ଦୋକାନ ଖୋଲିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ/ଭୁବନେଶ୍ୱର,୨୬।୪(ବ୍ୟୁରୋ): କରୋନା(କୋଭିଡ-୧୯) ସଂକ୍ରମଣ ଆଶଙ୍କାରେ ସମଗ୍ର ଦେଶ ମାସେରୁ ଊର୍ଦ୍ଧ୍ୱକାଳ ଧରି ଲକ୍‌ଡାଉନ ରହିଛି। ଦୋକାନ ବଜାର, ବେପାର ବାଣିଜ୍ୟ, କାମଧନ୍ଦା ସବୁକିଛି ବନ୍ଦ ହୋଇଯାଇଛି। ଲୋକମାନେ ହାତବାନ୍ଧି ଘରେ ବସିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ଶେଷ ହେବାକୁ ଆହୁରି ସପ୍ତାହେ ବାକି ରହିଛି। ଲକ୍‌ଡାଉନ ଯୋଗୁ ଦେଶର ଅର୍ଥନୀତି ଗୁରୁତର ପ୍ରଭାବିତ ହୋଇଛି। ଏପରି କି ଲୋକଙ୍କ ଆର୍ଥିକ ସ୍ଥିତି ଅଣାୟତ୍ତ ହେବାକୁ ଯାଉଛି। ଏସବୁକୁ ଦୃଷ୍ଟିରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍‌ଡାଉନ ନିୟମରେ କୋହଳ କରିଛନ୍ତି। ଦୀର୍ଘଦିନ ଧରି ବନ୍ଦ ହୋଇଥିବା କ୍ଷୁଦ୍ର ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ଖୋଲିବାକୁ ନିଷ୍ପତ୍ତି ନେଇ ଶନିବାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଲକ୍‌ଡାଉନ ବେଳେ ମୋବାଇଲ ଫୋନ୍‌, ପୋଷାକ, ହାର୍ଡଓ୍ବେର ଓ ସାନିଟାରି ସାମଗ୍ରୀ ଆଦି ବିକ୍ରି କରୁଥିବା ଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ତେବେ ଏହି ସମୟରେ ବଜାର, ମଲ୍‌, କୋଭିଡ୍‌-୧୯ ହଟ୍‌ସ୍ପଟ ଏବଂ ନିଷିଦ୍ଧାଞ୍ଚଳରେ ଥିବା ଦୋକାନ ଖୋଲାଯାଇପାରିବ ନାହିଁ। ଲକ୍‌ଡାଉନ ଶେଷ ହେବା ପର୍ଯ୍ୟନ୍ତ ଏହି ଦୋକାନଗୁଡ଼ିକୁ ବନ୍ଦ ରଖିବାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ସେହିପରି ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଆବାସିକ ଅଞ୍ଚଳରେ ଥିବା ଦୋକାନ କିମ୍ବା କମ୍ପ୍ଲେକ୍ସ ଖୋଲାଯାଇ ପାରିବ। ଗ୍ରାମାଞ୍ଚଳରେ ମାର୍କେଟ କମ୍ପ୍ଲେକ୍ସ ସହିତ ସହରର ସାହି ଓ ଗଳିରେ ଥିବା ଦୋକାନ ମଧ୍ୟ ଖୋଲିବ। ସହରାଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ଗୋଟିକିଆ ଦୋକାନ ଖୋଲିବ। ତେବେ ମଲ୍ଟି ବ୍ରାଣ୍ଡ କିମ୍ପା ସିଙ୍ଗଲ ବ୍ରାଣ୍ଡ ମଲ୍‌ ଖୋଲିବା ଉପରେ ପୂର୍ବଭଳି କଟକଣା ବଳବତ୍ତର ରହିବ। ସହରାଞ୍ଚଳରେ କୌଣସି ପ୍ରକାର ହାଟ, ବଜାର କିମ୍ବା ଶପିଙ୍ଗ୍‌ ମଲ୍‌ ଖୋଲିବ ନାହିଁ। ଦୋକାନ ଖୋଲିବା ପାଇଁ କେତେକ ସତ୍ତର୍ର୍ ମାନିବାକୁ ପଡ଼ିବ। ଦୋକାନରେ କେବଳ ୫୦ପ୍ରତିଶତ କର୍ମଚାରୀ ହିଁ କାର୍ଯ୍ୟ କରିବେ। ସାମାଜିକ ଦୂରତା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ହେବ। ଦୋକାନରେ ଥିବା କର୍ମଚାରୀ ଓ ଗ୍ରାହକଙ୍କୁ ମୁହଁରେ ମାସ୍କ ଲଗାଇବା ବାଧ୍ୟତାମୂଳକ କରାଯାଇଛି। ଇ-କମର୍ସ ବ୍ୟବସାୟ କରୁଥିବା କମ୍ପାନୀଗୁଡ଼ିକ ପୂର୍ବଭଳି କେବଳ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଯୋଗାଣ କରିପାରିବେ। ମଦ, ସିଗାରେଟ ଓ ଗୁଟ୍‌ଖା କିମ୍ବା ଅନ୍ୟ କୌଣସି ଅବକାରୀ ସାମଗ୍ରୀ ବିକ୍ରି ଉପରେ କଟକଣା ଜାରି ରହିଛି। ମଦଦୋକାନ ଖୋଲି ପାରିବ ନାହିଁ। ଗ୍ରାମାଞ୍ଚଳ ହେଉ କିମ୍ବା ସହରାଞ୍ଚଳ କୋଭିଡ୍‌-୧୯ ସଂକ୍ରମିତ(କଣ୍ଟେନ୍‌ମେଣ୍ଟ ଜୋନ୍‌ ବା ଆବଦ୍ଧାଞ୍ଚଳ)ରେ କୌଣସି ଦୋକାନ ଖୋଲିବାକୁ ସଂଶୋଧିତ ଗାଇଡଲାଇନରେ ଅନୁମତି ଦିଆଯାଇ ନାହିଁ। ଓଡ଼ିଶା ସରକାରଙ୍କ ରାଜ୍ୟ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଆଇନ-୧୯୫୫ ଅନୁଯାୟୀ ପଞ୍ଜୀକୃତ ହୋଇଥିବା ମାର୍କେଟ କମ୍ପ୍ଲେକ୍ସ କିମ୍ବା ଆବାସିକ କମ୍ପ୍ଲେକ୍ସଗୁଡ଼ିକ ଖୋଲିବ। ତେବେ କେଉଁ ଦୋକାନ ଖୋଲିବ ଓ କେତେ ସମୟ ଖୋଲା ରହିବ ସେ ନେଇ ଜିଲାପାଳ ଓ ମହାନଗର ନିଗମ କମିଶନର ବିଜ୍ଞପ୍ତି ପ୍ରକାଶ କରିବେ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।
ଗତ ୧୫ ତାରିଖ ନିର୍ଦ୍ଦେଶନାମାରେ ସଂଶୋଧନ କରି ସ୍ବରାଷ୍ଟ୍ର ସଚିବ ଅଜୟ ଭାଲ୍ଲା କହିଛନ୍ତି, ଶପିଙ୍ଗ୍‌ ମଲ୍‌ ସହ ସମ୍ପୃକ୍ତ ନ ଥିବା ଦୋକାନ, ରେସିଡେନ୍ସିଆଲ କମ୍ପ୍ଲେକ୍ସରେ ଥିବା ଦୋକାନ, ମ୍ୟୁନିସିପାଲିଟି ଓ ମ୍ୟୁନିସିପାଲ କର୍ପୋରେଶନ ସୀମା ମଧ୍ୟରେ ଥିବା ଦୋକାନ ଯେଉଁଗୁଡ଼ିକ ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଶପ୍‌ସ ଆଣ୍ଡ ଏଷ୍ଟାବ୍ଲିଶମେଣ୍ଟ ଆକ୍ଟରେ ପଞ୍ଜୀକୃତ ହୋଇଥିବ ସେଗୁଡ଼ିକୁ ଲକ୍‌ଡାଉନ ସମୟରେ ଖୋଲିବାକୁ ଅନୁମତି ମିଳିବ। ଏଥିସହିତ ମ୍ୟୁନିସିପାଲିଟି ଓ ମ୍ୟୁନିସିପାଲ ନିଗମ ପରିସର ବାହାରେ ପଞ୍ଜୀକୃତ ବଜାରରେ ଥିବା ଦୋକାନଗୁଡ଼ିକୁ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସାମାଜିକ ଦୂରତ୍ୱ ରକ୍ଷା କରି ଖୋଲିବାକୁ ଅନୁମତି ଦିଆଯାଇଛି। ଇ-କମର୍ସ କମ୍ପାନୀଗୁଡ଼ିକ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରିପାରିବେ। ସଂଶୋଧିତ ଗାଇଡ୍‌ଲାଇନ ଅନୁଯାୟୀ, ଗ୍ରାମାଞ୍ଚଳ ହେଉ କି ସହରାଞ୍ଚଳ କୋଭିଡ୍‌-୧୯ ନିଷିଦ୍ଧାଞ୍ଚଳ ଘୋଷିତ ହୋଇଥିଲେ ସେଠାରେ ଦୋକାନ ଖୋଲିବାକୁ ଅନୁମତି ମିଳିବ ନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ପଶ୍ଚିମବଙ୍ଗ ପାଇଁ ଭାଜପାର ସଂକଳ୍ପପତ୍ର: ଯୁବତୀଯୁବକ, ମହିଳା, ସରକାରୀ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଏହାର ଇସ୍ତାହାର ପ୍ରକାଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ନେତା ଅମିତ ଶାହା ଇସ୍ତାହାର ବା ଘୋଷଣାପତ୍ର…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri