Posted inରାଜ୍ୟ

ଦେବୋତ୍ତର ବିଭାଗର ଅବହେଳା ଅଭିଯୋଗ: ବିଳମ୍ବରେ ହେଲା ପହଣ୍ଡି ବିଜେ, ରାତିରେ ଛେରାପହଁରା

ରଣପୁର,୧୩ା୭(ସ୍ବ.ପ୍ର.): ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ରଣପୁରରେ ବାହୁଡାଯାତ୍ରା ଅବସରରେ ଶୁକ୍ରବାର ଜନ୍ମବେଦୀରୁ ଶ୍ରୀଜୀଉମାନେ ରତ୍ନବେଦୀ ଅଭିମୁଖେ ବିଜେ କରିବେ। ତେବେ ବର୍ଷା ବାଧକ ସାଜିବାରୁ ନିର୍ଦ୍ଧାରିତ ସମୟଠାରୁ ୫ ଘଣ୍ଟା ବିଳମ୍ବରେ ମହାପ୍ରଭୁଙ୍କ ପହଣ୍ଡି ବିଜେ ପରେ ରାତି ହେବା ଯୋଗୁ ରଥଟଣା କାର୍ଯ୍ୟ ବନ୍ଦ ରହିଥିଲା । ସୂଚନାଯୋଗ୍ୟ, ଗୋଟିଏ ଦିନରେ ଏକାଦଶୀ ଓ ବାହୁଡ଼ା ପଡ଼ୁଥିବାରୁ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ଘଟିଥିଲା। ଗୁଣ୍ଡିଚା ମନ୍ଦିରରେ ପ୍ରଭାତ ସମୟରୁ ଅବକାଶ, ବଲ୍ଲଭ, ସକାଳ ଧୂପ ଆଦି ଶ୍ରୀଜୀଉଙ୍କ ସମସ୍ତ ନୀତିକାନ୍ତି ସମାପ୍ତ ହୋଇଥିଲା । ତେବେ ଦେବୋତ୍ତର ବିଭାଗ, ଶ୍ରୀମନ୍ଦିର ପ୍ରଶାସନର ଅବହେଳା ଯୋଗୁ ନିର୍ଦ୍ଧାରିତ ସମୟ ଅର୍ଥାତ୍‌ ପୂର୍ବାହ୍ନ ୧୧ଟାରେ ମହାପ୍ରଭୁଙ୍କ ପହଣ୍ଡି ବିଜେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରି ନ ଥିଲା। ଅପରାହ୍ନ ୫ଟା ପରେ ଘଣ୍ଟଘଣ୍ଟା, କାହାଳୀ, ହରିବୋଲ ଓ ହୁଳହୁଳି ଶବ୍ଦ ମଧ୍ୟରେ ଗୁଣ୍ଡିଚା ମନ୍ଦିରରୁ ମହାପ୍ରଭୁଙ୍କ ପହଣ୍ଡି କାର୍ଯ୍ୟ ଆରମ୍ଭ ହୋଇଥିଲା । ପୂଜାପଣ୍ଡାମାନେ ତିନି ଠାକୁରଙ୍କୁ ରଥ ଉପରେ ବିରାଜ କରାଇଥିଲେ । ଛେରାପହଁରା ପାଇଁ ଦେବୋତ୍ତର ବିଭାଗ କର୍ମକର୍ତ୍ତା ଏବଂ ପୂଜାପଣ୍ଡା ରଣପୁର ରାଜା ଦିଲୀପ କୁମାର ସିଂଦେଓଙ୍କୁ ନିମନ୍ତ୍ରଣ କରିଥିଲେ । ମଧ୍ୟାହ୍ନ ୧୨ଟାରେ ଛେରାପହଁରା ହେବାକୁ ଥିବାବେଳେ ରାତ୍ର ୭ଟାରେ ୩ ରଥରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ନିୟମାନୁସାରେ ସନ୍ଧ୍ୟାବେଳେ ସାଧାରଣ ବାସଗୃହରେ ମଧ୍ୟ ମହିଳାମାନେ ଝାଡୁ ମାରୁ ନ ଥିବାବେଳେ ରଥରେ ଏଭଳି ଏକ ନୀତି ବିରୋଧ ସମୟରେ କିଭଳି ଛେରାପହଁରା କରାଯାଇପାରିଲା ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ଓ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଛେରାପହଁରା ବେଳେ ବର୍ଷା ମଧ୍ୟ ଆରମ୍ଭ ହୋଇଯାଇଥିଲା । ମନ୍ଦିର ପ୍ରଶାସନ ତରଫରୁ ଅପରାହ୍ନ ୨ଟାରେ ରଥଟଣା କାର୍ଯ୍ୟ ହେବ ବୋଲି ଘୋଷଣା କରାଯାଇଥିବାବେଳେ ଏଥିରୁ କିଭଳି ବ୍ୟତିକ୍ରମ ଘଟିଥିଲା ସେଥିପାଇଁ ପରିଚାଳନା ବ୍ୟବସ୍ଥାକୁ ଅନେକ ଦାୟୀ କରିଥିଲେ। ହଜାର ହଜାର ଭକ୍ତ ରଥ ଟାଣିବାକୁ ଦୀର୍ଘ ସମୟ ଧରି ଅପେକ୍ଷା କରିଥିବାବେଳେ ବିଳମ୍ବ ଯୋଗୁ ରଥଟଣା କାର୍ଯ୍ୟ ବନ୍ଦ ରହିବାରୁ ନିରାଶ ହୋଇ ଫେରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫିଟିଲାନି ରତ୍ନଭଣ୍ଡାର ଚାବି ଗୁମର

ପୁରୀ ଅଫିସ,୩।୮: ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ରହିଛି ମହାପ୍ରଭୁଙ୍କ ଦୁର୍ମୂଲ୍ୟ ରତ୍ନଅଳଙ୍କାର। ଶେଷଥର ପାଇଁ ୧୯୮୫ରେ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା। ଇତିମଧ୍ୟରେ ୩୫ ବର୍ଷ ବିତିଲାଣି। ସେବେଠାରୁ...

୧୦ରେ ଓଡିଶା ଛୁଇଁବ ମୌସୁମୀ: ଉପକୂଳ, ଦକ୍ଷିଣ ଓଡିଶାରେ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୬ା୬(ବ୍ୟୁରୋ)-ବାତ୍ୟା ‘ଅମ୍ଫନ’ର କ୍ଷତ ଭରି ନ ଥିବା ବେଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ମୁଣ୍ଡ ଟେକିଲାଣି। କେନ୍ଦ୍ରୀୟ ବଙ୍ଗୋପସଗାର ମିଆଁମାର ଉପକୂଳରେ...

ଚିକିତ୍ସାଳୟରୁ ବାଇକ୍‌ରେ ବୁହାହେଲା ମୃତଦେହ

ବାଙ୍କୀ, ୨୮।୧୦ (ସ୍ବ.ପ୍ର.): କଟକ ଜିଲା ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଭିନ୍ନକ୍ଷମ ଯୁବକଙ୍କ ମୃତ୍ୟୁ ପରେ...

ଆଜିଠୁ ୧୮-୫୯ ବର୍ଷୀୟଙ୍କୁ ମାଗଣାରେ ବୁଷ୍ଟର ଡୋଜ୍‌

ଭୁବନେଶ୍ୱର,୧୫।୭(ବ୍ୟୁରୋ):ରାଜ୍ୟରେ ଆଜିଠୁ ମାଗଣାରେ ୧୮ ରୁ ୫୯ ବର୍ଷର ଲୋକଙ୍କୁ ବୁଷ୍ଟର ଡୋଜ୍‌ ଦିଆଯିବ। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ ୭୫ ଦିନ ପର୍ଯ୍ୟନ୍ତ ଟିକାକରଣ...

ବାତ୍ୟା ଭୟ ଟଳିଲା

ଭୁବନେଶ୍ୱର,୨୭।୯(ବ୍ୟୁରୋ): ବାତ୍ୟା ‘ଗୁଲାବ’କୁ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଯେଉଁ ଆକଳନ କରାଯାଉଥିଲା, ସେତେଟା ପ୍ରଭାବ ଦେଖିବାକୁ ମିଳିଲା ନାହିଁ। ଫଳରେ ଓଡ଼ିଶା...

ପଲିଥିନ ତଳେ ବାଉଁଶକଣ ଅଗ୍ନିବିପନ୍ନ

ଭୁବନ, ୨ା୩(ଡି.ଏନ.ଏ.) ଅଗ୍ନିକାଣ୍ଡରେ ଜଳିଯାଇଛି ସବୁକିଛି। ଅଙ୍ଗାର ପାଲଟିଯାଇଛି ୫ପରିବାରର ସ୍ବପ୍ନ। ପିନ୍ଧିଥିବା ଲୁଗା ଛଡ଼ା ଆଉ କିଛି ନାହିଁ। ପ୍ରଶାସନ ପକ୍ଷରୁ ମିଳିଥିବା ଖଣ୍ଡିଏ ଖଣ୍ଡିଏ...

ରାଜ୍ୟପାଳଙ୍କୁ ଜାତୀୟ ପତାକା ପ୍ରଦାନ

ଭୁବନେଶ୍ୱର, ୯ା୮ (ବ୍ୟୁରୋ):ଆଜାଦୀ କା ଅମୃତ ମହୋତ୍ସବ ପାଳନକୁ ସ୍ମରଣୀୟ କରିବା ପାଇଁ ଆସନ୍ତା ୧୩ରୁ ୧୫ ଅଗଷ୍ଟ ୩ଦିନ ପର୍ଯ୍ୟନ୍ତ ନିଜ ଘରେ ଜାତୀୟ...

କର୍ତ୍ତବ୍ୟରେ ଅବହେଳା: ୨ ଶିକ୍ଷକଙ୍କ ଦରମା ବନ୍ଦ ଲାଗି ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୨।୨(ବ୍ୟୁରୋ): ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଆକ୍ସନ ମୁଡ୍‌ରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ରହିଆସୁଛନ୍ତି। କେତେବେଳେ ଅଚାନକ ସ୍କୁଲ ଗସ୍ତ...

Advertisement
Archives

Model This Week