Posted inଜାତୀୟ

ଦିନକ ପୂର୍ବରୁ ବନ୍ଦ ହେଲା ଚାଇନାରୁ ଆସିଥିବା ବରଙ୍କ ବିବାହ

ଥିରୁଭାନନ୍ଥମପୁରମ୍‌,୫।୨: ସାରା ବିଶ୍ୱରେ କରୋନାଭାଇରସ୍‌ ଆତଙ୍କ ଖେଳାଇଥିବା ବେଳେ ଚାଇନାରେ ଏହାର ମୃତ୍ୟୁ ସଂଖ୍ୟା ୪୯୦କୁ ଛୁଇଁଛି। ଆଉ ୨୪ହଜାରରୁ ଊର୍ଦ୍ଧ୍ୱ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏଭଳି ସ୍ଥିତିରେ ଚାଇନାକୁ ଯିବା ଓ ଆସିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଇତିମଧ୍ୟରେ ୨ସପ୍ତାହ ପୂର୍ବରୁ ବିବାହ ପାଇଁ ଚାଇନାରୁ ଭାରତକୁ ଆସିଥିବା ଜଣେ ଯୁବକଙ୍କ ବିବାହ ଦିନକ ପୂର୍ବରୁ ବନ୍ଦ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, କେରଳ କଦାନଗଡେ ପଞ୍ଚାୟତରେ ରହୁଥିବା ଜଣେ ଯୁବକ ଚାଇନାର ଉହାନରେ ଜଣେ ଆକାଉଟାଣ୍ଟ ଭାବେ କାର୍ଯ୍ୟରତ ଅଛନ୍ତି। ଜାନୁୟାରୀ ୧୯ରେ ସେ ବିବାହ ପାଇଁ ଭାରତକୁ ଫେରିଥିଲେ। ଫେବୃୟାରୀ ୪ରେ ତାଙ୍କର ବିବାହ ଅନୁଷ୍ଠିତ ହେବାର ଥିଲା। ହେଲେ ଦିନକ ପୂର୍ବରୁ ଅର୍ଥାତ୍‌ ଫେବୃୟାରୀ ୩ରେ ସ୍ବାସ୍ଥ୍ୟ ଅଧିକାରୀ ତାଙ୍କ ଘରେ ପହଞ୍ଚି ବିବାହକୁ ସ୍ଥଗିତ ରଖିଥିଲେ। ଏଥିସହ ୨୮ ଦିନ ପର୍ଯ୍ୟନ୍ତ ତାଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଥିଲେ। ସୂଚନା ମୁତାବକ ଯୁବକଙ୍କ ବିବାହ ନେଇ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଦିନକ ପୂର୍ବରୁ ଖବର ମିଳିଥିଲା। ଏହାପରେ ସେ ତୁରନ୍ତ ଏନେଇ ଜିଲା ଚିକିତ୍ସା ଅଧିକାରୀଙ୍କୁ ଅବଗତ କରାଇଥିଲେ। ତେବେ ସମସ୍ତ ଅଧିକାରୀଙ୍କ ହସ୍ତକ୍ଷେପ ପରେ ଏହି ବିବାହ ବନ୍ଦ କରାଯାଇଥିଲା। କାରଣ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସ୍ବାସ୍ଥ୍ୟ ସମ୍ପର୍କୀତ ବିଧି ବ୍ୟବସ୍ଥାକୁ ନଜରରେ ରଖି ଯୁବକ ଜଣକ ବିବାହ କରିପାରିବେ ନାହିଁ ବୋଲି ଉକ୍ତ ଅଧିକାରୀ କହିଥିଲେ। ସରକାରଙ୍କ ଏହି ନୟମ ଅନୁସାରେ ଚାଇନାରୁ ଫେରିଥିବା ପ୍ରତ୍ୟେକ ବ୍ୟକ୍ତି ନିଜର ସମସ୍ତ ସୂଚନା ସ୍ବାସ୍ଥା୍ୟ ଅଧିକାରୀଙ୍କୁ ଦେବା ସହ ୨୮ ଦିନ ପର୍ଯ୍ୟନ୍ତ ଘରେ ରହିବାକୁ ବାଧ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri