ଦୁର୍ଦ୍ଦିନରେ ଖବରକାଗଜ ବିତରକ: ସହାୟତା ଦାବିରେ ଜିଲାପାଳଙ୍କ ନିକଟରେ ଫେରାଦ

ବରଗଡ଼ ଅଫିସ,୬।୬: ଘାତକ କରୋନା (କୋଭିଡ -୧୯) ଭୂତାଣୁ ସଂକ୍ରମଣ ଯୋଗୁ ଦେଶବ୍ୟାପୀ ଲକ୍‌ଡାଉନ କଟକଣା ଲାଗୁ ହୋଇଛି। ଏଥିରେ ଖବରକାଗଜ ବିତରକଙ୍କ ଜୀବନ ଜୀବିକା ଉଜୁଡ଼ି ଯାଇଛି । ଖବରକାଗଜ ବିତରଣ ପୂର୍ବଭଳି କାର୍ଯ୍ୟ କରି ପାରୁ ନ ଥିବା ଯୋଗୁ ପରିବାର ଗୁଜୁରାଣ ମେଣ୍ଟାଇବା ସେମାନଙ୍କ ପାଇଁ କଷ୍ଟସାଧ୍ୟ ହୋଇ ପଡିଛି। ଏଭଳି ପରିସ୍ଥିତିରେ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ବରଗଡ଼ ସହରର ଖବରକାଗଜ ବିତରକମାନେ ଦାବି କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶନିବାର ଖବରକାଗଜ ବିତରକମାନେ ବରଗଡ଼ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ମାସିକ ୭୫୦୦ ଟଙ୍କା ସହାୟତା ସହିତ ପେନ୍‌ଶନ ପ୍ରଦାନ ଏବଂ ବୀମା ପ୍ରଦାନ ଲାଗି ସେମାନେ ଦାବି କରିଛନ୍ତି। ଖବରକାଗଜ ବିତରକଙ୍କ ମଧ୍ୟରେ ରମେଶ ଦାସ, ଦେବ ନାରାୟଣ ଦାଶ, ଜୟ ପ୍ରକାଶ କୁମ୍ଭାର, ରାଜ କୁମାର ବଳଛୋର, ସମ୍ପଦ କଲେତ, ଯୋଗିନ୍ଦ୍ର ସାହୁ, ଦୁର୍ଗା ମିଶ୍ର, ରାଜୀବ ବଗର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ନିର୍ବାଚନୀ ପ୍ରଚାର, ୩୧ରେ ମତଦାନ

ଝାରସୁଗୁଡ଼ା ଅଫିସ, ୨୯।୫: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଉପନିର୍ବାଚନ ଲାଗି ଆସନ୍ତା ୩୧ରେ ମତଦାନ ହେବାକୁ ଥିବାବେଳେ ରବିବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଏନେଇ...

ନିଶା ବ୍ୟବସାୟକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ : ଦାଦା ଗୁରୁତର, ବର୍ତ୍ତିଗଲେ ପୁତୁରା

ବାଲେଶ୍ୱର ଅଫିସ, ୨୬।୧୦: ବାଲେଶ୍ୱର ସଦର ଥାନା ଅଧୀନ ରସାଳପୁର ଛେଳିଆପଦା ଛକ ନିକଟସ୍ଥ କାଳିମଣ୍ଡପ ପଡ଼ିଆରେ ଜଣେ ଦୁର୍ବୃତ୍ତ ନିଶା ବ୍ୟବସାୟକୁ କେନ୍ଦ୍ର କରି...

ଗୋପୀନାଥପୁର ରେଳଷ୍ଟେଶନ ପାଇଁ ୪୮.୩୬ କୋଟି ମଞ୍ଜୁର

ସଜନାଗଡ, ୧୭ା୩(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରିବାସୀଙ୍କ ବହୁ ଦିନର ସପ୍ନ ସାକାର ହେବlକୁ ଯାଉଛି l ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ ଦୀର୍ଘବର୍ଷ ଧରି ଦାବି...

ଭାଇରାଲ ଭିଡିଓରେ ଆର୍‌ଟିଓ

ନବରଙ୍ଗପୁର,୨୨।୨(ବି.ପ୍ର.): ୫-ଟି ଅଧୀନରେ ରାଜ୍ୟର ସବୁ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ଦଲାଲ ଓ ଦୁର୍ନୀତିମୁକ୍ତ କରିବା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ସେହି...

ଜନତାମୁହାଁ ନେତା

ଛେଣ୍ଡିପଦା,୧୬।୧: ପାଖେଇ ଆସିଲାଣି ପଞ୍ଚାୟତ ନିର୍ବାଚନ। ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ ପ୍ରାର୍ଥିପତ୍ର ଦାଖଲ। ତେଣୁ ତରବର ହୋଇ ନେତା ହୋଇଛନ୍ତି ଜନତା...

ପୈଠ ହୋଇନି ବିଲ୍‌, ବିଦ୍ୟୁତ୍‌ ସେବା, ପାନୀୟ ଜଳ ବନ୍ଦ

ରାୟଗଡ଼ା ଅଫିସ,୧୭ା୯: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ବିଭାଗ ପକ୍ଷରୁ ୧୧ ପଞ୍ଚାୟତରେ ଶୁକ୍ରବାର ବିଦ୍ୟୁତ୍‌ ସେବା ବିଚ୍ଛିନ୍ନ କରାଯାଇଛି l ପଞ୍ଚାୟତ ପକ୍ଷରୁ...

ପ୍ରବାସୀ ଓଡ଼ିଆଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ଥ

ଚୌଦ୍ୱାର,୧୯।୫(ଡି.ଏନ୍‌.ଏ.): କଟକ ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ବନ୍ଦାଳ ନିକଟରେ ଜାତୀୟ ରାଜପଥ ୧୬ରେ ପ୍ରବାସୀ ଓଡ଼ିଆଙ୍କୁ ନେଇଯାଉଥିବା ବସ୍‌ ଦୁର୍ଘଟଣାଗସ୍ତ। ଏଥିରେ ୬ଜଣ ଯାତ୍ରୀ...

ଗାଁରେ ପଶି ଘର ଭାଙ୍ଗିଲେ ହାତୀପଲ

ଗୁଡ଼ଭେଲା,୮ା୧ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଗୁଡଭେଲା ବ୍ଳକ ଅଧୀନ ଜାମୁଟ, ରହେନମାଳ ଓ ତରଙ୍ଗମୁଣ୍ଡାରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ରବିବାର ସକାଳେ ଏହିସବୁ ଗ୍ରାମର...

Advertisement
Archives

Model This Week