ଦିନେ ବିମାନ ଟିକେଟ ପାଇଁ ନେଇଥିଲେ ଉଧାର: ଏବେ ଗୁଗଲ, ଆଲ୍ଫାବେଟ୍‌ର ସିଇଓ

ଓ୍ବାଶିଂଟନ,୪।୧୨: ବିଶ୍ୱର ସବୁଠାରୁ ବଡ ସର୍ଚ୍ଚ ଇଞ୍ଜିନ ଭାବରେ ଜଣାଶୁଣା ‘ଗୁଗଲ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସୁନ୍ଦର ପିଚାଇଙ୍କୁ ଆଉ ଏକ ଦାୟିତ୍ୱ ମିଳିଛି। ତାଙ୍କୁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ଆଲ୍ଫାବେଟ୍‌ର ସିଇଓ ନିଯୁକ୍ତ କରାଯାଇଛି। ସର୍ଗେ ବ୍ରିନ୍‌ଙ୍କଠାରୁ ସେ ଏହି ଦାୟିତ୍ୱ ନେଇଛନ୍ତି। ତାମିଲନାଡୁର ମଦୁରାଇଠାରେ ୧୯୭୨ ଜୁଲାଇ ୧୨ରେ ଜନ୍ମ ହୋଇଥିଲେ ସୁନ୍ଦର ପିଚାଇ। ତାଙ୍କର ସ୍କୁଲ ଓ କଲେଜ ଶିକ୍ଷା ଚେନ୍ନାଇରେ ହୋଇଥିଲା। ସେଠାରେ ଦୁଇ ବଖରା ଘରେ ତାଙ୍କୁ ରହିବାକୁ ପଡୁଥିଲା। ଏପରି କି ସେଠାରେ ଟିଭ କିମ୍ବା ଟେଲିଫୋନ ମଧ୍ୟ ନ ଥିଲା। କଠିନ ପରିଶ୍ରମ କରି ସେ ଖଡଗପୁର ଆଇଆଇଟିରେ ବିଟେକ ପଢ଼ିବାର ସୁଯୋଗ ପାଇଥିଲେ। ତାଙ୍କୁ ଷ୍ଟେନଫୋର୍ଡ ବିଶ୍ୱବିଦ୍ୟାଳୟରେ ପଢିବା ପାଇଁ ସ୍କଲାରଶିପ୍‌ ମିଳିଥିଲା। ସେ ସମୟରେ ତାଙ୍କ ଘରର ଆର୍ଥିକ ପରିସ୍ଥିତି ସ୍ବଚ୍ଛଳ ନ ଥିଲା। ଏପରି କି ବିଦେଶରେ ପଢିବା ପାଇଁ ବିମାନ ଟିକେଟ କରିବାକୁ ମଧ୍ୟ ଟଙ୍କା ନ ଥିଲା। ସେ ଉଧାର କରି ପଢିବାକୁ ଯାଇଥିଲେ। ୨୦୦୪, ଏପ୍ରିଲ ୧ରେ ପ୍ରଥମଥର ଗୁଗଲ ପାଇଁ ଇଣ୍ଟରଭ୍ୟୁ ଦେଇଥିଲେ ସୁନ୍ଦର ପିଚାଇ। ପ୍ରଥମ ୩ଟି ଇଣ୍ଟରଭ୍ୟୁରେ ଫେଲ୍‌ ହୋଇଥିଲେ ମଧ୍ୟ ଚତୁର୍ଥ ଇଣ୍ଟରଭ୍ୟୁ ପାସ୍‌ କରି ଗୁଗଲରେ ସେ ଚାକିରି ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାନ୍ତାଙ୍କଠାରୁ ଉପହାର ଗ୍ରହଣ କରିବା ପଡିଲା ମହଙ୍ଗା ୧୫୭ ଜଣ କରୋନାରେ ପୀଡ଼ିତ!

ବ୍ରସେଲସ,୨୭ ।୧୨: ଖ୍ରୀଷ୍ଟମାସରେ ସାନ୍ତା କ୍ଲଜଙ୍କଠାରୁ ଉପହାର ଗ୍ରହଣ କରିବାର ପରମ୍ପରା ରହିଛି । ହେଲେ ଚଳିତ ବର୍ଷ ଜଣେ କରୋନା ସଂକ୍ରମିତ ସାନ୍ତାଙ୍କଠାରୁ ଉପହାର...

ଭାରତୀୟ ଶାନ୍ତିଦୂତଙ୍କୁ ଜାତିସଂଘର ମରଣୋତ୍ତର ସମ୍ମାନ

ୟୁଏନ୍‌: ଲେବାନନ୍‌ରେ ଜାତିସଂଘର ମିଶନରେ କର୍ତ୍ତବ୍ୟରତ ସର୍ଜେଣ୍ଟ ରମେଶ ସିଂହଙ୍କୁ ଶ୍ରେଷ୍ଠ ବଳିଦାନ ଲାଗି ଜାତିସଂଘ ପକ୍ଷରୁ ମରଣୋତ୍ତର ସମ୍ମାନ ପ୍ରଦାନ କରାଯାଇଛି। ତାଙ୍କ ସମର୍ପଣ...

ଏପରି ଅଫିସ୍‌ ଯେଉଁଠି କର୍ମଚାରୀଙ୍କୁ ଶୌଚାଳୟ ଯିବା ମନା…

ଆମେରିକାରେ ଅନେକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଶୌଚାଳୟ ଯିବାକୁ ବାରଣ କରାଯାଇଥାଏ । ବାରମ୍ବାର ଶୌଚାଳୟ ଯିବାଦ୍ୱାରା କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବାରୁ...

କୋଭିଡ୍‌ ତରକାରିକୁ ମାସ୍କ ନାନ୍‌

ଯୋଧପୁର: ରାଜସ୍ଥାନର ଯୋଧପୁରରେ ଏବେ ଏକ ରେଷ୍ଟୁରାଣ୍ଟରେ ମିଳୁଛି କୋଭିଡ୍‌ ତରକାରି ଆଉ ନାନ୍‌ ମାସ୍କ। ରେଷ୍ଟୁରାଣ୍ଟର ମେନୁରେ ଏବେ ଏମିତି ସବୁ ଡିସ୍‌କୁ ନେଇ...

ଜାଣନ୍ତି ୧୩ ସଂଖ୍ୟାକୁ କାହିଁକି ଡରିଥା’ନ୍ତି ଲୋକେ, ବାଜପେୟୀ ବି ଏଥିରୁ ବାଦ୍‌ ପଡ଼ି ନ ଥିଲେ

୧୩ ସଂଖ୍ୟାକୁ ସମଗ୍ର ବିଶ୍ୱର ଅଧିକାଂଶ ଲୋକେ ଡରିଥା’ନ୍ତି ବା ଅଶୁଭ ବୋଲି ମନେ କରିଥା’ନ୍ତି। କିନ୍ତୁ ଜାଣନ୍ତି କାହିଁକି ଏହି ସଂଖ୍ୟାକୁ ଡରିଥାନ୍ତି ।...

ସାହିତ୍ୟ ପାଇଁ ଘୋଷଣା ହେଲା ନୋବେଲ ପୁରସ୍କାର ବିଜେତାଙ୍କ ନାମ

ଷ୍ଟକହୋମ,୧୦।୧୦: ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୋବେଲ ବିଜେତାଙ୍କ ନାମ ଘୋଷଣା କରାଯାଇଛି। ୨୦୧୮ ପାଇଁ ପୋଲାଣ୍ଡର ଲେଖକ ଓଲାଗ ତୋକାର୍କଜୁକଙ୍କୁ ମିଳିଥିବା ବେଳେ...

ଆଧୁନିକ ଯୁଗର ବାହୁବଳୀ

ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ। ଭିଡିଓରେ ୪ଜଣ ବ୍ୟକ୍ତି...

କ୍ୟାନସର୍‌ ପୀଡ଼ିତ ସ୍ତ୍ରୀଙ୍କ ସହ ଫଟୋଶୁଟ୍‌ କରି ଚର୍ଚ୍ଚାରେ ସ୍ବାମୀ

କୁହାଯାଏ, ବିବାହ ବନ୍ଧନ ସାତ ଜନ୍ମ ପାଇଁ ହୋଇଥାଏ। କିନ୍ତୁ ଆଜିକାଲି ଗୋଟିଏ ଜନ୍ମ ସୁଖଶାନ୍ତିରେ କାଟିବା ଦମ୍ପତ୍ତିଙ୍କ ପାଇଁ କଷ୍ଟକର ହୋଇପଡିଛି। ମାତ୍ର ଲଣ୍ଡନର...

Advertisement


Archives

Model This Week

Why Dharitri