ଦ୍ୱିତୀୟ ଜଗନ୍ନାଥ ମନ୍ଦିର ନିର୍ମାଣ ବିବାଦ : ଜିଲାପାଳଙ୍କ କୋର୍ଟରେ ହେଲା ଶୁଣାଣି

ପୁରୀ ଅଫିସ,୧୯ା୬: ସମୁଦ୍ରକୂଳ ସିପସରୁବାଲି ମୌଜାରେ ଏକ ମନ୍ଦିର କମ୍ପ୍ଲେକ୍ସ ତିଆରି କରିବା ଲାଗି ଇସ୍କନ ୨୦୧୫ରେ ପିକେଡିଏଠାରୁ ଅନୁମୋଦନ ପାଇଥିଲା। କିନ୍ତୁ ସେଠାରେ ଇସ୍କନ ଦ୍ୱିତୀୟ ଜଗନ୍ନାଥ ମନ୍ଦିର ନିର୍ମାଣ କରିବ ବୋଲି ଅଭିଯୋଗ ଉଠିବା ପରେ ବିବାଦ ଉପୁଜିଥିଲା। ଜନ ଆନ୍ଦୋଳନ ଓ ରାଜନୈତିକ ବିବାଦ ଯୋଗୁ ପ୍ରଶାସନ ଏହାକୁ ବନ୍ଦ କରି ଦେଇଥିଲା। ଅନୁମୋଦିତ ନକ୍ସାରେ ଜଗନ୍ନାଥ ମନ୍ଦିର ନ ଥିବାବେଳେ ଏହା ଇସ୍କନ କିପରି କରିବ ବୋଲି ପ୍ରଶ୍ନ କରିଥିଲା ପିକେଡିଏ। ଏମିତି କି ଇସ୍କନକୁ ନୋଟିସ୍‌ ମଧ୍ୟ ଜାରି କରିଥିଲା। ଏହାକୁ ବିରୋଧ କରି ଇସ୍କନ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା। ହାଇକୋର୍ଟ ଏହାର ଶୁଣାଣି କରି ୨ମାସ ମଧ୍ୟରେ ବିଚାର ଶେଷ କରିବାକୁ ପିକେଡିଏକୁ ନିର୍ଦ୍ଦେଶ ଦେଇଥିଲେ। ଗତ ଏପ୍ରିଲ ୧୭ତାରିଖରେ ଏହାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ନିର୍ବାଚନ ଯୋଗୁ ଶୁଣାଣି ଘୁଞ୍ଚାଇ ଦିଆଯାଇଥିଲା। ମଙ୍ଗଳବାର ପୁରୀ ଜିଲାପାଳଙ୍କ କୋର୍ଟରେ ଏହାର ଶୁଣାଣି ହୋଇଛି। ଏଥିରେ ପିକେଡିଏ ପକ୍ଷରୁ ଯୋଜନା ସଦସ୍ୟ ଶୁଭେନ୍ଦ୍ର କୁମାର ମିଶ୍ର, ଇସ୍କନ ପକ୍ଷରୁ ହାଇକୋର୍ଟ ଆଇନଜୀବୀ ବଂଶୀଧର ବାଗ, ଶୁଭେନ୍ଦୁ କୁମାର ଦାଶ ଏବଂ ଆପତ୍ତିକାରୀଙ୍କ ପକ୍ଷରୁ ଆଇନଜୀବୀ ଅଶୋକ କୁମାର ଦାଶ ପକ୍ଷ ରଖିଥିଲେ।
ଇସ୍କନ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା, ସେମାନେ ପ୍ରସ୍ତାବିତ ଜମିରେ କେବଳ ରାଧାକୃଷ୍ଣ ମନ୍ଦିର କରିବେ। ଜଗନ୍ନାଥ ମନ୍ଦିରର ପ୍ରସ୍ତାବ ନାହିଁ। ତେଣୁ ପିକେଡିଏ ପୂର୍ବରୁ ଯେଉଁ ଅନୁମିତ ଦେଇଥିଲା ତାହାକୁ ଭିତ୍ତିକରି ନିର୍ମାଣ କାର୍ଯ୍ୟ ପାଇଁ ଅନୁମତି ଦିଆଯାଉ। ନିର୍ମାଣ ବନ୍ଦ ଆଦେଶ ପ୍ରତ୍ୟାହାର କରାଯାଉ। ସେହିପରି ଆପତ୍ତିକାରୀଙ୍କ ପକ୍ଷରୁ କୁହାଯାଇଥିଲା ଯେ, ଗୃହ ନିର୍ମାଣ ଅନୁମତି ନେବା ପାଇଁ ଇସ୍କନ ଭୁଲ୍‌ ସତ୍ୟପାଠ ଦାଖଲ କରିଛି। ଯେଉଁ ଜାଗାରେ ମନ୍ଦିର ହେବ ତାହା ସିଆର୍‌ଜେଡ୍‌ ନକ୍ସାରେ ରହିଛି। ପିକେଡିଏ ଅନୁମତି ଦେବାର ଅଧିକାର ନାହିଁ। ଇସ୍କନର ଗୃହ ନିର୍ମାଣ ଅନୁମତିକୁ ବାତିଲ କରାଯାଉ। ସେହିପରି ପିକେଡିଏ ପକ୍ଷରୁ ମଧ୍ୟ ପକ୍ଷ ରଖାଯାଇଥିଲା। ଜିଲାପାଳ ବଲଓ୍ବନ୍ତ ସିଂ ଇସ୍କନ ଏବଂ ଆପତ୍ତିକାରୀଙ୍କୁ ସେମାନେ ଯାହା କହୁଛନ୍ତି ତାହାର କାଗଜପତ୍ର ଦାଖଲ କରିବାକୁ କହିଥିଲେ। ଏହି କାଗଜପତ୍ର ଦାଖଲ କରିବା ପରେ ପରବର୍ତ୍ତୀ ଶୁଣାଣି ଲାଗି ଦିନ ଧାର୍ଯ୍ୟ ହେବ ବୋଲି ଜଣାପଡ଼ିିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଜାନୁଆରୀ ୩୧ ସୁଦ୍ଧା ଟଙ୍କା ଫେରିପାଇବେ ୫ ଲକ୍ଷ କ୍ଷୁଦ୍ର ଚିଟ୍‌ଫଣ୍ଡ ଜମାକାରୀ

ଭୁବନେଶ୍ୱର, ୨୩।୧୨(ସୁନିତ୍‌ ମିଶ୍ର): ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଥିବା ସମସ୍ତ କ୍ଷୁଦ୍ର ଆବେଦନକାରୀଙ୍କୁ ଟଙ୍କା ଫେରସ୍ତ ପାଇବା ଲାଗି ଆବେଦନ କରିବାକୁ ଅର୍ଥ ବିଭାଗ ବିଜ୍ଞପ୍ତି ଜାରି...

କ୍ଷମତାରୁ ଯିବା ପରେ ବିଜେଡିକୁ ଆଉ ମିଳୁନି ଚାନ୍ଦା, ଆୟ ସମ୍ପର୍କିତ ସତ୍ୟପାଠରୁ ସାମ୍ନାକୁ ଆସିଲା ବଡ଼ ତଥ୍ୟ

ଭୁବନେଶ୍ୱର, ୨୩।୧୨(ସୁନିତ୍‌ ମିଶ୍ର): ୨୦୨୪ ନିର୍ବାଚନରେ ପରାଜୟ ପରେ ବିଜେଡିକୁ ଆଉ ଚାନ୍ଦା(ଡୋନେଶନ) ମିଳୁନାହିଁ। କ୍ଷମତାରୁ ଯିବା ପରେ ବିଜେଡିକୁ ଆଉ ଚାନ୍ଦା ଦେବାକୁ କେହି...

ବଡ଼ଦିନରୁ ବଢ଼ିବ ଶୀତ: କୁହୁଡ଼ି ପାଇଁ ଏହି ୧୨ ଜିଲାକୁ ସତର୍କତା

ଭୁବନେଶ୍ୱର,୨୩ା୧୨(ବନ୍ଦନା ସେଠୀ): ବଡଦିନରୁ ଆହୁରି ବଢିବ ଶୀତ। ରାଜ୍ୟରେ ଏବେ ଶୀତର ଲହରି ଜାରି ରହିଥିବାବେଳେ ଆସନ୍ତା ୨୫ରୁ ଶୀତ ପ୍ରକୋପ ଅସମ୍ଭାଳ ହେବ। ପଶ୍ଚିମା...

୨୪ରେ ରାଜ୍ୟ କ୍ୟାବିନେଟ: ୭ଟି ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୩।୧୨(ରବିନାରାୟଣ ଜେନା): ରାଜ୍ୟର ସର୍ବାଙ୍ଗୀନ ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତା ୨୪ ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି।...

୨୪ ନୂଆ ଏନଏସି, ୫ ମ୍ୟୁନିସିପାଲଟି ପାଇଁ ବିଜ୍ଞପ୍ତି ପ୍ରକାଶ: ଗଞ୍ଜାମ ଜିଲାର ଏହି ସବୁ ଅଞ୍ଚଳ…

ଛତ୍ରପୁର, ୨୩।୧୨ (ଦିଲ୍ଲୀପ ସାମଲ): ରାଜ୍ୟର ୨୪ ନୂଆ ଏନଏସି ଓ ୫ ମ୍ୟୁନିସିପାଲଟି ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ପାଲଲହଡା,...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri