ଦୋହଲିଯିବ ଅର୍ଥ ବ୍ୟବସ୍ଥାର ମେରୁଦଣ୍ଡ

ମୁମ୍ବାଇ, ୧୫। ୪ : କରୋନା ଭାଇରସ ପ୍ରଭାବକୁ କମାଇବା ଲାଗି ସରକାର ଗତ ୨୧ ଦିନ ଧରି ସାରା ଦେଶକୁ ଲକ୍‌ଡାଉନ କରି ରଖିଥିଲେ। ଏବେ ମଧ୍ୟ କରୋନାର ପ୍ରଭାବ ହ୍ରାସ ହୋଇ ନ ଥିବାରୁ ଏହାର ମେ ମାସ ୩ ତାରିଖ ଯାଏ ବୃଦ୍ଧି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପୂର୍ବାହ୍ନରେ ଦେଶବାସୀଙ୍କୁ ପୁଣି ଥରେ ସମ୍ବୋଧିତ କରିବା ସହ ଲକ୍‌ଡାଉନ ଅବଧିକୁ ବୃଦ୍ଧି ଘୋଷଣା କରିଛନ୍ତି। ଏପଟେ ଲକଡାଉନ ଲାଗି ସାରା ଦେଶରେ ଆର୍ଥିକ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ଭାବେ ଠପ୍‌ ହୋଇଯାଇଛି।
ଲକ୍‌ଡାଉନ ଅବଧି ବଢିଥିବାରୁ ଦେଶର ଅର୍ଥ ବ୍ୟବସ୍ଥା ସ୍ଥିତି ଆହୁରି ବିଗିଡିବ ବୋଲି ଅର୍ଥ ବିଶେଷଜ୍ଞ ମାନ ମତ ପ୍ରକାଶ କରିଛନ୍ତି। ଦେଶର ଅର୍ଥ ବ୍ୟବସ୍ଥା ମେରୁଦଣ୍ଡ ଲକ୍‌ଡାଉନ ପାଇଁ ଦୋହଲିଯିବ ବୋଲି ବ୍ରିଟେନର ଏକ ବ୍ରୋକରେଜ ଏଜେନ୍ସି ବର୍କଲେସ ଆଶଙ୍କା ପ୍ରକଟ କରିଛି। ବର୍ଦ୍ଧିତ ଲକ୍‌ଡାଉନ ପାଇଁ ଭାରତ ୨୩୪.୪ ବିଲିୟନ ଡଲାରର କ୍ଷତି ସହିବ। ସେହିଭଳି ଏହି ଏଜେନ୍ସି ଭାରତର ବିକାଶହାର ପୂର୍ବାନୁମାନକୁ ଚଳିତ କ୍ୟାଲେଣ୍ଡର ବର୍ଷ ଲାଗି ୦%କୁ ଖସାଇଛି। ଏବେ ଘରୋଇ ବ୍ୟବସ୍ଥାର ଆର୍ଥତ୍କ ପରିଦୃଶ୍ୟ ସଂଘାତିକ ଥିବାରୁ ଚଳିତ ଆର୍ଥତ୍କ ବର୍ଷ କିମ୍ବା ଆଗାମୀ ଆର୍ଥତ୍କ ବର୍ଷ ଲାଗି ଏହା ବିକାଶ ହାର ପୂର୍ବବାନୁମାନ ନେଇ କୌଣସି ଆକଳନ କରିନାହିଁ।
ଲକ୍‌ଡାଉନ ପାଇଁ ସାରାଦେଶରେ ଜରୁରୀ ସେବା ବାଦ ଅନ୍ୟ ସବୁ କିଛି ଠପ୍‌ ହୋଇଯାଇଛି। ବିମାନ ଚଳାଚଳ, ପରିବହନ, ଲଜିଷ୍ଟିକ, ରପ୍ତାନି, ପର୍ଯ୍ୟଟନ ଏବଂ ମାନୁଫାକଚରିଂ ଏବେ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ସ୍ଥିତରେ ରହିଛି। ଆର୍ଥତ୍କ ବର୍ଷ ୨୦୨୧ରେ ଭାରତର ବିକାଶ ହାର ୦.୮% ରହିବ ବୋଲି ଏହା ମତ ରଖିଛି। ପୂର୍ବରୁ ଘୋଷଣା ହୋଇଥିବା୨୧ ଦିନିଆ ଲକ୍‌ଡାଉନରେ ଭାରତ ପ୍ରାୟ ୧୨୦ ବିଲିୟନ ଡଲାରର କ୍ଷତି ସହିବ ବୋଲି ବ୍ରିଟେନର ଏହି ଏଜେନ୍ସି ପ୍ରକାଶ କରିଥିଲା। ସେହିଭଳି ବିକାଶ ହାର ୨୦୨୦ କ୍ୟାଲେଣ୍ଡର ବର୍ଷରେ ୨.୫%କୁ ଖସିବା ନେଇ କହିଥିଲା। ହେଲେ ବର୍ତ୍ତମାନ ଏହାକୁ ୦%କୁ ଖସାଇଦେଇଛି। ସେହିଭଳି ଆର୍ଥତ୍କ ବର୍ଷ ୨୧ରେ ଅଭିବୃଦ୍ଧି ୩.୫% ରହିବ ବୋଲି ଏହା କହିଥିବା ବେଳେ ଏହାକୁ ପୁଣି ଖସାଇ ମାତ୍ର ୦.୮% ରଖିଛି। ଲକ୍‌ଡାଉନ ୩ ପର୍ଯ୍ୟନ୍ତ ବଢିଥିବାରୁ ପୂର୍ବରୁ ଆକଳନ ହୋଇଥିବା କ୍ଷୟକ୍ଷତି ମଧ୍ୟ ବଢିଯିବ ବୋଲି ଏହା ଆଶଙ୍କା ପ୍ରକଟ କରିଛି।
ଏହି ଫାର୍ମ କହିଯେ, ଏବେ ଯାଏ ମଧ୍ୟ ଭାରତରେ ଗୋଷ୍ଠୀଗତ ସଂକ୍ରମଣ ହୋଇନାହିଁ। ମାତ୍ର ସାରା ଦେଶରେ ଲକ୍‌ଡାଉନ ଘୋଷଣା ଯୋଗୁ ଅର୍ଥ ବ୍ୟବସ୍ଥାକୁ ଗଭୀର ଭାବେ କ୍ଷତିପହଞ୍ଚୁଛି। ଲକ୍‌ଡାଉନ ଫଳରେ ମାଇନିଂ, ମାନୁଫାକଚରିଂ ସମେତ ୟୁଟିଲିଟି ଭଳି କ୍ଷେତ୍ରରେ ଅନୁମାନଠାରୁ ଅଧିକ ପରିମାଣର କ୍ଷତି ଦେଖାଯାଇଛି। ଲକ୍‌ଡାଉନ ପ୍ରଭାବ ଜୁନ ଶେଷଆଡକୁ ସ୍ବାଭାବିକ ହେବା ନେଇ ଅନୁମାନ କରିଛି। କଟକଣା ଉଠିବା ପରେ ଏହି କ୍ଷେତ୍ରର କାର୍ଯ୍ୟକଳାପ ପୁଣି ଥରେ ଆରମ୍ଭ ହେବ। ବିଭିନ୍ନ କ୍ଷେତ୍ରରେ ଇନଭେଣ୍ଟୋରୀ ପୁନଃ କାର୍ଯ୍ୟଶୀଳ ହେବ ବୋଲି ଏହା ଆଶା ପ୍ରକଟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri