Posted inଖେଳ

ଦିଲ୍ଲୀ ଫ୍ରାଞ୍ଚାଇଜ୍‌ରେ ଯୋଗଦେଲେ ଅଶ୍ୱିନ

ନୂଆଦିଲ୍ଲୀ,୮।୧୧(ପି.ଟି.)-ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଶୁକ୍ରବାର ଆଇପିଏଲ ଫ୍ରାଞ୍ଚାଇଜ ଦିଲ୍ଲୀ କ୍ୟାପିଟାଲ୍ସରେ ଯୋଗ ଦେଇଛନ୍ତି। ତାଙ୍କ ବଦଳରେ ବାମହାତୀ ଜଗଦୀଶ ସୁଚିଥଙ୍କୁ କିଙ୍ଗ୍ସ ଏକାଦଶ ପଞ୍ଜାବ ଦଳରେ ସାମିଲ କରିଛି। ପୂର୍ବରୁ ଦିଲ୍ଲୀ ଅଶ୍ୱିନଙ୍କ ବଦଳରେ ସୁଚିଥଙ୍କ ସହ ଦେଢ଼ କୋଟି ଟଙ୍କାର ପ୍ରସ୍ତାବ ଦେଇଥିଲା। ୩୩ ବର୍ଷୀୟ ସିନିୟର ସ୍ପିନରଙ୍କୁ ସିଜନ ପିଛା ଗତବର୍ଷ ଭଳି ୭.୬ କୋଟି ଟଙ୍କା ମିଳିବ। ସମାନ ମୂଲ୍ୟରେ ୨୦୧୮ ଖେଳାଳିଙ୍କ ନିଲାମ ପ୍ରକ୍ରିୟାରେ ଅଶ୍ୱିନଙ୍କୁ କିଙ୍ଗ୍ସ ଏକାଦଶ କିଣିଥିଲା। ସେ ଦେଶର ଶ୍ରେଷ୍ଠ ଓ ଅଭିଜ୍ଞ ସ୍ପିନର। ଭାରତ ଓ ଆଇପିଏଲରେ ତାଙ୍କ ରେକର୍ଡ ଖୁବ ଭଲ ରହିଛି। ତାଙ୍କ ଉପସ୍ଥିତି ଆମ ଦଳ ପାଇଁ ଲାଭଜନକ ହେବ ବୋଲି ଦିଲ୍ଲୀ ଫ୍ରାଞ୍ଚାଇଜ ସହ ମାଲିକ ପାର୍ଥ ଜିନ୍ଦଲ କହିଛନ୍ତି। ଅଶ୍ୱିନଙ୍କ ଉପସ୍ଥିତିରେ ଯେ କୌଣସି ଦଳର ଶକ୍ତି ବୃଦ୍ଧି ହେବ, ଏଥିରେ ଦ୍ୱିମତ ନାହିଁ। ଦିଲ୍ଲୀ କ୍ୟାପିଟାଲ୍ସରେ ମଧ୍ୟ କିଛି ପରିିବର୍ତ୍ତନ ହେବ ନାହିଁ ବୋଲି କୋଚ୍‌ ରିକି ପଣ୍ଟିଂ ଉଲ୍ଲେଖ କରିଛନ୍ତି। ଅଶ୍ୱିନ ଅନ୍ତର୍ଜାତୀୟ ସ୍ତରରେ ୬୮ ଟେଷ୍ଟ ଓ ୧୧୧ ଦିନିକିଆ ଖେଳି ଯଥାକ୍ରମେ ୩୫୭ ଓ ୧୫୦ ଉଇକେଟ ଅକ୍ତିଆର କରିଛନ୍ତି। ଆଇପିଏଲରେ ୧୩୯ ମ୍ୟାଚ୍‌ରେ ୧୨୫ ଉଇକେଟ ନେଇଛନ୍ତି। ୨୦୧୦ ଓ ୨୦୧୧ ଆଇପିଏଲ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ ଦଳର ସେ ପ୍ରମୁଖ ସଦସ୍ୟ ଥିଲେ। ତେବେ ଜଣେ ଅଧିନାୟକ ଭାବେ ସେ ବିଫଳ ହୋଇଥିଲେ। ଗତ ଦୁଇ ସିଜନରେ ତାଙ୍କ ନେତୃତ୍ୱରେ ପଞ୍ଜାବ ଦଳ ପ୍ଲେ-ଅଫ୍‌ରେ ପ୍ରବେଶ କରିପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶୁଆଙ୍ଗ କ୍ରିକେଟ କ୍ଲବ ଚାମ୍ପିୟନ

ପୁରୁଣା ଭୁବନେଶ୍ୱର,୧୩।୨ (ଡି.ଏନ.ଏ.) : ବାଙ୍କୁଆଳ ହାଇସ୍କୁଲ ପଡିଆରେ ୮ ଦିନ ଧରି ଚାଲିଥିବା ୧୨ତମ ଜଗବନ୍ଧୁ ସ୍ବାଇଁ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି।...

