ଦିଗପହଣ୍ଡି ସହରରେ କମିଲା ବିଜେଡିର ଭୋଟ

ଦିଗପହଣ୍ଡି,୨୭।୫(ଡି.ଏନ.ଏ.)-ଦିଗପହଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀ ରାଜ୍ୟ ରାଜନୀତିରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି । ଲଗାତର ଭାବେ ୭ଥର ଏଠାରୁ ସୂର୍ଯ୍ୟନାରାୟଣ ପାତ୍ର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ତେବେ ଚଳିତଥର ଦିଗପହଣ୍ଡି ଏନଏସିରେ ବିଜେଡିକୁ କମ୍‌ ଭୋଟ ମିଳିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଭୋଟ ଫଳାଫଳ ଆସିବା ପରେ ନିର୍ବାଚନ ଦାୟିତ୍ୱ ନେଇଥିବା ଦଳୀୟ କାର୍ଯ୍ୟକର୍ତ୍ତାବୃନ୍ଦ ବୁଥୱାରୀ ସମୀକ୍ଷା କରିବାରେ ଲାଗି ପଡ଼ିଛନ୍ତି। କେଉଁ ବୁଥରେ କିଭଳି ସ୍ଥିତିରେ ବିଜେଡିର ଭୋଟ ହାର କମିଲା, କିଏ ଓ କେଉଁ ଦଳୀୟ କାର୍ଯ୍ୟକର୍ତ୍ତା ଦଳ ପ୍ରତି ବିଶ୍ୱାସଘାତ କଲେ ତାହାକୁ ନେଇ କର୍ମୀଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଛି ।
ଚଳିତଥରର ଫଳାଫଳ ଅନୁଯାୟୀ, ଏନଏସିର ୩୪ନଂ ବୁଥରେ କଂଗ୍ରେସ ୩୧୯ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ୨୫୫ ଭୋଟ ପାଇଛି। ସେହିପରି ୩୬ନଂ ବୁଥରେ କଂଗ୍ରେସ ୧୯୮ ଓ ବିଜେଡି ୯୮, ୩୮ନଂ ବୁଥରେ କଂଗ୍ରେସ ୨୪୨ ଓ ବିଜେଡି ୧୬୦, ୩୯ନଂ ବୁଥରେ କଂଗ୍ରେସ ୧୬୮ ଓ ବିଜେଡି ୧୧୬ ଖଣ୍ଡ ଭୋଟ ପାଇଛି। ୪୦ନଂ ବୁଥରେ କଂଗ୍ରେସ ୩୨୭ ଓ ବିଜେଡି ୧୪୯, ୪୧ନଂ ବୁଥରେ କଂଗ୍ରେସ ୨୩୪ ଓ ବିଜେଡି ୧୨୭, ୪୨ନଂ ବୁଥରେ କଂଗ୍ରେସ ୪୩୯ ଓ ବିଜେଡି ୧୫୮, ୪୩ନଂ ବୁଥରେ କଂଗ୍ରେସ ୩୩୩ ଓ ବିଜେଡି ୨୭୩, ୪୪ନଂ ବୁଥରେ କଂଗ୍ରେସ ୨୭୪ ଓ ବିଜେଡି ୧୪୬ ଖଣ୍ଡ ଭୋଟ ହାସଲ କରିପାରିଛି । ୩୭ନଂ ବୁଥରେ ବିଜେଡି ୧୮୯ ଓ କଂଗ୍ରେସକୁ ୧୫୬ ଖଣ୍ଡ ଭୋଟ ମିଳିଛି। ଏନଏସି ଅଧିନ ୧୧ଟି ୱାର୍ଡରେ କଂଗ୍ରେସ ୨୭୯୮ ଭୋଟ ପାଇଥିବା ବେଳେ ବିଜେଡି ୧୮୯୬ ଏବଂ ଭାଜପା ୧୦୭୦ ଖଣ୍ଡ ଭୋଟ ପାଇଛି । ପୂର୍ବ ନିର୍ବାଚନ ଅପେକ୍ଷା ଚଳିତ ନିର୍ବାଚନରେ ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳ ଭୋଟ ହ୍ରାସ ପାଇଥିବାରୁ ରାଜନୈତିକ ବିଶ୍ଲେଷକମାନଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଶପଥ ନେଲେ ନବନିର୍ବାଚିତ ବାର ଆସୋସିଏଶନ କର୍ମକର୍ତ୍ତା, ଜାଣନ୍ତୁ ସେମାନେ କିଏ…

ଭଞ୍ଜନଗର,୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶୁକ୍ରବାର ଶପଥ ନେଇଛନ୍ତି। ନିର୍ବାଚନ ଅଧିକାରୀ ଲଡ଼ୁ କିଶୋର ଅଳତିଆ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri