ଦେଶରେ ସୁନା ଦର;ବର୍ଷକରେ ୮, ଦଶନ୍ଧିରେ ୨୭ ହଜାର ଟଙ୍କା ବଢ଼ିଛି

ନୂଆଦିଲ୍ଲୀ,୨୭-୮: ଗତ ଏକ ଦଶନ୍ଧି ଭିତରେ ଦେଶରେ ସୁନା ଦର(୨୪ କ୍ୟାରେଟ ପ୍ରତି ୧୦ ଗ୍ରାମ) ଅତ୍ୟଧିକ ବଢ଼ିଯାଇଛି। ୧୯୬୪ରେ ସୁନା ଦର ୬୩.୨୫ ଟଙ୍କା ପ୍ରତି ୧୦ ଗ୍ରାମ୍‌ ଥିଲା। ୨୦୦୮ରେ ଏହା ୧୨୫୦୦ ଟଙ୍କାକୁ ବୃଦ୍ଧି ପାଇଥିଲା। ୧୧ବର୍ଷ ପରେ ୨୦୧୯ ଅଗଷ୍ଟ ୨୬ରେ ସୁନା ଦର ୩୯,୬୭୦ ଟଙ୍କାରେ ପହଞ୍ଚତ୍ଛି। ଅର୍ଥାତ୍‌ ଏହି ସମୟ ମଧ୍ୟରେ ସୁନା ଦର ୨୭ ହଜାର ଟଙ୍କା ବଢ଼ିଛି। ସେହିପରି ୨୦୧୮ରେ ସୁନା ଦର ପ୍ରତି ୧୦ ଗ୍ରାମ୍‌ ୩୧,୪୩୮ଟଙ୍କା ରହିଥିବା ବେଳେ ବର୍ଷକ ଭିତରେ ଏଥିରେ ୮ ହଜାର ଟଙ୍କା ବୃଦ୍ଧି ପରିଲକ୍ଷିତ ହୋଇଛି। ଚଳିତ ମାସରେ ସୁନାର କ୍ରମାଗତ ମୂଲ୍ୟବୃଦ୍ଧି ଦେଖିବାକୁ ମିଳୁଛି। ଚାଇନା ଓ ଆମେରିକା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହେବା ପରେ ଷ୍ଟକ୍‌ ମାର୍କେଟରେ ନିବେଶ ଲାଭଜନକ ହେଉ ନ ଥିବା ମନେ କରି ନିବେଶକମାନେ ଏହି ମୂଲ୍ୟବାନ ଧାତୁରେ ନିବେଶ ଲାଗି ଆଗ୍ରହ ଦେଖାଉଛନ୍ତି। କାରଣ ସୁନାରେ ନିବେଶ ସବୁଠାରୁ ସୁରକ୍ଷିତ ବୋଲି ମନେ କରାଯାଇଥାଏ। ଦେଶରେ ସାଧାରଣତଃ ବିବାହ ଋତୁ ବ୍ୟତୀତ ଧନତେରସ ଏବଂ ଅକ୍ଷୟ ତୃତୀୟାରେ ଲୋକେ ସୁନା କିଣିଥାନ୍ତି। ଆର୍ଥିକ ସଙ୍କଟ ବେଳେ ସୁନା ଅଧିକ ସହାୟତା କରିଥାଏ ବୋଲି ଲୋକଙ୍କ ମଧ୍ୟରେ ଆଜି ମଧ୍ୟ ବିଶ୍ୱାସ ରହିଛି। ଏହି କାରଣରୁ ଲୋକଙ୍କର ସୁନା ପ୍ରତି ଆଗ୍ରହ ବଢ଼ି ବଢ଼ି ଚାଲିଛି।
୩୯,୬୭୦ ସ୍ତରରେ ସୁନାର ନୂଆ ରେକର୍ଡ
ବିଶ୍ୱ ବଜାରରେ ସକାରାମତ୍କ ସଙ୍କେତ ତଥା ଘରୋଇ ବଜାରରେ ଚାହିଦା ବୃଦ୍ଧି କାରଣରୁ ସୋମବାର ସୁନା ଦର ପ୍ରତି ୧୦ ଗ୍ରାମ୍‌ ୬୭୫ ଟଙ୍କା ବଢ଼ି ୩୯,୬୭୦ ଟଙ୍କାରେ ପହଞ୍ଚତ୍ ଏକ ନୂଆ ରେକର୍ଡ ସୃଷ୍ଟି କରିଛି ବୋଲି ଅଲ୍‌ ଇଣ୍ଡିଆ ସର୍ରାଫା ଆସୋସିଏଶନ ପକ୍ଷରୁ କୁହାଯାଇଛି। ଏହା ଦୁଇ ଚାରିଦିନ ମଧ୍ୟରେ ୪୦ ହଜାର ସ୍ତର ଛୁଇଁବ ବୋଲି ବଜାର ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ଅଗଷ୍ଟ ୨୦ ପରେ ସୁନା ଦର ଦୈନିକ ନୂଆ ରେକର୍ଡ ସ୍ତର ସୃଷ୍ଟି କରିଚାଲିଛି। ସେହିପରି ରୁପା ଦରରେ ମଧ୍ୟ ନିଆଁ ଲାଗିଛି। ସୋମବାର ରୁପା ଦର କେଜି ପ୍ରତି ୧୪୫୦ ଟଙ୍କା ବଢ଼ି ୪୬,୫୫୦ ଟଙ୍କାରେ ପହଞ୍ଚତ୍ ଆଉ ଏକ ରେକର୍ଡ ହାସଲ କରିଛି। ବିଶ୍ୱ ବଜାରରେ ପ୍ରତି ଆଉନ୍ସ ସୁନା ଦର ଦିନ ମଧ୍ୟରେ ୬ ବର୍ଷର ସର୍ବୋଚ୍ଚ ସ୍ତର ୧୫୫୪.୫୬ ଡଲାର ଛୁଇଁଥିଲା। ଦିଲ୍ଲୀରେ ୯୯.୯ ପ୍ରତିଶତ ଶୁଦ୍ଧତାର ସୁନା ଦର ୩୯,୬୭୦ ଟଙ୍କା ଥିବା ବେଳେ ୯୯.୫ ପ୍ରତିଶତ ଶୁଦ୍ଧତାର ସୁନା ଦର ୩୯,୫୦୦ ଟଙ୍କା ଥିଲା। ସେହିପରି ସଭରେନ ଗୋଲ୍ଡ ଦର ୮ ଗ୍ରାମ୍‌ ପ୍ରତି ୭୦୦ ଟଙ୍କା ବଢ଼ି ୨୯,୫୦୦ ଟଙ୍କା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri