Posted inଜାତୀୟ

ଦୁଇ ଚକିଆ ଯାନରେ ଯାଉଥିବା ୪ ବର୍ଷର ପିଲା ବି ହେଲମେଟ୍‌ ପିନ୍ଧିବାକୁ ବାଧ୍ୟ

ଲକ୍ଷ୍ନୌ,୧।୧୧: ନୂଆ ମୋଟର ଯାନ ନିୟମ ଅନୁଯାୟୀ ଶୁକ୍ରବାରଠାରୁ ଉତ୍ତର ପ୍ରଦେଶରେ ଏହାକୁ ଆହୁରି କଡାକଡି କରାଯାଇଛି। ସେଠାରେ ଏବେ ୨ ଚକିଆ ଯାନରେ ଯାଇଥିବା ଲୋକେ ନିଜେ ହେଲମେଟ୍‌ ପିନ୍ଧିବା ସହ ତାଙ୍କ ପଛରେ ବସିଥିବା ବ୍ୟକ୍ତି ବି ହେଲମେଟ୍‌ ପିନ୍ଧିବାକୁ ବାଧ୍ୟ ବୋଲି ସରକାର କହିଛନ୍ତି। ଏମିତିକି ୪ ବର୍ଷରୁ ଊର୍ଦ୍ଧ୍ୱ ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହା ଲାଗୁ କରାଯିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି। ତେବେ ନିୟମ ଉଲ୍ଲଂଘନ କରି ଯଦି ୩ ଥରରୁ ଅଧିକ ଚାଲାଣ କଟାଯିବ ତେବେ ଉକ୍ତ ଗାଡିକୁ ସିଜ୍‌ କରାଯିବ ବୋଲି ସୂଚନା ମିଳିଛି। ଏହାସହ ବାରମ୍ବାର ନିୟମ ଉଲ୍ଲଂଘନ କରୁତିବା ବ୍ୟକ୍ତିଙ୍କର ୩ଗୁଣା ଅଧିକ ଚାଲାଣ ମଧ୍ୟ କଟାଯିବ। ସେମିତି ଚାରି ଚକିଆ ଯାନରେ ଯାତ୍ରା କରୁଥିବା ବେଳେ ଡ୍ରାଇଭର ସହ ତାଙ୍କ ପାଖରେ ବସିଥିବା ବ୍ୟକ୍ତି ମଧ୍ୟ ସିଟ୍‌ ବେଲ୍ଟ ବାନ୍ଧିବା ଜରୁରୀ। ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ନୂଆ ମୋଟର ଯାନ ନିୟମ ଗତ ସେପ୍ଟେମ୍ବର ୧ରୁ ଲାଗୁ କରାଯାଇଛି। ହେଲେ ଏବେବି ଏହାକୁ ନେଇ କେତେକ ରାଜ୍ୟରେ କୋହଳ ନିୟମ କରାଯାଇଥିବା ବେଳେ ଲୋକଙ୍କୁ କିଛି ସମୟର ବିରତି ଦିଆଯାଇଛି। ଆଉ ସମୟ ଅବଧି ପୂରଣ ହେବା ପରେ ଏହା ଲାଗୁ କରାଯିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୁକୁରର ଗୁପ୍ତାଙ୍ଗ କାଟିଦେଲେ ଦମ୍ପତି

କାନପୁର, ୧୩ା୪- ଉତ୍ତର ପ୍ରଦେଶର କାନପୁର ଜିଲାରେ ଏକ ଦମ୍ପତି ପଡ଼ୋଶୀଙ୍କ ପୋଷା କୁକୁରର ଗୁପ୍ତାଙ୍ଗ କାଟି ଦେଇଥିବା ଅଭିଯୋଗ ଆସିଛି। ରସୁଲାବାଦ୍‌ ଥାନା ଅନ୍ତର୍ଗତ...

କୋଭିଡ୍‌ ବିରୋଧରେ ଲଢ଼େଇକୁ ଦୁର୍ବଳ କରୁଛି କଂଗ୍ରେସ

ନୂଆଦିଲ୍ଲୀ,୧୧।୫ : ଦେଶରେ କୋଭିଡ୍‌-୧୯ ବିରୋଧରେ ଚାଲିଥିବା ଲଢ଼େଇକୁ କଂଗ୍ରେସ ଦୁର୍ବଳ କରୁଛି। କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀଙ୍କୁ ଭାଜପା ମୁଖ୍ୟ ଜେ. ପି. ନଡ୍ଡା...

ରାମପୁର ଉପନିର୍ବାଚନ:ଏସ୍‌ପି ଆଗୁଆ

ଲକ୍ଷ୍ନୌ,୨୪।୧୦: ଉତ୍ତରପ୍ରଦେଶ ରାମପୁର ଆସନରେ ହୋଇଥିବା ଉପନିର୍ବାଚନ ଭୋଟ ଗଣତି ଗୁରୁବାର ଆରମ୍ଭ ହୋଇଛି। ଭାଜପା ପ୍ରାର୍ଥୀ ଭାରତ ଭୁଷଣ ଗୁପ୍ତା ଏସ୍‌ପି ପ୍ରାର୍ଥୀ ତଞ୍ଜିନ୍‌...

ଜୁନ୍‌ ୩୦ ପର୍ଯ୍ୟନ୍ତ ବୁକ୍‌ କରାଯାଇଥିବା ସମସ୍ତ ଟିକେଟକୁ ବାତିଲ କଲା ଭାରତୀୟ ରେଲଓ୍ବେ

ନୂଆଦିଲ୍ଲୀ,୧୪।୫: ଜୁନ୍‌ ୩୦ ଅବା ଏହା ପୂର୍ବରୁ ଯେଉଁ ଯାତ୍ରୀମାନେ ଟ୍ରେନ୍‌ ଟିକେଟ ବୁକ୍‌ କରିଥିଲେ ସେମାନଙ୍କୁ ଲାଗିଛି ଝଟ୍‌କା। କାରଣ ଭାରତୀୟ ରେଲଓ୍ବେ ଜୁନ...

ନୀତୀଶଙ୍କ ମନ୍ତ୍ରିମଣ୍ଡଳର ହେବ ସମ୍ପ୍ରସାରଣ: ସାମିଲ ହେବେନି କେହି ଭାଜପା ନେତା

ପାଟନା,୨।୬: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ରବିବାର କରାଯିବ। ହେଲେ ଏଥିରେ କେହି ଭାଜପା ନେତା ସାମିଲ ହେବେ ନାହିଁ ବୋଲି ସୂଚନା...

୫ ରାଷ୍ଟ୍ରକୁ ଚିଦାମ୍ବରମଙ୍କ କମ୍ପାନୀର ବିବରଣୀ ମାଗିଲା ସିବିଆଇ

ନୂଆଦିଲ୍ଲୀ,୨୪।୮: ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍‌ ଓ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ ମାଲିକାନାରେ ଥିବା ବିଭିନ୍ନ ସେଲ୍‌ କମ୍ପାନୀ...

ପାକ୍‌ ରଚୁଛି ସାଂଘାତିକ ଷଡ଼ଯନ୍ତ୍ର

ନୂଆଦିଲ୍ଲୀ,୭ା୫: ସାରା ବିଶ୍ୱ ଏବେ ଭୟଙ୍କର ମହାମାରୀ କୋଭିଡ୍‌-୧୯ ବିରୋଧରେ ଲଢ଼ୁଥିବା ବେଳେ ପାକିସ୍ତାନର ଏଥିପ୍ରତି ଭ୍ରୂକ୍ଷେପ ନାହିଁ। ଏହା ଜମ୍ମୁ-କଶ୍ମୀରରେ ଅସ୍ଥିରତା ସୃଷ୍ଟି ଲାଗି...

ଜମ୍ମୁ-କଶ୍ମୀର ଗସ୍ତ କରିପାରନ୍ତି ଡୋଭାଲ

ନୂଆଦିଲ୍ଲୀ,୫।୮: କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ସୋମବାର ଜମ୍ମୁ-କଶ୍ମୀରକୁ ନେଇ ଏକ ବଡ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଜମ୍ମୁ-କଶ୍ମୀରରେ ଧାରା ୩୭୦...

Advertisement
Archives

Model This Week