ଦୋକାନ ଖୋଲିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ/ଭୁବନେଶ୍ୱର,୨୬।୪(ବ୍ୟୁରୋ): କରୋନା(କୋଭିଡ-୧୯) ସଂକ୍ରମଣ ଆଶଙ୍କାରେ ସମଗ୍ର ଦେଶ ମାସେରୁ ଊର୍ଦ୍ଧ୍ୱକାଳ ଧରି ଲକ୍‌ଡାଉନ ରହିଛି। ଦୋକାନ ବଜାର, ବେପାର ବାଣିଜ୍ୟ, କାମଧନ୍ଦା ସବୁକିଛି ବନ୍ଦ ହୋଇଯାଇଛି। ଲୋକମାନେ ହାତବାନ୍ଧି ଘରେ ବସିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ଶେଷ ହେବାକୁ ଆହୁରି ସପ୍ତାହେ ବାକି ରହିଛି। ଲକ୍‌ଡାଉନ ଯୋଗୁ ଦେଶର ଅର୍ଥନୀତି ଗୁରୁତର ପ୍ରଭାବିତ ହୋଇଛି। ଏପରି କି ଲୋକଙ୍କ ଆର୍ଥିକ ସ୍ଥିତି ଅଣାୟତ୍ତ ହେବାକୁ ଯାଉଛି। ଏସବୁକୁ ଦୃଷ୍ଟିରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍‌ଡାଉନ ନିୟମରେ କୋହଳ କରିଛନ୍ତି। ଦୀର୍ଘଦିନ ଧରି ବନ୍ଦ ହୋଇଥିବା କ୍ଷୁଦ୍ର ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ଖୋଲିବାକୁ ନିଷ୍ପତ୍ତି ନେଇ ଶନିବାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଲକ୍‌ଡାଉନ ବେଳେ ମୋବାଇଲ ଫୋନ୍‌, ପୋଷାକ, ହାର୍ଡଓ୍ବେର ଓ ସାନିଟାରି ସାମଗ୍ରୀ ଆଦି ବିକ୍ରି କରୁଥିବା ଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ତେବେ ଏହି ସମୟରେ ବଜାର, ମଲ୍‌, କୋଭିଡ୍‌-୧୯ ହଟ୍‌ସ୍ପଟ ଏବଂ ନିଷିଦ୍ଧାଞ୍ଚଳରେ ଥିବା ଦୋକାନ ଖୋଲାଯାଇପାରିବ ନାହିଁ। ଲକ୍‌ଡାଉନ ଶେଷ ହେବା ପର୍ଯ୍ୟନ୍ତ ଏହି ଦୋକାନଗୁଡ଼ିକୁ ବନ୍ଦ ରଖିବାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ସେହିପରି ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଆବାସିକ ଅଞ୍ଚଳରେ ଥିବା ଦୋକାନ କିମ୍ବା କମ୍ପ୍ଲେକ୍ସ ଖୋଲାଯାଇ ପାରିବ। ଗ୍ରାମାଞ୍ଚଳରେ ମାର୍କେଟ କମ୍ପ୍ଲେକ୍ସ ସହିତ ସହରର ସାହି ଓ ଗଳିରେ ଥିବା ଦୋକାନ ମଧ୍ୟ ଖୋଲିବ। ସହରାଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ଗୋଟିକିଆ ଦୋକାନ ଖୋଲିବ। ତେବେ ମଲ୍ଟି ବ୍ରାଣ୍ଡ କିମ୍ପା ସିଙ୍ଗଲ ବ୍ରାଣ୍ଡ ମଲ୍‌ ଖୋଲିବା ଉପରେ ପୂର୍ବଭଳି କଟକଣା ବଳବତ୍ତର ରହିବ। ସହରାଞ୍ଚଳରେ କୌଣସି ପ୍ରକାର ହାଟ, ବଜାର କିମ୍ବା ଶପିଙ୍ଗ୍‌ ମଲ୍‌ ଖୋଲିବ ନାହିଁ। ଦୋକାନ ଖୋଲିବା ପାଇଁ କେତେକ ସତ୍ତର୍ର୍ ମାନିବାକୁ ପଡ଼ିବ। ଦୋକାନରେ କେବଳ ୫୦ପ୍ରତିଶତ କର୍ମଚାରୀ ହିଁ କାର୍ଯ୍ୟ କରିବେ। ସାମାଜିକ ଦୂରତା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ହେବ। ଦୋକାନରେ ଥିବା କର୍ମଚାରୀ ଓ ଗ୍ରାହକଙ୍କୁ ମୁହଁରେ ମାସ୍କ ଲଗାଇବା ବାଧ୍ୟତାମୂଳକ କରାଯାଇଛି। ଇ-କମର୍ସ ବ୍ୟବସାୟ କରୁଥିବା କମ୍ପାନୀଗୁଡ଼ିକ ପୂର୍ବଭଳି କେବଳ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଯୋଗାଣ କରିପାରିବେ। ମଦ, ସିଗାରେଟ ଓ ଗୁଟ୍‌ଖା କିମ୍ବା ଅନ୍ୟ କୌଣସି ଅବକାରୀ ସାମଗ୍ରୀ ବିକ୍ରି ଉପରେ କଟକଣା ଜାରି ରହିଛି। ମଦଦୋକାନ ଖୋଲି ପାରିବ ନାହିଁ। ଗ୍ରାମାଞ୍ଚଳ ହେଉ କିମ୍ବା ସହରାଞ୍ଚଳ କୋଭିଡ୍‌-୧୯ ସଂକ୍ରମିତ(କଣ୍ଟେନ୍‌ମେଣ୍ଟ ଜୋନ୍‌ ବା ଆବଦ୍ଧାଞ୍ଚଳ)ରେ କୌଣସି ଦୋକାନ ଖୋଲିବାକୁ ସଂଶୋଧିତ ଗାଇଡଲାଇନରେ ଅନୁମତି ଦିଆଯାଇ ନାହିଁ। ଓଡ଼ିଶା ସରକାରଙ୍କ ରାଜ୍ୟ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଆଇନ-୧୯୫୫ ଅନୁଯାୟୀ ପଞ୍ଜୀକୃତ ହୋଇଥିବା ମାର୍କେଟ କମ୍ପ୍ଲେକ୍ସ କିମ୍ବା ଆବାସିକ କମ୍ପ୍ଲେକ୍ସଗୁଡ଼ିକ ଖୋଲିବ। ତେବେ କେଉଁ ଦୋକାନ ଖୋଲିବ ଓ କେତେ ସମୟ ଖୋଲା ରହିବ ସେ ନେଇ ଜିଲାପାଳ ଓ ମହାନଗର ନିଗମ କମିଶନର ବିଜ୍ଞପ୍ତି ପ୍ରକାଶ କରିବେ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।
ଗତ ୧୫ ତାରିଖ ନିର୍ଦ୍ଦେଶନାମାରେ ସଂଶୋଧନ କରି ସ୍ବରାଷ୍ଟ୍ର ସଚିବ ଅଜୟ ଭାଲ୍ଲା କହିଛନ୍ତି, ଶପିଙ୍ଗ୍‌ ମଲ୍‌ ସହ ସମ୍ପୃକ୍ତ ନ ଥିବା ଦୋକାନ, ରେସିଡେନ୍ସିଆଲ କମ୍ପ୍ଲେକ୍ସରେ ଥିବା ଦୋକାନ, ମ୍ୟୁନିସିପାଲିଟି ଓ ମ୍ୟୁନିସିପାଲ କର୍ପୋରେଶନ ସୀମା ମଧ୍ୟରେ ଥିବା ଦୋକାନ ଯେଉଁଗୁଡ଼ିକ ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଶପ୍‌ସ ଆଣ୍ଡ ଏଷ୍ଟାବ୍ଲିଶମେଣ୍ଟ ଆକ୍ଟରେ ପଞ୍ଜୀକୃତ ହୋଇଥିବ ସେଗୁଡ଼ିକୁ ଲକ୍‌ଡାଉନ ସମୟରେ ଖୋଲିବାକୁ ଅନୁମତି ମିଳିବ। ଏଥିସହିତ ମ୍ୟୁନିସିପାଲିଟି ଓ ମ୍ୟୁନିସିପାଲ ନିଗମ ପରିସର ବାହାରେ ପଞ୍ଜୀକୃତ ବଜାରରେ ଥିବା ଦୋକାନଗୁଡ଼ିକୁ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସାମାଜିକ ଦୂରତ୍ୱ ରକ୍ଷା କରି ଖୋଲିବାକୁ ଅନୁମତି ଦିଆଯାଇଛି। ଇ-କମର୍ସ କମ୍ପାନୀଗୁଡ଼ିକ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରିପାରିବେ। ସଂଶୋଧିତ ଗାଇଡ୍‌ଲାଇନ ଅନୁଯାୟୀ, ଗ୍ରାମାଞ୍ଚଳ ହେଉ କି ସହରାଞ୍ଚଳ କୋଭିଡ୍‌-୧୯ ନିଷିଦ୍ଧାଞ୍ଚଳ ଘୋଷିତ ହୋଇଥିଲେ ସେଠାରେ ଦୋକାନ ଖୋଲିବାକୁ ଅନୁମତି ମିଳିବ ନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପରିବାର ଲୋକ ଶୁଦ୍ଧିକ୍ରିୟା ସାରିବାର କିଛି ସମୟ ପୂର୍ବରୁ ଘରେ ପହଞ୍ଚିଲେ ମୃତ ଘୋଷିତ କୃଷକ

ହାସନ,୨।୭: କର୍ନାଟକ ହାସନରେ ଏକ ଚକିତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଜଣେ କୃଷକ ନିଜ ପରିବାର କଳହରୁ ଅତିଷ୍ଠ ହୋଇ ଘରଛାଡ଼ି ନିଜ...

କୂଟନୈତିକ ସମ୍ପର୍କ ବୃଦ୍ଧିକୁ ଗୁରୁତ୍ୱ

ନୂଆଦିଲ୍ଲୀ,୨୭ା୬: ଆମେରିକା ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓ ବୁଧବାର ଭାରତ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ସାକ୍ଷାତ...

ରାହୁଲ ଗାନ୍ଧୀଙ୍କ ଜୋତା ବନ୍ଧାକୁ ନେଇ ଉଠିଲା ବିବାଦ: ଭାଜପା କଲା ଟ୍ରୋଲ

ଚଣ୍ଡିଗଡ,୨୨।୧୨: କଂଗ୍ରେସର ଭାରତ ଯୋଡୋ ଯାତ୍ରା ହରିୟାଣାରେ ଜାରି ରହିଛି। ଏହି ଯାତ୍ରାକୁ ନେଇ ରାହୁଲ ଗାନ୍ଧୀ ପୁଣି ବିବାଦ ଘେରକୁ ଆସିଛନ୍ତି। ଭାରତ ଯୋଡୋ...

ସତର୍କ କରାଇଲା ଡବ୍ଲ୍ୟୁଏଚ୍‌ଓ: ‘ବିପଜ୍ଜନକ ସ୍ଥିତିରେ ମହାମାରୀ କରୋନା’

ଜେନିଭା, ୨୦ା୬: ମହାମାରୀ କରୋନା ଏବେ ଏକ ନୂଆ ଓ ବିପଜ୍ଜନକ ପର୍ଯ୍ୟାୟରେ ପ୍ରବେଶ କରିଛି। ଗତ ଦୁଇଦିନ ହେବ ଉଗ୍ର ସଂକ୍ରମଣ ଦେଖାଦେଇଛି। ଗୁରୁବାର...

ବର୍ଷାପାଣିରେ ଭାସୁଛି ବର୍ଷକର ଦାନା

ଗଞ୍ଜାମ,୬ା୧୨(ଡି.ଏନ୍‌.ଏ.): ବାତ୍ୟା ପ୍ରଭାବରେ ତିନିଦିନ ଲଗାଣ ବର୍ଷାରେ ଗଞ୍ଜାମ ବ୍ଲକର ବିଭିନ୍ନ ଅଞ୍ଚଳର ଚାଷଜମି ଜଳମଗ୍ନ ହୋଇଯାଇଛି। ପାଚିଲା ଧାନ ଏବେ ବର୍ଷା ପାଣିରେ ଭାସୁଥିବା...

ପତିତପାବନଙ୍କ ହେବ ନାହିଁ ନାଗାର୍ଜୁନ ବେଶ

ପୁରୀ ଅଫିସ୍‌,୨୩।୧୧: ଆସନ୍ତା ୨୭ରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ। ଦୀର୍ଘ ୨୫ ବର୍ଷ ପରେ ପଡିିଛି ଏହି ଦୁର୍ଲଭ ବେଶ। ଦାରୁଦିଅଁଙ୍କ ଏହି ବିରଳ ବେଶକୁ...

ପୁଣି ସାମ୍ନାସାମ୍ନି ହେବେ ଶୁଭେନ୍ଦୁ-ମମତା

କୋଲକାତା,୧୦।୫: ପଶ୍ଚିମବଙ୍ଗ ବିଧାନସଭା ନନ୍ଦିଗ୍ରାମ ଆସନରୁ ବିଜୟୀ ହୋଇଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ପଞ୍ଚିମବଙ୍ଗ ଭାଜପା ବିରୋଧୀ ଦଳ ନେତା ଭାବେ ଦଳ ପକ୍ଷରୁ ସୋମବାର ଚୟନ...

ମୃତ ମେଡିକାଲ ଛାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୨୧।୩: ୟୁକ୍ରେନରେ ପ୍ରାଣ ହରାଇଥିବା ଭାରତୀୟ ମେଡିକାଲ ଛାତ୍ର ନବୀନ ଶେଖରପ୍ପା ଜ୍ଞାନଗୌଡାରଙ୍କ ମୃତଦେହ ସୋମବାର ଭାରତରେ ପହଞ୍ଚିଛି। ଭାରତ ସରକାରଙ୍କ ଅପରେଶନ ଗଙ୍ଗା ମାଧ୍ୟମରେ...

Advertisement
Archives

Model This Week