Posted inଜାତୀୟ

ଦ୍ୱିତୀୟ ୟେଦୁରପ୍ପା ହେବେ କି ଫଡନବିସ!

ମୁମ୍ବାଇ,୨୫।୧୧: ମହାରାଷ୍ଟ୍ର ମହାଭାରତର ଅନ୍ତ କେବେ ହେବ ତାହା କହିବା ମୁସ୍କିଲ। ହେଲେ ରାତାରାତି ଏନ୍‌ସିପି ସହ ମେଣ୍ଟ କରି ସରକାର ଗଠନ କରିଥିବା ଭାରତୀୟ ଜନତା ପାର୍ଟି(ଭାଜପା) ପାଇଁ ଏବେ ଆସିଛି ପରୀକ୍ଷାର ସମୟ। ସୋମବାର ଏହାକୁ ନେଇ କୋର୍ଟର ଦ୍ୱାରସ୍ଥ ହୋଇଥିବା ମାମଲାକୁ ନେଇ ଶାସକଦଳ ଶେଷରେ ରାୟକୁ ଅପେକ୍ଷା କରିଛନ୍ତି। ଅନ୍ୟପଟେ ଯଦି ମହାରାଷ୍ଟ୍ର ରାଜନୀତିକୁ ଗୁରୁତର ସହ ଦେଖାଯାଏ ତେବେ ଭାଜପା ପ୍ରଥମଥର ଲାଗି ଏଭଳି ପରିସ୍ଥିତିର ସାମ୍ନା କରିବାକୁ ଯାଉନାହିଁ। ପୂର୍ବରୁ ମଧ୍ୟ ଭାଜପା ଏମିତି ସ୍ଥିତିକୁ ସାମ୍ନା କରି ସାରିଛି। କର୍ନାଟକରେ ଠିକ୍‌ ଏମିତି ପରିସ୍ଥିତି ଦେଖିଛି ଭାଜପା। ତେଣୁ ଏବେ ଆଲୋଚନା ହେଉଛି ଫଡନବିସ ଦ୍ୱିତୀୟ ୟେଦୁରପ୍ପା ହେବେନି ତ? ସୂଚନାଯୋଗ୍ୟ, ରାତାରାତି ସିନା ଭାଜପା ସରକାର ଗଠନ କରିଦେଲା ଏବେ କିନ୍ତୁ ଏନ୍‌ସିପି ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଛି ସରକାରର ସ୍ଥାୟୀତ୍ୱ। କାରଣ ଗୋଟିଏ ପଟେ ଏନ୍‌ସିପି ମୁଖ୍ୟ ଦାବି କଲେଣି କି ତାଙ୍କ ସହ ୫୩ ବିଧାୟକ ରହିଛନ୍ତି। ତେଣୁ ଏହା ଯଦି ଠିକ୍‌ ହୁଏ ତେବେ ମହାରାଷ୍ଟ୍ର ଗଣିତ ହୁଏତ ପୁଣି ଭୁଲ୍‌ ହୋଇଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଆତଙ୍କବାଦୀ ସଂଗଠନ ପକ୍ଷରୁ ଧମକ ଭରା ପୋଷ୍ଟର ଜାରି…

ଶ୍ରୀନଗର,୬।୧୨: ଜମ୍ମୁ-କଶ୍ମୀରରେ ଗଜନାଭି ଫୋର୍ସ ନାମକ ଆତଙ୍କବାଦୀ ସଂଗଠନର ପକ୍ଷରୁ ଦୁଇଟି ପୋଷ୍ଟର କାଶ୍ମୀରର ରାଜୌରୀର ଥାନାମାଣ୍ଡିର ଆଜମତାବାଦ ଅଞ୍ଚଳରେ ଲଗାଯାଇଛି। ପ୍ରକାଶ ପାଇଛି। ଆଜମାତାବାଦର...

‘ତବ୍‌ଲିଘିରେ ଯୋଗଦେଇଥିବା ବିଦେଶୀଙ୍କୁ ବଳିବୋଦା କରାଯାଇଛି’

ମୁମ୍ବାଇ, ୨୩।୮: ଦିଲ୍ଲୀର ନିଜାମୁଦ୍ଦିନରେ ଗତ ମାର୍ଚ୍ଚ ମାସରେ ଅନୁଷ୍ଠିତ ତବ୍‌ଲିଘି ଜମାତ୍‌ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବିଦେଶୀ ନାଗରିକଙ୍କୁ ବଳିବୋଦା କରାଯାଇ ସେମାନେ ଦେଶରେ କରୋନା...

ଚେତୁନି ପାକିସ୍ତାନ ପୁଣି କଲା ଅସ୍ତ୍ରବିରତି ଉଲ୍ଲଂଘନ

ଜମ୍ମୁ,୨୨।୧୦: ଭାରତ ପକ୍ଷରୁ ପିଓକେରେ ନିକଟରେ କରାଯାଇଥିବା ମିନି ସର୍ଜିକାଲ ଷ୍ଟ୍ରାଇକ ପରେ ବି ଚେତୁନି ପାକିସ୍ତାନ। ମଙ୍ଗଳବାର ମେନ୍ଧରର ବାଲାକୋଟ ସେକ୍ଟରରେ ପୁଣି ଥରେ...

ସିଏଏ ହିଂସାରେ ନଷ୍ଟ ହୋଇଥିବା ସମ୍ପତ୍ତିର ଭରଣା ପାଇଁ ୬ଲକ୍ଷ ଟଙ୍କା ଦେଲେ ସାଧାରଣ ଜନତା

ମିରଟ,୨୮।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ଯେଉଁଭଳି ହିଂସା ପ୍ରଦର୍ଶନ କରାଯାଇଥିଲା ସେଥିରେ ଉଭୟ ଧନ ଜୀବନ ହାନି ହୋଇଛି। ଯେଉଁ ସରକାରୀ...

କରୋନା ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କା କ୍ଷତିପୂରଣ ରାଶିକୁ ସୁପ୍ରିମକୋର୍ଟଙ୍କ ମଞ୍ଜୁରୀ, ଆବେଦନର ୩୦ ଦିନ ମଧ୍ୟରେ ମିଳିବ ଟଙ୍କା

ନୂଆଦିଲ୍ଲୀ,୪ ।୧୦: କରୋନା ମହାମାରୀରେ ମୃତ୍ୟୁ ହୋଇଥିବା ଲୋକଙ୍କ ପରିଜନଙ୍କୁ ୫୦ ହଜାର ଟଙ୍କାର କ୍ଷତି ପୂରଣ ରାଶି ଦେବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିବା...

ମନୋଜ ପାଣ୍ଡେ ୨୯ତମ ସେନାଧ୍ୟକ୍ଷ…

ନୂଆଦିଲ୍ଲୀ, ୩୦।୪ : ଜେନେରାଲ ମନୋଜ ପାଣ୍ଡେ ଶନିବାର ଜେନେରାଲ ଏମ. ନରାଓ୍ବଣେଙ୍କ ଅବସର ପରେ ଦେଶର ୨୯ତମ ସେନାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।...

ଫେସ୍‌ବୁକ୍‌ରୁ ପ୍ରେମ, ବିବାହ ପାଇଁ ପ୍ରେମିକ ମନା କରିବାରୁ ଘଟିଲା ଏମିତି

ଡେରାଡୁନ୍‌,୫ା୧୦: ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନ୍‌ର ଜଣେ ଯୁବତୀ ଏବଂ ଝାଡ଼ଖଣ୍ଡର ଗରଓ୍ବା ଜିଲାର ଜଣେ ଯୁବକଙ୍କ ମଧ୍ୟରେ ଫେସ୍‌ବୁକ୍‌ରୁ ବନ୍ଧୁତା ଏବଂ ପରେ ପ୍ରେମ ସମ୍ପର୍କ...

୨ ରାଜ୍ୟ ସଭା ଆସନ ଲାଗି ଉପନିର୍ବାଚନ ୧୬ରେ

ନୂଆଦିଲ୍ଲୀ,୨୭।୯(ପି.ଟି.):ରାଜ୍ୟ ସଭାରେ ଖାଲିପଡ଼ିଥିବା ଦୁଇଟି ଆସନ ଲାଗି ଉପନିର୍ବାଚନ ଅକ୍ଟୋବର ୧୬ରେ ଅନୁଷ୍ଠିତ ହେବ। ସେହିଦିନ ଅପରାହ୍ନ ୫ଟାରେ ଭୋଟଗଣତି ହୋଇ ଫଳାଫଳ ପ୍ରକାଶ ପାଇବ...

Advertisement
Archives

Model This Week