ଧରିତ୍ରୀ ଆଳାପ: ସ୍ବାସ୍ଥ୍ୟସେବାକୁ ଅଧିକ ଲୋକାଭିମୁଖୀ କରିବାକୁ ଚେଷ୍ଟା କରିବି

ଲୋକଙ୍କ ପାଖରେ ସ୍ବାସ୍ଥ୍ୟସେବା ଯେପରି ସହଜରେ ଉପଲବ୍ଧ ହୋଇପାରିବ ସେ ଦିଗରେ ଗୁରୁତ୍ୱ ଦେବି। ସେହିପରି ଡାକ୍ତରୀପିଲାଙ୍କ ପାଠପଢା କ୍ଷେତ୍ରକୁ ମଧ୍ୟ ଅଗ୍ରାଧିକାର ଦିଆଯିବ। ରାଜ୍ୟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନେକ ଜନକଲ୍ୟାଣକାରୀ ଯୋଜନା ଲାଗୁ କରାଯାଇଛି। ଏହି ଯୋଜନାଗୁଡିକୁ ଅଧିକ କ୍ରିୟାଶୀଳ କରିବା ସହିତ ଏହାର କାର୍ଯ୍ୟାନ୍ବୟନ ଦିଗରେ ସମସ୍ତ ପ୍ରଚେଷ୍ଟା କରାଯିବ। ଡାଇରେକ୍ଟର ଅଫ ମେଡିକାଲ ଏଜୁକେଶନ ଆଣ୍ଡ ଟ୍ରେନିଂ (ଡିଏମ୍‌ଇଟି) ଭାବେ ନିଯୁକ୍ତି ପାଇବା ପରେ ପ୍ରଫେସର ଡା. ସି.ବି.କେ. ମହାନ୍ତିଙ୍କ ସହିତ ଧରିତ୍ରୀର ସ୍ବତନ୍ତ୍ର ସାକ୍ଷାତକାର।

ଆପଣଙ୍କ ପାଇଁ କ’ଣ ସବୁ ଚ୍ୟାଲେଞ୍ଜ ରହିଛି?
ପ୍ରତ୍ୟେକ କ୍ଷେତ୍ରରେ ଚ୍ୟାଲେଞ୍ଜ ରହିଛି। ତେବେ ପରିସ୍ଥିତିକୁ ଅନୁଶୀଳନ କରି ତା’ର ସମାଧାନ କରାଯିବ। ପ୍ରଥମତଃ ବର୍ଗୀକରଣ କାର୍ଯ୍ୟକୁ ପ୍ରାଥମିକତା ଦିଆଯିବ। ଯାହାସବୁ ସମସ୍ୟା ଆସିବ ତା’ର ସରଳ ସମାଧାନ ଦିଗରେ ଧ୍ୟାନ ଦିଆଯିବ।
୫-ଟିକୁ ନେଇ କିଛି ସମସ୍ୟା ଅଛି କି?
୫-ଟି ରାଜ୍ୟ ସରକାରଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ। ଏହା ଯେପରି ଅଧିକ କ୍ରିୟାଶୀଳ ହେବ ସେଥିପାଇଁ ଚେଷ୍ଟା କରିବି। ଯାହା ଦରକାର ତାହା ନିଶ୍ଚିତ କରାଯିବ। ସ୍ବାସ୍ଥ୍ୟସେବାକୁ ଅଧିକ ଲୋକାଭିମୁଖୀ କରିବାକୁ ଚେଷ୍ଟା କରିବି।
ସ୍ବାସ୍ଥ୍ୟ ବିଭାଗରେ ଭିତ୍ତିଭୂମି ଓ ମାନବ ସମ୍ବଳ ଅଭାବ ପୂରଣ ପାଇଁ କ’ଣ କରିବେ?
ମାନବ ସମ୍ବଳ ବିକାଶ ସହିତ ଭିତ୍ତିଭୂମିର ଉନ୍ନତି ପାଇଁ ସରକାର ସଦାସର୍ବଦା ଚେଷ୍ଟା ଜାରି ରଖିଛନ୍ତି। ଏକାସାଙ୍ଗରେ ସବୁର ସମାଧାନ ହୋଇପାରିବନାହିଁ। କ୍ରମାନ୍ବୟରେ ଏହାର ସମାଧାନ କରାଯିବ।
ଡିଏମ୍‌ଇଟି ହେବା ପରେ ଆଉ ରୋଗୀ ଦେଖିବେ?
ମୋର ପ୍ରଥମ ପରିଚୟ ହେଉଛି ମୁଁ ଜଣେ ଡାକ୍ତର। ରୋଗୀ ସେବା ମୋ ଜୀବନର ଧର୍ମ ନୁହେଁ, ବ୍ରତ। ଯେକୌଣସି ପଦବୀ ମିଳୁ ନା କାହିଁକି ସମୟ ମିଳିବା ମାତ୍ରେ ରୋଗୀସେବା ଜାରି ରଖିବି।
ଏସ୍‌ସିବି ମେଡିକାଲ ପାଇଁ କିଛି ଲକ୍ଷ୍ୟ ରହିଛି କି?
ମୋ ପାଇଁ ସବୁ ମେଡିକାଲ କଲେଜ ସମାନ। ଯେଉଁ ମେଡିକାଲ କଲେଜରେ ଯାହା ଆବଶ୍ୟକତା ରହିଛି ତାକୁ ପୂରଣ କରିବା ପାଇଁ ମୋ ଉଦ୍ୟମ ଅବ୍ୟାହତ ରହିବ। ତେବେ ଏସ୍‌ସିବି ମେଡିକାଲରେ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍‌ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ମୁଁ ନିଶ୍ଚିତ ଭାବେ ଗୁରୁତ୍ୱ ଦେବି।
– ସାକ୍ଷାତ୍‌: ନିର୍ମଳ ପଣ୍ଡା, କଟକ


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଟିଗ୍ରେଟେଡ ଲ’ ପରୀକ୍ଷା ଦେବେ ଅର୍ଚ୍ଚନା

ଭୁବନେଶ୍ୱର,୩୧।୧(ବ୍ୟୁରୋ): ବେଆଇନ୍‌ ଅର୍ଥ କାରବାରରେ ଗିରଫ ହୋଇ ଜେଲ୍‌ରେ ଥିବା ମହିଳା ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ମଙ୍ଗଳବାର ଇଣ୍ଟିଗ୍ରେଟେଡ ଲ’ ପରୀକ୍ଷା ଦେବେ। ଏନେଇ ଜେଏମ୍‌ଏଫ୍‌ସି...

ଆଉ ବିଡିଏ ଅନୁମତି ଲୋଡାନାହିଁ

ଭୁବନେଶ୍ୱର, ୨୮।୧୨(ବ୍ୟୁରୋ): ସହରାଞ୍ଚଳରେ ଜମି କିଣାବିକା ସହଜ ହେବ। କାରଣ ରାଜ୍ୟ ସରକାର ସମସ୍ତ ଲିଜ ଜମିକୁ ଫ୍ରି ହୋଲ୍ଡ କରିବେ। ବର୍ତ୍ତମାନ ସ୍ଥିତିରେ ଲିଜ...

ଭୁବନେଶ୍ୱର-ଜୟପୁରକୁ ପରୀକ୍ଷାମୂଳକ ବିମାନ ଉଡାଣ

ଭୁବନେଶ୍ୱର,୩।୮(ବ୍ୟୁରୋ): ଭୁବନେଶ୍ୱରରୁ କୋରାପୁଟର ଜୟପୁରକୁ ବୁଧବାର ପରୀକ୍ଷାମୂଳକ ବିମାନ ଉଡାଣ କରାଯାଇଛି। ଇଣ୍ଡିଆ ଏୟାର ଓ୍ବାନ୍‌ ବିମାନଟି ବିନା ଯାତ୍ରୀରେ କେବଳ ବିମାନ କର୍ମଚାରୀଙ୍କୁ ନେଇ...

ଲକ୍‌ଡାଉନ୍‌ ଯୋଗୁ ମାସ୍କ ପିନ୍ଧି ବେଦୀରେ ବସିଲେ ବରକନ୍ୟା, ସାମାଜିକ ଦୂରତ୍ୱ ରକ୍ଷା କରି ବିବାହ ସମ୍ପନ୍ନ

ସୁନ୍ଦରଗଡ଼, ୧୮।୪(ଡି.ଏନ୍‌.ଏ.): କରୋନା ସଂକ୍ରମଣକୁ ରୋକିବା ନିମନ୍ତେ ଲକ୍‌ଡାଉନ୍‌ ଅବଧି ମେ ୩ କୁ ବୃଦ୍ଧି ପାଇଛି। ଏଭଳି ସ୍ଥିତିରେ ସୁନ୍ଦରଗଡ଼ ଜିଲାରେ ପୂର୍ବରୁ ଲଗ୍ନ...

ଶ୍ୱଶୁରଙ୍କୁ ହତ୍ୟା: ଜ୍ୱାଇଁଙ୍କୁ ଆଜୀବନ ଜେଲ୍‌

ବାରିପଦା ଅଫିସ,୧୨ା୧- ମୟୂରଭଞ୍ଜ ଅତିରିକ୍ତ ଜିଲା ଓ ଦୌରା ଜଜ୍‌(୧) କୋର୍ଟରେ ଗୁରୁବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଜଜ୍‌ ସୁରେଶ ଚନ୍ଦ୍ର...

ରାସ୍ତା ଉପରେ ୨ ଯୁବତୀଙ୍କୁ ଛୁରାମାଡ଼

ବୋଡେନ,୫।୧୧(ଡି.ଏନ.ଏ.): ବୁଧବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ସ୍ଥାନୀୟ ଇମ୍ପେରିଆଲ ଇଂଲିଶ ମିଡିୟମ ସ୍କୁଲ ନିକଟରେ ୨ ଯୁବତୀଙ୍କୁ ଛୁରାମାଡ଼ ହୋଇଛି। ଏଥିରେ ବୋଡେ୍‌ନ ଥାନା...

ତୃତୀୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୧୧୨ ଜଣ: ବିମାନର ୩୨ଜଣ, ୭ ବିଧାନସଭା କର୍ମଚାରୀ….

ଭୁବନେଶ୍ୱର,୨୮।୩(ବ୍ୟୁରୋ): ରାଜ୍ୟରେ ୩ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଶନିବାର ଅପରାହ୍ନ ସୁଦ୍ଧା ମୋଟ ୨୫୬ଟି ସାମ୍ପୁଲ ପରୀକ୍ଷା ପାଇଁ ପଠାଯାଇଛି। ସେଥିରୁ ପୂର୍ବଭଳି ୩ଜଣ...

ସୁବିଧା ଥାଇ ରୋଗୀଙ୍କୁ ଶୋଷଣ

ଅନୁଗୋଳ ଅଫିସ, ୨୩।୨ଉତ୍ତମ ସ୍ବାସ୍ଥ୍ୟସେବା ଉପରେ ସରକାରଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। ସରକାରୀ ଚିକିତ୍ସାଳୟରେ ରୋଗୀଙ୍କୁ ସମସ୍ତ ସେବା ଯେପରି ନିଃଶୁଳ୍କ ମିଳିପାରିବ ସେ ନେଇ...

Advertisement
Archives

Model This Week