ଦେବଗଡ ପୌରାଞ୍ଚଳରେ କଂଗ୍ରେସ ପ୍ରାର୍ଥୀଙ୍କ ରୋଡ୍‌ ଶୋ

ଦେବଗଡ଼, ୨୦।୪ (ସ୍ବ.ପ୍ର.) -ନିର୍ବାଚନ ମତଦାନ ପାଇଁ ଆଉ ୩ ଦିନ ବାକିଥିବାବେଳେ କଂଗ୍ରେସ ପକ୍ଷରୁ ସମ୍ବଲପୁର ଲୋକସଭା ପ୍ରାର୍ଥୀ ଶରତ ପଟ୍ଟନାୟକ ଓ ସ୍ଥାନୀୟ ବିଧାୟକ ପ୍ରାର୍ଥୀ ଉମାଶଙ୍କର ସାହୁ ନିଜର କର୍ମୀ ତଥା ନେତାଙ୍କୁ ନେଇ ଗୁରୁବାର ସନ୍ଧ୍ୟାରେ ଦେବଗଡ ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ଚାଲିଚାଲି ରୋଡ ଶୋ, ନିର୍ବାଚନ ପ୍ରଚାର ଏବଂ ପଥପ୍ରାନ୍ତ ସଭା କରିଥିଲେ। ଏହି ପରିପ୍ରେକ୍ଷୀରେ ଦଳୀୟ କର୍ମୀ ଏବଂ ପ୍ରଚାର ଗାଡି ସହିତ ସ୍ଥାନୀୟ ଗୋପବନ୍ଧୁ ଛକରେ ପଥପ୍ରାନ୍ତ ସଭା କରିବା ସହ ଉଭୟ ପ୍ରାର୍ଥୀ ବିଭିନ୍ନ ୱାର୍ଡ ତଥା ସାହିର ଗଳିକନ୍ଦି ପରିକ୍ରମା କରିଥିଲେ। ଭୋଟ ଭିକ୍ଷା ସହ ଲୋକଙ୍କ ଆସ୍ଥାଭାଜନ ହେବାକୁ ପ୍ରୟାସ କରିଥିଲେ। ଉଭୟ ପ୍ରାର୍ଥୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିବା ସହ ଆଗାମୀ ନିର୍ବାଚନରେ ଦେବଗଡ ଜିଲାର ସାମଗ୍ରୀକ ବିକାଶ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କୁ ବହୁ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ। କାର୍ଯ୍ୟକ୍ରମରେ କଂଗ୍ରେସର ବରିଷ୍ଠ କର୍ମୀ ନେତ୍ରାନନ୍ଦ ସାମଲ, କ୍ଷିତିଶ ପ୍ରଧାନ, ଘନଶ୍ୟାମ ସାହୁ, ରାଜେଶ ବେହେରା, ଲିଟୁ ସାହୁ, ପଞ୍ଚୁ ବରାଇଙ୍କ ସମେତ ଅନ୍ୟ କର୍ମୀ ପ୍ରମୁଖ ସାମିଲ ହୋଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଆର୍‌ଡି ଜେଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ସମ୍ବଲପୁର,୬।୧୨(ବ୍ୟୁରୋ): ସମ୍ବଲପୁର ଜିଲା ରେଢ଼ାଖୋଲ ବ୍ଲକ ଆର୍‌ଡି ଜେଇ ଶ୍ୟାମସାଗର ସାଏଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ...

ଜମି ବିକ୍ରି ଟଙ୍କା ନ ଦେବାରୁ ବାପାଙ୍କୁ ହତ୍ୟା

କୁଚିଣ୍ଡା,୧୮ା୩(ଡି.ଏନ.ଏ.): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଅଧୀନ ଶର୍ଗିଡିହି ଗ୍ରାମରେ ପୁଅର ଆକ୍ରମଣରେ ବାପାଙ୍କ ମୃତ୍ୟୁ ଘଟିଛି। ଗୋବିନ୍ଦପୁର ପୋଲିସ ଅଭିଯୁକ୍ତ ପୁଅଙ୍କୁ ଗିରଫ କରି...

ଅଯୋଧ୍ୟା ପଠାଗଲା ସମଲେଇ ପୀଠର ମାଟି, ଜଳ

ସମ୍ବଲପୁର, ୨୫ା୭(ବ୍ୟୁରୋ): ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାଠାରେ ରାମ ମନ୍ଦିର ନିର୍ମାଣ ଲାଗି ଭୂମି ପୂଜା ହେବ। ତେଣୁ ସମଗ୍ର ଦେଶର ବିଭିନ୍ନ ପ୍ରାନ୍ତରୁ ପବିତ୍ର...

ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ

ସମ୍ବଲପୁର,୨୬।୧୦(ବ୍ୟୁରୋ): ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ସିବିଆଇ ତଦନ୍ତ ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ମଙ୍ଗଳବାର ଭାଜପା ପକ୍ଷରୁ ୧୨ ଘଣ୍ଟିଆ...

ସମ୍ବଲପୁରରେ ବାଧ୍ୟତାମୂଳକ ହେଲା ମାସ୍କ

ସମ୍ବଲପୁର,୧୪।୭(ବ୍ୟୁରୋ): ରାଜ୍ୟରେ ଧିରେ ଧିରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ କଟକଣା ଲାଗୁ ହେଉଛି। ଭୁବନେଶ୍ୱର, କଟକ...

ଭୀମସାରରେ ବ୍ଲାକ ଫଙ୍ଗସ ସନ୍ଦିଗ୍ଧଙ୍କ ମୃତ୍ୟୁ

ସମ୍ବଲପୁର,୩୧।୫(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା (ଭୀମସାର)ରେ ଜଣେ ବ୍ଲାକ ଫଙ୍ଗସ ସନ୍ଦିଗ୍ଧଙ୍କର ମୃତ୍ୟୁ ଘଟିଛି। ଭୀମସାର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମିଳିଥିବା ସୂଚନାନୁଯାୟୀ,...

ଓଲଟିଲା ବସ୍‌, ୩୫ ଯାତ୍ରୀ ଆହତ

ସମ୍ବଲପୁର,୯।୮(ବ୍ୟୁରୋ): ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍‌। ସମ୍ବଲପୁର ଜିଲା ଜୁଜୁମୁରା ଥାନା ଅନ୍ତର୍ଗତ ଫୁଲଝରଣ ନିକଟରେ ମଙ୍ଗଳବାର ଏଭଳି ଏକ ଦୁର୍ଘଟଣା ଘଟିଛି। ଏଥିରେ...

ଜିଲା କଂଗ୍ରେସ ନେତାଙ୍କ ଉପରେ ଦୋଷ ଲଦିଲେ ଜର୍ଜ ତିର୍କୀ

ରାଉରକେଲା ଅଫିସ/ ଭୁବନେଶ୍ୱର(ବ୍ୟୁରୋ), ୬ା୬: ନିର୍ବାଚନରେ ପରାଜୟ ପରେ ବୁଧବାର ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଜର୍ଜ ତିର୍କୀ। ଏଥର କଂଗ୍ରେସ ଟିକେଟରେ ସୁନ୍ଦରଗଡ଼...

Advertisement
Archives

Model This Week