‘ଦେଶ ପ୍ରଗତିର ପ୍ରତିବନ୍ଧକ ଦୁର୍ନୀତି’

ନବରଙ୍ଗପୁର, (ବି.ପ୍ର.)/ରାୟଗଡ଼ା ଅଫିସ, ୨୭।୧୦:ଦେଶର ଆର୍ଥିକ ରାଜନୈତିକ ଏବଂ ସାମାଜିକ ପ୍ରଗତି ପଥରେ ଦୁର୍ନୀତି ହିଁ ସବୁଠୁ ବଡ଼ ପ୍ରତିବନ୍ଧକ। ଦୁର୍ନୀତିର ମୂଳପ୍ଲାଟନ ନିମନ୍ତେ ସମସ୍ତ ଅଂଶୀଦାର ହେବା ଜରୁରୀ। ପ୍ରତ୍ୟେକ ନାଗରିକ ସବୁ ସମୟରେ ସତର୍କତା, ସାଧୁତା ଓ ସତ୍ୟନିଷ୍ଠାରେ ରହି ଦୁର୍ନୀତି ବିରୋଧରେ ଲଢିବା ଜରୁରୀ ବୋଲି ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ନବରଙ୍ଗପୁର ଜିଲାପାଳ ଡ. ଅଜିତ୍‌ କୁମାର ମିଶ୍ର କହିଛନ୍ତି। ଏଥିସହ ଜିଲାପାଳଙ୍କ ଅଫିସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନାଗରିକଙ୍କ ପାଇଁ ସାଧୁତାର ଶପଥ ପାଠ କରାଇଥିଲେ। ଏହି ଶପଥ ପାଠ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ଭାସ୍କର ରଇତ, ସମସ୍ତ ଡେପୁଟି ଜିଲାପାଳ, ସହାୟକ ଜିଲାପାଳ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିହାଲ, ଜିଲା କ୍ରୀଡା ଓ ସଂସ୍କୃତି ଅଧିକାରୀ ମହେନ୍ଦ୍ର ସାହୁ, ଜିଲାପାଳଙ୍କ ବ୍ୟକ୍ତିଗତ ସହାୟକ ଏ.ସୁରେଶ, ଜିଲା ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଅଧିକାରୀ ବିଶ୍ୱ ରଞ୍ଜନ ଭୁକ୍ତାଙ୍କ ସହିତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।
ସେହିଭଳି ରାୟଗଡ଼ା ଜିଲାପାଳଙ୍କ ଅଫିସରେ ମଧ୍ୟ ଏକ ଏହି ଉପଲକ୍ଷେ ଏକ ଶପଥ ପାଠ କାର୍ଯ୍ୟକ୍ରମ କରାଯାଇଛି। ଅତିରିକ୍ତ ଜିଲାପାଳ ସମୋନାଥ ପ୍ରଧାନ କାର୍ଯ୍ୟାଳୟର ସମସ୍ତ ପଦାଧୀକାରୀ, କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ। କୌଣସି ପ୍ରକାର ଦୁର୍ନତିକୁ ପ୍ରଶୟ ଦିଅନ୍ତୁ ନାହିଁ ବୋଲି ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଡେପୁଟି ଜିଲାପାଳ ନାରାୟଣ ମିଶ୍ର, ସହକାରୀ ଜିଲାପାଳ (ରାଜସ୍ବ) ଦିବାକର ପାତ୍ର, ଜିଲା ସ୍ବଳ୍ପ ସଞ୍ଚୟ ଅଧିକାରୀ ଧ୍ରୁବରାଜ ନାୟକ, କ୍ରୀଡାଧିକାରୀ ଶେଖ ଅଲନୁର, ଜିଲା ସମାଜ କଲ୍ୟାଣ ଅଧିକାରୀ ଜାଜ୍ଞାସେନୀ ବେହେରା, ଅଫିସ୍‌ ସୁପରିଣ୍ଟେଣ୍ଡେଣ୍ଟ ବୁସିଗ୍ରାମ ଶବର, ବିଭିନ୍ନ ସେକ୍ସନ ଅଫିସର ଓ କର୍ମଚାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌କେସିଜି ମେଡିକାଲରେ ବେଡର ଅଭାବ: ବାରଣ୍ଡାରେ କରୋନା ସନ୍ଧିଗ୍ଧ

ବ୍ରହ୍ମପୁର ଅଫିସ,୩।୮: ଗଞ୍ଜାମ ଜିଲାରେ କରୋନା ବର୍ତ୍ତମାନ ବଢ଼ିବାରେ ଲାଗିଛି। ପ୍ରତିଦିନ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ତେବେ ବ୍ରହ୍ମପୁର ମହାନଗର ନିଗମର...

ଅନ୍‌ଫ୍ରେଣ୍ଡ କରିଦେବାରୁ ଏଭଳି ପ୍ରତିଶୋଧ ନେଲେ ଯୁବକ

ସମ୍ବଲପୁର,୨୫ା୯(ବ୍ୟୁରୋ): ଯୁବତୀଙ୍କ ନକଲି ଫେସ୍‌ବୁକ ଆକାଉଣ୍ଟ ଖୋଲି ଫଟୋ ଭାଇରାଲ କରିଥିବା ଅଭିଯୋଗରେ ସମ୍ବଲପୁର ଜିଲା ସାଇବର ଥାନା ପୋଲିସ ଧନୁପାଲି ଥାନା ଅଞ୍ଚଳରୁ ଜଣେ...

ସହାୟତା ଅପେକ୍ଷାରେ କ୍ୟାନ୍ସର ପୀଡ଼ିତା ଅନିନ୍ଦିତା

କାକଟପୁର,୨୫।୯(ଡି.ଏନ୍‌.ଏ.):ପୁରୀ ଜିଲା କାକଟପୁର ବ୍ଲକ ଅଞ୍ଚଳର ୫ବର୍ଷର ଝିଅ ଅନିନ୍ଦିତା ଜୀବନ କ’ଣ ଜାଣିବା ଆଗରୁ ସମୟ ତାଙ୍କୁ ଏକ ବିପଦପୂର୍ଣ୍ଣ ସ୍ଥିତି ଆଡ଼କୁ ନେଇଯାଇଛି।...

କାଦୁଅରେ ଭର୍ତ୍ତି ବୋରିଖାଲ ଗାଁ ରାସ୍ତା

ମୁନିଗୁଡ଼ା,୩।୮(ରାଧେଶ୍ୟାମ ଅଗ୍ରଓ୍ବାଲ): ମୁନିଗୁଡ଼ା ବ୍ଲକ ତେଲେଙ୍ଗାପଦର ପଞ୍ଚାୟତର ବୋରିଖାଲ ଗାଁ ରାସ୍ତା ଶୋଚନୀୟ ହୋଇପଡ଼ିଛି। ପୂର୍ତ୍ତ ବିଭାଗ ରାସ୍ତାଠାରୁ ମାତ୍ର ୩୦୦ମିଟର ଦୂରରେ ଅବସ୍ଥିତ ବୋରିଖାଲ...

ବିଧାନସଭାରେ ପୁଣି ଧାନ ତାତି, ଗୃହ ମୁଲତବୀ, ବିରୋଧୀଙ୍କ ହଟ୍ଟଗୋଳ

ଭୁବନେଶ୍ୱର, ୨୫।୨(ବ୍ୟୁରୋ): ଚାଷୀଙ୍କଠାରୁ ଧାନ ସଂଗ୍ରହକୁ ନେଇ ବିଧାନସଭାରେ ପୁଣି ହଙ୍ଗାମା ହୋଇଛି। ଏହି ପ୍ରସଙ୍ଗରେ ବିରୋଧୀ ଦଳ ସୋମବାର ଗୃହକୁ ଅଚଳ କରିଥିବା ବେଳେ...

ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଗଲା ବିଦାନୋଭଙ୍କ ଭିସେରା

ରାୟଗଡ଼ା, ୭।୧(ସ୍ବ.ପ୍ର.): ରାୟଗଡ଼ା ସହରର ହୋଟେଲ ସାଇ ଇଣ୍ଟରନ୍ୟାଶନାଲରେ ରୁଷୀୟ ପର୍ଯ୍ୟଟକ ଭ୍ଲାଡିମିର ବିଦାନୋଭ ଓ ଆଣ୍ଟୋଭ ପାଭେଲଙ୍କ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଶୁକ୍ରବାର...

ସମସ୍ୟା ଥିଲେ ସମାଧାନ କର: ଜିଲାପାଳ

ଢେଙ୍କାନାଳ ଅଫିସ, ୨୨।୧୨ – ଢେଙ୍କାନାଳ ସମଗ୍ର ଶିକ୍ଷା କାର୍ଯ୍ୟାଳୟ ସଭାଗୃହରେ ଶନିବାର ଜିଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ଭୂମେଶ ଚନ୍ଦ୍ର...

୨୦ରୁ ‘ଜାତୀୟ ଆଦିବାସୀ ମେଳା’

କଟକ ଅଫିସ, ୧୩ା୫- କଟକ ବାଲିଯାତ୍ରା ଉପର ପଡ଼ିଆରେ ଆସନ୍ତା ୨୦ରୁ ୩୦ ତାରିଖ ପର୍ଯ୍ୟନ୍ତ ଜାତୀୟ ଆଦିବାସୀ ମେଳା ଅନୁଷ୍ଠିତ ହେବ। ଏହି ମେଳା...

Advertisement
Archives

Model This Week