Posted inଜାତୀୟ

ଦିଲ୍ଲୀ ଚିଡିଆଖାନାରେ ଫିଲ୍ମ ଦୃଶ୍ୟ: ସିଂହ ସାମ୍ନାକୁ ଡେଇଁଲେ ଯୁବକ

ନୂଆଦିଲ୍ଲୀ,୧୭।୧୦: ଦିଲ୍ଲୀ ଚିଡିଆଖାନା ବୁଲି ଯାଇଥିବା ଜଣେ ଯୁବକଙ୍କ ଅଜବ ବ୍ୟବହାର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଯୁବକ ଜଣକ ସେଠାରେ ଥିବା ସିଂହ ଖୁଆଡ ଭିତରକୁ ଡେଇଁ ପଡିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କେହି କିଛି ବୁଝିବା ପୂର୍ବରୁ ଯୁବକ ଜଣକ ସିଂହ ଖୁଆଡ ଭିତରକୁ ଡେଇଁ ପଡିବା ସହ ସେଠାରେ ଥିବା ଏକ ସିଂହ ସାମ୍ନାରେ ବସି ପଡିଥିଲେ। ଏହାପରେ ପାଖାପାଖି ସେ ଗୋଟିଏ ମିନିଟ୍‌ ଧରି ସିଂହଟି ସାମ୍ନାରେ ବିଭିନ୍ନ ଅଙ୍ଗଭଙ୍ଗି କରିଥିଲେ। ହେଲେ ସିଂହଟି ତାଙ୍କର କିଛି କ୍ଷତି କରି ନ ଥିଲା। ଏତିକି ଭିତରେ ଚିଡିଆଖାନା କର୍ମଚାରୀ ଆସି ଯୁବକ ଜଣଙ୍କୁ ଉଦ୍ଧାର କରିଥିଲେ। ଏବେ ତାଙ୍କୁ ପୋଲିସ ଜିମା ଦିଆଯାଇଥିବା ବେଳେ ପୋଲିସ ତାଙ୍କୁ ଘଟଣା ସମ୍ପର୍କରେ ପଚରା ଉଚରା କରୁଛି। ଯୁବକ ଜଣଙ୍କ ମାନସିକ ରୋଗୀ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହାଇକୋର୍ଟ ପକ୍ଷରୁ ଜେଏନ୍‌ୟୁ ଛାତ୍ରଙ୍କୁ ମିଳିଲା ଆଶ୍ୱସନା

ନୂଆଦିଲ୍ଲୀ,୨୪।୧: ହଷ୍ଟେଲ ଫି ବୃଦ୍ଧି ପ୍ରତିବାଦରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିବା ଜବାହରଲାଲ ନେହେରୁ ୟୁନିଭର୍ସିଟି(ଜେଏନ୍‌ୟୁ)ର ଛାତ୍ରଙ୍କୁ ମିଳିଛି ଆଶ୍ୱସନା। ଶୁକ୍ରବାର ଏହି ଆବେଦନର ଶୁଣାଣି କରି...

ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ: ମୋଦି

ନୂଆଦିଲ୍ଲୀ,୩୧-୧(ପି.ଟି.): ପାର୍ଲାମେଣ୍ଟର ବଜେଟ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହେଉଥିବାବେଳେ ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ୨୦୨୦-୨୧ ବର୍ଷ ଲାଗି ବଜେଟ ଉପସ୍ଥାପନ କରିବେ। ବଜେଟ ଉପସ୍ଥାପନର...

ସ୍ବାଧୀନତା ପରେ ଦେଶରେ ୬ଗୁଣା ବଢ଼ିଛି ଭୋଟରଙ୍କ ସଂଖ୍ୟା, ୨୦୧୯ରେ ୩୦ କୋଟି ଭୋଟର ଦେଇ ନାହାନ୍ତି ଭୋଟ…

ନୂଆଦିଲ୍ଲୀ,୫।୨ : ସ୍ବାଧୀନତା ପରଠାରୁ ଦେଶରେ ଭୋଟରଙ୍କ ସଂଖ୍ୟା ୬ ଗୁଣା ବୃଦ୍ଧି ପାଇଛି। ଜାନୁଆରୀ ୧ ସୁଦ୍ଧା ଦେଶର ମୋଟ ଭୋଟରଙ୍କ ସଂଖ୍ୟା ୯୪.୫୦କୋଟିକୁ...

ଶକ୍ତି ମିଲ୍‌ ଗଣ ବଳାତ୍କାର ମାମଲା, ଦୋଷୀଙ୍କ ଫାଶୀଦଣ୍ଡ ଆଜୀବନ କାରାଦଣ୍ଡରେ ପରିବର୍ତ୍ତିତ…

ମୁମ୍ବାଇ,୨୫।୧୧: ଶକ୍ତି ମିଲ୍ସ ପରିସରରେ ୨୨ ବର୍ଷ ବୟସ୍କା ମହିଳା ଫଟୋ ଜର୍ନାଲିଷ୍ଟଙ୍କ ଗଣବଳାତ୍କାରର ଘଟଣାରେ ତିନିଜଣ ଦୋଷୀଙ୍କୁ ଦିଆଯାଇଥିବା ପାଶୀଦଣ୍ଡକୁ ବମ୍ବେ ହାଇକୋର୍ଟ ଆଜୀବନ...

ଜେଟଲୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ପୁଣି ଥରେ ଏମ୍ସ ଯାଇପାରନ୍ତି ଶାହ

ନୂଆଦିଲ୍ଲୀ,୧୭।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ସ୍ବାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି। ଏବେ ସେ ଲାଇଫ୍‌ ସପୋର୍ଟରେ ଥିବା ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ...

ପୃଥିବୀ ପାଇଁ ବିବିଧତା-ଗଣତନ୍ତ୍ରର କେସ୍‌ ଷ୍ଟଡି ହେଉଛି ଭାରତ…

ନୂଆଦିଲ୍ଲୀ,୧୮।୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିଲ୍ଲୀର ପ୍ରଗତି ମଇଦାନରେ ଇଣ୍ଟରପୋଲର ୯୦ ତମ ସାଧାରଣ ସଭାର ଉଦଘାଟନ କରିଛନ୍ତି। ଏହି ଅବସରରେ ତାଙ୍କ...

ବଢୁଛି ସଂକ୍ରମଣ, ସ୍କୁଲ୍‌ ବନ୍ଦ ଉପରେ ହୋଇପାରେ ଆଲୋଚନା

ନୂଆଦିଲ୍ଲୀ,୨୦।୪: ରାଜଧାନୀରେ ଦୈନିକ ସଂକ୍ରମଣ ବଢିଚାଲିଛି। ଏହାକୁ ଦୃଷ୍ଟିରେ ରଖି ବୁଧବାର ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମ୍‌ଏ) ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହେବ।...

କେଜ୍‌ରିଓ୍ବାଲଙ୍କ କ୍ଲିନ୍‌ ସୁଇପ୍‌

ନୂଆଦିଲ୍ଲୀ,୧୨ା୨(ପି.ଟି.): ଦିଲ୍ଲୀ ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ନେତୃତ୍ୱାଧୀନ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଜବରଦସ୍ତ ବିଜୟ ସହ ପୁଣିଥରେ ସରକାର ଗଢ଼ିବାକୁ ଯାଉଛି। ୭୦...

Advertisement
Archives

Model This Week