ଧନଦାତ୍ରୀଙ୍କ ଧରାବତରଣ

ଢେଙ୍କାନାଳ ଅଫିସ,୧୪।୧୦: ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ସମୃଦ୍ଧିର ପ୍ରତୀକ ଧନଦାତ୍ରୀ ମା’ ଲକ୍ଷ୍ମୀ। ରବିବାର ରାତିରୁ ସମସ୍ତ ପୂଜା ମଣ୍ଡପରେ ଅନାବରଣ ହୋଇଛି ମା’ଙ୍କ ମୃଣ୍ମୟୀ ମୂର୍ତ୍ତି। ପାରମ୍ପରିକ ନୀତି ଅନୁଯାୟୀ ଆରମ୍ଭ ହୋଇଛି ପୂଜାର୍ଚ୍ଚନା। ବେଦମନ୍ତ୍ର ଧ୍ୱନିରେ କମ୍ପୁଛି ପରିବେଶ। ସମସ୍ତଙ୍କ ମନରେ ଅସରନ୍ତି ଉତ୍କଣ୍ଠା, ଉତ୍ସାହ ସାଙ୍ଗକୁ ଉଦ୍ଦୀପନା। ଚମତ୍କାର ଆଲୋକ ସାଜସଜ୍ଜା, ସୁଉଚ୍ଚ ତୋରଣ ସାଙ୍ଗକୁ ମନଲୋଭା ପରିବେଶରେ ମୁଖରିତ ହୋଇଉଠିଛି ସମଗ୍ର ଢେଙ୍କାନାଳ ସହର।
ଅଧିକାଂଶ ପୂଜା ମଣ୍ଡପ ପକ୍ଷରୁ ସନ୍ଧ୍ୟା ସୁଦ୍ଧା ବ୍ରାହ୍ମଣୀ ନଦୀ ସମେତ ବିଭିନ୍ନ ଜଳାଶୟରୁ ଶୋଭାଯାତ୍ରାରେ ପବିତ୍ର ଜଳ ଅଣାଯାଇ ଘଟ ସ୍ଥାପନ କରାଯାଇଥିଲା। ରାତି ୮ଟାରୁ ବିଳମ୍ବିତ ରାତ୍ରି ଯାଏ ୩୮ ପୂଜା ପ୍ରତିଷ୍ଠାନରେ ମା’ଙ୍କ ପୂଜାର୍ଚ୍ଚନା କରାଯାଇଛି। ଘଣ୍ଟ, ଶଙ୍ଖ, ବାଦ୍ୟ, ହୁଳହୁଳିରେ ପ୍ରକମ୍ପିତ ହୋଇ ଉଠିଛି ମଣ୍ଡପ ପରିସର। ପାରମ୍ପରିକ ନୀତିରେ ଆୟୋଜିତ ପୂଜା ଦେଖିବାକୁ ପ୍ରଥମ ଦିନରୁ ପ୍ରବଳ ଜନସମାଗମ ହୋଇଥିଲା। କୈବଲ୍ୟ ବଜାର ପୂଜା ପ୍ରତିଷ୍ଠାନର ଆଜୀବନ ସଭାପତି ରାଜା କାମାକ୍ଷା ପ୍ରସାଦ ସିଂଦେଓ କର୍ତ୍ତା ଭାବେ ପୂଜାରେ ବସିଥିଲେ। ଚଳିତ ବର୍ଷ ପ୍ରମୁଖ ପୂଜା କମିଟି ଜବାହରଚୌକ ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ଲାଟିନମ୍‌ ଜୁବିଲି ଏବଂ କୋରିଅଁାସ୍ଥିତ ସ୍ବପ୍ନେଶ୍ୱର ବଜାର ପୂଜା ଅନୁଷ୍ଠାନ ୫୦ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ପାଳନ କରୁଛନ୍ତି। ଏହାକୁ ନେଇ କମିଟି କର୍ମକର୍ତ୍ତାଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଛି।
ସେହିପରି ମିନାବଜାର, ଲକ୍ଷ୍ମୀବଜାର, ଗଣେଶ ବଜାର, ମହାବୀର ବଜାର, କାଞ୍ଚନ ବଜାର, ଆନନ୍ଦ ବଜାର, ବାଜିଚୌକ, କାରିଗର ସାହି, ଗୁଡିଆନାଳୀ, ରାଧାକୃଷ୍ଣ ବଜାର, ପଦ୍ମବଜାର, ଜୁବୁଲିଟାଉନ-୧, କ୍ରିଷ୍ଣାବଜାର, କୈବଲ୍ୟ ବଜାର, ଦେଉଳସାହି, ଅନ୍ନପୂର୍ଣ୍ଣା ଆସ୍ଥାନ, ଷ୍ଟେଶନ ବଜାର, ମା’ ସୁନ୍ଦରଶୁଣୀ ଆସ୍ଥାନ କଲେଜ ଛକ, ଗାନ୍ଧୀବଜାର, ଚନ୍ଦନ ବଜାର, ବସ୍‌ଷ୍ଟାଣ୍ଡ, ଦୁର୍ଗାବଜାର, କାଳିକା ବଜାର, ରାମେଶ୍ୱରପୁର, ନେହେରୁ ବଜାର, ଜୁବ୍‌ଲିଟାଉନ-୩, ଭଗବାନପୁର, ଗୋପବନ୍ଧୁ ବଜାର, ରତନ ବଜାର, ଖମାରସାହି, ହାଟରୋଡ୍‌ କମ୍ୟୁନିଟି ସେଣ୍ଟର, ଅରବିନ୍ଦ ବଜାର, କଣ୍ଟାନାଳୀ ବାଇପାସ, ବନମାଳୀ ପ୍ରସାଦ, ଜେନାଦେବୀ ବଜାର, ନିର୍ମାଲ୍ୟ ବଜାର ପ୍ରମୁଖ ୩୮ ପୂଜା ମଣ୍ଡପରେ ଧୁମଧାମରେ ପୂଜା ଉତ୍ସବ ପାଳିତ ହେଉଛି ା ସାମ୍ପ୍ରତିକ ପରିସ୍ଥିତି, ପୌରାଣିକ କଥାବସ୍ତୁ, ଐତିହ୍ୟ, ପରମ୍ପରା ଏବଂ ପରିବେଶ ସଚେତନତାକୁ ନେଇ ବିଭିନ୍ନ ମଣ୍ଡପରେ ସଜାସଜ୍ଜା ହୋଇଛି। ପାର୍ଶ୍ୱ ଦେବଦେବୀ ମୂର୍ତ୍ତି ମଧ୍ୟ ବେଶ୍‌ ନିଆରା ହୋଇଛି। ପୌରାଣିକ କଥାବସ୍ତୁକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ସେହିପରି ତୋରଣ ଏବଂ ଅତ୍ୟାଧୁନିକ ଆଲୋକମାଳାରେ ଝଲସି ଉଠିଛି ସମଗ୍ର ସହର। ଢେଙ୍କାନାଳ ଲକ୍ଷ୍ମୀପୂଜା ପାଲଟିଛି ଭାଇଚାରାର ପ୍ରତୀକ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସବୁ ସମ୍ପ୍ରଦାୟ ଏଥିରେ ସାମିଲ ହୋଇଛନ୍ତି। ଏହି ଗଣପର୍ବକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ ୧୫ ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri