ଦିଲ୍ଲୀରୁ କେରଳ: ଦେଶର ୧୦ଟି ଅଞ୍ଚଳ ଘୋଷିତ ହୋଇପାରେ କରୋନା ସଂକ୍ରମଣ ହଟ୍‌ସ୍ପଟ୍‌ !

ନୂଆଦିଲ୍ଲୀ,୧।୪: ସାରା ପୃଥିବୀରେ କରୋନା ସଂକ୍ରମଣ ନେଇ ଭୟଙ୍କର ସ୍ଥିତି ଦେଖାଦେଇଛି। ଏପରିସ୍ଥଳେ ସାମାଜିକ ଦୂରତା, ହାତ ଧୋଇବା ଏବଂ ସାନିଟାଇଜର ବ୍ୟବହାର କରିବା ଉପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି। ଭାରତରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଦିଲ୍ଲୀରୁ ଆରମ୍ଭ କରି କେରଳ ମଧ୍ୟରେ ୧୦ଟି ଅଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ଧାରା ଜାରି ରହିଲେ ହୁଏତ ଆଗାମୀ ଦିନରେ ସରକାର ଏସବୁ ଅଞ୍ଚଳକୁ ସଂକ୍ରମଣର ହଟ୍‌ସ୍ପଟ୍‌ ଭାବେ ଘୋଷଣା କରିବାର ଆଶଙ୍କା ଦେଖାଦେଇଛି। ସେସବୁ ସ୍ଥାନ ଗୁଡ଼ିକ ହେଉଛି ନିଜାମୁଦ୍ଦିନ୍‌, ଦିଲଶାହ ଗାର୍ଡେନ୍‌, ନୋଏଡ଼ା, ମିରଟ, ଭୀଲ୍‌ଓ୍ବାଡ଼ା, ଅହମଦାବାଦ୍‌, ମୁମ୍ବାଇ, ପୁଣେ, କାସରଗୋଡ୍‌ ଏବଂ ପଥାନାମଥିଟ୍ଟା। ନିଜାମୁଦ୍ଦିନ୍‌ରେ ତବଲିଗ୍‌ ଜମାତ୍‌ ଯୋଗୁ ସଂକ୍ରମଣରେ ବୃଦ୍ଧି ଘଟିଥିବାବେଳେ ଦିଲ୍ଲୀର ଦିଲ୍‌ଶାହ ଗାର୍ଡେନରେ ଜଣେ ମହିଳାଙ୍କଠାରୁ ସଂକ୍ରମଣ ବ୍ୟାପୀଥିବା କୁହାଯାଉଛି। ଉତ୍ତରପ୍ରଦେଶ ନୋଏଡ଼ାର ଗୌତମବୁଦ୍ଧ ନଗରରେ ବର୍ତ୍ତମାନ ସୁଦ୍ଧା ୩୮ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବିଦେଶରୁ ସ୍ବଦେଶ ଫେରିଥିବା ଅଧିକ ସଂକ୍ରମିତ ରହିଛନ୍ତି। ସେହିପରି ଉତ୍ତରପ୍ରଦେଶ ମିରଟରେ ୧୯ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। କୁହାଯାଉଛି ଏଠାରେ କେତେକ ଲୋକ ନିଜାମୁଦ୍ଦିନ୍‌ ତବଲିଗ୍‌ ଜମାତ୍‌ରୁ ଫେରିବା ପରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗୁଜରାଟର ଅହମଦାବାଦରେ ଇତିମଧ୍ୟରେ ୨୩ କରୋନା ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ବିଦେଶର ସ୍ବଦେଶ ଫେରିଥିବା ୧୪ ଜଣ ଅଛନ୍ତି। ଏଠାରେ କରୋନା ସଂକ୍ରମଣ ଯୋଗୁ ୬ ଜଣଙ୍କ ମୃତ୍ୟୁ ଘଟିଛି। ରାଜସ୍ଥାନ ଭୀଲଓ୍ବାଡ଼ାରେ ବର୍ତ୍ତମାନ ସୁଦ୍ଧା ୨୬ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଅପରପକ୍ଷରେ ମହାରାଷ୍ଟ୍ରର ପୁଣେରେ ୪୩ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଠାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯୮ ଥିବାବେଳେ ମୁମ୍ବାଇରେ ଏହା ୧୦୦ରେ ପହଞ୍ଚିଛି। କେରଳର କାସରଗୋଡ୍‌ରେ ୭୮ରୁ ଅଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେହିପରି କେରଳର ପଥାନାମଥିଟ୍ଟାରେ ୨୮ରୁ ଅଧିକ କରୋନା ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇଛି। ଏଠାରେ ୭ ହଜାର ଲୋକଙ୍କ ଉପରେ ସରକାର ନଜର ରଖିଛନ୍ତି। ସେହିପରି ୭,୪୬୭ ଲୋକଙ୍କୁ ଆଇସୋଲେଶନ୍‌ରେ ରଖାଯାଇଛି। ଇତିମଧ୍ୟରେ ଏଠାରେ ୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଞ୍ଜିନିୟର ସ୍ବାମୀଙ୍କୁ ଛୁଆଙ୍କ ଆଗରେ ହତ୍ୟା କଲେ ସ୍ତ୍ରୀ

ଗୁରୁଗ୍ରାମ,୨୦।୬: ୩୯ ବର୍ଷୀୟ ଇଞ୍ଜିନିୟର ସ୍ବାମୀଙ୍କୁ ଛୁଆଙ୍କ ଆଗରେ ଛୁରି ଭୁଷି ହତ୍ୟା କରିଛନ୍ତି ସ୍ତ୍ରୀ। ଏଭଳି ଘଟଣା ଗୁରୁଗ୍ରାମର ଜ୍ୟୋତି ପାର୍କ କଲୋନିରେ ଘଟିଥିବା...

ଅଯୋଧ୍ୟା ରାୟ ପ୍ରକାଶ କରିଥିବା ବିଚାରପତିଙ୍କୁ ଧମକ, ଜେଡ୍‌ ସୁରକ୍ଷା ଯୋଗାଇ ଦିଆଗଲା

ନୂଆଦିଲ୍ଲୀ,୧୭।୧୧: ଅଯୋଧ୍ୟା ମାମଲାରେ ଐତିହାସିକ ନିଷ୍ପତ୍ତି ଶୁଣାଣି କରିଥିବା ଜଣେ ବିଚାରପତି ଅବ୍‌ଦୁଲ ନଜୀର ଏବଂ ତାଙ୍କ ପରିବାରକୁ ପପୁଲାର ଫ୍ରଣ୍ଟ୍‌ ଅଫ ଇଣ୍ଡିଆ (ପିଏଫ୍‌ଆଇ)...

ଦିଲ୍ଲୀରେ ଏକାକି ନିର୍ବାଚନ ଲଢିବ କେଜରିଓ୍ବାଲଙ୍କ ଆମ ଆଦମୀ ପାର୍ଟି

ନୂଆଦିଲ୍ଲୀ,୨୮।୬: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ଏକଜୁଟ ହେବାରେ ଲାଗିଥିବା ବିରୋଧୀ ଦଳ ଜୁନ ୨୩ରେ ବିହାରର ପାଟନାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅଧ୍ୟକ୍ଷତାରେ...

ବିନା ପାରିଶ୍ରମିକରେ ମାସ୍କ ତିଆରି

ବାରିପଦା ଅଫିସ, ୩୦ା୩- ବର୍ତ୍ତମାନ ସାରା ବିଶ୍ୱ କରୋନା ଭାଇରସ୍‌କୁ ନେଇ ଚିନ୍ତିତ। ଏହି ଭାଇରସ୍‌ ସଂକ୍ରମଣର ଚେନ୍‌କୁ ଭାଙ୍ଗିବା ପାଇଁ ଭାରତରେ ଆସନ୍ତା ୧୪...

୨ ଆତଙ୍କବାଦୀଙ୍କ ଆତ୍ମ ସମର୍ପଣ

ଶ୍ରୀନଗର, ୩୦।୧: ଜମ୍ମୁ-କଶ୍ମୀରରେ ୨ ଆତଙ୍କବାଦୀ ମିଳିତ ସୁରକ୍ଷାକର୍ମୀଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତି। ଜଣେ ଆହତ ଆତଙ୍କବାଦୀଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।...

ସ୍ତ୍ରୀଙ୍କୁ କରୋନା ହୋଇଥିବା ଶୁଣି ଜୀବନ ହାରିଲେ ସ୍ବାମୀ

ମୁଜାଫରପୁର, ୧୧।୮: ସ୍ତ୍ରୀ କରୋନା ଆକ୍ରାନ୍ତ ହୋଇଥିବା ଶୁଣିବା ପରେ ହାର୍ଟଆଟାର୍କରେ ପ୍ରାଣ ହରାଇଛନ୍ତି ସ୍ବାମୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବିହାରର ଆନନ୍ଦପୁର...

ଚର୍ଚ୍ଚ ଗଲେ ଅବା କ୍ରସ୍‌ ପିନ୍ଧଲେ ଏସ୍‌ସି ପ୍ରମାଣପତ୍ର ହେବନି ରଦ୍ଦ, ହାଇକୋର୍ଟଙ୍କ ରାୟ…

ଚେନ୍ନାଇ,୯।୧୦: ଚର୍ଚ୍ଚ ଗଲେ. କ୍ରସ୍‌ ପିନ୍ଧଲେ ଅନ୍ୟ କୌଣସି ଧାର୍ମିକ ପରମ୍ପରା ପାଳନ କଲେ ଏସ୍‌ସି ପ୍ରମାଣପତ୍ରକୁ ରଦ୍ଦ କରାଯାଇ ପାରିବ ନାହିଁ। ହାଇାକୋର୍ଟ ମୁଖ୍ୟ...

ଦୈନିକ ମୃତ୍ୟୁ ସଂଖ୍ୟା ପୁଣି ଟପିଲା ୫ ଶହ…

ନୂଆଦିଲ୍ଲୀ,୨୭।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ବୃଦ୍ଧି...

Advertisement
Archives

Model This Week