ଧରିତ୍ରୀ ଆଳାପ: ସ୍ବାସ୍ଥ୍ୟସେବାକୁ ଅଧିକ ଲୋକାଭିମୁଖୀ କରିବାକୁ ଚେଷ୍ଟା କରିବି

ଲୋକଙ୍କ ପାଖରେ ସ୍ବାସ୍ଥ୍ୟସେବା ଯେପରି ସହଜରେ ଉପଲବ୍ଧ ହୋଇପାରିବ ସେ ଦିଗରେ ଗୁରୁତ୍ୱ ଦେବି। ସେହିପରି ଡାକ୍ତରୀପିଲାଙ୍କ ପାଠପଢା କ୍ଷେତ୍ରକୁ ମଧ୍ୟ ଅଗ୍ରାଧିକାର ଦିଆଯିବ। ରାଜ୍ୟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନେକ ଜନକଲ୍ୟାଣକାରୀ ଯୋଜନା ଲାଗୁ କରାଯାଇଛି। ଏହି ଯୋଜନାଗୁଡିକୁ ଅଧିକ କ୍ରିୟାଶୀଳ କରିବା ସହିତ ଏହାର କାର୍ଯ୍ୟାନ୍ବୟନ ଦିଗରେ ସମସ୍ତ ପ୍ରଚେଷ୍ଟା କରାଯିବ। ଡାଇରେକ୍ଟର ଅଫ ମେଡିକାଲ ଏଜୁକେଶନ ଆଣ୍ଡ ଟ୍ରେନିଂ (ଡିଏମ୍‌ଇଟି) ଭାବେ ନିଯୁକ୍ତି ପାଇବା ପରେ ପ୍ରଫେସର ଡା. ସି.ବି.କେ. ମହାନ୍ତିଙ୍କ ସହିତ ଧରିତ୍ରୀର ସ୍ବତନ୍ତ୍ର ସାକ୍ଷାତକାର।

ଆପଣଙ୍କ ପାଇଁ କ’ଣ ସବୁ ଚ୍ୟାଲେଞ୍ଜ ରହିଛି?
ପ୍ରତ୍ୟେକ କ୍ଷେତ୍ରରେ ଚ୍ୟାଲେଞ୍ଜ ରହିଛି। ତେବେ ପରିସ୍ଥିତିକୁ ଅନୁଶୀଳନ କରି ତା’ର ସମାଧାନ କରାଯିବ। ପ୍ରଥମତଃ ବର୍ଗୀକରଣ କାର୍ଯ୍ୟକୁ ପ୍ରାଥମିକତା ଦିଆଯିବ। ଯାହାସବୁ ସମସ୍ୟା ଆସିବ ତା’ର ସରଳ ସମାଧାନ ଦିଗରେ ଧ୍ୟାନ ଦିଆଯିବ।
୫-ଟିକୁ ନେଇ କିଛି ସମସ୍ୟା ଅଛି କି?
୫-ଟି ରାଜ୍ୟ ସରକାରଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ। ଏହା ଯେପରି ଅଧିକ କ୍ରିୟାଶୀଳ ହେବ ସେଥିପାଇଁ ଚେଷ୍ଟା କରିବି। ଯାହା ଦରକାର ତାହା ନିଶ୍ଚିତ କରାଯିବ। ସ୍ବାସ୍ଥ୍ୟସେବାକୁ ଅଧିକ ଲୋକାଭିମୁଖୀ କରିବାକୁ ଚେଷ୍ଟା କରିବି।
ସ୍ବାସ୍ଥ୍ୟ ବିଭାଗରେ ଭିତ୍ତିଭୂମି ଓ ମାନବ ସମ୍ବଳ ଅଭାବ ପୂରଣ ପାଇଁ କ’ଣ କରିବେ?
ମାନବ ସମ୍ବଳ ବିକାଶ ସହିତ ଭିତ୍ତିଭୂମିର ଉନ୍ନତି ପାଇଁ ସରକାର ସଦାସର୍ବଦା ଚେଷ୍ଟା ଜାରି ରଖିଛନ୍ତି। ଏକାସାଙ୍ଗରେ ସବୁର ସମାଧାନ ହୋଇପାରିବନାହିଁ। କ୍ରମାନ୍ବୟରେ ଏହାର ସମାଧାନ କରାଯିବ।
ଡିଏମ୍‌ଇଟି ହେବା ପରେ ଆଉ ରୋଗୀ ଦେଖିବେ?
ମୋର ପ୍ରଥମ ପରିଚୟ ହେଉଛି ମୁଁ ଜଣେ ଡାକ୍ତର। ରୋଗୀ ସେବା ମୋ ଜୀବନର ଧର୍ମ ନୁହେଁ, ବ୍ରତ। ଯେକୌଣସି ପଦବୀ ମିଳୁ ନା କାହିଁକି ସମୟ ମିଳିବା ମାତ୍ରେ ରୋଗୀସେବା ଜାରି ରଖିବି।
ଏସ୍‌ସିବି ମେଡିକାଲ ପାଇଁ କିଛି ଲକ୍ଷ୍ୟ ରହିଛି କି?
ମୋ ପାଇଁ ସବୁ ମେଡିକାଲ କଲେଜ ସମାନ। ଯେଉଁ ମେଡିକାଲ କଲେଜରେ ଯାହା ଆବଶ୍ୟକତା ରହିଛି ତାକୁ ପୂରଣ କରିବା ପାଇଁ ମୋ ଉଦ୍ୟମ ଅବ୍ୟାହତ ରହିବ। ତେବେ ଏସ୍‌ସିବି ମେଡିକାଲରେ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍‌ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ମୁଁ ନିଶ୍ଚିତ ଭାବେ ଗୁରୁତ୍ୱ ଦେବି।
– ସାକ୍ଷାତ୍‌: ନିର୍ମଳ ପଣ୍ଡା, କଟକ


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ୍‌ରେ ଅଘଟଣ, ପାଚେରୀ ଭୁଶୁଡ଼ି ଚାଲିଗଲା ୨ ଛାତ୍ରୀଙ୍କ ଜୀବନ

ପାରଳାଖେମୁଣ୍ଡି,୧୫।୪(ଗିରିଧାରୀ ପରିଛା): ରା.ଉଦୟଗିରିରେ ଅଭାବନୀୟ ଘଟଣା । ସ୍କୁଲ ପାଚେରୀ ତଳେ ଚାପି ହୋଇ ଦୁଇ ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ରା.ଉଦୟଗିରି ଥାନା ୠବୁଡିସିଂ ପ୍ରାଥମିକ…

ଆଇନମନ୍ତ୍ରୀଙ୍କ ଘୋଷଣା, ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାରେ ହେବ ବଡ଼ ପରିବର୍ତ୍ତନ

ଭୁବନେଶ୍ବର,୧୫।୪: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନେଇ ବଡ଼ ଘୋଷଣା କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ବଦଳିବ ଦର୍ଶନ ବ୍ୟବସ୍ଥା । ଖୁବଶୀଘ୍ର ସ୍ଲଟ ବୁକିଂ ମାଧ୍ୟମରେ…

ଏପ୍ରିଲ ୧୬ରେ ବଡ଼ ନିଷ୍ପତ୍ତି ନେବେ ଏମଏସ ଧୋନୀ! CSK ମ୍ୟାଚ୍…

ନୂଆଦିଲ୍ଲୀ,୧୫।୪:  ଏମଏସ ଧୋନୀ ଏପ୍ରିଲ ୧୬ରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏହି ନିଷ୍ପତ୍ତି ତାଙ୍କର ପରବର୍ତ୍ତୀ ଆଇପିଏଲ ୨୦୨୬ ମ୍ୟାଚରେ ଅଂଶଗ୍ରହଣ କରିବା…

ରାଜଧାନୀରେ ଚାଞ୍ଚଲ୍ୟ: ଟ୍ୟୁଶନ ଯାଇ ନିଖୋଜ ହେଲେ ନାବାଳିକା

ଭୁବନେଶ୍ୱର,୧୫।୪: ଟ୍ୟୁଶନ ଯାଇ ନିଖୋଜ ହେଲେ ନାବାଳିକା। ଏଭଳି ଅଭାବନୀୟ ଘଟଣା ଘଟିଛି ନୟାପଲ୍ଲୀ ଥାନା ଅଞ୍ଚଳରେ। ନୟାପଲ୍ଲୀ ଥାନା ସାଲିଆସାହି ନାବାଳିକାଙ୍କ ପତ୍ତା ମିଳୁନି ।…

ମୋକିମଙ୍କ ନୂଆ ଦଳରେ ସୋଫିଆ? ରାଜ୍ୟ ରାଜନୀତିରେ ଚହଳ

ଭୁବନେଶ୍ୱର,୧୫।୪: ନୂଆ ଆଞ୍ଚଳିକ ଦଳ ଲୋକାର୍ପଣ କଲେ ମହମ୍ମଦ ମୋକିମ। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଏକ ବିରାଟ ସମାବେଶରେ ଲୋକାର୍ପଣ ହେଲା ନୂଆଦଳ। ମୋକିମଙ୍କ ନୂଆ ଦଳ…

ସମ୍ବଲପୁରରେ ବଡ଼ ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ : ଉଦ୍‌ଘାଟିତ ହେଲା ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟ

ସମ୍ବଲପୁର,୧୫।୪(ପ୍ରମୋଦ ବହିଦାର): ସମ୍ବଲପୁରର ଐତିହାସିକ ଗୌରବକୁ ନୂଆ ପରିଚୟ ଦେବା ପାଇଁ ବୁଧବାର ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟ ଲୋକାର୍ପିତ ହୋଇଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର…

ଅବନୀତଙ୍କ ଗ୍ଲାମରସ୍‌ ଲୁକ୍‌କୁ ନେଇ ଉଠିଲା ପ୍ରଶ୍ନ

ଅଭିନେତ୍ରୀ ଅବନୀତ କୌର ଯେତିକି ଗ୍ଲାମରସ୍‌ ସେତିକି ଚର୍ଚ୍ଚିତ ମଧ୍ୟ। ନିଜ ଚମକଦାର ଲୁକ ପାଇଁ ପ୍ରାୟତଃ ପ୍ରଶଂସା ସାଉଁଟନ୍ତି। ନିକଟରେ ସେ ତାହା ତ୍ୱଚାରେ ବୋଟକ୍ସ…

8th Pay Commissionକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ସର୍ବନିମ୍ନ ମୌଳିକ ଦରମା…

ନୂଆଦିଲ୍ଲୀ,୧୫।୪: ଅଷ୍ଟମ ବେତନ କମିଶନକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ବେତନ କମିଶନର ସରକାରୀ ୱେବସାଇଟ ମଧ୍ୟ ବିଭିନ୍ନ ସହରର ଅଂଶୀଦାରମାନଙ୍କ ସହିତ ଆଲୋଚନା ପାଇଁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri