ଧନ୍ଦାମୂଳକ ଶିକ୍ଷାର ଚାହିଦା ନାହିଁ

ବ୍ରହ୍ମପୁର ଅଫିସ୍‌,୩ା୮-ଛାତ୍ରୀଛାତ୍ରଙ୍କ ମଧ୍ୟରେ ଦକ୍ଷତା ବିକାଶ ଏବଂ ସେମାନଙ୍କୁ ଆମତ୍ନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ନିର୍ଦ୍ଦିଷ୍ଟ କଲେଜଗୁଡ଼ିକରେ ରହିଛି ଧନ୍ଦାମୂଳକ ଶିକ୍ଷା । ଦଶମ ଶ୍ରେଣୀ ପାସ୍‌ କରିବା ପରେ ଜଣେ ପିଲା ଯଦି ନିଜେ ରୋଜଗାରକ୍ଷମ ହେବାକୁ ଚାହୁଁଛନ୍ତି, ତେବେ ସେମାନଙ୍କୁ ସ୍ବତନ୍ତ୍ର ତାଲିମ୍‌ ଦେବା ପାଇଁ ଏହି ସବୁ କଲେଜଗୁଡ଼ିକରେ ରହିଛି ସ୍ବତନ୍ତ୍ର ବ୍ୟବସ୍ଥା। ତେବେ ସରକାରଙ୍କ ଏହି ଉଦ୍ଦେଶ୍ୟ ଲକ୍ଷ୍ୟଚୁତ ହେଉଥିବା ଦୃଷ୍ଟିକୁ ଆସିଛି। ବିଶେଷକରି ଗଞ୍ଜାମ ଜିଲାରେ ଧନ୍ଦାମୂଳକ ଶିକ୍ଷା ପ୍ରତି ଛାତ୍ରୀଛାତ୍ରମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି। ପ୍ରତି ବର୍ଷ ବହୁ ସଂଖ୍ୟାରେ ସିଟ୍‌ ଖାଲି ପଡ଼ୁଛି। ଏପରିକି ସଦ୍ୟ ସମାପ୍ତ ହୋଇଥିବା ଯୁକ୍ତ ୨ ନାମଲେଖା ବେଳେ ମୋଟ ସିଟ୍‌ରୁ ଏକ ତୃତୀୟାଂଶ ମଧ୍ୟ ପୂରଣ ହୋଇପାରି ନାହିଁ । ଯାହାକୁ ନେଇ ଧନ୍ଦାମୂଳକ କଲେଜଗୁଡ଼ିକର କର୍ତ୍ତୃପକ୍ଷଙ୍କ ମଧ୍ୟରେ ଚିନ୍ତା ବଢ଼ିଯାଇଛି ।
ଗଞ୍ଜାମ ଜିଲାରେ ରହିଛି ୧୩ ଧନ୍ଦାମୂଳକ ଶିକ୍ଷା କଲେଜ। ପ୍ରତ୍ୟକ କଲେଜରେ ମୋଟ ୪୮ ଲେଖାଏ ସିଟ୍‌ ରହିଛି । ଏଭଳି ଭାବେ ଜିଲାରେ ଧନ୍ଦାମୂଳକ ଶିକ୍ଷାରେ ମୋଟ ୬୨୪ ସିଟ୍‌ ଥିବା ବେଳେ ମାତ୍ର ୧୫୫ ସିଟ୍‌ ପୂରଣ ହୋଇଛି । ୪୬୯ ସିଟ୍‌ ଫାଙ୍କା ପଡ଼ିଛି । ଆସିକା କଲେଜ(ସରକାରୀ ଧନ୍ଦାମୂଳକ ଶିକ୍ଷା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ରେ ମାତ୍ର ୧୩ଜଣ ନାମଲେଖାଇଥିବା ବେଳେ ଭଞ୍ଜନଗର କଲେଜରେ ୮ , ଭୀଷ୍ମଗିରି କଲେଜରେ ୨୩ , ବୁଗୁଡ଼ା କଲେଜରେ ୧୯, ଦିଗପହଣ୍ଡି କଲେଜରେ ୩୧, ଡୁରା କଲେଜରେ ୩, ଗଞ୍ଜାମ କଲେଜରେ ୯, ଆସିକା ବ୍ଲକ କେନ୍ଦୁପଦର କଲେଜରେ ୧୪, ଖଲ୍ଲିକୋଟ ବ୍ଲକ ଖଲ୍ଲିକୋଟ କଲେଜରେ ୨୨ ଏବଂ ସୋରଡ଼ା କଲେଜରେ ମାତ୍ର ୧୩ଜଣ ଧନ୍ଦାମୂଳକ ଶିକ୍ଷାରେ ନାମ ଲେଖାଇଛନ୍ତି । ତେବେ ଏମିତି ମଧ୍ୟ ୩ କଲେଜ ରହିଛି, ଯେଉଁଠାରେ ଜଣେ ହେଲେ ନାମଲେଖାଇ ନାହାନ୍ତି । ସେଗୁଡ଼ିକ ହେଲା ଜଗନ୍ନାଥପ୍ରସାଦ କଲେଜ, ଚିକିଟି ବ୍ଲକ ନୂଆପଡ଼ା କଲେଜ, ହିଞ୍ଜିଳିକାଟୁ ବ୍ଲକ ପୋଚିଲିମା କଲେଜ । କିନ୍ତୁ ଚଳିତ ବର୍ଷ ତୁଳନାରେ ଗତ ବର୍ଷ ନାମଲେଖା ଭଲ ରହିଥିଲା । ୬୨୪ ସିଟ୍‌ ମଧ୍ୟରୁ ୨୮୯ ପୂରଣ ହୋଇଥିବା ବେଳେ ୩୩୫ ସିଟ୍‌ ଖାଲି ପଡ଼ିଥିଲା । ତେବେ ମାତ୍ର ଗୋଟିଏ ବର୍ଷ ବ୍ୟବଧାନରେ ଏତେ ସଂଖ୍ୟାକ ସିଟ୍‌ କାହିଁକି ଅଧିକ ଖାଲି ପଡ଼ିଲା, ତାକୁ ନେଇ ନାନା କଳ୍ପନା ଜଳ୍ପନା ଲାଗିରହିଛ।
ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମରେ ରହିଛି ଆକାଉଣ୍ଟନ୍ସି, ଆକାଉଣ୍ଟାନ୍ସି ଆଣ୍ଡ ଅଡିଟିଂ, ବିଜିନେସ୍‌ ଷ୍ଟଡିସ୍‌ ଆଣ୍ଡ ମ୍ୟାନେଜମେଣ୍ଟ, ଅର୍ଥଶାସ୍ତ୍ର, ରସାୟନ ବିଜ୍ଞାନ, କମ୍ପ୍ୟୁଟର୍‌ ଟେକ୍ନିକ୍‌, ଗୋପାଳନ, ବୈଦ୍ୟୁତିକ ଗୃହ ଉପକରଣର ମରାମତି, ପର୍ଯ୍ୟଟନ ଏବଂ ଭ୍ରମଣ, ଟିକସ ସହାୟକ, ମତ୍ସ୍ୟ ଉପତ୍ାଦନ, କାର୍ଯ୍ୟାଳୟ ପରିଚାଳନା, ଶବ୍ଦ ଓ ଚିତ୍ର ବିଜ୍ଞାନ, ମେଡ଼ିକାଲ୍‌ ପରୀକ୍ଷାଗାର ବିଜ୍ଞାନ, କୃଷି ଆଦି ଶିକ୍ଷା ରହିଛି। ଏସବୁ ଶିକ୍ଷାଗ୍ରହଣ ଦ୍ୱାରା ଜଣେ ଛାତ୍ର କିମ୍ବା ଛାତ୍ରୀ ପାଠ ସରିବା ପରେ ସହଜରେ ଆମତ୍ନିର୍ଭରଶୀଳ ହୋଇପାରିବେ। ଏସବୁ କଲେଜଗୁଡ଼ିକରେ ସରକାରଙ୍କ ପକ୍ଷରୁ ଅତ୍ୟାଧୁନିକ ଲ୍ୟାବ୍‌ ସହ ଅଭିଜ୍ଞ ଅଧ୍ୟାପିକା ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି। ତଥାପି