ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ମିଳିଲା ରାଶନକାର୍ଡ

ବାଲିଗୁଡା,୨୫ା୫(ଡି.ଏନ୍‌.ଏ.)- ବାଲିଗୁଡା ଏନ୍‌ଏସି ୬ନଂ. ଓ୍ବାର୍ଡର ଶିବ ପ୍ରସାଦ ପଟ୍ଟନାୟକ ରାଶନକାର୍ଡ ପାଇବାକୁ ଯୋଗ୍ୟ ଥାଇ ମଧ୍ୟ ପାଇ ନ ଥିଲେ। ଶିବପ୍ରସାଦ ବାଲିଗୁଡା ବଜାରରେ ଏକ ଛୋଟ ଘଣ୍ଟା ମରାମତି ଦୋକାନ କରି ପରିବାର ଚଳାନ୍ତି। ଘର ନ ଥିବାରୁ ନୂଆସାହିରେ ଏକ ଭଡାଘରେ ମୁଣ୍ଡ ଗୁଞ୍ଜିଛନ୍ତି। ଲକ୍‌ଡାଉନ୍‌ ଯୋଗୁ ଦୋକାନ ବନ୍ଦ ପରେ ଦୁଇ ସନ୍ତାନ ଓ ସ୍ତ୍ରୀଙ୍କ ପାଇଁ ଦାନା ଯୋଗାଡ କରିବା ମୁସ୍କିଲ ହୋଇପଡିଥିଲା। ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଜୟଦେବ ଷଡ଼ଙ୍ଗୀ ଉପଖଣ୍ଡ ଯୋଗାଣ ବିଭାଗ ଅଧିକାରୀ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀଙ୍କୁ ଭେଟି ଦୁଃଖ ଜଣାଇଥିଲେ। ତଥାପି କାର୍ଡ ମିଳି ନଥିଲା। ଯାଞ୍ଚବେଳେ ତିନିବଖରା ପକ୍କାଘରେ ଥିବାରୁ କାର୍ଡ ମିଳି ନ ଥିଲା ବୋଲି ଯୋଗାଣ ଅଧିକାରୀ କହିଥିଲେ। ଏନେଇ ଧରିତ୍ରୀରେ ଖବର ପ୍ରକାଶ ପରେ ଉପଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦ ପୁନଃ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଯୋଗାଣ ଅଧିକାରୀ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀଙ୍କ ସମେତ ଏନ୍‌ଏସି କର୍ତ୍ତୃପକ୍ଷ ଶିବ ପ୍ରସାଦ ପଟ୍ଟନାୟକଙ୍କ ଭଡା ଘରେ ପହଞ୍ଚତ୍ ତଦନ୍ତ କରିଥିଲେ। ତଦନ୍ତ ପରେ ଶିବଙ୍କ ପରିବାରଙ୍କୁ ରାଶନକାର୍ଡ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକଙ୍କ ନିଆରା ପ୍ରୟାସ: ଚିତ୍ରକଳାରେ ଦେଲେ କରୋନା ସଚେତନତା ବାର୍ତ୍ତା

ବରଗଡ଼ ଅଫିସ୍‌,୧୧।୪: କରୋନା(କୋଭିଡ୍‌-୧୯) ଭୂତାଣୁ ସାରା ବିଶ୍ୱରେ କାୟା ବିସ୍ତାର କରି ଚାଲିଛି । ଏହାକୁ ଦମନ କରିବା ପାଇଁ ଠୋସ୍‌ ଔଷଧ ଏପର୍ଯ୍ୟନ୍ତ ବାହାରି...

ଭଙ୍ଗ ହେଉଛି ଭାଇଚାରା

ଢେଙ୍କାନାଳ ଅଫିସ, ୧୦।୯: ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ସମୃଦ୍ଧ ଢେଙ୍କାନାଳ ସହର ରାଜନୀତିର ଜଟିଳ ଗଣିତରେ ଛନ୍ଦି ହୋଇପଡ଼ିଛି। ରାଜନୈତିକ ବିବାଦ ପାଇଁ...

କଂଗ୍ରେସର ପୂର୍ବତନ ବିଧାୟକ ଗୁରୁପଦ ନନ୍ଦଙ୍କ ପରଲୋକ

ଭୁବନେଶ୍ୱର, ୨୦।୧୦(ବ୍ୟୁରୋ): ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଗୁରୁପଦ ନନ୍ଦଙ୍କର ମଙ୍ଗଳବାର ପରଲୋକ ଘଟିଛି। କଟକ ସଦଗୁରୁ ହସ୍ପିଟାଲରେ ସେ ଶେଷ ନିଶ୍ୱାସ...

୪ ମାଓବାଦୀ ଗିରଫ

ରାୟଗଡ଼ା,୧୨।୭ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ମୁନିଗୁଡ଼ା ପୋଲିସ ମଙ୍ଗଳବାର ୪ ମାଓବାଦୀଙ୍କୁ ଗିରଫ କରିଛି। ଗିରଫ ମାଓବାଦୀମାନେ ହେଲେ ମୁନିୁଗଡ଼ା ବ୍ଲକ କାଡ୍ରାପାଙ୍ଗା...

ଝାରସୁଗୁଡ଼ାରେ କଲେଜ ଛାତ୍ରଙ୍କୁ ପୋଲିସର ନାଲି ଆଖି

ଝାରସୁଗୁଡା ଅଫିସ,୨ା୪- କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶକୁ ଲକ୍‌ ଡାଉନ କରାଯାଉଛି। ଏହି କଟକଣାକୁ ମାନୁ ନ ଥିବା ବ୍ୟକ୍ତିଙ୍କ ବିରୋଧରେ...

ବାଲୁକାକଳାରେ ଦ୍ରୌପଦୀଙ୍କୁ ଶୁଭେଚ୍ଛା

ପୁରୀ ଅଫିସ,୨୧।୭: ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଭାରତର ପରବର୍ତ୍ତୀ ରାଷ୍ଟ୍ରପତି ହେବା ଏକ ପ୍ରକାର ସ୍ପଷ୍ଟ ହୋଇଥିଲେ ହେଁ ଚୂଡ଼ାନ୍ତ ଫଳାଫଳ ପ୍ରକାଶକୁ ଅପେକ୍ଷା...

ଏୟାର ଇଣ୍ଡିଆ ବିମାନରେ ନିଆଁ

ଭୁବନେଶ୍ୱର, ୯ା୧୧(ବ୍ୟୁରୋ): ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛି ଏୟାର ଇଣ୍ଡିଆ ବିମାନ। ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ଏହି...

ବିଧବାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଦିଗପହଣ୍ଡି,୧୪।୪(ଡି.ଏନ୍‌.ଏ.): ଦିଗପହଣ୍ଡି ଥାନା ଅଧୀନ ଏକ ଗାଁର ଜଣେ ବିଧବା ମହିଳାଙ୍କୁ ନରସିଂହପୁର ଗାଁର ଏସ୍‌ ତ୍ରିପତୀ ରେଡ୍ଡି ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏଥିସହ...

Advertisement
Archives

Model This Week