Posted inଜାତୀୟ

ଦିନକ ପରେ ନିର୍ଭୟା ଦୋଷୀଙ୍କୁ ଫାଶୀ

ନୂଆଦିଲ୍ଲୀ/ଔରଙ୍ଗାବାଦ,୧୯ା୩: ଦିନକ ପରେ ଅର୍ଥାତ୍‌ ଶୁକ୍ରବାର ସକାଳ ୫ଟା ୩୦ରେ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଫାଶୀଖୁଣ୍ଟରେ ଝୁଲାଯିବ। ଏଥିପାଇଁ ତିହାର ଜେଲ ଅଫିସରମାନଙ୍କର ଏକ ଟିମ୍‌ ମଙ୍ଗଳବାର ମିରଟ ଯାଇ ଘାତକ ପବନ ଜହ୍ଲାଦଙ୍କୁ ଭେଟିଥିଲେ। ତାଙ୍କୁ ଦିଲ୍ଲୀ ପୋଲିସର ଏକ ଟିମ୍‌ କଡ଼ା ସୁରକ୍ଷା ମଧ୍ୟରେ ତିହାର ଆଣିଛି। ତାଙ୍କୁ ୩ ନମ୍ବର ଜେଲରେ ଥିବା ସ୍ବତନ୍ତ୍ର ବାରାକ୍‌ରେ ରଖାଯାଇଛି। ପ୍ରତି ଦୋଷୀଙ୍କୁ ଫାଶୀ ଦେବା ଲାଗି ଘାତକଙ୍କୁ ୨୦ ହଜାର ଟଙ୍କା ଲେଖାଏ ମିଳିବ ବୋଲି ଜେଲ ସୂତ୍ରରୁ ଜଣାପଡିଛି।
ଅନ୍ୟପକ୍ଷରେ ଦୋଷୀ ଅକ୍ଷୟ ସିଂଙ୍କ ଦ୍ୱିତୀୟ କ୍ଷମା ଆବେଦନର ବିଚାର ହୋଇ ନ ଥିବାରୁ ମୃତ୍ୟୁଦଣ୍ଡ ବାତିଲ କରିବା ପାଇଁ ଆବେଦନ ହୋଇଛି। ଏହା ଉପରେ ଅତିରିକ୍ତ ଦୌରା ଜଜ୍‌ ଧର୍ମେନ୍ଦ୍ର ରାଣା ତିହାର ଜେଲ କର୍ତ୍ତୃପକ୍ଷ ଓ ପୋଲିସକୁ ନୋଟିସ ଜାରି କରିଛନ୍ତି। ଗୁରୁବାର ଏହା ଉପରେ ଶୁଣାଣି ହେବ। ମଙ୍ଗଳବାର ଅନ୍ୟତମ ଦୋଷୀ ପବନ ଗୁପ୍ତା ମଧ୍ୟ ସୁପ୍ରିମକୋର୍ଟରେ କ୍ୟୁରେଟିଭ୍‌ ପିଟିଶନ ଦାଏର କରିଛନ୍ତି। ୨୦୧୨ ଡିସେମ୍ବର ୧୬ ତାରିଖ ରାତିରେ ୨୩ ବର୍ଷୀୟା ପାରାମେଡିକାଲ ଛାତ୍ରୀ ନିର୍ଭୟାଙ୍କୁ ଗଣବଳାତ୍କାର କରାଯାଇଥିଲା। ସେଦିନ ଦିଲ୍ଲୀରେ ଅନୁପସ୍ଥିତ ଥିଲେ ବୋଲି ମୁକେଶ ସିଂ କରିଥିବା ଦାବି ଉପରେ ଦିଲ୍ଲୀ ହାଇକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି।
ସେପଟେ ଅପରାଧୀ ଅକ୍ଷୟ ସିଂଙ୍କ ସ୍ତ୍ରୀ ପୁନୀତା ଦେବୀ ଛାଡ଼ପତ୍ର ପାଇଁ କୋର୍ଟରେ ଆବେଦନ କରିଛନ୍ତି। ସେ ଜଣେ ବଳାତ୍କାରୀଙ୍କ ବିଧବା ପରିଚୟରେ ବଞ୍ଚତ୍ବାକୁ ଚାହାନ୍ତି ନାହିଁ ବୋଲି ପିଟିଶନରେ ଦର୍ଶାଇଛନ୍ତି। ବିହାରର ଏକ ଫାମିଲି କୋର୍ଟରେ ଗୁରୁବାର ପିଟିଶନର ଶୁଣାଣି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଆଲର୍ଟ ଜାରି କଲା IMD, ଏସବୁ ଜିଲାରେ ପ୍ରବଳ ବର୍ଷା!

ନୂଆଦିଲ୍ଲୀ,୧୪।୪: ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ଏମ. ମହାପାତ୍ର କହିଛନ୍ତି ଯେ ଚଳିତ ବର୍ଷ ମୋଟ ବର୍ଷା ସାଧାରଣ ହାରାହାରି ପ୍ରାୟ ୯୨ ପ୍ରତିଶତ ହେବ…

ବିହାରରେ ‘ସମ୍ରାଟ’ ଯୁଗ ଆରମ୍ଭ: ବୁଧବାର ଶପଥ ଗ୍ରହଣ

ପାଟନା,୧୪।୪: ନୀତୀଶ କୁମାର ମଙ୍ଗଳବାର ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କର ଶେଷ କ୍ୟାବିନେଟ ବୈଠକ କରି ରାଜ୍ୟପାଳଙ୍କ ସହ ସାକ୍ଷାତ କରି ଇସ୍ତଫା ପତ୍ର…

ସଞ୍ଜୁ ସାମସନଙ୍କୁ ICCର ସ୍ବତନ୍ତ୍ର ସମ୍ମାନ, ଜସପ୍ରିତ ବୁମରାହଙ୍କୁ ପଛରେ ପକାଇ ହାସଲ କଲେ ବଡ଼ ଉପଲବ୍ଧି

ନୂଆଦିଲ୍ଲୀ,୧୪।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ମାର୍ଚ୍ଚ ମାସ ପାଇଁ ସଞ୍ଜୁ ସାମସନଙ୍କୁ ପ୍ଲେୟର ଅଫ ଦ ମନ୍ଥ ଆଓ୍ବାର୍ଡରେ ସମ୍ମାନିତ କରିଛି। ୨୦୨୬ ଟି୨୦ ବିଶ୍ୱକପରେ ତାଙ୍କର…

ନିଆଁରେ ଚାଲିଲେ ମାନସିକଧାରୀ, ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ଼

ରିଷିଡା୧୪।୪(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡାସ୍ଥିତ ମା’ ତାରିଣୀ ଅଷ୍ଟ ଚଣ୍ଡୀ ଶୈବ ଶକ୍ତି ପୀଠରେ ଝାମୁଯାତ୍ରା ସୋମବାର ଅନୁଷ୍ଠିତ ହୋଇଯାଇଛି। ମା’ ତାରିଣୀ…

ନିର୍ୱାଚନ ପରେ ଏତେ ମହଙ୍ଗା ହେବ ପେଟ୍ରୋଲ ଦର! ଚମକାଇଲା ରିପୋର୍ଟ

ନୂଆଦିଲ୍ଲୀ,୧୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଭାରତୀୟ ତୈଳ କମ୍ପାନୀଗୁଡ଼ିକୁ ପ୍ରଭାବିତ କରିବା ଆରମ୍ଭ କରିଛି। ସରକାରୀ ତୈଳ କମ୍ପାନୀଗୁଡ଼ିକ ପାଇଁ, ପେଟ୍ରୋଲ ଏବଂ…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆସିଲା ନୀତୀଶଙ୍କ ପ୍ରତିକ୍ରିୟା, ଭାବପ୍ରବଣ ହୋଇ ଲେଖିଲେ ଏମିତି…

ପାଟନା,୧୪।୪: ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ଲୋକଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ତେବେ ନୀତୀଶଙ୍କ ଇସ୍ତଫା ପରେ ପାଟନାରୁ ଦିଲ୍ଲୀର…

ଯୁଦ୍ଧ ଉତ୍ତେଜନା ଭିତରେ ଭାରତ-ଚାଇନା ମୁହାଁମୁହିଁ, ସୀମାରେ ହଲଚଲ!

ନୂଆଦିଲ୍ଲୀ,୧୪।୪: ଅରୁଣାଚଳ ପ୍ରଦେଶର ସ୍ଥାନଗୁଡ଼ିକୁ କାଳ୍ପନିକ ନାମ ଦେବା ବିରୋଧରେ ଭାରତର ପ୍ରତିବାଦ ପରେ, ଚାଇନା ମଙ୍ଗଳବାର (୧୪ ଏପ୍ରିଲ, ୨୦୨୬) ଆଉ ଏକ ଆପତ୍ତିଜନକ ବିବୃତ୍ତି…

ବିହାରରେ ‘ନୀତୀଶ ଯୁଗ’ ଶେଷ: ମୁଖ୍ୟମନ୍ତ୍ରୀ ପଦରୁ ଦେଲେ ଇସ୍ତଫା , କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ?

ପାଟନା,୧୪।୪: ଆଜି ବିହାର ରାଜନୀତିରେ ଏକ ଐତିହାସିକ ଯୁଗର ଅନ୍ତ ହୋଇଛି। ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri