ଦୁର୍ଦ୍ଦିନରେ ବାଉଁଶ କାରିଗର

ଫୁଲବାଣୀ ଅଫିସ, ୬ା୩- ଜେଜେ ବାପାଙ୍କ ସମୟରୁ କାମ କରି ଆସୁଛୁ। ଆଉ ବୟସ ନାହିଁ ମୂଳ ପେସାକୁ ଛାଡି ଅନ୍ୟ କୌଣସି କାର୍ଯ୍ୟ କରିବୁ। ମନ ଭିତରେ ଆଶା ଭରି ରହିଛି ଆମର ଉତ୍ପାଦିତ ସାମଗ୍ରୀକୁ ଲୋକେ ଆଦରରେ କିଣିବେ। ଯେଉଁ ପରିମାଣରେ ଆମେମାନେ ୧୦ ବର୍ଷ ପୂର୍ବରୁ ବିକ୍ରି କରି ଭଲ ରୋଜଗାର କରୁଥିଲୁ, ତାହା ଆଉ ନାହିଁ। ଆମ ପିଲାମାନେ ଏହି ବେଉସାକୁ ଧରି ଚଳିବାକୁ ଇଚ୍ଛା କରୁନାହାନ୍ତି। କହୁଛନ୍ତି, ଆମେ ସେ କାମ ଶିଖିବୁ ନାହିଁ। ଏଥିରୁ ତୁମକୁ କ’ଣ ମିଳିଛି ଯେ ଆମକୁ ମିଳିବ। ଏ ହେଉଛି ବାଉଁଶ କାରିଗରଙ୍କ ମନର କୋହ। ଆଜି ପର୍ଯ୍ୟନ୍ତ ଏମାନଙ୍କ ଲାଗି କୌଣସି ସରକାରୀ ସାହାଯ୍ୟ ନାହିଁ। ବାଉଁଶ ଭିତ୍ତିିକ ଭଲ କାରିଗରି କାମ ପାଇଁ କୌଣସି ତାଲିମ ବ୍ୟବସ୍ଥା ସରକାର କରୁ ନାହାନ୍ତି। ବର୍ତ୍ତମାନ ବାଉଁଶରେ ବହୁତ ଭଲ ସାମଗ୍ରୀ ତିଆରି ହେଉଛି। ହେଲେ ଏହାକୁ ପେସା କରି ଜୀବିକା ନିର୍ବାହ କରୁଥିବା କାରିଗରଙ୍କୁ କାହିଁ କି ସରକାର ତାଲିମ ଦେଇ ସେମାନଙ୍କ ଆର୍ଥିକ ଅବସ୍ଥାକୁ ସ୍ବଚ୍ଛଳ କରୁ ନାହାନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଜି ବି ଏହି କାରିଗରମାନେ କୁଲା, ବାଉଁଶିଆ, ପାଛିଆ, ଟୋକେଇ ଓ ଚାଲୁଣି ଆଦି ବୁଣିବାରେ ସୀମିତ ରହି ଯାଇଛନ୍ତିା କନ୍ଧମାଳ ଜିଲା ଫୁଲବାଣୀ ସହର ସମେତ ଗ୍ରାମାଞ୍ଚଳରେ ବହୁ ଆଦିବାସୀ ଏବଂ ପଛୁଆ ବର୍ଗର ଲୋକ ଅଛନ୍ତିି। ସେମାନଙ୍କ ମଧ୍ୟରୁ ଅନେକେ ବାଉଁଶ ତିଆରି ସାମଗ୍ରୀ ବିକ୍ରି କରି ଜୀବନ ନିର୍ବାହ କରୁଛନ୍ତି। ବାଉଁଶରେ ନିର୍ମିତ ବିଭିନ୍ନ ଘର କରଣା ସାମଗ୍ରୀ ତିଆରି କରି ତାକୁ ବଜାରରେ ବିକ୍ରି କରୁଛନ୍ତି। ସେମାନଙ୍କ ହାତ ତିଆରି କୁଲା, ପାଛିଆ, ଭୋଗେଇ, ଝାମ୍ପ ଓ ଡଲା ଆଦି ଅନେକ ପ୍ରକାର ସାମଗ୍ରୀର ଯଥେଷ୍ଟ ଚାହିଦା ଥିଲା। ସମୟ ସମୟରେ ତାହା ମିଳିବା କଷ୍ଟକର ହେଉଥିଲା। ଲୋକେ ସାମଗ୍ରୀ ପାଇଁ ଅଗ୍ରିମ ଟଙ୍କା ଦେଉଥିଲେ। ଏବେ କିନ୍ତୁ ଆଉ ସେ ଚାହିଦା ନାହିଁ। ବର୍ତ୍ତମାନ ସମୟରେ ସରକାରୀ ସହାୟତା ଓ ପ୍ରୋତ୍ସାହନ ଅଭାବ ସହ ପ୍ଲାଷ୍ଟିକର ବହୁଳ ବ୍ୟବହାର ଯୋଗୁ ଦିନକୁ ଦିନ ବାଉଁଶ କାରିଗରି ଲୋପ ପାଇବାକୁ ବସିଛି। ଅତ୍ୟଧିକ ପ୍ଲାଷ୍ଟିକର ବ୍ୟବହାର ଓ ପରିଶ୍ରମ ଅନୁସାରେ ରୋଜଗାର ନ ହେବାରୁ ସଙ୍କଟରେ ଦିନ କାଟୁଛନ୍ତି ବାଉଁଶ କାରିଗରଙ୍କ ପରିବାର। ନିଜସ୍ବ ସ୍ବଳ୍ପ ଅର୍ଥରେ ସାମଗ୍ରୀ ପ୍ରସ୍ତୁତ କରି ପରିବାର ପ୍ରତିପୋଷଣ ପାଇଁ ଆବଶ୍ୟକ ସ୍ଥଳେ କମ୍‌ ଦାମରେ ଗ୍ରାହକଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତିି। ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଯେପରି ବିଭିନ୍ନ ସୁବିଧା ସହ ତାଲିମ ଦିଆଯାଉଛି, ସେହିଭଳି ଆମକୁ ତାଲିମ ବ୍ୟବସ୍ଥା କରି ଭଲ ଜିନିଷ ତିଆରି କୌଶଳ ଶିଖାଇବା ଦରକାର। ଏହା ହେଲେ ଉତ୍ପାଦିତ ସାମଗ୍ରୀର ଚାହିଦା ନିଶ୍ଚିତ ବଢ଼ିବ ଏବଂ ଲୋକେ ଆଗ୍ରହରେ କିଣିବେ। ଏସବୁ ସୁବିଧା ଆମ ପାଖରେ ନ ଥିବାରୁ ସେହି ପୁରୁଣା କାମ କରି ଆସୁଛୁ। କାମ ଛାଡିପାରୁନୁ କି ଅନ୍ୟ କୌଣସି ରୋଜଗାର ପନ୍ଥା ଆପଣେଇ ହେଉନାହିଁ ବୋଲି ବାଉଁଶ କାରିଗର ସୁକାନ୍ତ ବେହେରା କହିଛନ୍ତିି। ସେତିକି ନୁହେଁ ଆଜିର ପିଢି ମଧ୍ୟ ବାଉଁଶ କାମକୁ ପସନ୍ଦ କରୁନାହାନ୍ତିି। ଏହି କାମରେ ପେଟ ପୋଷିବା କଷ୍ଟକର ହେବ ବୋଲି କହି ବାହାରକୁ କାମ କରିବାକୁ ଚାଲି ଯାଉଛନ୍ତିି। ଗୋଟିଏ କୁଲା ବା ବଡ ଟୋକେଇ ବୁଣିବାକୁ ୨ ଦିନ ଲାଗିଯାଉଛି। ହେଲେ ତାହା ୧୫୦ରୁ ୨୦୦ ଟଙ୍କାରେ ବିକ୍ରି କରିବାକୁ ପଡୁଛି। ସେଥିରେ କଞ୍ଚାମାଲ ବାଉଁଶ ମଧ୍ୟ ରହିଛି। ବାଉଁଶ ଦାମ୍‌ ବହୁତ ବଢି ଗଲାଣି। ପରିଶ୍ରମ ଅନୁସାରେ କାରିଗରଙ୍କୁ ମୂଲ୍ୟ ମିଳୁନି ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି। ପୁରୁଷ ପୁରୁଷ ଧରି ଏହି କୁଳ ବେଉସାକୁ ସେମାନେ ଛାଡି ପାରିନାହାନ୍ତି। ଅଳ୍ପ ଟଙ୍କା ରୋଜଗାର ହେଲେ ବି ଅନେକେ ଆଜି ବି ଜିଲାର ବିଭିନ୍ନ ଅଞ୍ଚଳରେ କାୈଳିକ ବୃତ୍ତିକୁ ବଞ୍ଚାଇ ରଖିଛନ୍ତି। ସରକାରଙ୍କ ପକ୍ଷରୁ ଏମାନଙ୍କୁ ଆର୍ଥତ୍କ ପ୍ରୋତ୍ସାହନ ସହ ତାଲିମ ବ୍ୟବସ୍ଥା କରାଗଲେ ଏହି କାରିଗରମାନଙ୍କ ଆର୍ଥତ୍କ ସ୍ଥିତିରେ ଉନ୍ନତି ହୋଇପାରନ୍ତା ବୋଲି ସାମାଜିକକର୍ମୀ ବୈଦ୍ୟନାଥ ଖଟୁଆ ଓ ମହମ୍ମଦ୍ଦ ଜିଆଉଦ୍ଦିନ କହିଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

୪ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ୪୫ କିଲୋଗ୍ରାମ ଗଞ୍ଜେଇ ଜବତ, ୩ ଜଣଙ୍କୁ ବାନ୍ଧିଲା…

ମୋହନା, ୩।୭ (ମନ୍ମଥ ମିଶ୍ର): ଗଜପତି ଜିଲାର ଅଡବା ପୋଲିସ ପକ୍ଷରୁ ଜାଙ୍ଗୁଡ଼ି ଓ ଖାରିଗୁଡ଼ା ନିକଟରେ ପାଟ୍ରୋଲିଂ କରାଯିବା ସହ କଡ଼ାକଡ଼ି ଯାଞ୍ଚ କରାଯାଇଥିଲା। ଏହି…

ନ୍ୟାଶନାଲ ପେନକାକ୍ ସ୍ପୋର୍ଟ ଚାମ୍ପିୟନଶିପ୍‌ରେ ଶିବ ପ୍ରସାଦ ଜେନାଙ୍କୁ ସ୍ୱର୍ଣ୍ଣ ପଦକ

ଗଞ୍ଜାମ,୩।୭ (ବିଦ୍ୟାଧର ସାହୁ): ମହାରାଷ୍ଟ୍ରର ନାସିକଠାରେ ଆୟୋଜିତ ନ୍ୟାଶନାଲ ପେନକାକ୍ ସ୍ପୋଟ୍ସ ଚାମ୍ପିୟନଶିପ୍‌ରେ ସବ୍-ଜୁନିୟର ବର୍ଗରେ ଶିବ ପ୍ରସାଦ ଜେନା (୧୪) ସ୍ୱର୍ଣ୍ଣ ପଦକ ହାସଲ କରି…

ଭିବିଜୀ-ରାମଜୀ ଯୋଜନାର ଶୁଭାରମ୍ଭ: ଗ୍ରାମୀଣ ରୋଜଗାର ନୂଆ ଗ୍ୟାରେଣ୍ଟି

ଛତ୍ରପୁର,୩ା୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାସ୍ତରୀୟ ଜନସମ୍ମିଳନୀ ଓ ଭିବିଜୀ-ରାମଜୀ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଗଞ୍ଜାମ ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଞ୍ଜାମ…

କରିଥିଲେ ପ୍ରେମ ବିବାହ: ଦୁର୍ଘଟଣାରେ ଗୁରୁତର ହେଲେ ସ୍ବାମୀ, ଶେଷରେ ଝିଅର ହତ୍ୟା ଅଭିଯୋଗ…

ବାଲେଶ୍ୱର,୩।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ଚାନ୍ଦିପୁର ଥାନା ଅନ୍ତର୍ଗତ ସାହଦା ଗ୍ରାମର ମନିଷ କୁମାର ସାହୁଙ୍କ ପତ୍ନୀ ମମତା ସାହୁ (୨୧) ଗୁରୁବାର ରାତିରେ ଘରେ ଫାଶୀ…

ଜୟପୁର ଏସ୍‌ଡିଆଇପିଆରଙ୍କୁ ମିଳିଲା ନୂଆ ଦାୟିତ୍ୱ

କୋରାପୁଟ,୩ା୭(ଅମିତାଭ ବେହେରା): ଜୟପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଯଶୋଦା ଗାଦବାଙ୍କୁ କୋରାପୁଟ ଜିଲାର ଭାରପ୍ରାପ୍ତ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆରଓ) ଭାବେ…

ଏହି ସ୍ଥାନରେ ମାଓବାଦୀଙ୍କ ବଡ଼ ଅସ୍ତ୍ରାଗାର ଠାବ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

କୋରାପୁଟ,୩ା୭(ଅମିତାଭ ବେହେରା): କୋରାପୁଟ ଜିଲାର ବୈପାରୀଗୁଡ଼ା ଥାନା ଅଧୀନ ତେନ୍ତୁଳିଗୁମ୍ମା ଜଙ୍ଗଲରେ କୋରାପୁଟ ଡିଭିଏଫ୍‌ ପକ୍ଷରୁ ଚଳାଯାଇଥିବା ସର୍ଚ୍ଚ ଅପରେଶନ ସମୟରେ ମାଓବାଦୀଙ୍କ ଏକ ବଡ଼ ଅସ୍ତ୍ର…

ଅନ୍ଧାରରେ ପାଙ୍ଗାଲି ଗ୍ରାମବାସୀ, ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେଇ କହିଲେ…

ଦାରିଙ୍ଗବାଡ଼ି,୩ା୭(ଅରୁଣ ସାହୁ): ଦିନେ କି ଦୁଇ ଦିନ ନୁହଁ ଗତ ୪ ଦିନ ବିତିଲା ଏକ ଅନୁସୂଚିତ ଜନଜାତି ବସବାସ କରୁଥିବା ଦୁର୍ଗମ ଗ୍ରାମ ଅନ୍ଧାରରେ ରହିଛି…

ଦୁଇ ବାଇକ୍‌ ମୁହାଁମୁହିଁ, ଜଣଙ୍କ ଜୀବନ ଗଲା, ୨ ଗୁରୁତରଙ୍କୁ…

ମୋହନା,୩ା୭(ମନ୍ମଥ ମିଶ୍ର): ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗଜପତି ଜିଲା ମୋହନା ଥାନା ୩୨୬ ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri