ଦିନକ ପରେ ଧରାବତରଣ କରିବେ ମା’ ଲକ୍ଷ୍ମୀ: ଆଇନଶୃଙ୍ଖଳା ଜଗିବେ ୧୫ ପ୍ଲାଟୁନ ଫୋର୍ସ

ଅନୁଗୋଳ ଅଫିସ, ୧୨।୧୦ – ଦିନକ ପରେ ଅନୁଗୋଳରେ ଆରମ୍ଭ ହେବ ମା’ ଲକ୍ଷ୍ମୀଙ୍କ ପୂଜା। ଏ ନେଇ ସହର ଚଳଚଞ୍ଚଳ ହୋଇଉଠିଥିବା ବେଳେ ଆଇନଶୃଙ୍ଖଳା ରକ୍ଷା ପାଇଁ ଏଥର ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସହରରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ସମୟ ନିର୍ଦ୍ଧାରଣ କରାଯାଇଥିବା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୧୫ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ ବୋଲି ସୂଚନା ମିଳିଛି।
ଅନୁଗୋଳ ଲକ୍ଷ୍ମୀପୂଜା ପାଇଁ କେତେକ ସ୍ଥାନରେ ତୋରଣ ପ୍ରସ୍ତୁତ ସରିଥିବାବେଳେ ମଣ୍ଡପ ସଜ୍ଜା ଜାରି ରହିଛି। କେତୋଟି ମଣ୍ଡପରେ ସିସିଟିଭି କ୍ୟାମେରାର ବ୍ୟବସ୍ଥା କରାଯାଇଛି। ପ୍ଲାଷ୍ଟିକ ଫ୍ରି ବ୍ୟାନର ମଧ୍ୟ ଲଗାଯିବ ବୋଲି ସେଣ୍ଟ୍ରାଲ ପୂଜା କମିଟି ପକ୍ଷରୁ କୁହାଯାଇଛି। ଚଳିତ ଥର ଆଧ୍ୟାତ୍ମିକ ବିଷୟ ବସ୍ତୁକୁ ନେଇ ମଣ୍ଡପଗୁଡ଼ିକ ସାଜସଜ୍ଜା କରାଯିବାକୁ ଥିବାବେଳେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ମଧ୍ୟ କରାଯାଇଛି। ଅନ୍ୟପକ୍ଷରେ ପୂଜାକୁ ଶାନ୍ତି ଶୃଙ୍ଖଳାରେ ଶେଷ କରିବାକୁ ଅନୁଗୋଳ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ପଦକ୍ଷେପ ନିଆଯାଇଛି। ମୋଟ୍‌ ୬ ଜଣ ଡିଏସ୍‌ପିଙ୍କୁ ନିୟୋଜିତ କରାଯାଇଥିବାବେଳେ ୧୦ ଜଣ ଇନ୍ସପେକ୍ଟର, ୮୫ ଏସ୍‌ଆଇ ଓ ଏଏସ୍‌ଆଇ, ୨୦ ହାବିଲଦାର, ୯୦ କନଷ୍ଟେବଳ, ୧୫ ଟ୍ରାଫିକ କନଷ୍ଟେବଳ, ୧୮୦ ହୋମଗାର୍ଡ, ୪୫ ସେକ୍ସନ ଫୋର୍ସ ଓ ୪୩ ଏପିଆରଙ୍କୁ ନିୟୋଜିତ କରାଯିବ ବୋଲି ଏସ୍‌ପି ଜଗମୋହନ ମୀନା ସୂଚନା ଦେଇଛନ୍ତି। ବାହାରୁ ୧୨ ପ୍ଲାଟୁନ ଫୋର୍ସ ଆସୁଥିବାବେଳେ ଜିଲା ପୋଲିସକୁ ମିଶାଇ ମୋଟ୍‌ ୧୫ ପ୍ଲାଟୁନ୍‌ ମୁତୟନ କରାଯିବ। ଟ୍ରାଫିକ କଟକଣା ଅପରାହ୍ନ ୨ଟାରୁ ଆରମ୍ଭ ହୋଇ ରାତି ୧୨ଟା ପର୍ଯ୍ୟନ୍ତ ରହିବ ବୋଲି ସେ ସୂଚନା ଦେଇଛନ୍ତି। ଗାଡ଼ିଗୁଡ଼ିକ ଅଗ୍ନିଶମ ବିଭାଗ ଛକ ଦେଇ ଡିଆଇସି ଛକ ଓ ଗାନ୍ଧୀମାର୍ଗ ଦେଇ ହୁଲୁରିସିଂହାରେ ବାହାରିବ। ଏଥିସହ ସାଦା ପୋଷକଧାରୀ ପୋଲିସ ମଧ୍ୟ ପୂଜା ସମୟରେ ବିଭିନ୍ନ ସ୍ଥାନରେ ମୁତୟନ ରହିବେ। ସେହିପରି ସହରରେ ଲାଗିଥିବା ସିସିଟିଭିରେ ଲୋକଙ୍କ ଗତିବିଧି ଉପରେ କଣ୍ଟ୍ରୋଲ ରୁମ୍‌ରେ ନଜର ରଖାଯିବ ବୋଲି ଏସ୍‌ପି ମୀନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଣ୍ଟାରେ ଅଟକିଛି ଭଙ୍ଗା ଛୁଞ୍ଚତ୍ ଘଟଣା:ଚିକିତ୍ସା ନ ପାଇ କଟକରୁ ଫେରିଲେ ଶିଶୁ କନ୍ୟା

ଅନୁଗୋଳ ଅଫିସ, ୧୯।୧୦ ଅନୁଗୋଳ ଜିଲା ତାଳଚେର କଣ୍ଢାଳ ପଞ୍ଚାୟତ ବାଲୁଗଁାର ଜଣେ ୫ ବର୍ଷୀୟା ଶିଶୁ କନ୍ୟା ଅଣ୍ଟାରେ ଇଞ୍ଜେକଶନ ଛୁଞ୍ଚତ୍ ଧରି ଶୁକ୍ରବାର...

୨ କୋଟିରୁ ଊର୍ଦ୍ଧ୍ୱ ଭତ୍ତା ଟଙ୍କାର ହିସାବ ମିଳିନି

ଆଠମଲ୍ଲିକ, ୧୬ା୭(ଡି.ଏନ.ଏ.) ବୃଦ୍ଧା, ବୃଦ୍ଧ, ବିଧବା ଓ ଦିବ୍ୟାଙ୍ଗଙ୍କ ପାଇଁ ସରକାର ଯୋଗାଇ ଦେଉଥିବା ୨କୋଟିରୁ ଊର୍ଦ୍ଧ୍ୱ ଭତ୍ତା ଟଙ୍କାର ହିସାବ ମିଳୁନି। ୨୦୧୧ରୁ ୨୦୧୯...

ହତ୍ୟାକାରୀ ମା’ଙ୍କୁ ଆଜୀବନ ଜେଲ୍‌

ଆଠମଲ୍ଲିକ,୪।୩(ଡି.ଏନ.ଏ.)-୨୦୧୬ରେ ୩ ଶିଶୁପୁତ୍ରଙ୍କୁ କୂଅରେ ଫିଙ୍ଗି କରାଯାଇଥିବା ଏକ ହତ୍ୟା ମାମଲାର ବିଚାର କରି ମଙ୍ଗଳବାର ଅନୁଗୋଳ ଜିଲା ଆଠମଲ୍ଲିକ ଆଡିଶନାଲ୍‌ ସେସନ୍‌ ଜଜ୍‌ ଏସ୍‌.ଆର୍‌....

କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା

ଅନୁଗୋଳ ଅଫିସ,୨୫।୭: ଅନୁଗୋଳ ଜିଲା ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ଅଞ୍ଚଳର ଜଣେ ୨୧ ବର୍ଷୀୟା କଲେଜ ଛାତ୍ରୀଙ୍କୁ ଶନିବାର ବଳାତ୍କାର ପରେ ଅତି ବୀଭତ୍ସ...

ଆଗେଇପାରୁନି ଆବାସ ଯୋଜନା

ଅନୁଗୋଳ ଅଫିସ, ୨୫।୭ – ଅନୁଗୋଳ ପୌରାଞ୍ଚଳରେ ଆଗେଇ ପାରୁନି ଆବାସ ଯୋଜନା। ପୂର୍ବ ବର୍ଷ ଗୁଡ଼ିକରେ ବଣ୍ଟନ ହୋଇଥିତ୍ବା ଗୃହ ମଧ୍ୟରୁ ଅଳ୍ପ କେତୋଟିକୁ...

ଟ୍ରକ ଧକ୍କାରେ ଡାକ୍ତରଖାନା ପାଚେରି ଭାଙ୍ଗିଲା

ତାଳଚେର, ୮ା୪(ନି.ପ୍ର.)-  କଣିହାଁସ୍ଥିତ ଏକ କମ୍ପାନୀରେ କୋଇଲା ଅନଲେୋଡ କରି ତାଳଚେର ଅଭିମୁଖେ ଯାଉଥିବା  ଏକ ଟ୍ରକ୍ ମଙ୍ଗଳବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ କଣିହାଁ...

କଙ୍କାଳ ବେଶରେ କରୋନା ସଚେତନତା

ପାଲଲହଡ଼ା, ୧୫ା୪(ଡି.ଏନ.ଏ.)- ମହାମାରୀ କରୋନା ସଂକ୍ରମଣରୁ ବଞ୍ଚିବା ପାଇଁ ଲୋକଙ୍କୁ ସଚେତନ କରିବାକୁ ଅଭିନବ ଉପାୟ ବାଛିଛନ୍ତି ଅନୁଗୋଳ ଜିଲା ପାଲଲହଡ଼ା ଅଞ୍ଚଳର ସ୍ବେଚ୍ଛାସେବୀ ଦିଲୀପ...

ଅଧରାତିରେ ଅଟକୁଛି ଆମ୍ବୁଲାନ୍ସ

ଅନୁଗୋଳ ଅଫିସ, ୨୩ା୧୨: କେତେବେଳେ ଢେଙ୍କାନାଳରୁ ତ ପୁଣି କେବେ ଦେବଗଡ଼ ଜିଲାରୁ ଗୁରୁତର ରୋଗୀ ଆସୁଛନ୍ତି ଅନୁଗୋଳକୁ। ହେଲେ ଆମ୍ବୁଲାନ୍ସରେ ରାତି ଅଧରେ ଆସୁଥିବା...

Advertisement
Archives

Model This Week