ପ୍ରତି ବର୍ଷ ଛାତ୍ରୀଛାତ୍ରଙ୍କ ସଂଖ୍ୟା କମିବାରେ ଲାଗିଛି। ନିଜ ନାମଗୋପନ ରଖି ଏକ ଧନ୍ଦାମୂଳକ ଶିକ୍ଷା କଲେଜର ଅଧ୍ୟାପକ କୁହନ୍ତି, ୩୦ମାର୍କ ପ୍ରାକ୍ଟିକାଲ୍‌ ଏବଂ ୭୦ମାର୍କ ଥିଓରୀ ରହୁଛି। ପିଲାମାନେ ନାମ ଲେଖାଉଥିଲେ ମଧ୍ୟ ସେମାନଙ୍କୁ ଠିକ୍‌ ଭାବେ ପାଠପଢ଼ା ଯାଉ ନ ଥିବାରୁ ଆଗ୍ରହ ପ୍ରକାଶ କରୁନାହାନ୍ତି । କେବଳ ସହଜରେ ପାସ୍‌ କରିବା ପାଇଁ ନାମ ଲେଖାଉଛନ୍ତି । ଧନ୍ଦାମୂଳକ ଶିକ୍ଷା ଅପେକ୍ଷା ଆଇଟିଆଇ କିମ୍ବା ଡିପ୍ଲୋମା ଇଞ୍ଜିନିୟରିଂ ପାଇଁ ଆଗ୍ରହ ଦେଖାଉଛନ୍ତି । କାରଣ ସେଥିରେ ଭବିଷ୍ୟତ ଅଛି । ଅନ୍ୟପଟେ ସରକାର କେବଳ କଲେଜ ଖୋଲି ଦେଉଛନ୍ତି । କିନ୍ତୁ ଜଣେ ପିଲା ପାସ୍‌ କରିବା ପରେ ତାକୁ କେମିତି ନିଯୁକ୍ତି ଦିଆଯାଇ ପାରିବ, ସେ ଦିଗରେ କୌଣସି ପଦକ୍ଷେପ ନିଆଯାଉନି । ଫଳରେ ଧୀରେ ଧୀରେ ପିଲାମାନେ ଧନ୍ଦାମୂଳକ ଶିକ୍ଷାଠାରୁ ଦୂରେଇ ଯାଉଛନ୍ତି ।
ଏ ସମ୍ପର୍କରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପସଚିବ କୁଳମଣୀ ଓଝା କୁହନ୍ତି, ଧନ୍ଦାମୂଳକ ଶିକ୍ଷା କଲେଜଗୁଡ଼ିକରେ ନାମଲେଖା ନୈରାଶ୍ୟଜନକ ରହିଛି । ଚଳିତ ବର୍ଷ ତିନଟି କଲେଜରେ ନାମଲେଖା ଶୂନ୍‌ ହୋଇଯାଇଛି । ପୂର୍ବ ବର୍ଷ ମଧ୍ୟ ଖୁବ୍‌ କମ୍‌ ସଂଖ୍ୟକ ଛାତ୍ରୀଛାତ୍ର ନାମ ଲେଖାଇଥିଲେ । ଶିକ୍ଷା ଗ୍ରହଣ ପରେ ନିଯୁକ୍ତି ସୁଯୋଗର ଅଭାବ ରହୁଥିବା ଯୋଗୁ ଛାତ୍ରୀଛାତ୍ରମାନେ ଆଗ୍ରହ ପ୍ରକାଶ କରୁ ନ ଥିବା ଅନୁମାନ କରାଯାଉଛି ବୋଲି ସେ ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଗ୍‌ରେ ଶ୍ରୀମନ୍ଦିର ଚିତ୍ର: ପ୍ରତିବାଦ କଲେ ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ

ପୁରୀ ଅଫିସ,୨୪ା୧୨: ପୁରୀ ସହରକୁ ସ୍ବଚ୍ଛ ଓ ପରିଷ୍କାର ରଖିବା ଲାଗି ପୌରସଂସ୍ଥା ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ବିଶେଷକରି ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ଓ...

କମୁନି ସଂକ୍ରମଣ: ରାଜ୍ୟରେ ଆଜି ୧୦,୭୫୭ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର,୧୭।୫(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ସୋମବାର ରାଜ୍ୟରେ ୧୦,୭୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୬୦୨୪ ଜଣ...

ହୁକିଟୋଲାଠାରେ ନିର୍ମାଣ ହେବ ଭାସମାନ ଜେଟି

ଭୁବନେଶ୍ୱର,୨୧।୨(ବ୍ୟୁରୋ): ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ କେନ୍ଦ୍ରାପଡ଼ା ଜିଲାର ହୁକିଟୋଲାଠାରେ ଚଳିତବର୍ଷ ଗୋଟିଏ ଭାସମାନ ଜେଟି ନିର୍ମାଣ କରାଯିବ। ଏଥିସହ ଯିବାଆସିବା କରିବା ଲାଗି ନଦୀକୂଳଠାରୁ ହୁକିଟୋଲା...

ରାଜ୍ୟରେ ୫୩ କରୋନା ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ

ଭୁବନେଶ୍ୱର,୧୯।୨(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ୫୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୧ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୨୨ ଜଣ ଲୋକାଲ କେସ୍‌...

ଟାଟା ପ୍ରକଳ୍ପ ପାଚେରୀ ନିର୍ମାଣକୁ ବିରୋଧ: ୨୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଟେକିନେଲା ପୋଲିସ

ଛତ୍ରପୁର,୧୫।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ କାଳିପଲି ନିକଟରେ ଟାଟା କମ୍ପାନୀର ପ୍ରକଳ୍ପ ପକ୍ଷରୁ ପାଚେରୀ ନିର୍ମାଣ କାମ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି। ପୋଲିସ...

କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡାମାଡ଼: ୧୦୦ରୁ ଅଧିକ କଂଗ୍ରେସ କର୍ମୀ ଅଟକ

ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ଉତ୍ତର ପ୍ରଦେଶର ଲଖିମପୁର ଖେରି ଘଟଣା ପରେ ବିବାଦୀୟ ହୋଇପଡ଼ିଥିବା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ଓଡ଼ିଶା ଗସ୍ତରେ ଆସିଥିଲେ। ତେବେ କଂଗ୍ରେସ ପକ୍ଷରୁ...

ବଡ଼ ମେଡିକାଲକୁ ଆସିବ ବ୍ୟାଟେରି ଗାଡ଼ି

ଛତ୍ରପୁର,୨୫ା୯(ଡି.ଏନ.ଏ)-ବ୍ରହ୍ମପୁର ବଡ଼ ମେଡିକାଲ କଲେଜ ଓ ହସ୍ପିଟାଲର ବିଭିନ୍ନ ସମସ୍ୟା ସମାଧାନ ନିମନ୍ତେ ମଙ୍ଗଳବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।...

ନିଜକୁ ଡାକ୍ତର କହି ୫ ରାଜ୍ୟରେ ରଖିଛନ୍ତି ୧୩ ସ୍ତ୍ରୀ, ଠକିଛନ୍ତି ବହୁ କୋଟି ଟଙ୍କା

ଭୁବନେଶ୍ୱର,୧୪ା୨(ବ୍ୟୁରୋ): ନିଜକୁ ଡାକ୍ତର କହି ଲୋକଙ୍କୁ କୋଟି କୋଟି ଟଙ୍କା ଠକିଥିବା ଜଣେ କୁଖ୍ୟାତ ଠକକୁ ଗିରଫ କରିଛି କମିଶନରେଟ ପୋଲିସ। ଗିରଫ ଅଭିଯୁକ୍ତ ଜଣଙ୍କ...

Advertisement
Archives

Model This Week