ଧର୍ମଘଟ ଯୋଗୁ ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ

ନୂଆଦିଲ୍ଲୀ,୯-୧: ବୁଧବାର ଦେଶବ୍ୟାପୀ ଧର୍ମଘଟ ଯୋଗୁ ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ ହୋଇଛି। ସରକାରଙ୍କ ବିଭିନ୍ନ ଜନ ବିରୋଧି ନିଷ୍ପତ୍ତିକୁ ବିରୋଧ କରି ଦେଶର ୧୦ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ଧର୍ମଘଟକୁ ଓହ୍ଲାଇଥିଲେ। ବନ୍ଦ ଯୋଗୁ ବ୍ୟାଙ୍କ ଶାଖାଗୁଡିକରେ ଟଙ୍କା ଉଠାଣ, ଜମା ପ୍ରଭାବିତ ହୋଇଛି। ବ୍ୟାଙ୍କ ଶାଖାରେ ପିକେଟିଂ କରି ଏହାକୁ ବନ୍ଦ କରାଯାଇଥିଲା। ଏହା ଯୋଗୁ ଦେଶର ବିଭିନ୍ନ ସ୍ଥାନରେ ବ୍ୟାଙ୍କିଙ୍ଗ କାରବାର ପ୍ରଭାବିତ ହୋଇଥିବା ଜଣାପଡିଛି। ବ୍ୟାଙ୍କଗୁଡିକ କାରବାର ପ୍ରଭାବିତ ହେବା ନେଇ ପୂର୍ବରୁ ଗ୍ରାହକଙ୍କୁ ସୂଚାଇ ଦେଇଥିଲେ। ଧର୍ମଘଟରେ ଅଲ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲଇଜ୍‌ ଆସୋସିଏଶନ(ଏଆଇବିଇଏ), ଅଲ୍‌ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ ଆସୋସିଏଶନ(ଏଆଇବିଓଏ), ବିଇଏଫ୍‌ଆଇ, ଆଇଏନ୍‌ବିଇଏଫ୍‌, ଆଇଏନ୍‌ବିଓସି, ବ୍ୟାଙ୍କ କର୍ମଚାରୀ ସେନା ମହାସଂଘ(ବିକେଏସ୍‌ଏମ୍‌) ଭଳି ସଂଘ ଯୋଗ ଦେଇଥିଲେ। ଜମା, ଉଠାଣ, ଚେକ୍‌ କ୍ଲିୟରାନ୍ସ, ଇନଷ୍ଟ୍ରୁମେଣ୍ଟ କ୍ଲିୟରାନ୍ସରେ ବାଧା ଉପୁଜିଥିଲା। ଏଭଳି ସ୍ଥିତିରେ ଘରୋଇ ବ୍ୟାଙ୍କ ସେବାରେ ବିଶେଷ ପ୍ରଭାବ ପଡି ନ ଥିବା ଜଣାପଡିଛି।
୧୦ ଶ୍ରମିକ ସଙ୍ଗଠନର ଏହି ଧର୍ମଘଟକୁ ବ୍ୟାଙ୍କ କର୍ମଚାରୀମାନେ ସମର୍ଥନ ଦେଇଥିବା ଏଆଇବିଇଏର ସାଧାରଣ ସମ୍ପାଦକ ସି.ଏଚ୍‌. ଭେଙ୍କଟଚଳମ ସୂଚନା ଦେଇଛନ୍ତି। ବ୍ୟାଙ୍କ ମିଶ୍ରଣ, ଘରୋଇକରଣ, ଫି ବୃଦ୍ଧି ସମେତ ବେତନ ସଂକ୍ରାନ୍ତ ବିଭିନ୍ନ ପ୍ରସଙ୍ଗ ଆଧାରରେ ସରକାରଙ୍କ ନୀତିକୁ ବିରୋଧ କରାଯାଇଥିବା ସେ ସ୍ପଷ୍ଟ କରିଛନ୍ତି। ଅଲ୍‌ ଇଣ୍ଡିଆ ରିଜର୍ଭ ବ୍ୟାଙ୍କ ଏମ୍ପ୍ଲଇ ଆସୋସିଏଶନ(ଏଆଇଆର୍‌ବିଇଏ), ଅଲ୍‌ ଇଣ୍ଡିଆ ରିଜର୍ଭ ବ୍ୟାଙ୍କ ଓ୍ବାକର୍ସ ଫେଡେରେଶନ(ଏଆଇଆର୍‌ବିଡ୍ଲ୍ୟୁଏଫ୍‌) ଏବଂ ବୀମା ସଂଘଗୁଡିକ ଧର୍ମଘଟକୁ ସମର୍ଥନ ଦେଇଥିବା ଜଣାପଡିଛି।
ଆଇଏନ୍‌ଟିୟୁସି, ଏଆଇଟିୟୁସି, ଏଚ୍‌ଏମ୍‌ଏସ୍‌, ସିଆଇଟିୟୁ, ଏଆଇଟିୟୁସି, ଟିୟୁସିସି, ଏସ୍‌ଇଡବ୍ଳ୍ୟୁଏ, ଏଆଇସିଟିୟୁ, ଏଲ୍‌ପିଏଫ୍‌, ୟୁଟିୟୁସି ଭଳି ଶ୍ରମିକ ସଙ୍ଗଠନ ଧର୍ମଘଟରେ ସାମିଲ ହୋଇଥିଲେ। ଏହାବାଦ ବିଭିନ୍ନ କ୍ଷେତ୍ରରେ ସ୍ବାଧୀନ ମହାସଂଘ, ସଙ୍ଗଠନ ମଧ୍ୟ ଏଥିରେ ଯୋଗ ଦେଇଥିଲେ। ସାରା ଦେଶରେ ପ୍ରାୟ ୨୫ କୋଟି ଲୋକ ସାମିଲ ହୋଇଥିବା ନେଇ ଶ୍ରମିକ ସଂଘଠନଗୁଡିକ ପକ୍ଷରୁ ବୁଧବାର କୁହାଯାଇଛି। ଚଳିତ ବର୍ଷ ଜାନୁୟାରୀରେ ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଅନୁଷ୍ଠିତ ହୋଇଥିବା ବୈଠକରେ ସରକାର ଶ୍ରମିକମାନଙ୍କର ଦାବିକୁ ପୂରଣ କରିବାରେ ଅକ୍ଷମତା ପ୍ରକାଶ କରିଛନ୍ତି। ସରକାର ଦାବି ଶୁଣିବାକୁ ଅଗ୍ରାହ୍ୟ କରିଦେଉଛନ୍ତି। ବିଭିନ୍ନ ଅସୁବିଧା ଆଧାରରେ ଶ୍ରମିକ ବିରୋଧୀ, ଲୋକ ବିରୋଧୀ, ଜାତୀୟତା ବିରୋଧୀ ନୀତିକୁ ବିରୋଧ କରି ଧର୍ମଘଟ କରାଯାଇଥିବା ସଂଘଗୁଡିକ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri