Posted inଜାତୀୟ

ଦିଲ୍ଲୀ ନୁହେଁ, ଲକ୍ଷ୍ନୌରେ ହେବ ଉନ୍ନାଓ ପୀଡ଼ିତାଙ୍କ ଚିକିତ୍ସା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨।୮: ଉତ୍ତରପ୍ରଦେଶର ବହୁ୍‌ଚର୍ଚ୍ଚିତ ଉନ୍ନାଓ ପୀଡିତା ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟ ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ପୀଡିତାଙ୍କ ଚିକିତ୍ସା ଦିଲ୍ଲୀ ନୁହେଁ, ଲକ୍ଷ୍ନୌରେ କରାଯିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୀଡିତାଙ୍କ ପରିବାର ଲକ୍ଷ୍ନୌରେ ଚିକିତ୍ସା ଚାହୁଁଛନ୍ତି ବୋଲି ତାଙ୍କ ଓକିଲ କହିବା ପରେ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ସେହିପରି ସୁରକ୍ଷା ଦୃଷ୍ଟିକୋଣରୁ ପୀଡିତାଙ୍କ ଦାଦାଙ୍କୁ ରାଏବରେଲି ଜେଲରୁ ଅଣାଯାଇ ଦିଲ୍ଲୀର ତିହାଡ ଜେଲ୍‌ରେ ରଖାଯିବ ବୋଲି ସୁପ୍ରିମୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଉନ୍ନାଓ ବଳାତ୍କାର ପୀଡିତା ଓକିଲ ଏବଂ ମାଉସୀଙ୍କ ସହ କାର୍‌ରେ ଯାଉଥିବାବେଳେ ଏକ ଟ୍ରକ୍‌ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କ ମାଉସୀଙ୍କ ମୃତ୍ୟୁ ହୋଇଥିଲା। ପୀଡିତା ଜଣଙ୍କ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକତ୍ସିତ ହେଉଛନ୍ତି। ଏହି ଘଟଣାରେ ଭାଜପା ବିଧାୟକ କୁଳଦୀପ ସେନଗାର ଗିରଫ୍‌ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ : ମାନକୋଟ ସେକ୍ଟରରେ ମୋର୍ଟାର ଶେଲିଂ ମାଡ଼, ୨୯ ଦିନରେ ୪୫ ଥର

ଶ୍ରୀନଗର, ୨୯।୯: ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖାର ପୁଞ୍ଚ୍‌ ଜିଲାରେ ମଙ୍ଗଳବାର ଭୋର୍‌ ୪ଟା ୩୦ରେ ପୁଣି ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟ...

ଭାରତରେ ୬ କୋଟି ଟପିପାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୧୬।୭: ଆସନ୍ତା ୨୦୨୧ ମାର୍ଚ୍ଚ ବେଳକୁ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ କୋଟି ୧୮ ଲକ୍ଷ ଟପିବ ବୋଲି ଭାରତୀୟ ବିଜ୍ଞାନ ସଂସ୍ଥାନ(ଆଇଆଇଏସ୍‌ସି)...

ଭାରତରେ ଓମିକ୍ରନ ସବ-ଭାରିଆଣ୍ଟ ଏକ୍ସବିବି.୧.୫ ଚିହ୍ନଟ…

ନୂଆଦିଲ୍ଲୀ,୧।୧ : ନୂଆ ବର୍ଷର ଉତ୍ସବ ମଧ୍ୟରେ ଏକ ଖବର ନେଇ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଓମିକ୍ରନର ସବ-ଭାରିଆଣ୍ଟ ଏକ୍ସବିବି.୧.୫ ଭାରତରେ ଚିହ୍ନଟ ହୋଇଛି।...

ସ୍ମାର୍ଟଫୋନ୍‌ ବ୍ୟବହାର ଉପରେ କଟକଣା ଲଗାଇଲା ଭାରତୀୟ ନୌସେନା

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ନୌସେନା ପକ୍ଷରୁ ସ୍ମାର୍ଟଫୋନ୍‌ ବ୍ୟବହାର ଉପରେ କଟକଣା ଲଗାଯାଇଛି। ନୌସେନା ଯବାନ ଏଣିକି ଯୁଦ୍ଧପୋତ ଏବଂ ନାଭାଲ୍‌ ବେସ୍‌ରେ ସ୍ମାର୍ଟଫୋନ୍‌, ସୋସିଆଲ୍‌ ମିଡ଼ିଆ...

ଅତିବେଶିରେ ଜୁନ୍‌ ୩୦ ପର୍ଯ୍ୟନ୍ତ ରହିପାରେ ଲକ୍‌ଡାଉନ କଟକଣା: ପଲାନିସ୍ବାମୀ

ଚେନ୍ନାଇ,୧୫।୬: ଗୋଟିଏ ପଟେ ଦେଶରେ ଲାଗୁ କରାଯାଇଥିବା ଲକ୍‌ଡାଉନକୁ ନେଇ ଦେଶର ଆର୍ଥିକ ସ୍ଥିତି ଖରାପ ହୋଇ ଯାଇଥିବା ବେଳେ ଏପଟେ କିନ୍ତୁ କରୋନା ସଂକ୍ରମଣ...

ହିଜାବ ମାମଲାର ଆଜି ଶୁଣାଣି, ବେଙ୍ଗାଲୁରୁ ସମେତ କିଛି ଜିଲାରେ ୧୪୪ଧାରା ଜାରି, ସ୍କୁଲ କଲେଜ ବନ୍ଦ

ବେଙ୍ଗାଲୁରୁ,୧୫ ।୩: ହିଜାବ ବିବାଦକୁ ନେଇ କର୍ନାଟକ ହାଇକୋର୍ଟ ମଙ୍ଗଳବାର ଶୁଣାଣି କରିବେ । ମୁସଲମାନ ଝିଅମାନେ ସ୍କୁଲ, କଲେଜରେ ହିଜାବ ପିନ୍ଧିବାକୁ ନେଇ କୋର୍ଟରେ...

ୟୁଟ୍ୟୁବର ମନିଷଙ୍କୁ ଝଟ୍‌କା: ଜାମିନ ପାଇଁ ହାଇକୋର୍ଟ ଯାଅ…

ନୂଆଦିଲ୍ଲୀ,୮।୫ : ୟୁଟ୍ୟୁବର୍‌ ମନିଷ କାଶ୍ୟପଙ୍କୁ ସୋମବାର ସୁପ୍ରିମକୋର୍ଟରୁ ମଧ୍ୟ ଆଶ୍ୱସ୍ତି ମିଳିନାହିଁ। ତାମିଲନାଡୁରେ ପ୍ରବାସୀ ଶ୍ରମିକଙ୍କ ନକଲି ଭିଡିଓ ପ୍ରଚାର କରୁଥିବା ଅଭିଯୁକ୍ତ ମନିଷଙ୍କ...

ଏବେ ଭାଜପାର ପରାଜୟ, ହେଉଛି ଦେଶର ବିଜୟ: କଂଗ୍ରେସ

ନୂଆଦିଲ୍ଲୀ,୧୯।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶକୁ ସମ୍ବୋଧନ କରି ବିବାଦୀୟ ତିନି କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ନିଷ୍ପତ୍ତିକୁ...

Advertisement
Archives

Model This Week