‘ଦିଲ୍ଲୀ ହାଟ୍‌’ ଭଳି ଭୁବନେଶ୍ୱରରେ ହେବ ସ୍ବତନ୍ତ୍ର ହାଟ

ଭୁବନେଶ୍ୱର, ୬।୧୨(ବ୍ୟୁରୋ):ରାଜ୍ୟରେ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି) ଦ୍ୱାରା ଉତ୍ପାଦିତ ସାମଗ୍ରୀର ବିକ୍ରିବଟା ପାଇଁ ଭୁବନେଶ୍ୱରରେ ଖୋଲିବ ସ୍ବତନ୍ତ୍ର ହାଟ। ଦିଲ୍ଲୀର ଅର୍ବାନ ହାଟ୍‌ ଢାଞ୍ଚାରେ ଏହି ହାଟ ପ୍ରତିଷ୍ଠା ହେବ। ବର୍ଷକ ୧୨ମାସ ଏଠାରୁ ଲୋକେ ଗ୍ରାମୀଣ ଉତ୍ପାଦିତ ଏବଂ ଏସ୍‌ଏଚ୍‌ଜି ଦ୍ୱାରା ପ୍ରସ୍ତୁତ ପାରମ୍ପରିକ ସାମଗ୍ରୀ କିଣିବାର ଅବସର ପାଇବେ। କେବଳ ଏତିକି ନୁହେଁ, ସୁଦୂର କଳାହାଣ୍ଡି, କନ୍ଧମାଳ, ମୟୂରଭଞ୍ଜ ଓ ରାୟଗଡ଼ା ଆଦି ଜିଲାର ଜନଜାତିମାନଙ୍କ ଦ୍ୱାରା ପ୍ରସ୍ତୁତ ଜଙ୍ଗଲଜାତ ସାମଗ୍ରୀ ମଧ୍ୟ ଏଠାରେ ବର୍ଷତମାମ ଉପଲବ୍ଧ ହେବ। ଏଥିପାଇଁ ଭୁବନେଶ୍ୱର ଗଣ୍ଡମୁଣ୍ଡାଠାରେ ଏକ ସ୍ଥାନ ଚିହ୍ନଟ କରାଯାଇଥିବାବେଳେ ମିଶନ ଶକ୍ତିର ୭୦ ସ୍ଥାୟୀ ଷ୍ଟଲ୍‌ ଏଠାରେ ଖୋଲିବ। ଏହାଦ୍ୱାରା ଗ୍ରାମାଞ୍ଚଳ ଓ ସହରାଞ୍ଚଳ ସ୍ବୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଘରକରଣା, ଘରସଜ୍ଜା ଓ ଖାଦ୍ୟସାମଗ୍ରୀ କେବଳ ମେଳା, ମହୋତ୍ସବରେ ସୀମିତ ନ ରହି ସବୁବେଳେ ମିଳିପାରିବ ବୋଲି ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା ଆର୍‌. କାର୍ତ୍ତିକେୟନ୍‌ ସୂଚନା ଦେଇଛନ୍ତି।
ମିଶନ ଶକ୍ତି ନିର୍ଦ୍ଦେଶାଳୟ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ରାଜ୍ୟର ପ୍ରଥମ ମିଶନ ଶକ୍ତି ମେଳାର ଉଦ୍‌ଘାଟନୀ ସମାରୋହରେ ସୁଜାତା କହିଥିଲେ, ପ୍ରଥମଥର ପାଇଁ ଏସ୍‌ଏଚ୍‌ଜି ଉତ୍ପାଦକୁ ମିଶନ ଶକ୍ତି ଦ୍ୱାରା ୟୁନିଫର୍ମ ପ୍ୟାକେଜିଂ କରାଯାଇଛି। ଏଥିପାଇଁ ପରିବେଶ ଉପଯୋଗୀ ‘ପଲି ପାଉଚ୍‌’ ବ୍ୟବହାର ହୋଇଥିବାବେଳେ ୟୁନିଫର୍ମ ପ୍ୟାକେଜିଂ ଦ୍ୱାରା ମିଶନ ଶକ୍ତିର ବ୍ରାଣ୍ଡିଂ ସମ୍ଭବ ହୋଇଛି। ୬ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ୱାରା ରାଜ୍ୟର ୭୦ଲକ୍ଷ ମହିଳା ସ୍ବାବଲମ୍ବୀ ହୋଇପାରିଛନ୍ତି। ପ୍ରତି ମହିଳା ଗ୍ରୁପ୍‌କୁ ଏବେ ୩ଲକ୍ଷ ଟଙ୍କାର ଋଣ ଦିଆଯାଉଥିବାବେଳେ ଆଗାମୀ ଦିନରେ ମୋଟ ଋଣ ପରିମାଣକୁ ୫ହଜାର କୋଟି ଟଙ୍କାରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଓରମାସ୍‌ ସହିତ ମିଳିତ ଭାବେ ୩୦ ଜିଲାରେ ୩୦୦ ପ୍ରଡ୍ୟୁସର୍ସ ଗ୍ରୁପ୍‌ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନିଆଯାଇଛି। ଆଗାମୀ ୫ବର୍ଷରେ ଉଭୟ ସାମଗ୍ରୀ ଓ ସେବା କ୍ଷେତ୍ରରେ ୫ହଜାର କୋଟି ଟଙ୍କାର ସରକାରୀ କାମ ମହିଳାମାନଙ୍କୁ ଦିଆଯିବ ବୋଲି କ୍ୟାବିନେଟ୍‌ ନିଷ୍ପତ୍ତି ହୋଇଥିବା କାର୍ତ୍ତିକେୟନ ସୂଚନା ଦେଇଛନ୍ତି।
ମେଳାକୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଉଦ୍‌ଘାଟନ କରି ବିଭିନ୍ନ ଷ୍ଟଲ୍‌ ବୁଲି ଦେଖିବା ସହ ମିଶନ ଶକ୍ତି ଦ୍ୱାରା ସ୍ବତନ୍ତ୍ର ମୋବାଇଲ୍‌ ଆପ୍‌ର ଉନ୍ମୋଚନ କରିଥିଲେ। ପ୍ରତିବର୍ଷ ଏହି ମେଳାକୁ ବୃହତ୍‌ ଆକାରରେ ଆୟୋଜନ କରାଯିବ ବୋଲି ସେ ସୂଚନା ଦେଇଥିଲେ। ଏହି ଅବସରରେ ମିଶନ୍‌ ଶକ୍ତି ଉପଦେଷ୍ଟା ଡ. ଲୋପାମୁଦ୍ରା ବକ୍ସିପାତ୍ର, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପ୍ରମୁଖ ସଚିବ ଅନୁ ଗର୍ଗ, ଏନ୍‌ଆର୍‌ଏଲ୍‌ଏମ୍‌ ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲ ପ୍ରମୁଖ ଉପସ୍ଥିତ ଥିଲେ। ନୟାଗଡ଼ର ମା’ତାରିଣୀ ଡବ୍ଲ୍ୟୁଏସ୍‌ଏଚ୍‌ଜି, ସୁନ୍ଦରଗଡ଼ର ଦିବ୍ୟଜ୍ୟୋତି ଡବ୍ଲ୍ୟୁଏସ୍‌ଏଚ୍‌ଜି, ଗଞ୍ଜାମର ମା’ ବେହେରା ପାତ୍ର ପ୍ରାଇମେରି ଫିସରି ୱିମେନ୍‌ ଡେଭେଲପ୍‌ମେଣ୍ଟ ସୋସାଇଟିକୁ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ମିଶନ୍‌ ଶକ୍ତି ଯୁଗ୍ମସଚିବ ସୁଧାଂଶୁ ଶେଖର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତି ନିଯୁକ୍ତ: ମୋଟ ବିଚାରପତି ସଂଖ୍ୟା ହେଲା..

ନୂଆଦିଲ୍ଲୀ,୧ା୬:ସୁପ୍ରିମକୋର୍ଟରେ ସୋମବାର ୫ ନୂଆ ବିଚାରପତିଙ୍କୁ ନିଯୁକ୍ତି ମିଳିବା ଫଳରେ ଶୀର୍ଷ ଅଦାଲତର ମୋଟ ବିଚାରପତି ସଂଖ୍ୟା ୩୭ରେ ପହଞ୍ଚତ୍ବାକୁ ଯାଉଛି, ଯାହାକି ମଞ୍ଜୁରୀପ୍ରାପ୍ତ ସଂଖ୍ୟାଠାରୁ ଗୋଟିଏ…

ବିଜେଡି କର୍ମୀ-ପଟାଙ୍ଗି ବିଧାୟକଙ୍କ ମଧ୍ୟରେ ରାଜନୈତିକ ଛକାପଞ୍ଝା: ବିଜେଡି କଲା ଘୋଷଣା-ଆସନ୍ତା ବୁଧବାର…

ନନ୍ଦପୁର, ୧।୬ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକରେ ଗତ ଦୁଇଦିନ ହେଲା ସରପଞ୍ଚ ସମିତି ସଭ୍ୟ, ବିଜେଡି କର୍ମୀ ଓ ପଟାଙ୍ଗି ବିଧାୟକଙ୍କ…

ନିମିଷକେ ଉଜୁଡିଗଲା ସଂସାର…ବିବାହର କିଛି ଘଣ୍ଟା ପରେ ଆଖିବୁଜିଲେ ପାଇଲଟ୍‌: ସ୍ତ୍ରୀଙ୍କ ସହ କରୁଥିଲେ…

ଓ୍ବାଶିଂଟନ୍‌,୧।୬: ଆମେରିକାରେ ଏକ ହେଲିକପ୍ଟର ଦୁର୍ଘଟଣାରେ ଜଣେ ଭାରତୀୟ ବଂଶୋଦ୍ଭବ ପାଇଲଟ ମୃତ୍ୟୁବରଣ କରିଛନ୍ତି। ଏହି ଦୁଃଖଦ ଘଟଣା ତାଙ୍କ ବିବାହର ମାତ୍ର କିଛି ଘଣ୍ଟା ପରେ…

କାଳବୈଶାଖୀର ତାଣ୍ଡବ: ସ୍କୁଲ ଘର ଉପରେ ପଡ଼ିଲା ବିରାଟକାୟ ଗଛ, ଲକ୍ଷାଧିକ ଟଙ୍କାର ସରକାରୀ ସମ୍ପତ୍ତି କ୍ଷତି

ମୋହନା, ୧।୬( ମନ୍ମଥ ମିଶ୍ର ): କାଳବୈଶାଖୀର ପ୍ରଭାବରେ ଉଡିଲା ସ୍କୁଲ ଟିଣ ଛପର। ସ୍କୁଲ ଘର ଉପରେ ପଡ଼ିଲା ବିରାଟକାୟ ଗଛ । ଗଜପତି ଜିଲା…

ଟେଷ୍ଟ କ୍ରିକେଟ୍‌ ନିୟମରେ ହେଲା ବଡ଼ ପରିବର୍ତ୍ତନ: ଏଣିକି…

ନୂଆଦିଲ୍ଲୀ,୧।୬: ଟେଷ୍ଟ କ୍ରିକେଟ୍‌ରେ ପୁଣି ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏନେଇ ଏକ ସୂଚନା ଶେୟାର କରିଛି। ସାଧାରଣତଃ ଖରାପ…

ଦୁଇ ଭଉଣୀଙ୍କ ମଧ୍ୟରେ ଗଢ଼ିଉଠିଲା ପ୍ରେମ ସମ୍ପର୍କ: ବିବାହ କରିବା ପାଇଁ ଏମିତି କାମ କଲେ…ଜାଣିଲେ ହୋଇଯିବେ ଚକିତ

ନୂଆଦିଲ୍ଲୀ, ୧।୬: ବିହାରର ଜାମୁଇ ଜିଲାର ଲକ୍ଷ୍ମୀପୁର ବ୍ଲକରୁ ଏକ ବିବାହ ଖବର ସାମ୍ନାକୁ ଆସିଛି, ଯାହା ବ୍ୟାପକ ଆଲୋଚନାର ବିଷୟ ପାଲଟିଛି। ହରଲା ଗାଁର ଜଣେ…

LPGକୁ ନେଇ ଜରୁରୀ ଖବର: ୩୦ ଦିନ ମଧ୍ୟରେ ସମାପ୍ତ କରନ୍ତୁ ଏହି କାମ, ନଚେତ୍‌ ବନ୍ଦ ହୋଇଯିବ…

ନୂଆଦିଲ୍ଲୀ, ୧।୬: ଇରାନ-ଆମେରିକା ଯୁଦ୍ଧ ସାରା ବିଶ୍ୱରେ ଅସ୍ଥିରତା ସୃଷ୍ଟି କରିଛି, ଯାହା ଭାରତରେ ଗ୍ୟାସ ଯୋଗାଣକୁ ମଧ୍ୟ ପ୍ରଭାବିତ କରିଛି। କେନ୍ଦ୍ର ସରକାର LPG ଏବଂ…

ଏବିଇଓ ଭାବେ ଦାୟିତ୍ୱ ନେଲେ ଶ୍ରୀମନ୍ତ ଧରୁଆ, ବିଭିନ୍ନ ଶିକ୍ଷକ ସଂଘ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା

କୋକସରା,୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡଙ୍ଗରୀଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀମନ୍ତ ଧରୁଆଙ୍କୁ ସୋମବାର କୋକସରା ଏବିଇଓ ଭାବେ କାର୍ଯ୍ୟଭାର ଦିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri