Posted inଫୁରସତ

ଦୋକାନୀଙ୍କ ତାଗିଦ ଆମକୁ ସଚେତନ କରିଥିଲା

ଡ.ବିଜୟ କୁମାର ମହାରଣା, ଦେବଗଡ଼ ମଡେଲ କଲେଜର ଅଧ୍ୟକ୍ଷ। କଟକ ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭଗତପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ବିଜୟଙ୍କ ପ୍ରାଥମିକ ଶିକ୍ଷା ଗାଁ ସ୍କୁଲରୁ ହିଁ ଆରମ୍ଭ ହୋଇଥିଲା। ଏହାପରେ କଙ୍ଗେଇପୁର ଗ୍ରାମ ପଞ୍ଚାୟତ ହାଇସ୍କୁଲରେ ମାଟ୍ରିକ ପାସ୍‌ କରିବା ପରେ ଜାତୀୟ କବି ବୀରକିଶୋର କଲେଜ, ରେଭେନ୍‌ଶା କଲେଜରେ ତାଙ୍କର ଉଚ୍ଚତର ଶିକ୍ଷା ସମାପ୍ତ ହୋଇଥିଲା। ଉତ୍କଳ ବିଶ୍ୱବିଦ୍ୟାଳୟରେ ସେ ଓଡ଼ିଆରେ ଏମ୍‌.ଫିଲ୍‌ କରିବା ପରେ ବ୍ରହ୍ମପୁର ବିଶବିଦ୍ୟାଳୟରୁ ତୁଳନାତ୍ମକ ଭାଷା ସାହିତ୍ୟ ଉପରେ ଗବେଷଣା କରି ପିଏଚ୍‌ଡି ଲାଭ କରିଥିଲେ।

r ଆପଣଙ୍କ ପ୍ରଥମ ଚାକିରି କେଉଁଠି ହୋଇଥିଲା ?
୧୯୯୬ ମସିହାରେ ଗଞ୍ଜାମ ଜିଲା ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲି।
r ଦରମା କିପରି ଖର୍ଚ୍ଚ କରିଥିଲେ ?
ପ୍ରଥମ ଦରମାରେ ମୋ ମାଆଙ୍କ ପାଇଁ ଖଣ୍ଡେ ଶାଢ଼ି କିଣିଥିଲି। ସାଙ୍ଗମାନଙ୍କ ସହ ମିଶି କଟକରେ ସିନେମା ଦେଖିଥିଲି।
r ଆପଣଙ୍କ ଆଦର୍ଶ କିଏ ?
ମୋର ଆଦର୍ଶ ସ୍ବାମୀ ବିବେକାନନ୍ଦ ଓ ମହାତ୍ମା ଗାନ୍ଧୀ। ସେମାନଙ୍କ ସରଳ ନିରାଡମ୍ବର ଜୀବନଚର୍ଯ୍ୟା, ଉଚ୍ଚ ଆଧ୍ୟାତ୍ମିକ ଦର୍ଶନ , ସେବା ମନୋଭାବ , ଅହିଂସା ମାର୍ଗ ମତେ ସର୍ବଦା ପ୍ରଭାବିତ କରିଛି
r ଆପଣଙ୍କ ଜୀବନରେ ଘଟିଥିବା କିଛି ଅଭୁଲା କଥା?
ନିଶ୍ଚୟ। ଦିନେ ମୁଁ ମୋର ସାଙ୍ଗ ପ୍ରିୟବ୍ରତ ପାତ୍ରଙ୍କ ସହ ଛତିଶଗଡ଼ର ଅମରକଣ୍ଟକ ଯାଇଥାଉ। ସେଠାକାର ଏକ ଛୋଟ ହୋଟେଲରେ ଆମେ ଖାଇବାକୁ ବସିଥାଉ। ଜଣେ ଯୁବକ ନିଜ ଖାଦ୍ୟ ଅଧା ଖାଇ ଉଠିଯାଇଥିଲେ। ଏହା ଦେଖି ଦୋକାନୀ ଜଣକ ଚିତ୍କାର କଲେ, ଆପଣ ଖାଦ୍ୟ ଫିଙ୍ଗିଲେ ମୁଁ ଦୁଇ ଗୁଣ ପଇସା ନେବି l ଖାଇବାକୁ ଇଚ୍ଛା ନ ଥିଲେ ଅଳ୍ପ ଖାଦ୍ୟ ନେଇଥାନ୍ତେ। ଖାଦ୍ୟ ନଷ୍ଟ କରିବାର ଅଧିକାର ତୁମର ନାହିଁ। ସେଦିନ କଥା ଆଜି ବି ମୋର ମନ ଅଛି। ସେହି ଦୋକାନୀଙ୍କ ତାଗିଦ୍‌ ଆମକୁ ବି ସଚେତନ କରିଥିଲା।
* କଳା ପ୍ରତି ରୁଚି ରଖନ୍ତି କି?
ନିଶ୍ଚୟ l କଳା ମୋର ଆତ୍ମା କହିଲେ ଭୁଲ୍‌ ହେବ ନାହିଁ l ମୁଁ କ୍ଲାସିକାଲ ନାଚ ଗୀତ ଦେଖିବାକୁ ଓ ଶୁଣିବାକୁ ବହୁତ ଭଲ ପାଏ l ଉଭୟ ହିନ୍ଦୀ ଓ ଓଡ଼ିଆ ଭାଷାରେ କବିତା ଓ ପ୍ରବନ୍ଧ ଲେଖେ।
* କେଉଁ ଫିଲ୍ମ ଦେଖିବାକୁ ଆପଣ ପସନ୍ଦ କରନ୍ତି?
ସାମାଜିକ ସମସ୍ୟାମୂଳକ ବାସ୍ତବବାଦୀ ଓ କଳାତ୍ମକ ଫିଲ୍ମ ମୋର ପସନ୍ଦ। ରିମେକ ଆକ୍ସନ ମୁଭି ମତେ ଭଲ ଲାଗେନା l
* ଅବସର ସମୟରେ କ’ଣ କରନ୍ତି ?
ସମୟ ମିଳିଲେ ମୁଁ ବୁଲାବୁଲି କରି ଲୋକ ଜୀବନ ଓ ସଂସ୍କୃତିକୁ ଅଧ୍ୟୟନ କରେ l ଟିଭିରେ ନିଉଜ ଓ ଖେଳ ଦେଖେ l
* ପରିବାର ପାଇଁ କେତେ ସମୟ ଦିଅନ୍ତି ?
ମା ,ସ୍ତ୍ରୀ,ଝିଅ ଓ ପୁଅକୁ ନେଇ ମୋର ଛୋଟ ପରିବାର। ଟିକିଏ ସମୟ ମିଳିଲେ ସେମାନଙ୍କ ସହିତ ଗପ କରେ। ଏକାଠି ବସି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରୁ।
* ଆପଣଙ୍କ ରୁଚି ?
ପୁସ୍ତକ ପଢିବାକୁ ଭଲ ପାଏ। ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷାର ବହି ପଢିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଯାଉଥିଲେ କୁକୁର ପଲ, ହଠାତ୍‌ ବଦଳିଗଲା ରଙ୍ଗ, ସାମ୍ନାକୁ ଆସିଲା ଏହି କାରଣ

ରୁଷିଆରେ ଏମିତି କିଛି ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏଠାକାର ରାସ୍ତାରେ ଚାଲୁଥିବା କୁକୁରଙ୍କ ହଠାତ୍‌ ରଙ୍ଗ ବଦଳି ଯାଇଛି। ଏହା ଦେଖି...

ବୟଫ୍ରେଣ୍ଡଙ୍କ ଆକୁଳ ନିବେଦନ: ମୁଖ୍ୟମନ୍ତ୍ରୀ ମହାଶୟ ବିବାହ ବନ୍ଦ କରିଦିଅନ୍ତୁ, ମୋ ଗର୍ଲଫ୍ରେଣ୍ଡ…

ଜୟପୁର,୯।୫: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ କରୋନା ମହାମାରୀ ଯୋଗୁ ବିବାହ ନ କରିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଥିଲେ। ଏବେ ଜଣେ ଯୁବକ ମୁଖ୍ୟମନ୍ତ୍ରୀଙ୍କୁ ବିବାହ...

ବିମାନରୁ କୁକୁରକୁ ତଳକୁ ଫିଙ୍ଗିଦେଲେ ମାଲିକ, ଆଉ ତା’ ପରେ…

ଏମିତି କିଛି ଫଟୋ ଅଛି, ଯାହାକୁ ଦେଖିଲେ ଲୋମ ଟାଙ୍କୁରି ଉଠିବ। ସେମିତି ଏକ କୁକରର ଫଟୋ ଏବେ ଭାଇରାଲ ହେଉଛି। ଫଟୋରେ କୁକୁରର ମାଲିକ...

ମରୁଭୂମିରେ ରହିଛି ଏମିତି ଦୁର୍ଗ,ଯାହା ସବୁଜ ବନାନୀ ପାଇଁ ପ୍ରସିଦ୍ଧ

ଅକ୍ଟୋବରରୁ ଭ୍ରମଣ ଋତୁ ଆରମ୍ଭ ହୋଇଥାଏ। ଲୋକେ ଯୋଜନା କରିଥାନ୍ତି ଏମିତି କିଛି ସ୍ଥାନକୁ ବୁଲିବାକୁ ଯିବେ ଯାହା ଚିରଦିନ ପାଇଁ ସ୍ମରଣୀୟ ହୋଇରହିବ। ସେଥିଲାଗି...

ଲକ୍‌ଡାଉନ ପ୍ରଭାବ: ସାଥିଙ୍କ କେଶ କାଟୁଛନ୍ତି ପୋଲିସ

ଯୋଧପୁର,୨୭।୪: କରୋନା ସଂକ୍ରମଣକୁ ନେଇ ସାରା ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ଏବେ ଏହାକୁ ନେଇ ଭିନ୍ନ ଭିନ୍ନ ଚିତ୍ର ସାମ୍ନାକୁ ଆସୁଛି। ଏହି ସମୟରେ...

ଆଜି ବିଶ୍ୱ ସଦ୍‌ଭାବନା ଦିବସ

ସବୁ ଜାତି, ଧର୍ମ, ବର୍ଣ୍ଣର ଲୋକଙ୍କ ମଧ୍ୟରେ ଜାତୀୟ ଏକତା ମନୋଭାବ ସହ ଶାନ୍ତି, ସ୍ନେହ ଏବଂ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ଉତ୍ସାହିତ କରି ଭାରତକୁ ଏକ...

ଛୁଆକୁ କ’ଣ ଶିକ୍ଷା ଦେଉଛି ସିଂହୀ, କୁହନ୍ତୁ ତ..

ମା’ ଓ ଶିଶୁ ମଧ୍ୟରେ ସମ୍ପର୍କ ନିବିଡ଼। ମଣିଷ ହେଉ ଅବା ପଶୁ ନିଜର ଜନ୍ମିତ ଶିଶୁ ପାଇଁ ସମସ୍ତେ ହୋଇ ଉଠନ୍ତି ବ୍ୟାକୁଳ। ମା’...

ଘର ଆଜବେଷ୍ଟ ଉପରେ ସିଂହ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

Advertisement
Archives

Model This Week