ଦିଲ୍ଲୀର ପ୍ରଦୂଷଣ ପାଇଁ ବାତିଲ ହେଲା ଫିଲ୍ମ ଦୋସ୍ତାନା-୨ର ଶୁଟିଂ

ନୂଆଦିଲ୍ଲୀ,୧୧।୧୧: ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ପାଇଁ ସାଧାରଣ ଜନତାଙ୍କ ସହ ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି। ଏଥିପାଇଁ ଦିଲ୍ଲୀରେ ହେବାକୁ ଥିବା ବଲିଉଡ୍‌ ଫିଲ୍ମର ଶୁଟିଂକୁ ଗୋଟିଏ ପରେ ଗୋଟିଏ ବାତିଲ କରାଯାଇ ଆଗକୁ ତାରିଖ ବଢ଼ାଇ ଦିଆଯାଇଛି। କେବଳ ସେତିକି ନୁହେଁ, କିଛି ଫିଲ୍ମର ପ୍ରଯୋଜକ ଶୁଟିଂର ସ୍ଥାନ ବଦଳାଇବାକୁ ଯୋଜନା କରୁଥିବା ଜଣାପଡ଼ିଛି। ଇତିମଧ୍ୟରେ କାର୍ତ୍ତିକ ଆର୍ୟନ ଓ ଜାହ୍ନବୀ କପୁରଙ୍କ ଫିଲ୍ମ ଦୋସ୍ତାନା-୨ର ଶୁଟିଂକୁ ଅଟକାଇ ଦିଆଯାଇଥିବା ଜଣାପଡ଼ିଛି। ଏହି ଫିଲ୍ମର ଶୁଟିଂ ଦିଲ୍ଲୀରେ ହେବାକୁ ଥିବା ବେଳେ ପ୍ରଦୂଷଣ ଯୋଗୁ ହେଉଥିବା ସମସ୍ୟା କାରଣରୁ ଏହି ଫିଲ୍ମକୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ସହରରେ ଧୂଳି ଧୂଆଁ ଅତ୍ୟଧିକ ରହିଥିବାରୁ କ୍ୟାମେରାରେ ସ୍ପଷ୍ଟ ଚିତ୍ର ଉତ୍ତୋଳନ ହୋଇପାରି ନ ଥିଲା। ପୂର୍ବରୁ ପ୍ରିୟଙ୍କା ତାଙ୍କର ଅପ୍‌ କମିଂ ଫିଲ୍ମ ‘ଦ ହ୍ବାଇଟ୍‌ ଟାଇଗର’ର ଶୁଟିଂ ପାଇଁ ଏଠାକୁ ଆସିଥିବା ବେଳେ ପ୍ରଦୂଷଣ ଯୋଗୁ ସେ ମାସ୍କ ପିନ୍ଧି ଏକ ଫଟୋ ଶେୟାର କରିଥିଲେ। ସେହିପରି ଆମିର ଖାଁ ମଧ୍ୟ ଏହି ସମସ୍ୟା ଦେଇ ଗତି କରିସାରିଛନ୍ତି। ପ୍ରଥମେ ଦିଲ୍ଲୀରେ ଫିଲ୍ମ ‘ଲାଲ ସିଂହ ଚଡ୍ଡା’ର ଶୁଟିଂ ହେବାକୁ ଥିବା ବେଳେ ପରେ ଏହାକୁ ବାତିଲ କରାଯାଇ ହିମାଚଳ ପ୍ରଦେଶରେ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ୩ ମାସ ବଢିଲା ରଣଦୀପ ଗୁଲେରିଆଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ, ୨୪।୬: ବଢିଲା ଏମ୍‌ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ କାର୍ଯ୍ୟକାଳ। ଜୁନ ୨୪ ତାରିଖରେ କାର୍ଯ୍ୟକାଳ ଶେଷ ହେବାକୁ ଥିବା ବେଳେ ଆଉ ୩ ମାସ...

ଲାଲୁଙ୍କ ପରିବାର ପରିସରରେ ଇଡିର ଚଢାଉ, ରାଗିଲେ ଖାର୍ଗେ

ନୂଆଦିଲ୍ଲୀ,୧୧ ।୩: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପରିବାରର କିଛି ପରିସରରେ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରିଛି...

ନଭେମ୍ବରରେ ହୋଇପାରେ ଗୁଜରାଟ ବିଧାନସଭା ନିର୍ବାଚନ

ଗାନ୍ଧିନଗର,୨୬ ।୯: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ମାସରେ ତାରିଖ ଘୋଷଣା ହୋଇପାରେ । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନଭେମ୍ବର ଶେଷ...

ପ୍ରମୋଶନ ସମୟରେ କନ୍ନଡ ଅଭିନେତାଙ୍କୁ ଚପଲ ମାଡ଼

ବେଙ୍ଗାଲୁରୁ,୧୯।୧୨: ଫିଲ୍ମର ପ୍ରମୋଶନ ସମୟରେ ଜଣେ କନ୍ନଡ ଅଭିନେତାଙ୍କ ସହ ଏକ ଅଭାବନୀୟ ଘଟଣା ଘଟିଛି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ...

ବିବାଦରେ ଫେଣ୍ଟି ବ୍ୟୁଟି

ନୂଆଦିଲ୍ଲୀ,୧୩ା୨: ଦିଲ୍ଲୀରେ ଆନ୍ଦୋଳନରତ କୃଷକଙ୍କ ସମର୍ଥନରେ ଟୁଇଟ୍‌ କରିଥିବା ଅନ୍ତର୍ଜାତୀୟ ପପ୍‌ ଷ୍ଟାର ରିହାନା ଫେଣ୍ଟିଙ୍କ ପିଛା ଛାଡ଼ୁନାହିଁ ବିବାଦ। ରିହାନାଙ୍କ କସ୍‌ମେଟିକ୍‌ ବ୍ରାଣ୍ଡ୍‌ ‘ଫେଣ୍ଟି...

ପୋଲିସ ଷ୍ଟେଶନରେ ଖେଳୁଛନ୍ତି ମାଛ-ସାପ

ପାଟନା, ୨୮।୭: ଲଗାତାର ବର୍ଷା ଯୋଗୁ ବିହାରରେ ବନ୍ୟା ଦେଖାଦେଇଛି। ରାସ୍ତାଘାଟ ବନ୍ୟା ଜଳରେ ବୁଡ଼ି ରହିଛି। ଏପରିସ୍ଥଳେ ଦରଭଙ୍ଗାର କୁଶେଶ୍ୱରସ୍ଥାନ ପୋଲିସ ଷ୍ଟେଶନରେ ବନ୍ୟା...

‘ପାର୍ଲାମେଣ୍ଟରେ ନାରାବାଜି କରି ନୁହେଁ, ଆଲୋଚନା ଦ୍ୱାରା ଜଣେ ହୁଅନ୍ତି ନେତା’

ନୂଆଦିଲ୍ଲୀ,୧୫।୨: ପାର୍ଲାମେଣ୍ଟରେ ହୋଇଥିବା ହଙ୍ଗାମାକୁ ନେଇ ଲୋକ ସଭା ବାଚସ୍ପତି ଓମ ବିର୍ଲା ଉଦ୍‌ବେଗ ପ୍ରକାଶ କରିଛନ୍ତି। ବୁଧବାର ଗୁଜରାଟ ବିଧାନସଭା ନିର୍ବାଚିତ ସଦସ୍ୟଙ୍କ ପାଇଁ...

ନୂଆବର୍ଷ ପାଳନ ଫିକା, ବହୁ ରାଜ୍ୟରେ କଟକଣା ଜାରି …

ନୂଆଦିଲ୍ଲୀ, ୨୭।୧୨: ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଏହା ସହିତ ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଦେଶର ୧୯ ରାଜ୍ୟରେ...

Advertisement
Archives

Model This Week