୧୭ ଭାରତୀୟ ଖେଳାଳିଙ୍କ ବେସ୍‌ ପ୍ରାଇସ୍‌ ୨ କୋଟି

ନୂଆଦିଲ୍ଲୀ,୨।୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ପରବର୍ତ୍ତୀ ସଂସ୍କରଣ ଲାଗି ଆସନ୍ତା ୧୨ ଓ ୧୩ ତାରିଖରେ ବାଙ୍ଗାଲୁରୁରେ ମେଗା ଅକ୍‌ଶନ ହେବ। ଖେଳାଳିଙ୍କ ସର୍ବାଧିକ...

୩ବର୍ଷ ପରେ କୋହଲିଙ୍କ ଶତକ

ଦୁବାଇ,୮।୯: ଦୀର୍ଘ ଦିନର ବିଫଳତା ପରେ ଏସିଆ କପର ଗୁରୁବାର ଭାରତ-ଆଫଗାନିସ୍ତାନ ଶେଷ ମ୍ୟାଚରେ ବିରାଟ କୋହଲିିଙ୍କ ଦମ୍‌ଦାର ଶତକୀୟ ଇନିଂସ ଦେଖିବାକୁ ମିଳିଛି। ଏହି...

ସୁଦିରମାନ କପ୍‌ରେ ପଦକ ଲକ୍ଷ୍ୟରେ ଭାରତ

ନାନ୍ନିଙ୍ଗ (ଚାଇନା), ୧୮।୫(ପି.ଟି.)- ଚାଇନାର ନାନ୍ନିଙ୍ଗଠାରେ ରବିବାରଠାରୁ ସୁଦିରମାନ କପ୍‌ର ୧୬ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଭାରତର ପି.ଭି. ସିନ୍ଧୁ, ସାଇନା ନେହ୍ବାଲ, କିଡାମ୍ବୀ...

କୋହଲିଙ୍କ ଘରଠାରୁ ଦୁଇଗୁଣ ମହଙ୍ଗା ଘର; ବାପାଙ୍କଠାରୁ ଦୂରରେ ଏଠାରେ ରହୁଛନ୍ତି ଯୁବରାଜ

ଭାରତୀୟ କ୍ରିକେଟ ଟିମ୍‌ର ସୁପରଷ୍ଟାର ଖେଳାଳି ହେଲେ ଯୁବରାଜ ସିଂହ। ବିଶ୍ୱକପ୍‌ରେ ସେ ପ୍ଲେୟାର ଅଫ୍‌ ଦ ଟୁର୍ନାମେଣ୍ଟ ପୁରସ୍କାର ଜିତିଥିଲେ। ତେବେ ଯୁବରାଜ ଯେତିକି...

କୋଭିଡ୍‌-୧୯ ଲଢ଼େଇ: ଧାଓ୍ବନ, ପୁରନ, ଉନାଡକଟଙ୍କ ଆର୍ଥିକ ସହାୟତା

ନୂଆଦିଲ୍ଲୀ,୧।୫(ପି.ଟି.)-କୋଭିଡ୍‌-୧୯ ମହାମାରୀ ଲଢ଼େଇରେ ଏବେ ଜଣକ ପରେ ଜଣେ କ୍ରିକେଟର ସାମିଲ ହେବାକୁ ଆଗକୁ ବାହରିଛନ୍ତି। ପଞ୍ଜାବ କିଙ୍ଗ୍ସ ତଥା ଓ୍ବେଷ୍ଟ ଇଣ୍ଡିଜ ବ୍ୟାଟ୍ସମ୍ୟାନ ନିକୋଲା...

୫ ହଜାର ମିଟର ଦୌଡ଼ରେ ନୂଆ ବିଶ୍ୱ ରେକର୍ଡ କଲେ ଜୋଶୁଆ

ପ୍ୟାରିସ, ୧୭।୮: ବିଶ୍ୱ ଚାମ୍ପିୟନ ଧାବକ ଉଗାଣ୍ଡାର ଜୋଶୁଆ ଚେପ୍‌ଟେଗି ୫ ହଜାର ମିଟର ଦୌଡ଼ରେ ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ମୋନାକୋରେ ଅନୁଷ୍ଠିତ...

ଭାରତକୁ ଉତ୍ସାହିତ କଲେ ଖେଳାଳିଙ୍କ ପରିବାର

ଭୁବନେଶ୍ୱର, ୨।୧୧(କ୍ରୀଡ଼ା ପ୍ରତିନିଧି)-ଭାରତର ଉଭୟ ମହିଳା ଓ ପୁରୁଷ ଦଳ ଖେଳୁଥିବାରୁ ଖେଳାଳିଙ୍କୁଉତ୍ସାହିତ କରିବାକୁ ଦର୍ଶକ ଗ୍ୟାଲେରୀରେ ଉପସ୍ଥିତ ଥିଲେ ସ୍ଥାନୀୟ ଖେଳାଳିଙ୍କ ପରିବାର। ମହିଳା...

Advertisement
Archives

Model This Week