ଦୁଇଦିନ ପରେ ‘ଫନୀ’କୁ ପୁରିବ ବର୍ଷେ: ଏବେ ଯାଏ ଭରିନାହିଁ କ୍ଷତ

ଭୁବନେଶ୍ୱର,୧।୫(ବ୍ୟୁରୋ): ବାତ୍ୟା ‘ଫନୀ’କୁ ବର୍ଷେ ପୁରିବାକୁ ଆଉ ଦୁଇ ଦିନ ବାକି। ୨୦୧୯ ମେ’ ୩ ତାରିଖରେ ଓଡ଼ିଶା ଉପକୂଳରେ ମାଡ଼ ହୋଇଥିଲା ଏହି ସାମୁଦ୍ରିକ ଝଡ଼। ବିଗତ ଦୁଇ ଦଶନ୍ଧି ମଧ୍ୟରେ ଦେଖାଯାଇଥିବା ପ୍ରାକୃତିକ ବିପର୍ଯ୍ୟୟଗୁଡ଼ିକ ମଧ୍ୟରୁ ‘ଫନୀ’ ବ୍ୟାପକ କ୍ଷତି କରିଥିଲା। ଏହାଦ୍ୱାରା ଉପକୂଳ ଓଡ଼ିଶାରେ ନାହିଁ ନ ଥିବା କ୍ଷୟକ୍ଷତି ହୋଇଥିଲା। ବିଶେଷକରି ଅଞ୍ଚଳଗୁଡ଼ିକରେ କଚ୍ଚାଘର ଭାଙ୍ଗି ଯାଇଥିବା ବେଳେ ରାସ୍ତାଘାଟ, ବିଦ୍ୟୁତ୍‌ ସେବା, ଏଟିଏମ୍‌, ମୋବାଇଲ, ପେଟ୍ରୋଲ ପମ୍ପ ସବୁକିଛି ଅଚଳ ହୋଇପଡ଼ିଥିଲା।

ପ୍ରଥମେ ତାମିଲନାଡ଼ୁ ଉପକୂଳରେ ‘ଫନୀ’ ମାଡ଼ ହେବ ବୋଲି କୁହାଯାଉଥିବା ବେଳେ ପରେ ଏହା ଗତିପଥ ବଦଳାଇଥିଲା। ଶେଷରେ ଏହା ଓଡ଼ିଶା ଉପକୂଳ ପୁରୀରେ ଲ୍ୟାଣ୍ଡଫଲ କରିଥିଲା। ଫଳରେ ପୁରୀ ବାତ୍ୟାଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ଜିଲା ହୋଇଥିଲା। ଏହାର ପ୍ରଭାବରେ ୬୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫.୫୬ ଲକ୍ଷ ଘର ଭାଙ୍ଗିଯାଇଥିଲା। ସେହିଭଳି ୧,୪୮,୬୬୩ ହେକ୍ଟର ଚାଷଜମି ପ୍ରଭାବିତ ହୋଇଥିଲା। ୫ ସହରରେ ୧ ଲକ୍ଷ ୭୩ହଜାର ୯୫୭ ଗଛ ନଷ୍ଟ ହୋଇଥିଲା। ଏସବୁ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ପ୍ରଚେଷ୍ଟା ଯୋଗୁ ୧୨ ଲକ୍ଷ ଲୋକଙ୍କୁ ଉଦ୍ଧାର କରାଯାଇଥିଲା।

ଦୁଇ ଦିନ ପରେ ‘ଫନୀ’କୁ ବର୍ଷେ ପୁରିବାକୁ ଯାଉଥିଲେ ହେଁ ଏଯାଏ ସେ ଦେଇଯାଇଥିବା କ୍ଷତ ପୁରିନାହିଁ। ଏଥିଯୋଗୁ ଉପକୂଳ ଓଡ଼ିଶା ବିବର୍ଣ୍ଣ ହୋଇଯାଇଥିବା ବେଳେ ଲୋକମାନେ ଅଣ୍ଟା ସଳଖି ପାରି ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୫ରୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର,୧୪।୫(ବ୍ୟୁରୋ): ଆସନ୍ତା ୧୫ ତାରିଖରୁ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବ। ଉପକୂଳରୁ ଉପାନ୍ତ ସବୁଠି ତାତିର ପ୍ରକୋପ ହନ୍ତସନ୍ତ କରିବ । ପଦାକୁ ବାହାରିବା...

ମୁଖ୍ୟମନ୍ତ୍ରୀଙ୍କ ଭିଣୋଇ ସୋନି ମେହେଟ୍ଟାଙ୍କ ପରଲୋକ

ଭୁବନେଶ୍ୱର, ୩୧।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଣୋଇ ତଥା ଲେଖିକା ଗୀତା ମେହେଟ୍ଟାଙ୍କ ସ୍ବାମୀ ସୋନି ମେହେଟ୍ଟାଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କ ୭୬ ବର୍ଷ...

ନନ୍ଦନକାନନ: ଭାଲୁ ଆରତି ଅସୁସ୍ଥ

ବାରଙ୍ଗ,୧୬।୯(ଡି.ଏନ୍‌.ଏ): ପ୍ରାଣୀ ଉଦ୍ୟାନ ନନ୍ଦନକାନନର ଭାଲୁ ସଫାରିରେ ଥିବା ଭାଲୁ ଆରତି ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଏହି ଭାଲୁଟିକୁ ସୋମବାର ନନ୍ଦନକାନନରେ...

ଶ୍ରାବଣୀ ମହାଦେବଙ୍କୁ ଜଳଲାଗି

ଆରଡ଼ି, ୧୯।୭ (ଡି.ଏନ.ଏ.) ଶ୍ରାବଣ ମାସର ପ୍ରଥମ ସୋମବାର ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠରେ କାଉଡ଼ିଆମାନେ ଜଳଲାଗି କରିଛନ୍ତି। ରବିବାର ଅପରାହ୍ନଠାରୁ ଏଠାରେ ସେମାନଙ୍କର...

ରାଜ୍ୟ ମାନବାଧିକାର କମିଶନ: ଅଧ୍ୟକ୍ଷ, ସଦସ୍ୟଙ୍କ ନାମ ସୁପାରିସ କଲା ଚୟନ କମିଟି

ଭୁବନେଶ୍ୱର, ୨୦।୮ (ବ୍ୟୁରୋ): ରାଜ୍ୟ ମାନବାଧିକାର କମିଶନ (ଓଏଚ୍‌ଆର୍‌ସି)ରେ ଖାଲି ପଡ଼ିଥିବା ଅଧ୍ୟକ୍ଷ ଓ ଜଣେ ସଦସ୍ୟ ପଦବୀ ପୂରଣ ପାଇଁ ଚୟନ କମିଟି ଦୁଇ...

ମମିତା ମୃତ୍ୟୁ ମାମଲା: କେଉଁଠି କେମିତି ହତ୍ୟା କରିଥିଲେ ସବୁ ମାନିଲେ ଗୋବିନ୍ଦ

ବଲାଙ୍ଗୀର ଅଫିସ,୨୦ା୧୦: ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାରେ ବଡ଼ଧରଣର ଖୁଲାସା ହୋଇଛି । ଗିରଫ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ମମିତାଙ୍କୁ...

ସ୍ବର୍ଣ୍ଣ ଜିତିଲେ ମିଳିବ ୧ କୋଟି

ଭୁବନେଶ୍ୱର,୮।୫(ବ୍ୟୁରୋ): ବିଜୟ ଏକ ଅଭ୍ୟାସ। ବିଜୟରୁ ମିଳେ ଉତ୍କର୍ଷତା। ଓଡ଼ିଶାର ପିଲାମାନେ ଉତ୍କର୍ଷକୁ ଏକ ଅଭ୍ୟାସରେ ପରିଣତ କରିଛନ୍ତି। ଜାତୀୟ ଓ ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ବିଜୟ...

ଦ୍ୱିତୀୟ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା: ସୁନା ଗହଣା, ଟଙ୍କା ନେଇ ଯୁବକ ଫେରାର

ଦିଗପହଣ୍ଡି,୧୭।୩(ଡି.ଏନ୍‌.ଏ.): ଦିଗପହଣ୍ଡି ଥାନା ଅଞ୍ଚଳର ଜନୈକା ବିବାହିତାଙ୍କୁ ଜଣେ ଯୁବକ ୨ୟ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଛନ୍ତି। ଏପରି କି ଅଭିଯୁକ୍ତ ତାଙ୍କଠାରୁ ସୁନା...

Advertisement
Archives

Model This Week