ଦୁର୍ନୀତିର ଚେର ବଡ଼ ଗହୀର

ପରଜଙ୍ଗ, ୭।୨(ଡି.ଏନ.ଏ.) – ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ଠାରୁ ଆରମ୍ଭ କରି ଗ୍ରାମୀଣ ଆବାସ ଯୋଜନା। ଭତ୍ତାଠୁ ଆରମ୍ଭ କରି ରାଶନକାର୍ଡ। ଯେଉଁ ଆଡ଼େ ଚାହିଁଲେ ପୁଳାପୁଳା ଦୁର୍ନୀତି। ବିଭିନ୍ନ ଉପାୟରେ ସରକାରୀ ତହବିଲରୁ ଲୁଟ୍‌ ହୋଇଛି କୋଟି କୋଟି ଟଙ୍କା। ଯେତେ ଉଦ୍ୟମ କଲେ ବି ଅନିୟମିତତାର ଦାଗ ଲିଭୁନି। ପାଟରପଦା, ବସୁଲେଇ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପଥରଖମ୍ବ ପଞ୍ଚାୟତରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ବ୍ୟାପକ ଅର୍ଥ ହେର୍‌ଫେର ପରେ ଏବେ ଚର୍ଚ୍ଚାର ପରିଧିକୁ ଆସିଛି ପରଜଙ୍ଗ ବ୍ଲକର କନ୍ତୁର। ଏ ନେଇ ପଞ୍ଚାୟତର ୮ ଜଣ ୱାର୍ଡସଭ୍ୟ ଏବଂ ସମିତିସଭ୍ୟ ଜିଲାପାଳ, ଭିଜିଲାନ୍ସ ବିଭାଗ, ପିଆର୍‌ ଡିପାର୍ଟମେଣ୍ଟରେ ଲିଖିତ ଅଭିଯୋଗ କରିଛନ୍ତି।
କେତେଜଣ ହିତାଧିକାରୀ ଘର ସମ୍ପୂର୍ଣ୍ଣ ନ କରି ଟଙ୍କା ଉଠାଇ ନେଇଛନ୍ତି। ପ୍ରକୃତ ଘର ପରିବର୍ତ୍ତେ ଅନ୍ୟ ଘରକୁ ଦର୍ଶାଇ ଫାଇନାଲ ବିଲ୍‌ କରାଯାଇଛି। ଗୋଟିଏ ଘର ପାଇଁ ଦୁଇଥର ବିଲ୍‌ ହୋଇଛି। ୨୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଅଟ୍ଟାଳିକା ବି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୋଇଛି। ଅନ୍ୟ ବ୍ଲକରୁ ଆସି ରେକର୍ଡ ନ ଥିବା ହିତାଧିକାରୀଙ୍କୁ ଘର ନିର୍ମାଣ କାର୍ଯ୍ୟାଦେଶ ଦିଆଯାଇଛି। ଗୋଚର ଜମିରେ ନିୟମ ଉଲ୍ଲଂଘନ କରି ଘର ତିଆରି କରାଯାଉଛି। ୧୪ରୁ ଊର୍ଦ୍ଧ୍ୱ ହିତାଧିକାରୀ ଏପରି ବେଆଇନ କାର୍ଯ୍ୟ କରିଥିବା ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି। ସେହିପରି ୧୧ଜଣ ଆର୍ଥିକ ସ୍ବଚ୍ଛଳ ବର୍ଗର ପରିବାର ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇଛନ୍ତି। ଗାଡ଼ି, କୋଠାଘର, ଥ୍ରୀ ଫେଜ୍‌ ବିଦ୍ୟୁତ୍‌ ସଂଯୋଗ, ଉଦ୍ୟୋଗୀ ଏବଂ ଚାକିରି କରିଥିବା ବ୍ୟକ୍ତି ଅସାଧୁ ଉପାୟରେ ରାଶନ କାର୍ଡ ହାତେଇଛନ୍ତି। ବାଇକ୍‌ ଧରି ବୁଲୁଥିବା ଯୁବକଙ୍କୁ ଦିବ୍ୟାଙ୍ଗ ଭତ୍ତା ମିଳୁଛି। ଏହାର ଭିଜିଲାନ୍ସ ତଦନ୍ତ କରିବାକୁ ପଞ୍ଚାୟତ ପ୍ରତିନିଧିମାନେ ଦାବି କରିଛନ୍ତି।
ଏ ନେଇ ଉପଖଣ୍ଡ ସହକାରୀ ଯୋଗାଣ ଅଧିକାରୀ ସଞ୍ଜୟ କୁମାର ସାହୁ କୁହନ୍ତି, ଅଭିଯୋଗର ତଦନ୍ତ କରାଯିବ। ଦୋଷ ପ୍ରମାଣିତ ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଡିଓ ବସନ୍ତ କୁମାର ମଲ୍ଲିକ କୁହନ୍ତି, ତାଙ୍କ ନିକଟରେ ସେମିତି କିଛି ଅଭିଯୋଗ ହୋଇନାହିଁ। ଅଭିଯୋଗ ଆସିଲେ ତଦନ୍ତ କରାଯିବ। ଏ ନେଇ ସମିତିସଭ୍ୟ ଅବିନାଶ ବେହେରା କୁହନ୍ତି, କନ୍ତୁର ପଞ୍ଚାୟତରେ ସବୁଠାରୁ ଅଧିକ ଦୁର୍ନୀତି ହୋଇଛି। ଏହାର ତଥ୍ୟ ପ୍ରମାଣ ସହ ଭିଜିଲାନ୍ସ ଏବଂ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ଦିନତମାମ ବିଦ୍ୟୁତ୍‌ କାଟ୍‌, ଟୟ ଟ୍ରେନ୍‌, ମ୍ୟୁଜିକାଲ ଫାଉଣ୍ଟେନ୍‌ର ମଜା ନେଇପାରିଲେନି ପର୍ଯ୍ୟଟକ, ଶେଷରେ…

ଦାରିଙ୍ଗବାଡ଼ି,୨୧ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରବିବାର ଛୁଟିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଭୋର ସମୟରୁ ହିଁ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକଙ୍କ ଆଗମନ...

ଧରିତ୍ରୀର ପ୍ରଭାବ: ବେସାହାରା ଭାଇ ଭଉଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୨୧।୧୨(ବିଦ୍ୟାଧର ସାହୁ ): ଧରିତ୍ରୀରେ ଖବର ପ୍ରକାଶ ପରେ ପଡିଲା ପ୍ରଭାବ । ବେସାହାରା ଭାଇଭଉଣୀକୁ ସାହାଯ୍ୟର ହାତ ବଢ଼ାଇଲେ ଛତ୍ରପୁର ବିଧାୟକ । ଗଞ୍ଜାମ...

ଚିଲିକାରେ ଅଘଟଣ, ବୁଲିବାକୁ ଯାଇଥିବା ବେଳେ ବୁଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ

ଖୋର୍ଦ୍ଧା,୨୧।୧୨: ସାତପଡ଼ା ବୁଲିବାକୁ ଯାଇ ଚିଲିକାରେ ବୁଡ଼ିଗଲେ ପର୍ଯ୍ୟଟକ । ଚିଲିକା ମୁହାଣ ମୁହଁରେ ଗାଧୋଉଥିବା ସମୟରେ ଭାସିଯାଇଥିଲେ । ତେବେ ଏହି ଅଘଟଣରେ ପର୍ଯ୍ୟଟକଙ୍କ...

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ: ପୋଲିସ ଗାଡ଼ି ଅଟକାଇଲେ ଗାଁ ଲୋକେ, ଜିଲାପାଳ ନ ଆସିଲେ…

ବଲାଙ୍ଗୀର,୨୧ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଏକ କୁକୁଡ଼ା ଫାର୍ମର ପଛପଟ ଏକ ଗଛରେ ଶୁକ୍ରବାର ଜଣେ ଯୁବକଙ୍କର ମୃତଦେହ...

ମହେନ୍ଦ୍ରଗିରିରେ ୨ ପର୍ଯ୍ୟଟକ ଭରା ଗାଡ଼ି ଦୁର୍ଘଟଣା: ଘାଟିରୁ ଖସି…

ଗଜପତି,୨୧ା୧୨(ଗିରିଧାରୀ ପରିଚ୍ଛା): ଢେଙ୍କାନାଳ ଓ କଟକ ଅଞ୍ଚଳରୁ ଭରା ପର୍ଯ୍ୟଟକ ଥିବା ଦୁଇ ଗାଡ଼ି ଆସି ପବିତ୍ର ମହେନ୍ଦ୍ରଗିରି ଭ୍ରମଣ କରିଥିଲେ। ତେବେ ମହେନ୍ଦ୍ର ଦର୍ଶନ...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri