Posted inଖେଳ

ଦିନଥିଲା ଗୁପ୍‌ଚୁପ ବିକୁଥିଲେ, ଆଜି ଭାରତକୁ ବିଶ୍ୱକପ୍‌ ଫାଇନାଲରେ ପହଞ୍ଚାଇଲେ ଏହି ଖେଳାଳି

ପୋଚେଫଷ୍ଟ୍ରୁମ,୫।୧: ପୁଣି ବିଶ୍ୱକପରେ ପାକିସ୍ତାନକୁ ଧରାଶାୟୀ କରିଛି ଭାରତ। ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ପରେ ଦୁଇ ଓପନର ଯଶସ୍ବୀ ଜଶୱାଲଙ୍କ ଶତକ ଓ ଦିବ୍ୟାଂଶ ସାକ୍ସେନାଙ୍କ ଅର୍ଦ୍ଧଶତକ ବଳରେ ଭାରତ ୧୦ ଉଇକେଟରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ଅଣ୍ଡର୍‌-୧୯ ବିଶ୍ୱକପର ଫାଇନାଲ ପ୍ରବେଶ କରିଛି। ଜବରଦସ୍ତ ଫର୍ମରେ ଥିବା ୧୮ ବର୍ଷୀୟ ଯଶସ୍ବୀ ନିଜର ପ୍ରଥମ ବିଶ୍ୱକପ୍‌ ଶତକ ମାରିଛନ୍ତି। ସେ ୧୧୩ ବଲରେ ୮ ଚୌକା ଓ ୪ ଛକା ସହ ୧୦୫ ରନ୍‌ କରିଛନ୍ତି। ଭାରତ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଯଶସ୍ବୀଙ୍କ କାହାଣୀ ବେଶ୍‌ ସଂଘର୍ଷପୂର୍ଣ୍ଣ ଥିଲା। ଖୁବ କମ ବୟସରୁ କ୍ରିକେଟ ଖେଳିବାର ସ୍ବପ୍ନ ନେଇ ଘର ଛାଡି ଉତ୍ତର ପ୍ରଦେଶରୁ ମୁମ୍ବାଇ ଚାଲିଆସିଥିଲେ। ଏଠାରେ ଦାଦାଙ୍କ ଭଡା ଘରେ ରହି କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ମାସକୁ ମାସ ତାଙ୍କ ବାପା କିଛି ଟଙ୍କା ପଠାନ୍ତି। କିନ୍ତୁ ସେଥିରେ ଟ୍ରେନିଂ ନେବା ସମ୍ଭବ ନ ଥିଲା। ଆଜାଦ ମୈଦାନରେ ରାମଲୀଳା ଚାଲିଥିବାବେଳେ ସେଠାରେ ଗୁପଚୁପ ବିକ୍ରି କରୁଥିଲେ ଯଶସ୍ବୀ। ଏଥିରେ ଯାହା କିଛି ଲାଭ ମିଳୁଥିଲା ସେଥିରେ କ୍ରିକେଟ ଟ୍ରେନିଂ ନେବା ଆରମ୍ଭ କଲେ। ସେଠାରେ କୋଚ ଜ୍ୱାଲା ସିଂଙ୍କ ସହ ଭେଟ ହୋଇଥିଲା। ଏହାପରେ ତାଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳିଯାଇଥିଲା। କ୍ରିକେଟରେ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢିଚାଲିଲେ। ଯଶସ୍ବୀଙ୍କର ଭାରତୀୟ ଅଣ୍ଡର-୧୯ ଦଳ ପାଇଁ ଚୟନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ବାହାରେ ବୁଲିବା ପଡ଼ିଲା ମହଙ୍ଗା

ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…

ହାର୍ଦ୍ଦିକଙ୍କ ପରେ ଜାଡେଜା ହାସଲ କଲେ ଏହି ମାଇଲଖୁଣ୍ଟ

ଗୁଆହାଟୀ,୧୧ା୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

କେଶରୀପଙ୍କାଳ ନାଳ ନିକଟରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ପରିଚୟ ଖୋଜୁଛି ମୋହନା ପୋଲିସ

ମୋହନା୧୧।୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲୁହାଗୁଡ଼ି ଗ୍ରାମ ନିକଟସ୍ଥ କେଶରୀପଙ୍କାଳ ନାଳ ନିକଟରୁ ଅଜଣା ମୃତଦେହ ଉଦ୍ଧାର କରିଛି ପୋଲିସ। ଗ୍ରାମର କିଛି…

ପ୍ରେମିକା ଗର୍ଭବତୀ ହେବା ପରେ ବିବାହ ପୂର୍ବରୁ ଛୁଆ ମନା କହି କଲେ ଗର୍ଭପାତ, ଏବେ  ବଳାତ୍କାର ଅଭିଯୋଗରେ ବନ୍ଧାହେଲେ…

ରିଆମାଳ,୧୧।୪(ବଦ୍ରିନାରାୟଣ ଅଗ୍ରୱାଲା): ଯୁବତୀକୁ ବଳାତ୍କାର ମାମଲାରେ ଜଣେ ଯୁବକଙ୍କୁ ଶନିବାର ଗିରଫ କରିଛି ରିଆମାଳ ପୋଲିସ। ସେ ହେଲେ ଭେଙ୍କଟେଶ ସୁନାନୀ(୨୮)। ସୂଚନାନୁଯାୟୀ, ରିଆମାଳ ଥାନା ଅଞ୍ଚଳର…

ହାଇଦ୍ରାବାଦ୍‌କୁ ହରାଇ ପଞ୍ଜାବର ତୃତୀୟ ବିଜୟ

ଚଣ୍ଡିଗଡ଼,୧୧ା୪: ଅଧିନାୟକ ଶ୍ରେୟସ ଆୟାରଙ୍କ ଅପରାଜିତ ୬୯ ରନର ଇନିଂସ ବଳରେ ପଞ୍ଜାବ କିଙ୍ଗ୍ସ ଏକ ହାଇସ୍କୋରିଂ ଆଇପିଏଲ୍‌ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ପଞ୍ଜାବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri