭାଜପାର ଷ୍ଟାର ପ୍ରଚାରକ ଭାବେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜିଲାରେ ପ୍ରଚାର କରିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶେଷ ପର୍ଯ୍ୟନ୍ତ ମଙ୍ଗ ଧରିଥିଲେ। ଏହାଛଡ଼ା କେତେଜଣ ସିନେ ତାରକାଙ୍କୁ ଭାଜପା ପ୍ରଚାର କାର୍ଯ୍ୟରେ ସାମିଲ କରିଥିଲା। ସେହିପରି ବିଜେଡି ପ୍ରାର୍ଥୀଙ୍କ ପାଇଁ ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରାଥନ ପ୍ରଚାର କରିଥିଲେ। ସେ ଦୁଇ ଜିଲାର ବିଭିନ୍ନ ନିର୍ବାଚନମଣ୍ଡଳୀ ଆସି ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। କଂଗ୍ରେସ ଶେଷ ମୁହୂର୍ତ୍ତରେ ପ୍ରଚାରରେ ବଳ କଷିବାକୁ ଉଦ୍ୟମ କରିଥିଲା। ରାଜ୍ୟର କେତେଜଣ ବରିଷ୍ଠ ନେତା ଅନୁଗୋଳ ଆସି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିବା ବେଳେ ଶେଷ ଦିନରେ ତାରା ପ୍ରସାଦ ବାହିନୀପତି ପୌରାଞ୍ଚଳରେ ରୋଡ୍‌ ଶୋ କରିଥିବା ଦେଖାଯାଇଥିଲା। ତେବେ ଏହି ପ୍ରଚାର କାର୍ଯ୍ୟ ବେଳେ ବିଭିନ୍ନ ଦଳ ପକ୍ଷରୁ ଲୋକଙ୍କୁ ପୁଳା ପୁଳା ପ୍ରତିଶ୍ରୁତି ଦିଆଯାଇଛି। ଲୋକଙ୍କ ସମର୍ଥନ ମିଳିଲେ ସମସ୍ତ ଅଧୁରା କାର୍ଯ୍ୟକୁ ପୂରା କରାଯିବ ବୋଲି ୩ ଦଳର ପ୍ରାର୍ଥୀଙ୍କ ପକ୍ଷରୁ କୁହାଯାଇଛି। ରବିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ବିଶାଳ ରୋଡ ଶୋରେ ଯୋଗ ଦେଇ ଭାଜପା ବିଧାୟକ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଢେଙ୍କାନାଳ ଲୋକ ସଭା ପ୍ରାର୍ଥୀ ରୁଦ୍ର ନାରାୟଣ ପାଣିଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। ସେହିପରି ଅନୁଗୋଳ ପୌରାଞ୍ଚଳରେ ଥିବା ୨୧ଟି ୱାର୍ଡରେ ରୋଡ ଶୋ କରି କଂଗ୍ରେସ ପ୍ରାର୍ଥୀ ବିପ୍ଳବ ଜେନାଙ୍କ ପାଇଁ ବରିଷ୍ଠ ନେତା ତାରାପ୍ରସାଦ ବାହିନୀପତି ଭୋଟ ଭିକ୍ଷା କରିଥିବା ଦେଖିବାକୁ ମିଳିଥିଲା। ଶତାଧିକ ଦଳୀୟ କର୍ମୀ ଓ ସମର୍ଥକମାନେ ଏହି ପ୍ରଚାରରେ ଯାଉଥିବା ବେଳେ ହେମସୁରପଡ଼ା ଛକରେ ବର୍ଷା କାରଣରୁ ସାମାନ୍ୟ ବାଧା ସୃଷ୍ଟି ହୋଇଥିଲା। ତେବେ ବିଜେଡି ପୌରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳକୁ ପ୍ରଚାର ଶେଷ ଦିନରେ ଅଧିକ ଗୁରୁତ୍ୱ ଦେଇଥିଲା। ଅପରାହ୍ନ ୪ଟାରେ ପ୍ରଚାର ଶେଷ ହେବା ପରେ ଭୋଟରଙ୍କ ମଧ୍ୟରେ ଅଧିକ ଉତ୍କଣ୍ଠା ପ୍ରକାଶ ପାଇଛି।


ସେହିପରି ପାଲଲହଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଖମାର କଲେଜ ପଡିଆଠାରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଢେଙ୍କାନାଳ ଲୋକ ସଭା ପ୍ରାର୍ଥୀ ଏବଂ ପାଲଲହଡ଼ା ବିଧାୟକ ପ୍ରାର୍ଥୀ ଅଶୋକ ମହାନ୍ତିଙ୍କ ପାଇଁ ଭୋଟ ମାଗିଛନ୍ତି। ପ୍ରଧାନ ଅପରାହ୍ନ ୧ଟାରେ ହେଲିକପ୍ଟର ଯୋଗେ ସେଠାରେ ପହଞ୍ଚତ୍ଥିଲେ। ଏହି ସଭାରେ ଅନ୍ୟମାନଙ୍କ ସହ ପାଲଲହଡ଼ା ମଣ୍ଡଳ ସଭାପତି ନୀଳାମ୍ବର ପ୍ରଧାନ, ଖମାର ସଭାପତି ଗୌରହରି ପ୍ରଧାନ, ଜିଲା ପରିଷଦ ସଦସ୍ୟ ସରୋଜ ସାହୁ, ତିରୁଲତା ଗଡନାୟକଙ୍କ ସହ ବରିଷ୍ଠ ଭାଜପା ନେତା ଅଜିତ କୁମାର ପ୍ରଧାନ, ଜଗମୋହନ ପ୍ରଧାନ, ରବିନାରାୟଣ ପାଣି, କ୍ଷୀରୋଦ୍ରୀ ବେହେରା, ପାଲଲହଡ଼ା ଯୁବରାଜ ବାଳକୃଷ୍ଣ ପାଳ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୂଳ ଲଙ୍ଘୁଛି ସମୁଦ୍ର: ଉଭୟ ଉପକୂଳ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କଲେ ବିଧାୟକ

ଛତ୍ରପୁର, ୫।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଦିନକୁ ଦିନ ସମୁଦ୍ର କୂଳକ୍ଷୟକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଉପକୂଳବର୍ତ୍ତୀ ଅଞ୍ଚଳର ବାସିନ୍ଦାମାନେ ଭୟଭୀତ ଅବସ୍ଥାରେ ଦିନ…

କୋରାପୁଟରେ ପ୍ରବଳ ବର୍ଷା: ଭାଙ୍ଗିଲା ୭ ଘର, ବୋରିଗୁମ୍ମାରେ ରେକର୍ଡ…

କୋରାପୁଟ,୫ା୭(ଅମିତାଭ ବେହେରା): କୋରାପୁଟ ଜିଲାରେ ରବିବାର ପ୍ରବଳ ବର୍ଷା ହୋଇଛି। ଜିଲାର ୧୪ଟି ବ୍ଲକରେ ମୋଟ୍‌ ୧୩୭୧.୪ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ଜୟପୁର କୋରାପୁଟ ଆଦି…

ତାରାତାରିଣୀ କଲେଜର ହେବ ଆଧୁନିକୀକରଣ, ଅଞ୍ଚଳରେ ଖୁସିର ଲହରୀ

ପୁରୁଷୋତ୍ତମପୁର,୫ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ପାଇଁ ଚଳିତ ବର୍ଷ ଏକ ଐତିହାସିକ ବର୍ଷ ପାଲଟିଛି । କେନ୍ଦ୍ର ସରକାରଙ୍କ ପ୍ରତିଷ୍ଠିତ ରୁଷା/ପିଏମ-ଉଷା ପ୍ରକଳ୍ପରେ…

ଭିଜିଲାନ୍ସ ଜାଲରେ ମହିଳା ସରପଞ୍ଚ, ମାଛ ଚାଷ ସବସିଡି ପାଇଁ SHGରୁ ନେଉଥିଲେ ଲାଞ୍ଚ

ସୋନପୁର,୫ା୭: ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ନିମ୍ନା ପଞ୍ଚାୟତର ମହିଳା ସରପଞ୍ଚ । ମାଛ ଚାଷ ସବସିଡି ପାଇଁ SHG ଠାରୁ ୨୦ ହଜାର ଲାଞ୍ଚ…

ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ: କୋରାପୁଟ ଜିଲାରୁ ବାଦ୍‌ ପଡ଼ିଲେ…

କୋରାପୁଟ,୫ା୭(ଅମିତାଭ ବେହେରା): ରବିବାର କୋରାପୁଟସ୍ଥିତ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତା ଆୟୋଜିତ ବୈଠକରେ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ କରାଯାଇଥିବାବେଳେ ଏଥିରୁ…

ବାଇକ୍‌ ସହ ଲୁଟିନେଇଥିଲେ ଟଙ୍କା, ପୋଲିସ ୫ ଜଣଙ୍କୁ ଗିରଫ କରି ତାଙ୍କଠାରୁ…

ରିଷିଡ଼ା/ମ.ରାମପୁର,୫ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ମ.ରାମପୁର ନିକଟସ୍ଥ ଅରନଝରଣ ଘାଟିଠାରେ ୩ତାରିଖ ଶୁକ୍ରବାର ୫ଜଣ ଦୁର୍ବୃତ୍ତ ଏକ ଗାଡ଼ିରେ ଆସି ବଗବେଡ଼ା ଗାଁର ହେମସାଗର ଦେହେରିଆ ଓ…

ପ୍ରକାଶ ପାଇଲା ଭୋଟର ତାଲିକା: ୨୭ ଲକ୍ଷ ୯୨ ହଜାର ୧୫୮ ଜଣ ସାମିଲ, ବାଦ୍‌ ପଡ଼ିଲେ…

ଛତ୍ରପୁର,୫ା୭(ଦିଲ୍ଲୀପ ସାମଲ): ଭାରତର ଗଣତାନ୍ତ୍ରିକ ପର୍ବ କୁହାଯାଉଥିବା ନିର୍ବାଚନ ପ୍ରକ୍ରିୟାରେ ସ୍ବଚ୍ଛତା, ନିର୍ଭୁଲ ଏବଂ ବିଶ୍ୱସନୀୟତା ବଜାୟ ରଖିବା ଉଦ୍ଦେଶ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ…

୯ ଘଣ୍ଟା ଧରି ପାଣିରେ ଫସିଛି କାର୍‌, ଭିତରେ ୪ ଜଣ ଥାଇ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ଼ ଲାଠୋର ନୂଆପଡ଼ା ରାସ୍ତାରେ ଥିବା ରେଲଓ୍ବେ ଅଣ୍ଡର ଗ୍ରାଉଣ୍ଡ ପୋଲ ଭିତର ଦେଇ ଏକ କାର୍‌ ଯାଉଥିବାବେଳେ ପାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri