Posted inଖେଳ

ଦୀପକ ପୁନିଆ ନଂ ୧ କୁସ୍ତିଯୋଦ୍ଧା

ନୂଆଦିଲ୍ଲୀ,୨୭।୯(ପିଟି): ନିକଟରେ ଶେଷ ହୋଇଥିବା ବିଶ୍ୱ ରେସ୍‌ଲିଂ ଚାମ୍ପିୟନଶିପ୍‌ରେ ରୌପ୍ୟ ପଦକ ଜିତିଥିବା ଦୀପକ ପୁନିଆ ୮୬ କେଜି ଓଜନ ବର୍ଗର ର଼୍ୟାଙ୍କିଙ୍ଗ୍‌ରେ ଶୀର୍ଷସ୍ଥାନ ହାସଲ କରିଛନ୍ତି। କିନ୍ତୁ ୬୫ କେଜି ବର୍ଗରେ ବଜରଙ୍ଗ ପୁନିଆ ନଂ୧ ର଼୍ୟାଙ୍କ ହରାଇଛନ୍ତି ବୋଲି ୟୁନାଇଟେଡ୍‌ ଓ୍ବାଲର୍‌ଡ ରେସଲିଂ (ୟୁଡ୍‌ବ୍ଲ୍ୟୁଡ୍‌ବ୍ଲ୍ୟୁ) ପକ୍ଷରୁ ଶୁକ୍ରବାର ପ୍ରକାଶ ପାଇଥିବା ନୂଆ ର଼୍ୟାଙ୍କିଙ୍ଗ୍‌ ଦର୍ଶାଇଛି। କ୍ୟାରିୟରରେ ପ୍ରଥମ ଥର ବିଶ୍ୱ ଚାମ୍ପିୟନଶିପରେ ଅଂଶଗ୍ରହଣ କରିଥିବା ଦୀପକ ଗୋଇଠିଜନିତ ସମସ୍ୟା କାରଣରୁ ଇରାନ କିମ୍ବଦନ୍ତୀ ହାସାନ ୟାଜଦାନିଙ୍କ ବିପକ୍ଷ ଫାଇନାଲରୁ ଓହରି ଯାଇଥିଲେ। ଏଥିଯୋଗୁ ତାଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା। ଏଥିପୂର୍ବରୁ ସେ ଏସିଆନ ଚାମ୍ପିୟନଶିପରେ ବ୍ରୋଞ୍ଜ ଓ ୟାସାର ଦୁଗୁରେ ରୌପ୍ୟ ପଦକ ଜିତିଥିଲେ। ମୋଟ ୮୨ ପଏଣ୍ଟ ସହ ପୁନିଆ ଶୀର୍ଷସ୍ଥାନ ଅଧିକାର କରିଛନ୍ତି। ବିଶ୍ୱ ଚାମ୍ପିୟନ ୟାଜଦାନି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଉଭୟଙ୍କ ମଧ୍ୟରେ ୪ ପଏଣ୍ଟର ବ୍ୟବଧାନ ରହିଛି। ଅନ୍ୟପକ୍ଷରେ ନଂ ୧ ର଼୍ୟାଙ୍କଧାରୀ ରେସଲର ଭାବେ ବିଶ୍ୱ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିଥିବା ବଜରଙ୍ଗ ବ୍ରୋଞ୍ଜ ପଦକ ହାତେଇଥିଲେ। ଏଥିଯୋଗୁ ତାଙ୍କ ମାନ୍ୟତା ଦ୍ୱିତୀୟ ସ୍ଥାନକୁ ଖସିଛି। ୬୫ କେଜି ବର୍ଗରେ ବିଶ୍ୱ ଚାମ୍ପିୟନଶିପ୍‌ ସ୍ବର୍ଣ୍ଣ ପଦକ ଜିତିଥିବା ୨୫ ବର୍ଷୀୟ ରୁଷିଆର ଗାଜିମୁରାଦ ରାଶିଦୋଭ ୬୩ ପଏଣ୍ଟ ସହ ଶୀର୍ଷରେ ରହିଛନ୍ତି। ଏହାବାଦ୍‌ ୫୭ କେଜି ବର୍ଗରେ ରବି ଦାହିୟା ଟପ୍‌ ୫ରେ ପ୍ରବେଶ କରିଛନ୍ତି। ମହିଳାଙ୍କ ମଧ୍ୟରେ ୫୩ କେଜି ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭିନେଶ ଫୋଗତ ଦ୍ୱିତୀୟ ସ୍ଥାନ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଲିମ୍ପିକ୍ସ ଆୟୋଜନ ହେବନି ବୋଲି ୭୭ ପ୍ରତିଶତ ଜାପାନୀ ଭାବୁଛନ୍ତି

ଟୋକିଓ,୬।୭: ଟୋକିଓ ଅଲିମ୍ପିକ୍ସ ଆସନ୍ତାବର୍ଷ ଆୟୋଜନ ହୋଇପାରିବ ନାହିଁ ବୋଲି ଜାପାନର ୭୭ ପ୍ରତିଶତ ବ୍ୟକ୍ତି ଭାବୁଛନ୍ତି। ଏକ ସର୍ଭେରୁ ଏହା ଜଣାପଡିଛି। ଜାପାନ ନ୍ୟୁଜ୍‌...

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଦଳ ଘୋଷଣା: ରାହୁଲଙ୍କୁ ନେଇ ଦ୍ୱନ୍ଦ୍ୱ, ରୋହିତ ଫେରିବା ସମ୍ଭାବନା, ଈଶ୍ୱରନ ଡାର୍କ ହର୍ସ

ନୂଆଦିଲ୍ଲୀ,୧୨।୯ (ପି.ଟି.)- ଆସନ୍ତାମାସ ଠାରୁ ଆରମ୍ଭ ହେବାକୁ ଯାଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଗୁରୁବାର ଭାରତୀୟ ଘୋଷଣା ହେବ। ଚୟନକର୍ତ୍ତାମାନେ ବୈଠକରେ...

ପରିବର୍ତ୍ତନ ଲାଗି ପରାମର୍ଶ ଦେଲେ ଗାଭାସ୍କର

ଦୁବାଇ,୨୯।୧୦: ଚଳିତ ଟି୨୦ ବିଶ୍ୱକପ୍‌ର ସୁପର-୧୨ ପର୍ଯ୍ୟାୟରେ ଆସନ୍ତା ରବିବାର ନ୍ୟୁଜିଲାଣ୍ଡକୁ ଭେଟିବାକୁ ଯାଉଛି ଭାରତୀୟ ଦଳ। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ପୂର୍ବରୁ କିମ୍ବଦନ୍ତୀ କ୍ରିକେଟର...

ଶିବସୁନ୍ଦର ଜାତୀୟ ଦଳର ଚୟନକର୍ତ୍ତା

ଭୁବନେଶ୍ୱର,୮।୧ (ସ୍ପୋଟର୍‌ସ ବ୍ୟୁରୋ): ବିସିସିଆଇ କ୍ରିକେଟ ଉପଦେଷ୍ଟା କମିଟି ପକ୍ଷରୁ ଶନିବାର ୫ ଜଣିଆ ଜାତୀୟ ଚୟନକର୍ତ୍ତା ଦଳ ଘୋଷଣା କରାଯାଇଛି। ଭାରତୀୟ କ୍ରିକେଟ ଦଳର...

କେନ୍ଦ୍ରର ହସ୍ତକ୍ଷେପ ପାଇଁ ସୁପ୍ରିମକୋର୍ଟଙ୍କ ପରାମର୍ଶ

ନୂଆଦିଲ୍ଲୀ,୧୮ା୮(ପି.ଟି): ତୃତୀୟ ପକ୍ଷ ହସ୍ତକ୍ଷେପ କାରଣରୁ ଭାରତୀୟ ଫୁଟବଲ ସଂଘ (ଏଆଇଏଫଏଫ୍‌)କୁ ଫିଫା ବାସନ୍ଦ କରିଛି। ବୁଧବାର ଏହି ମାମଲାର ଶୁଣାଣି ଥିଲା। ମାତ୍ର ସରକାର...

ଇଂଲଣ୍ଡ ଦଳକୁ ଷ୍ଟୋକ୍ସ, ରବିନସନ୍‌ଙ୍କ ପ୍ରତ୍ୟାବର୍ତ୍ତନ

ଲଣ୍ଡନ, ୨୨।୭(ପି.ଟି.)- ଭାରତ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ୨ଟି ମ୍ୟାଚ ପାଇଁ ବୁଧବାର ୧୭ ଜଣିଆ ଇଂଲଣ୍ଡ ଦଳ ଘୋଷଣା...

ଗୋଟିଏ ଉଇକେଟ ନେଇ ଇତିହାସ ରଚିଲେ ଅଶ୍ୱିନ

ଜୋହାନ୍ସବର୍ଗ,୬।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ତଥା ନ୍ୟୁ ଇୟର ଟେଷ୍ଟରେ କେବଳ ଗୋଟିଏ ଉଇକେଟ ନେଇ ଇତିହାସ ରଚିଛନ୍ତି ଭେଟେରାନ ଭାରତୀୟ ସ୍ପିନର ରବିଚନ୍ଦ୍ରନ...

୧୪୬ ରନ୍‌ କରି ବିଶ୍ୱରେକର୍ଡ ହାସଲ କଲେ ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍‌, ଭାଙ୍ଗିଲେ ଅନେକ ରେକର୍ଡ

ସିଲଂ,୧୪।୧: ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ ଟ୍ରଫିରେ ମେଘାଳୟ ଅଧିନାୟକ ପୁନିତ ବିଷ୍ଟ ବିଶ୍ୱରେକର୍ଡ ହାସଲ କରିଛନ୍ତି। ସେ ମାତ୍ର ୫୧ ବଲ୍‌ରେ ୧୪୬ ରନ୍‌...

Advertisement
Archives

Model This Week