Posted inଜାତୀୟ

ଦେଶରେ କରୋନା ସଙ୍କଟ ଜାରି: ୨୪ ଘଣ୍ଟାରେ ୨୦୦୩ ମୃତ, ୧୦,୯୭୪ ଆକ୍ରାନ୍ତ

ନୂଆଦିଲ୍ଲୀ,୧୭।୬ : ଦେଶରେ ମହାମାରୀ କରୋନା ସଙ୍କଟ ଜାରି ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ୧୦ ହଜାର ୯୭୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫୪ ହଜାର ୬୫ ହୋଇଛି । ସେହିପରି ୨୪ ଘଣ୍ଟାରେ ଦେଶରେ ୨୦୦୩ଜଣଙ୍କ ମୃତ୍ୟୁ ଘଟିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୩ ଲକ୍ଷ ୫୪ ହଜାର ୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୮୬ ହଜାର ୯୩୪ ଜଣ ସୁସ୍ଥ ହୋଇଥିବା ବେଳେ ୧୧ହଜାର ୯୦୩ ଜଣଙ୍କର ମୃତ୍ୟୁ ହୋଇଛି। ଏବେ ଦେଶରେ ୧ ଲକ୍ଷ ୫୫ ହଜାର ୨୨୭ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ୫ ହଜାର ୫୩୭ ଲୋକଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୧୩ ହଜାର ୪୪୫ରେ ପହଞ୍ଚିଛି। ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୧୮୫୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୪ ହଜାର ୬୮୮ ହୋଇଛି। ସେଥିମଧ୍ୟରୁ ୧୮୩୭ ଜଣଙ୍କ ମୃତ୍ୟୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହ୍ୟୁଷ୍ଟନ କନ୍‌ସୁଲେଟ ବନ୍ଦ କର

ବେଜିଂ,୨୩ା୭: ଟେକ୍ସାସ୍‌ର ହ୍ୟୁଷ୍ଟନ ସହରରେ ଥିବା ବାଣିଜି୍ୟକ ଦୂତାବାସ ୭୨ ଘଣ୍ଟା ମଧ୍ୟରେ ବନ୍ଦ କରିବା ପାଇଁ ଚାଇନାକୁ ଆମେରିକା ନିର୍ଦ୍ଦେଶ ଦେଇଛି। ଆମେରିକାର ଏଭଳି...

୪ ଲକ୍ଷ ଲୋକଙ୍କୁ ଖାଦ୍ୟ ଯୋଗାଇଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୨୯ା୩(ପି.ଟି.): ଲକ୍‌ଡାଉନ ସମୟରେ ନିଜ ନିଜ ରାଜ୍ୟକୁ ଫେରି ନ ଯାଇ ଦିଲ୍ଲୀରେ ରହିବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଦାଦନ ଶ୍ରମିକମାନଙ୍କୁ ଅନୁରୋଧ କରିଛନ୍ତି।...

ମାଲେଗାଁଓ ବିସ୍ଫୋରଣ ମାମଲା: କୋର୍ଟରେ ହାଜର ହେଲେ ସାଧ୍ୱୀ ପ୍ରଜ୍ଞା

ପାଟନା. ୭।୬: ୨୦୦୮ ମାଲେଗାଓଁ ବିସ୍ଫୋରଣର ଅଭିଯୁକ୍ତ ତଥା ଭାଜପା ସାଂସଦ ଏମ୍‌ପି ପ୍ରଜ୍ଞା ସିଂହ ଠାକୁର ଶୁକ୍ରବାର ମୁମ୍ବାଇ କୋର୍ଟରେ ହାଜର ହୋଇଛନ୍ତି। ସାଧ୍ୱୀ...

ଭଡ଼ାଟିଆ ନୁହନ୍ତି ମାଲିକ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧।୪: ଭଡ଼ାରେ ରହୁଥିବା ଭଡ଼ାଟିଆ ଏବେ ଆଉ ଘର ଛାଡ଼ିବା ପାଇଁ ମାଲିକଙ୍କୁ ନାଲି ଆଖିଦେଖାଇ ଆଇନର ଆଶ୍ରୟ ନେଇପାରିବେ ନାହିଁ। ସୁପ୍ରିମ୍‌କୋର୍ଟ ଏକ ମାମଲାର...

କମିବାକୁ ଯାଉଛି ଖାଇବା ତେଲ ଦର

ନୂଆଦିଲ୍ଲୀ,୨୨।୧୦: ପାର୍ବଣ ସମୟରେ ଡାଲି ଏବଂ ଖାଇବା ତେଲ ଦର ନିୟନ୍ତ୍ରଣକୁ ଆଣିବା ଲାଗି ବିଭିନ୍ନ ପଦକ୍ଷେପ ନେଉଛନ୍ତି କେନ୍ଦ୍ର ସରକାର। ଆମଦାନୀ ବଢ଼ାଇବା ସହ...

ବଢୁଛି ‘ବୁଲଡୋଜର ବାବା’ଙ୍କ କ୍ରେଜ୍‌

ବାରାଣସୀ,୧୩।୩: ଉତ୍ତରପ୍ରଦେଶରେ ଭାଜପା ପୁଣି ଥରେ ବିରାଟ ବିଜୟ ସହ କ୍ଷମତାକୁ ଫେରିଛି। ୨୦୨୨ରେ ଅପରାଧୀ ଏବଂ ମାଫିଆଙ୍କ ବିରୋଧରେ ବୁଲଡୋଜର ଚଳାଇବା ସ୍ଲୋଗାନ ଦେଇ...

ଛତିଶଗଡ଼ ପୋଲିସ ଇନ୍ସପେକ୍ଟରଙ୍କୁ ମିଳିବ ଚତୁର୍ଥ ସାହସିକତା ପୁରସ୍କାର

ରାୟପୁର,୧୨।୮: ମାଓବାଦୀଙ୍କୁ ଦମନ କରିବାରେ ନିଜର ସାହସ ଏବଂ ବୀରତ୍ୱ ଦେଖାଇ ସମଗ୍ର ବସ୍ତର ଜିଲାରେ ବେଶ୍‌ ଜଣାଶୁଣା ଛତିଶଗଡ଼ର ପୋଲିସ ଇନ୍ସପେକ୍ଟର ଅବଦୁଲ ସମୀର...

ଲତାଙ୍କ ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି: ୨୯ ଦିନ ହେବ ଭର୍ତ୍ତି ଅଛନ୍ତି ଆଇସିୟୁରେ

ମୁମ୍ବାଇ,୬ ।୨: ଭାରତ ରନ୍ନ, ସୁର ସାମ୍ରାଜ୍ଞି ଲତା ମଙ୍ଗେସକରଙ୍କର ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଛି । ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲରେ ସେ...

Advertisement
Archives

Model This Week