ଦେବୀ ନଦୀ ଶଯ୍ୟା ଖନନ: ସ୍ଥିତି ଅନୁଧ୍ୟାନ କଲେ ବୁର୍ଲା ଜଳସମ୍ପଦ ବିଭାଗ ବିଶେଷଜ୍ଞ

କାକଟପୁର, ୨୦।୮(ଡି.ଏନ୍‌.ଏ.)-ପୋତି ହୋଇପଡ଼ିଥିବା ଦେବୀ ନଦୀ ଶଯ୍ୟା ଖନନ ହେବ। ଏଥିପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି କ୍ରମରେ ସମ୍ବଲପୁରର ବୁର୍ଲାସ୍ଥିତ ଜଳସମ୍ପଦ ବିଭାଗର ରିସର୍ଚ୍ଚ ଆଣ୍ଡ କ୍ୱାଲିଟି କଣ୍ଟ୍ରୋଲ ବିଭାଗ ନିର୍ଦ୍ଦେଶକ ତଥା ବିଶେଷଜ୍ଞ ସୁବାସଚନ୍ଦ୍ର ମିଶ୍ର ମଙ୍ଗଳବାର କାକଟପୁରର ଦେବୀ ନଦୀକୁ ଯାଇ ଅନୁଧ୍ୟାନ କରିଛନ୍ତି। ବିଶେଷଜ୍ଞ ମିଶ୍ର ବନ୍ଧର ଷାଠିଏବାଟିଠାରୁ ଡଙ୍ଗାରେ ନଦୀ ଗର୍ଭକୁ ଯାଇ ବିଭିନ୍ନ ସ୍ଥାନ ଅନୁଧ୍ୟାନ କରିଥିଲେ। ଦେବୀ ନଦୀର ଶଯ୍ୟା ପୋତି ହୋଇଯାଇଥିବାରୁ ଏହାର ଖନନ ହେଲେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣ ହୋଇପାରିବ ବୋଲି କାକଟପୁର ଜଳସେଚନ ବିଭାଗ ଉପନିର୍ବାହୀ ଯନ୍ତ୍ରୀ ପ୍ରତାପଚନ୍ଦ୍ର ବିଶ୍ୱାଳ କହିଥିଲେ। ବିଶେଷଜ୍ଞ ମିଶ୍ରଙ୍କ ସହିତ ନିମାପଡ଼ା ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ଶଶୀଭୁଷଣ ମିଶ୍ର, କାକଟପୁର ସହକାରୀ ଯନ୍ତ୍ରୀ ପ୍ରାଣବନ୍ଧୁ ବେହେରା, କନିଷ୍ଠ ଯନ୍ତ୍ରୀ ତପନ କୁମାର ନାୟକ ଉପସ୍ଥିତ ଥିଲେ।

ମହାନଦୀରେ ବନ୍ୟାଜଳ ପ୍ରବେଶ କଲେ ଏହାର ୬୦ଭାଗରୁ ଊର୍ଦ୍ଧ୍ୱ ଜଳ ଶାଖା ନଦୀମାନଙ୍କରେ ପ୍ରବାହିତ ହୋଇ ସମୁଦ୍ରକୁ ନିଷ୍କାସିତ ହୋଇଥାଏ। ମହାନଦୀର ଅନ୍ୟତମ ଶାଖା ନଦୀ ହେଉଛି ଦେବୀ ନଦୀ। ଦେବୀ ନଦୀର ଶେଷ ମୁଣ୍ଡ ଅର୍ଥାତ୍‌ କାକଟପୁର ଜଳସେଚନ ଉପଖଣ୍ଡ ଅଧୀନସ୍ଥ ଶିଖସେତୁଠାରୁ ମୁହଁାଣ ପର୍ଯ୍ୟନ୍ତ ଶଯ୍ୟାରେ ବାଲିଚଡ଼ା ସୃଷ୍ଟି ହୋଇଛି। ଫଳରେ ସମୁଦ୍ରକୁ ଠିକ୍‌ ଭାବେ ଜଳ ନିଷ୍କାସିତ ହୋଇ ନ ପାରି ପ୍ରତିବର୍ଷ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇପଡ଼ୁଛି। ଦେବୀନଦୀ ଦକ୍ଷିଣପାର୍ଶ୍ୱ ବନ୍ଧର ବାଉରିଆକଣ ଏବଂ ଷାଠିଏବାଟିଠାରେ ବନ୍ୟାଜଳ ବନ୍ଧକୁ ଲାଗି ପ୍ରବାହିତ ହେଉଥିବାରୁ କାକଟପୁର ଓ ଅସ୍ତରଙ୍ଗ ବ୍ଲକ ଅଞ୍ଚଳର ଜନସାଧାରଣ ଆତଙ୍କିତ ହୋଇପଡ଼ୁଛନ୍ତି। ଦେବୀ ନଦୀରେ ବନ୍ୟା ନିୟନ୍ତ୍ରଣ ନେଇ ଜଳସମ୍ପଦ ବିଭାଗ ପକ୍ଷରୁ ଆଇଆଇଟି ମାଡ୍ରାସକୁ ଦାୟିତ୍ୱ ଦିଆଯାଇଥିଲା। ମାଡ୍ରାସ ଆଇଆଇଟିର ବିଶେଷଜ୍ଞମାନେ ଏଠାକୁ ଆସି ପରିସ୍ଥିିତି ଅନୁଧ୍ୟାନ କରି ନଦୀର ଦକ୍ଷିଣପାର୍ଶ୍ୱ ବନ୍ଧ ତଳକୁ ୧୪ଟି ସ୍ପର୍‌(ହାଇଲେବୁଲ ବୁରୁଜ) ନିର୍ମାଣ ସହ ନଦୀର ଶଯ୍ୟା ଖନନ କରିବାକୁ ପରାମର୍ଶ ଦେଇଥିଲେ। କାକଟପୁର ଜଳସେଚନ ବିଭାଗ ପକ୍ଷରୁ ବନ୍ଧ ତଳେ ବିଭିନ୍ନ ସ୍ଥାନରେ ୧୪ଟି ସ୍ପର୍‌ ନିର୍ମାଣ କରାଯାଇଥିଲେ ବି ଶଯ୍ୟା ଖନନ କରାଯାଇନାହିଁ। ଫଳରେ ବନ୍ୟା ପରିସ୍ଥିତିରେ କୌଣସି ସୁଧାର ଆସିପାରିନାହିଁ। ଏହାର ଅନୁଧ୍ୟାନ କରିବାକୁ ଗତ ୧୫ତାରିଖରେ ଜଳସମ୍ପଦ ବିଭାଗ ସଚିବ ପ୍ରଦୀପ ଜେନା ସ୍ଥିତି ଅନୁଧ୍ୟାନ କରି ବାଲିଚଡା ସୃଷ୍ଟିହୋଇ ଶଯ୍ୟା ପୋତି ହୋଇଯାଇଥିବା ଦେଖିବା ପରେ ଖନନ ପାଇଁ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲା ଇସ୍ରୋ: ଏଣିକି ବିନା ମୋବୋଇଲ୍‌ ଟାଓ୍ବାରରେ ଆସିବ ନେଟଓ୍ବର୍କ

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ପୁଣି ଥରେ ବିଶ୍ୱ ସମ୍ମୁଖରେ ନିଜର ଶକ୍ତି ଏବଂ ଆତ୍ମବିଶ୍ୱାସ ପ୍ରଦର୍ଶନ କରିଛି। ଏକ କମ ବଜେଟ,...

ସୋଲାର ଲାଇଟ ଅଚଳ ଘଟଣା: ସରପଞ୍ଚ ଲଗାଇଲେ ଷ୍ଟ୍ରିଟ ଲାଇଟ

ଦାରିଙ୍ଗବାଡି, ୨୪୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତରେ ପ୍ରତି ମଙ୍ଗଳବାର ସାପ୍ତାହିକ ହାଟ ହେଉଛି। ଏହି ହାଟରେ ଭିଡ଼ ଜମୁଛି।...

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ: ପୈତୃକ ଘର ସହ ୪ଟି ସ୍ଥାନରେ ଚଢ଼ାଉ ଜାରି…

ସମ୍ବଲପୁର,୨୪।୧୨(ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ( SRA)ବାସୁଦେବ ଭୋଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ...

ଲୋକ ଉତ୍ସବ ପ୍ରସ୍ତୁତି ବୈଠକ: ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପ୍ରଶାସନ ଏବଂ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଡିଏଫ୍‌ଓ ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଲୋକ ଉତ୍ସବ ପାଇଁ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

ପରିସ୍ରା କରିବାକୁ ଯାଇଥିଲେ ବ୍ୟବସାୟୀ, ଭୁଷୁଡିଲା କାନ୍ଥ: ଆଉ ତା’ପରେ…

ଅମରପାଲି,୨୪।୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ରୁଗୁଡ଼ିପାଲି ଗ୍ରାମରେ କାନ୍ଥ ଭୁଷୁଡି ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତ...

ରାତି ପାହିଲେ ବଡ଼ ଦିନ: ଧରାବତରଣ କରିବେ ପ୍ରଭୁ ଯୀଶୁ

ଭୁବନେଶ୍ୱର,୨୪।୧୨: ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରୀରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁଙ୍କୁ ଉପାସନା ପାଇଁ ଖ୍ରୀଷ୍ଟ ଧର୍ମାବଲମୱୀଙ୍କ ମନରେ ଉତ୍କଣ୍ଠା...

ଶୀତ ମହୋତ୍ସବକୁ ଆସିବେ ୨ କୃଷ୍ଣ: ବଢୁଛି ଚର୍ଚ୍ଚା

ଦାରିଙ୍ଗବାଡି,୨୪।୧୨(ଅରୁଣ ସାହୁ):ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି। ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ବିଭାଗ ମନ୍ତ୍ରୀମାନେ ଯୋଗଦେବାକୁ ରହିଥିବାବେଳେ କିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri